हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

शुक्रवार, 28 मई 2021

ହାଇକୁକାର ପ୍ରଦୀପ କୁମାର ଦାଶ ଦୀପକଙ୍କ ଓଡ଼ିଆ ହାଇକୁ

ହାଇକୁକାର

ପ୍ରଦୀପ କୁମାର ଦାଶ 

ହାଇକୁ 

--0--

ଜହ୍ନ 


ପୁନେଇଁ ରାତି 

ଘରେ ଜହ୍ନ ଆସିଛି

ଜୋଛନା ନେଇ ।


ପୁନେଇଁ ଜହ୍ନ

ନଦୀର କୁଳୁ କୁଳୁ

ଦେଖାଏ ସ୍ୱପ୍ନ ।


ଶୀତୁଆ ରାତି 

ଜହ୍ନ ଦେହରେ ଆଜି 

ବହଳ ତାତି ।


ଥରୁଛି ଛାତି 

ଦେଖେ ଜହ୍ନକୁ ଲୁଚି 

ନିରୀହ ଆଖି ।


ଶରଦ ଚାନ୍ଦ 

ତାର ଜୋଛନା ରୂପ 

ଅମୃତ ଭାଣ୍ଡ ।


ପୁନେଇଁ ରାତି 

ସାଗର ଢେଉ ସହ

ଜହ୍ନ ନାଚୁଛି ।


ଜହ୍ନର ହସ

ଖୋଜୁଛି କାଶତଣ୍ଡୀ

ନଈର କୂଳ ।


ଜହ୍ନ ଆଲୁଅ

ଆତ୍ମନିମଗ୍ନତାର

ଶବ୍ଦ ଅଭାବ ।


~ ପ୍ରଦୀପ କୁମାର ଦାଶ

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH