हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

रविवार, 23 मई 2021

~•~ "ନଈ" ବିଷୟକ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~•~

ଓଡ଼ିଆ ହାଇକୁ

-------0------

ନଈ /ନଏଦ୍ 


୧)

ବଉଳ ଫୁଲ

ହୃଦୟ ହଜିଯାଏ

ଗାଁ ନଈ କୂଳ ।


~ ପ୍ରଦୀପ କୁମାର ଦାଶ


୨)

ନଈଟି ବାଙ୍କ

ସ୍ରୋତ ପ୍ରଖର ହେଲେ

ବନ୍ଧରେ ଫାଙ୍କ !


~ ଶମ୍ଭୁନାଥ ଦାସ


୩)

ନଦୀର ତୀରେ 

ଚମ୍ପାଗୁରୀ ନାଗରୀ 

ଟହଲେ ଧୀରେ ।


~ ରାଜକୁମାର ସାହୁ 


୪)

ନଦୀର ନୀର

କୁଳୁକୁଳୁ ନାଦରେ

ବହଇ ଧିର ।


~ ଡମ୍ବରୁଧର ବାଗ


୫)

ଇ ମହାନଏଦ୍ 

ହଁ, ଶରାବନ ସପନ୍

ଶୁଖି ଗଲାନ ।


~ ଉତ୍ତମ ହୋତା


୬)

ନଈର ତୀର 

ଶସ୍ଯ ଶ୍ୟାମଳା ଶୋଭା  

ସେ ଭରପୁର ।


~ କମଳିନୀ ଦେବୀ


୭)

ମନକୁ ଜିଣେ

ସୁଲୁସୁଲିଆ ବାଆ

ନଈର କୂଳ । 


~ ବିଶ୍ବନାଥ ଭୁଏ


୮)

ମନ ମାନସୀ

ନଈ ର ଆର ପାରି 

ଘର ତାହାରି ।


~ ତାପସ କୁମାର ମିଶ୍ର


୯)

ନଈର ଧାର

ଧୀରେ ପକା ସୁନ୍ଦରୀ

ପାଦ ତୋହର !


~ ଶମ୍ଭୁନାଥ ଦାସ


୧ ୦)

ଗଙ୍ଗା ଲୋ ଗଙ୍ଗା 

କୁଢ଼ କୁଢ଼ ମଣିଷ 

ଅଲୋଡ଼ା ଫିଙ୍ଗା ।


୧୧)

ଧୀର ପବନ

କୁଳୁକୁଳୁ ନିନାଦ

ପୃଥିବୀ ସ୍ୱର୍ଗ ।


୧୨)

ଶୁଷ୍କ ନିମ୍ନଗା 

ନିଦାଘର ଝାଞ୍ଜି 

ଲୁହର ଧାରା ।


୧୩)

ନଦୀର ପଠା 

କାଶତଣ୍ଡୀ ଧବଳ

ଲହଡ଼ି ଭାଙ୍ଗେ ।


୧୪)

ଉପଳ ଖଣ୍ଡ 

ବାଲିର ଉପତ୍ୟକା 

ସମୟ ସ୍ରୋତ ।


୧୫)

କୃଶ ତଟିନୀ 

ବର୍ଷାରେ ପୂର୍ଣଗର୍ଭା 

ରୁଦ୍ର ରୂପିଣୀ ।


୧୬)

ବନ୍ୟା ପ୍ରକୋପ 

ତାଣ୍ଡବ ବିଭୀଷିକା

କୂଳ ଲଂଘନ ।


୧୭)

ସମୟ ଚକ୍ର

ନଈପାର୍ଶ୍ୱ ମଶାଣୀ

ଶୃଗାଳ ଡାକ ।


୧୮)

ନଦୀର ଜଳ 

ତୃଷାତୁର ପଥିକ 

ପିଇ ଆଶ୍ୱସ୍ତ ।


୧୯)

ନିର୍ଧନ ସାଥୀ 

ନଈ ଦିଏ ଆହାର 

ମାଛ, କଙ୍କଡ଼ା ।


~ ରମାକାନ୍ତ ଶତପଥି


୨୦)

ପାବନୀ କୋଳେ

କରାଳ ପ୍ରତିଛବି

ଜୀବନ୍ତ ମୃତ୍ୟୁ ।


୨୧)

ପତଙ୍ଗ, ଦୀପ 

ପ୍ରେମର ପରିଭାଷା 

ନଦୀ, ସାଗର ।


୨୨)

ନଈ, ତଟିନୀ 

କୃଷାଙ୍ଗୀ, ପୂର୍ଣଗର୍ଭା 

କବି ମଞ୍ଜୁଳ ।


୨୩)

ମାଁ ସମଲେଇ 

ମହାନଦୀ ବାସିନୀ 

ଆଶିଷ ଛାୟା ।


୨୪)

ଅନ୍ତିମ ଯାତ୍ରା 

ଗାଁ ନଈକୂଳ ପଠା

ଦଦରା ହାଣ୍ଡି ।


୨୫)

ଗଣ୍ଡୁକି ନଦୀ 

ଶାଳଗ୍ରାମର ଶିଳା 

ଅନନ୍ତ ଭକ୍ତି ।


୨୬)

ନିର୍ବାକ ନଈ 

ଦାରୁଣ ବିଭୀଷିକା

ନିଃଶେଷ ଲୁହ ।


୨୭)

ରୋମାଞ୍ଚ ଦେହ

ଶୂନ୍'ଶାନ୍ ନଈର କୂଳ 

ନିସ୍ତବ୍ଧ ରାତ୍ରୀ ।


୨୮)

ରକ୍ତର ନଦୀ 

ମହାଭାରତ ଯୁଦ୍ଧ 

ଶବର ବନ୍ୟା ।


୨୯)

ଶକୁନ ରବ 

ନଈକୂଳ ମଶାଣି 

ଭିତି ଉଦ୍ରେକ ।


୩୦)

ତରଙ୍ଗବତୀ 

ନୀଳ କବରୀ ଶୋଭା 

ନବ ଯୌବନା ।


~ ମନୀଷା ମିଶ୍ର 


୩୧)

ଚିର କୁମାର

ଜାହ୍ନବୀ ତନୟ ସେ

ଭାବ ଗମ୍ଭୀର ।


~ ବାସନ୍ତୀ ଦେଈ

☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH