हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

सोमवार, 31 मई 2021

~ "ମାଁ" ବିଷୟକ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

ସାରସ୍ୱତ ହାଇକୁ କାବ୍ୟ ଯାତ୍ରା

ହାଇକୁ PROMPT


ମାଆ

~ • ~


୧)

ମାଆର କୋଳ

ବାତ୍ସଲ୍ୟର ଜୋଛନା  

ଭାରି ଶୀତଳ ।


୨)

ମାଆର କୋଳ

ଦୂର ହୁଏ ଦୁଃଖର

କଳା ବାଦଲ ।


୩)

ଧନ୍ୟ ତୁ ମାଆ

ସବୁ କିଛି ଲୁଟେଇ 

ତୃପ୍ତ ମମତା ।


୪)

ମାଆ ର ନାମ

ଏ ଅଟେ ଚାରି ଧାମ 

କହେ କଳମ ।


~ ପ୍ରଦୀପ କୁମାର ଦାଶ


୫)

କାର୍ ଲାଗି ତୁଇ 

ସରଗ୍'କେ ଦୁଇ ଆଙ୍ଗୁଲ୍ 

ଭାବି ଦେଖ୍ ଥରେ ।


୬)

କୁଶେ ଦୂରେ ଥ

ଡାକି ଦେଲେ ମାଁ ଗୋ ମାଁ 

ଓ ! ଡାକ୍ ଚିହ୍ନସି ।


~ ଆର. ବରସାନା ନନ୍ଦିନୀ 


୭)

ମୁଇଁ ଯାଉଁଛେ 

କାଁ କର୍'ମି ଇନ କହ 

ନାଇଁ ଯା, ଏ ବା ।


୮)

ଯିବାର୍ କେ ପଡ୍'ବା

ମାଁ କେ ଛାଡ଼୍'ମି କି ପେଟ୍ କେ 

ଫୁନ୍ କରୁଥିବୁ ।


~ ଉତ୍ତମ ହୋତା


୯)

ପିତା ହିଁ ସ୍ବର୍ଗ

ମାତା ପୃଥିବୀ ତୁଲ୍ୟ

ସହନଶୀଳା ।


୧୦)

ସରଗ ତୁଲ୍ୟ

ସୁଖଟି ଦେଇଥାଏ

ମାଆର କୋଳ ।


୧୧)

ମାଆ ଗୋ ମୋର

ସମଲେଶ୍ଵରୀ ମାଆ

ଇଷ୍ଟ ଦେବୀ ମା ।


~ ଜୟରାମ ସାହୁ


୧୨)

ମୁକ୍ତ ବିହଙ୍ଗ 

ମାଆକୁ ଛାଡିଲେ ତ 

ଛାଡି ଦେଲି ମୁଁ ।


୧୩)

କୋଳରୁ ସ୍ୱପ୍ନ 

ଛାଡି ଦେ ମାଆ କୋଳ 

ଉଡିଯା ମନ ।


~ ନନ୍ଦିନୀ ଶତପଥୀ


୧୪)

ମାଆ ମମତା

ସଦା ବାତ୍ସଲ୍ୟ ଭରା

ଭାରି ନିଆରା ।


୧୫)

ଅତି ନିଜର

ଅତୁଳନୀୟା ମୋ ମା'

ଦେବୀ ସେ ମୋର ।


~ ସମିତା ସ୍ବାଇଁ 


୧୬)

ମମତାମୟୀ

ଜନନୀ ଜନ୍ମଭୂମି

ପୂଜେ ପୟର ।

 

୧୭)

ପିତା ଆକାଶ

ମାତା ପୃଥିବୀ ସମ

ଚରଣ ସ୍ପର୍ଶ ।


~ ଡମ୍ବରୁଧର ବାଗ


୧୮)

ମମତାମୟୀ

ସାହିତ୍ୟ ଅଳଙ୍କାର

ମା' ଶବ୍ଦ ପାଇଁ ।


୧୯)

ଜନନୀ କୋଳେ

ସୁଖ ଶାନ୍ତି ଆନନ୍ଦେ

ଥାଏ ବିହ୍ଵଳେ ।


୨୦)

ବୋଉ'ର କଥା

ଯେତେଦୂରେ ସନ୍ତାନ

ଥିଲେ ବି ଚିନ୍ତା ।


~ ଶମ୍ଭୁନାଥ ଦାସ


୨୧)

ମାଆ ର କୋଳ

ଭାରି ଆନନ୍ଦ ଦିଏ

ଲାଗେ ସୁନ୍ଦର ।


୨୨)

ସ୍ୱର୍ଗଠୁ ବଡ଼

ମାଆ ପଣତ କାନି

ଅଟେ ମଧୁର ।


~ ମନୋରଞ୍ଜନ ସେଠୀ


୨୩)

ମାଆର ବକ୍ଷ

ଶିଶୁ ପାଇଁ ଅମୃତ

ନାହିଁ ବିକଳ୍ପ ।


୨୪)

ମାଆ ମୋ ଦେବୀ

ସହନଶୀଳତା ରେ

କେ ହେବ ସରି ।


୨୫)

ମାତୃତ୍ଵ ସ୍ନେହ

ସୁଝିପାରିବ କିଏ

ଦେଇ ତା ମୂଲ ।


~ ବାସନ୍ତୀ ଦେଈ


୨୬)

ମମତାମୟୀ

ମାଆ ଅତୁଳନୀୟା

ସେ ସର୍ବଂସହା ।


୨୭)

ଶୈଶବ ଭାର

ନାନା ବାୟା ଗୀତରେ

ମାଆର କୋଳ ।


୨୮)

ଗୁରୁଣ୍ଡି ବସେ 

ମାଆ ଆଖି ଝପଟ 

ଏରୁଣ୍ଡି ବନ୍ଧେ ।


୨୯)

ବ୍ରହ୍ମାଣ୍ଡ ଦିଶେ 

ମାଟି ପୁଳା ପାଟିରେ 

ମାଆ ଚକିତ ।


୩୦)

ଲବଣୀ ଚୋର 

ମାଁ ର ଅନୁଶାସନ 

ଜାମଳାର୍ଜୁନ ।


୩୧)

କୋକୁଆ ଭୟ

ମାଆର ପଣତ କାନି

ଉଜାଣି ସେତୁ ।


୩୨)

ବ୍ୟାକୁଳିତ ମାଁ

ବିନିଦ୍ର ଦିବା ରାତି 

ଦେହ ବାଧିକି ।


୩୩)

ସେ ମହିୟସୀ

ମାଁ, ମାଟି ଜନ୍ମଭୂମି

ଚିର ନମସ୍ୟା ।


~ ରମାକାନ୍ତ ସତପଥି


୩୪)

ଶୁଭ ସକାଳ 

ମାଁ ହଜେ ମମ୍ମିଡାକେ 

ସେଣ୍ଡୱିଚ୍ ମନ ।


୩୫)

ବିବ୍ରତ ଶିଶୁ 

ମାଁ ର ପଣତ ଝୁରେ 

ଭେଲ୍'ଭେଟ୍ ଓଢ଼ଣୀ ।


୩୬)

ମାଁ ର ଚରଣ

ଭୂମିଷ୍ଠ ପ୍ରଣାମର 

ବାଏ, ଗୁଡ୍ ମର୍ଣ୍ଣିଂ ।


୩୭)

ମାଁ ର ଆହ୍ୱାନ 

ବୀର ରକ୍ତେ ଉଷ୍ଣତା 

ଖଡ୍'ଗ ଝଙ୍କାର ।


୩୮)

ଗାର୍ଗୀ ମୈତ୍ରେୟୀ 

ଲକ୍ଷ୍ମୀବାଇ, ଅପାଲା 

ମାଁ ବୁକେ ଗର୍ବ ।


୩୯)

ମାଁ ଆଖି ସ୍ତବ୍ଧ 

ବ୍ୟଭିଚାର, ବିଧ୍ୱଂସ 

ପୃଥ୍ବୀ ପ୍ରଳୟ ।


~ ମନୀଷା ମିଶ୍ର


୪୦)

ମାଆଟି ମୋର

ତୋ ପରି କେହି ନାହିଁ

ଅତି ନିଜର ।


୪୧)

ମା କୋଳେ ଜନ୍ମି

ଧନ୍ୟ ମଣୁଛି ମୁହିଁ

ନିଜକୁ ଅତି ।


୪୨)

ମା ହାତଧରି

ମୁଁ ଯେ ଚାଲି ଶିଖିଲି

କେତେ ଝୁଣ୍ଟିଲି ।


୪୩)

ନଥିଲେ ଖାଇ

ଖୁଆଇ ଦିଏ ମାଆ

ଚାନ୍ଦ ଦେଖାଇ ।


୪୪)

ରୋଗେ ପଡିଲେ

କରେ ସେବା ମୋ ମାଆ

ଉପାସେ ରହି ।


୪୫)

ମାଆଲୋ ମୋର

ବାତ୍ସଲ୍ୟ ମମତାର

ତୁ ଗନ୍ତାଘର ।


୪୬)

ସହନଶୀଳ

ଅସୀମ ଧୈର୍ଯ୍ୟ ମାଲୋ

ଶାନ୍ତ ସୁଶୀଳ ।


୪୭)

ସୁଖ ଓ ଦୁଃଖ

ସାଥୀ ସଦା ମାଆଟି

ଭାବେନି ପର ।


୪୮)

ସର୍ବଂସହା ମା

ଅମୃତମୟୀ ତୁ ଲୋ

ଜୀବନ ରାହା ।


୪୯)

ଜନନୀ ମୋର

ସ୍ଵର୍ଗ ଠୁ ଗରୀୟସୀ

ସେନେହ ଡୋର ।


୫୦)

ମାଆର ସେବା

ହେଳା କରିବ ନାହିଁ

ବୁଡ଼ିବ ଭେଳା । 


୫୧)

ଆଶିସ ମା'ର

ଗଙ୍ଗା ନଦୀର ଝର

ପୂତ ନିର୍ମଳ ।


~ଦମୟନ୍ତୀ ରଥ


୫୨)

ମାଆର ସ୍ନେହ

ମମତା ପରିପୂର୍ଣ୍ଣ

ନ ଥାଏ କୋହ ।


୫୩)

ମାଁ'ର ମମତା

ଅତୁଳନୀୟ ମିଠା

ଦ୍ରୁଢ ସତ୍ୟତା ।


୫୪)

ଅତୁଳନୀୟ

ମାଁ,ର ସ୍ନେହ ମମତ୍ୱ 

ଅମୃତମୟ ।


~ ଦୟାନନ୍ଦ ଶବର


୫୫)

ଅମୃତମୟୀ

ସିନେହମୟୀ ମାଆ

ମମତାମୟୀ ।


୫୬)

ମୋ ଦେଖା ସ୍ୱପ୍ନ

ସଫଳତା ଲଭିଚି

ମା' ତୋ ଗେହ୍ଲାରେ ।


~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ


୫୭)

ମାଁ'ର ପଣତ

ମୋ ପାଇଁ ଚାରିଧାମ

ଭୂ'ରୁ ଭୁମା ତ !


~ ରାଜେଶ କୁମାର ମୁଣ୍ଡ


୫୮)

ମାଆଙ୍କ ସ୍ନେହ 

ଅନାବିଳ ମମତା 

ଅତୁଟ ମୋହ ।


୫୯)

ମାଆ ଆଶିଷ 

ଅସମୟ ବିପଦେ

ଦିଏ ସାହସ ।


~ସନ୍ତୋଷ କୁମାର ସାହୁ


୬୦)

ମା 'ସର୍ବ°ସହା 

ସନ୍ତାନଙ୍କର ରାହା 

ବିପଦେ ଆହା  ।


୬୧)

ମାର ମମତା 

ଯୋଗାଏ ସେ କ୍ଷମତା 

ରହିଛି ଗାଥା ।


୬୨)

ମା ଆଶୀର୍ବାଦ 

କରଇ ସମାଧାନ 

ସମସ୍ୟା ଯେତେ ।


~ ସୁଧାଞ୍ଜଳି ମିଶ୍ର


୬୩)

ସେଇ ତ ମାଆ

ଆପଦ ବିପଦ ରେ

ସର୍ବଦା ସାହା ।


୬୪)

ମାଆ ର ହସ

ଅମୃତର ଧାର ସେ

ଜୀବନ ବାସ ।


~ ଆଶୁତୋଷ ମେହେର

☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH