ହାଇକୁ କବୟିତ୍ରୀ
ମନୀଷା ମିଶ୍ର
ହାଇକୁ
--0--
କରୋନା ରୋଗ
ଭୂଲୁଣ୍ଠିତ ଯୌବନ
ନିଶ୍ୱ ଶୈଶବ ।
ମୃତ୍ୟୁ ଆଗମେ
ପଣତ କଫିନରେ
ଝୁରେ ମାତୃତ୍ବ ।
ନିମ୍ନଗା ତୀରେ
ଶ୍ୱାପଦର ଚିତ୍କାର
ରୋମାଞ୍ଚ ରାତ୍ରୀ ।
କୂଳ ପ୍ରଦୀପ
ନିର୍ବାପିତ ନିର୍ବଂଶ
ଅତୃପ୍ତ ପିଣ୍ଡ ।
ଅଲିଭା ଯୁଇ
ଶବର ଲମ୍ବାଧାଡ଼ି
କାନ୍ଦେ ମଶାଣି ।
ମୃତ୍ୟୁ ଶଯ୍ୟାରେ
ତୃଷା ଆତୁର ପିତା
ପଛଘୁଞ୍ଚା ମା ।
ଲିଭି ଯିବକି
ଅନ୍ତିମ ସନ୍ତାନର
ଜୀବନ ଶିଖା ।
କାନ୍ଦୁଛି ନର
କାନ୍ଦଇ ବନଗିରି
କାନ୍ଦେ ମଣିଷ ।
ଦେବତା କୋପ
ପ୍ରକୃତି ମାଁର ଶାପ୍ୟ
ବୁଝେନା ନର ।
ଜାଣି ଅଜଣା
ଉତ୍ସୃଙ୍ଖଳ ମାନଙ୍କ
ଅନ୍ତିମ ଶଯ୍ୟା ।
---00---
□ ମନୀଷା ମିଶ୍ର
ବରଗଡ଼ (ଓଡ଼ିଶା)
कोई टिप्पणी नहीं:
एक टिप्पणी भेजें