हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

मंगलवार, 1 जून 2021

~•~ ଫୁଲ ବିଷୟକ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~•~

ସାରସ୍ୱତ ହାଇକୁ କାବ୍ୟ ଯାତ୍ରା

ହାଇକୁ


ଫୁଲ

~•~

୧)

ଫୁଲ ସୁନ୍ଦର 

କିନ୍ତୁ ପ୍ରଶଂସା ହୁଏ

ମାତ୍ର ବାସ୍ନାର ।


୨)

ସାନ୍ଧ୍ଯ ଆସର

ବସନ୍ତର ଓଠରେ

ଫୁଲେ ପଳାଶ ।


୩)

ବଗିଚା ଫୁଲ 

ଚାହିଁ ରହିଛି ବାଟ 

ଭଅଁର ଭେଟ ।


୪)

ତାତିଲା ଝାଞ୍ଜି

ଫୁଲର ବାସ୍ନା ଆଜି 

ଯାଇଛି ହଜି ।


୫)

ନୀଳ ଆକାଶ 

କାଶତଣ୍ଡୀର ଫୁଲ 

ଧବଳ ମେଘ ।


~ ପ୍ରଦୀପ କୁମାର ଦାଶ


୬)

ଲଗାନ୍ତୁ ଗଛ

ଫୁଲ ଫଳ ପାଆନ୍ତୁ

ପଛକୁ ପଛ ।


୭)

ଫୁଲ ସୁବାସ

ହୃଦୟେ ଶିହରଣ

ପ୍ରୀତିର ବାସ ।


୮)

ଦେବ ପୂଜନ

ଫୁଲର ଆଦର ଯେ

ସର୍ବାଗ୍ରେ ଜାଣ ।


~ ଶମ୍ଭୁନାଥ ଦାସ


୯)

ସୁନ୍ଦର ଫୁଲ

ମୋ ହୃଦ ଅଗଣାରେ

ତୁମେ ହିଁ ତୁମେ ।


୧୦)

ଫୁଲଟେ ହୋଇ

ଫୁଟି ଯିବ କି ସତେ

ନୀଳ କନ୍ଦରେ ।


~ ରାଜେଶ କୁମାର ମୁଣ୍ଡ


୧୧)

ଫୁଲ୍'ଟେ ହେମି ଯେ 

ଫୁଟାମି ଭାବୁଥିଲୁ 

ଫୁଟବାର୍ ଆଗ୍'ରୁ ।


୧୨)

ଫୁଟ୍'ଲିଁ କିନି.. ଦେଖ୍ 

ଫୁଟାଲିଁ ବି ତ ସମ୍'କୁ 

ହାଦେ ସେ ମାଲି ।


~ ଆର. ବରସାନା ନନ୍ଦିନୀ


୧୩)

ଫୁଲ ସୁଗନ୍ଧ 

ମନ ମତାଣିଆ ଯେ

ଭଅଁର ବାଇ ।


୧୪)

ଫୁଲ ର ରଂଗେ

ଇନ୍ଦ୍ରଧନୁ ଖେଳେ କି

ମାଟି ଉପରେ ।


୧୫)

ରଙ୍ଗରେ ଭରା

ପାଖୁଡା ସତେ ଅବା

ଓଠ ର ଧାରା ।


~ ଆଶୁତୋଷ ମେହେର


୧୬)

ଫୁଲର ରାଣୀ

ଅକାଳେ ପଡିଲା ଝଡି

ଶୁଭ୍ରା ଶେଫାଳୀ ।


୧୭)

ମନ ଅଙ୍ଗନେ 

ଫୁଟିଛି କେତେ ଫୁଲ 

ସୁଗନ୍ଧ ଭରା ।


୧୮)

ଗୋଲାପ ଫୁଲ 

ପ୍ରିୟ ସେ ସଭିଙ୍କର

ପ୍ରେମ ରଙ୍ଗର ।


୧୯)

ସୁନ୍ଦର ଅତି

ଯୁଇ, ଯାଇ,ମାଳତୀ 

ଫୁଲ ସେବତୀ ।


~ ସମିତା ସ୍ବାଇଁ 


୨୦)

ଫୁଲର ହାର

ଶ୍ରୀକୃଷ୍ଣ ଙ୍କ ଗଳାରେ

କି ମନୋହର !

 

୨୧)

ଛୋଟ ଶିଶୁଟି

ଫୁଲକଢି ସଦୃଶ

ଧରାଧାମର ।


~ ଡମ୍ବରୁଧର ବାଗ


୨୨)

ତନୁ କୋମଳ

ଦେଇ ଚାଲେ ସୁରଭୀ

ଜୀବନ କାଳ ।


୨୩)

ସେ ଅପରୂପା

ସମ୍ଭାବନାରେ ବିତୁ

ଫୁଲର ଋତୁ ।


~ ସୁଧୀର କୁମାର ପଣ୍ଡା


୨୪)

ଫୁଟି ନାଇଁ ପାର୍'ବୁ 

ଦେବେ ଦଲି ହେମାନେ 

ଫୁଟ୍'ଲେ ଜାନିଥା ।


୨୫)

ଦେଖ୍'ଲୁ ତ କେନ୍ତା 

ଫୁଟୁଥା ଇଛେନ୍ ହାଦେ 

ଆଏଲାନ ଦେଖ୍ ।


~ ଉତ୍ତମ ହୋତା 


୨୬)

ଫୁଲର କଥା 

ଭାରି ମିଠା ହେଲେ ବି 

ଜୀବନ କିନ୍ତୁ ।


୨୭)

ଫୁଟିପାରେ ସେ 

ସେଥିପାଇଁ ପାଇଛି 

ନାଆଁ ଟି ଫୁଲ ।


~ ନନ୍ଦିନୀ ଶତପଥୀ


୨୮)

ଫୁଲଟି ଫୁଟେ

ବଢାଇ ଦିଏ ଶୋଭା

ଉପବନର ।


୨୯)

ଫୁଲ ସୌନ୍ଦର୍ଯ୍ୟ

ବିମୋହିତ ଭ୍ରମର

କର‌ଇ ସ୍ପର୍ଶ ।


~ ନିବେଦିତା ମହାପାତ୍ର


୩୦)

ଭଲକୁ ଶିଖ

କଣ୍ଟାକୁ ଦେଖ ନାହିଁ

ଫୁଲକୁ ଦେଖ ।


୩୧)

ଦୂରେ ଆସ୍ଥାନ

ସୁବାସ ଦେଇଥାଏ

ବଣ ସୁମନ ।


୩୨)

ଗୋଲାପ ଫୁଲ

ଦିଆ ନିଆ ହୁଅନ୍ତି

ପ୍ରେମୀ ଯୁଗଳ ।


୩୩)

ଅଲୋଡା ଘାସ

ଫୁଲମାଳରେ ଥାଇ

ମସ୍ତକେ ବାସ ।


୩୪)

ଦେବ ମସ୍ତକେ

କୁସୁମ ଅରପିଲେ

ମନ ମହକେ ।


୩୫)

ମନ୍ଦାର ଫୁଲ

ଦେବୀଙ୍କ ମସ୍ତକରେ

କେଡ଼େ ସୁନ୍ଦର ।


୩୬)

କଇଁ ପୁଷ୍କର

ଉଇଁବାକୁ ଅପେକ୍ଷା

ଶଶୀ ଭାସ୍କର ।


୩୭)

ପଦ୍ମ ଆସନ

ଦେବୀ ପଦ୍ମାଳୟାଙ୍କ

ହର୍ଷିତ ମନ ।


୩୮)

ଫୁଲର ରସ

ଆସ୍ବାଦନ ପାଇଁ କି

ଭ୍ରମେ ଭ୍ରମର ।


~ ଜୟରାମ ସାହୁ


୩୯)

ଫୁଲ ଡାକସି 

ଆ ବୁଲି ଯିମା କହି 

ମନ ଭୁଳାସି ।


~ ପ୍ରଦୀପ କୁମାର ଦାଶ


୪୦)

କାଗଜ ଫୁଲ

କିମ୍ଭୁତ କଳାକାର

ମାୟା ଦୁନିଆ ।


୪୧)

ସ୍ୱପ୍ନିଳ ଫୁଲ

ପାହାନ୍ତିଆ ସପନ

ପାହେନି ରାତି ।


~ ରାଜେଶ କୁମାର ମୁଣ୍ଡ


୪୨)

ମଧୁଚନ୍ଦ୍ରିକା

ଫୁଲ ଶେଯ ରେ ପ୍ରିୟା

ବିନିଦ୍ର ରାତ୍ରୀ  ।


୪୩)

ଘର କରିଛି

ମୁଁ ଫୁଲର ସହରେ

ମୋ ପ୍ରିୟା ପାଇଁ ।


୪୪)

ଭ୍ରମେ ଭ୍ରମର

ମଧୁ ଆଶେ ଚୁମ୍ବନ

ଚିତ୍ରିତ ପୁଷ୍ପ ।


୪୫)

କି ଭାଗ୍ୟ ତୋର

ଈଶ୍ଵର ଗଳେ ଶୋଭା

ଧନ୍ୟ ସୁମନ ।


୪୬)

ଗଛ ର ଫୁଲ

ଛିଣ୍ଡାଇ ଦିଅ ନାହିଁ

ଦିଶେ ସୁନ୍ଦର ।


୪୭)

ପୁଷ୍ପ ବାଟିକା

ପ୍ରାତଃ ଭ୍ରମଣ କର

ସୁସ୍ଥ ଶରୀର ।


୪୮)

ପୁଷ୍ପ ସମ୍ଭାର

ମଧୁମୟ ସୃଷ୍ଟିର

କିଣଇ ମନ ।


୪୯)

ଶିଳ୍ପୀ ଚାତୁର୍ଯ୍ୟ

ଅମରାବତୀ ପୁର

ସ୍ତବ୍ଧ ଦର୍ଶକ ।


୫୦)

ମନ ଅଙ୍ଗନେ

ଫୁଟିଛି ପ୍ରୀତି ପୁଷ୍ପ

ଦେବ  ଅର୍ପଣେ ।


୫୧)

ଶ୍ଵେତ ଅରଖ

ଶମ୍ଭୁ ଶିରରେ ଶୋହେ

ଶ୍ରେଷ୍ଠ ସୁମନ ।


~ ବାସନ୍ତୀ ଦେଈ


୫୨)

ପୁଷ୍ପ କଳିକା

ଶିଶିର ବିନ୍ଦୁ ଲାଗି

ଦିଶେ ଉଜ୍ଜ୍ବଳ ।


~ ରତ୍ନ ପ୍ରଭା ସିଂ


୫୩)

ଫୁଲଟି ଶୋଭେ 

ଦେବତାଙ୍କ ଗଳାରେ 

ଚହଟ ଭରେ ।


୫୪)

କଫିନ୍ ଉପରେ 

ବୀରପୂତ ବିଦାୟ 

ଫୁଲ ଅର୍ପଣ ।


୫୫)

ଅନୁଢ଼ା ନାରୀ 

ଗୋଲାପି କବରୀରେ 

ପୁଷ୍ପ ଗୁଞ୍ଜନ ।


୫୬)

ଫୁଲ ବଗିଚା 

ନାନାରଙ୍ଗ ସମ୍ଭାରେ 

ବିମୁଗ୍ଧ ଆଖି ।


୫୭)

ପଲାସ ଫୁଲ 

ମୁଗ୍ଧ ବସନ୍ତ ଛାଇ

ଅଗ୍ନି ସ୍ଫୁଲିଙ୍ଗ ।


୫୮)

ରଜନୀଗନ୍ଧା 

ଚନ୍ଦ୍ରସ୍ନାତ ଧରିଣୀ 

ଫୁଲ ସମ୍ଭାର ।


୫୯)

ପକ୍ଷୀ କାକଳି 

ଫୁଲର ଚାଦରରେ 

ଅଣୁ ବିଷ୍ଫୋଟ ।


୬୦)

ଅନଙ୍ଗ ଅଙ୍ଗେ 

ଫୁଲର ଧନୁତୀର 

ବିଦୀର୍ଣ୍ଣ ବକ୍ଷ ।


୬୧)

ଫୁଲ ଓ ନାରୀ 

ତୁଳନାତ୍ମକ ଛନ୍ଦ 

ଗୀତ ମଧୁର ।


୬୨)

ମଧୁପ ଗୁଞ୍ଜେ

ରକ୍ତର ଭିଜାମାଟି 

ଫୁଲ ଝାଉଁଲେ ।


~ ରମାକାନ୍ତ ସତପଥି


୬୩)

ଜୀବନ ମୃତ୍ୟୁ 

ସଂଗ୍ରାମ ଓ ମଣିଷ 

ଦୁଇଟି ପୁଷ୍ପ ।


୬୪)

ସ୍ତବ୍ଧ ବନାନୀ 

ଅପହଞ୍ଚ ଇଲାକା 

ମହୁଆ ଫୁଲ ।


୬୫)

ପଲାସ ଫୁଲ 

ଭ୍ରମର ଉପେକ୍ଷିତ 

ପ୍ରଚ୍ଛଦ ଛବି ।


୬୬)

ଖଣ୍ଡିତ ଦେହ

ଅକୁହା ଆଖି ବ୍ୟଥା 

ଦଳିତ ପୁଷ୍ପ ।


୬୭)

ନିଷ୍ପାପ ଫୁଲ 

ମନ୍ଦିର ଓ ମଶାଣି ।

କର୍ମର ଫଳ ।


୬୮)

ନିଷ୍ପାପ ଶିଶୁ 

ଅବୋଧ୍ୟ ଫୁଲହସ 

ଆଶା ଉଜ୍ଜ୍ୱଳ ।


୬୯)

ଶୈଶବ ହଜେ 

ରସାତଳ ପୃଥିବୀ 

ଫୁଲରେ ବନ୍ୟା ।


୭୦)

ଦିବସ ସ୍ୱପ୍ନ 

ଆସ୍ପର୍ଧା, ଅହମିକା 

ବନର ଫୁଲ ।


୭୧)

କାନ୍ଦୁଛି ଶିଶୁ 

ଭୂଲୁଣ୍ଠିତ ମାଁ କୋଳ 

ମଶାଣି ଫୁଲ ।


୭୨)

ଶ୍ରୀ ମାନ୍ଯବର 

ଫାଇଲ ତଳ ମଲାଟ 

ପୁଷ୍ପର ଗୁଚ୍ଛ ।


~ ମନୀଷା ମିଶ୍ର


୭୩)

ଫୁଲରେ ଫୁଲ

କିଏସେ ଦେବ ତୋର

ଅମୁଲ ମୁଲ ।


୭୪)

ଉପବନରେ

ଶୋଭା ସୌନ୍ଦର୍ଯ୍ୟେ ଫୁଲ

ମଧୁପ ହରେ ।


୭୫)

ସୁଗନ୍ଧ ଭରା

ଫୁଲ ସୁକୁମାରୀ ତୁ

ପ୍ରୀତି ପସରା ।


୭୬)

ଫୁଲର ପ୍ରେମ

ପଡି ଯାଇଛନ୍ତି ତ

ଭ୍ରମର ଗଣ ।


୭୭)

ପ୍ରେମୀ ଯୁଗଳ

ଭାବର ଦିଆନିଆ

ଗୋଲାପ ଫୁଲ ।


୭୮)

ଫୁଲ କୁମାରୀ

କୃଷ୍ଣଚୁଡାର ରଙ୍ଗ 

ସାଜେ କବରୀ ।


୭୯)

ବଣର ମଲ୍ଲୀ

କାନନେ ଫୁଟି ନିତି

ପଡେ ଝାଉଁଳି ।


୮୦)

ଫୁଲ ଆଦର

ପିଲାଠୁ ବୃଦ୍ଧ ଯାଏ

କରେ ନିଜର ।


୮୧)

ଫୁଲ ଚାଙ୍ଗୁଡି

ଚାନ୍ଦକୁ ପୂଜୁଥାନ୍ତି

କୁମାରୀମଣି ।


୮୨)

ମଧୁମକ୍ଷିକା

ମହୁ ଫୁଲରେ ଚୁମେ

ଏକାନ୍ତେ ଏକା ।


୮୩)

ବଉଳ ଫୁଲ

ବାସ ଚହଟି ଯାଏ

ମୋହେ ସକଳ ।


୮୪)

ଫୁଲର ରାଣୀ

କିମିଆ କରି ନେଲୁ

ମନକୁ କିଣି ।


୮୫)

ମଧୁମାଳତୀ

ରଜନୀ ରେ ତୋ ଫୁଲ

ବାସନା ଅତି ।


୮୬)

ଲଗାଅ ନିତି

ଫୁଲ ଗଛର ଚାରା

ଯତନେ ଅତି ।


୮୭)

ଅତର ପରା

ଫୁଲ ଭେଟିଦିଏ ତ

ଆମକୁ ସାରା ।


୮୮)

ରଜନୀଗନ୍ଧା

ଫୁଲ ଗଜରାରେ ତୋ

ଗଭାରେ ବନ୍ଧା ।


୮୯)

ତୋ ପ୍ରୀତି ଫୁଲ

ହୃଦରେ ମୋ ସାଇତା

ଅମୁଲ ମୁଲ ।


୯୦)

ପ୍ରିୟାର ମୁଖ

ଫୁଲଠୁ କୋମଳ ତା

ଗୋଲାପି ଓଠ ।


୯୧)

ପୁଷ୍ପ ଉଦ୍ୟାନ

ବେଦନା ହରିନିଏ

କଲେ ଭ୍ରମଣ ।


୯୨)

ଫୁଲ ରସିଆ

ଫୁଲ ଦେଇକି ଧନ

କଲୁ କିମିଆ ।


୯୩)

ତନୁ ପାତେଳୀ

ଫୁଲ  ପାଇବା ପାଇଁ

ହୁଏ ପାଗେଳି ।


୯୪)

ଫୁଲ ଶେଜରେ

ପ୍ରିୟା ସୁକୁମାରୀ ମୋ

ତନ୍ଦ୍ରା ବିତେରେ ।


୯୫)

ସତରେ ଫୁଲ

ତୋ ବିନା ବିତେନା ମୋ

ସଞ୍ଜ ସକାଳ ।


୯୬)

ଭାରି ଫୁଲେଇ

ଫୁଲଠୁ କୋମଳ ସେ

ଭାରି ଲାଜେଇ ।


୯୭)

ପ୍ରିୟା ମୋହରି

ସରମେ ଝାଉଁଳେ ସେ

ଫୁଲଟେ ପରି ।


୯୮)

ଫୁଲଟେ ପରି

ସୁଗନ୍ଧ ବିତର ତ

ଜୀବନ ଭରି ।


~ ଦମୟନ୍ତୀ ରଥ


୯୯)

ପୁଷ୍ପ ସୁମନ

ଶୋଭା ବିସ୍ତାର କରେ

ବନ କାନନ ।


୧୦୦)

ପୁଷ୍ପ ସୁମନ

ପ୍ରେମୀ ଯୁଗଲଙ୍କର

ହୁଏ ମିଳନ ।


୧୦୧)

ଗୁଲାପ ଫୁଲ

ବଗିଚାରେ ଫୁଟିଛି

ଦିଶେ ଉଜ୍ଜ୍ୱଳ ।


୧୦୨)

ସେଫାଳି ଫୁଲ

ବଣରେ ଫୁଟିଅଛି

ଲାଗୁଛି ଭଲ ।


୧୦୩)

ପୁଷ୍ପ କମଳ

ତା ପାଖୁଡ଼ା ଗୁଡିକ

କେତେ କୋମଳ ।


୧୦୪)

ଫୁଲର ମାଲା

କେତେ ସୁଂଦର ଦିଶେ

ପ୍ରଭୁଙ୍କ ଗଲା ।


୧୦୫)

ଫୁଲର ହାର

ଭକ୍ତିରେ ପୂଜେ ହର

କରି ଜୁହାର ।


୧୦୬)

କଦମ୍ବ ମାଲ

ପାରିଜାତ ସୁମନ

ଦିଶଇ ଭଲ ।


୧୦୭)

ପୁଷ୍ପ କମଳ

ପଦ୍ମନାଭ ନାଭିରେ

ଫୁଟେ ଚଞ୍ଚଳ ।


୧୦୮)

କଦମ୍ବ ଫୁଲ

ଶ୍ରୀକୃଷ୍ଣ ରାଧିକାଙ୍କୁ

ଲାଗଇ ଭଲ ।


~ ଦୟାନନ୍ଦ ଶବର


୧୦୯)

ବାରିର୍ ଜହ୍ନି ଫୁଲ୍ 

ଝକେର୍ ରାଏତ୍'ର ତରା 

ଭମରାର୍ କାନ୍ଦି ।


୧୧୦)

ଦଶ୍'ରା ପୁନି ଜନ୍ 

କୁଆଁରୀ ମନର୍ ଆଶା 

କଦମ୍ ଫୁଲ୍ ବାସ୍'ନା ।


~ ମନୀଷା ମିଶ୍ର 


୧୧୧)

ଫୁଲର ସେଜ

ପ୍ରିୟା ସାଥିରେ ବିତେ 

ଅମୃତମୟ  ।


୧୧୨)

ଗୋଲାପ ଫୁଲ 

ମୋର ପ୍ରିୟା ହାତରେ 

କେଡେ ସୁନ୍ଦର ।


୧୧୩)

କହେ ଭ୍ରମର 

ପଦ୍ମ ଫୁଲ  ମୋପାଇଁ 

କେଡେ ସୁନ୍ଦର ।


୧୧୪)

ଫୁଲ ହୃଦୟ 

ସଦା ସର୍ବଦା ଅଟେ 

ବୈକୁଣ୍ଠ  ପ୍ରାୟ ।


~ ମୁକ୍ତେଶ୍ଵର  ପଧାନ


୧୧୫)

ଗଙ୍ଗଶିଉଳି 

ରାତି ଫୁଟି ସକାଳେ

ଯାଏ  ଝାଉଁଳି ।


୧୧୬)

ଗୋଲାପ ଫୁଲ 

ପ୍ରେମର ପ୍ରତୀକ ସେ 

ଅମୁଲ ମୁଲ ।


୧୧୭)

ଅପରାଜିତା 

ଶିବଙ୍କର ପ୍ରିୟ ସେ 

ଜଗତ ଜିତା ।


~ ସୁଧାଞ୍ଜଳି ମିଶ୍ର


୧୧୮)

ଫୁଲଠୁ ବେଶୀ 

କୋମଳ ମୋ ପ୍ରେୟସୀ

ଅତି ରୂପସୀ ।


୧୧୯)

କହଗୋ ଫୁଲ

କାହିଁ ଏତେ ସୁନ୍ଦର

ରହସ୍ୟ ଖୋଲ ।


୧୨୦

ଫୁଲଠୁ ବେଶୀ

ସୁନ୍ଦର ଲାଗେ ପ୍ରିୟା

ଦେଲେ ସେ ହସି ।


~ ଚିନ୍ମୟୀ ସାହୁ

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH