ବୃକ୍ଷ/ଗଛ ବୈଷୟିକ କାବ୍ୟ ରଚନା
ହାଇକୁ
--0--
୧)
ଶୁଭ ସକାଳ
ବଗିଚାର ଗଛଟି
ଫୁଟାଏ ଫୁଲ ।
୨)
ପଳାଶ ଗଛ
ନାଲି ଫୁଲ ଫୁଟିଲା
ହସେ ବସନ୍ତ ।
୩)
ଗଛ ଦୁଃଖିତ
ପତ୍ରଝଡ଼ା ଆସିଛି
କଲା ନିର୍ବସ୍ତ୍ର ।
~ ପ୍ରଦୀପ କୁମାର ଦାଶ
୪)
ଗଛର ଦାନ
ସତେ ଏଇ ଜଗତେ
ଅଟେ ମହାନ !
୫)
ଗଛ ମହାନ
ଅମ୍ଳଜାନକୁ ପାଇ
ହସେ ଜୀବନ ।
~ ବିଶ୍ବନାଥ ଭୁଏ
୬)
ଗଛର ଚେର
ମୃତ୍ତିକା ସଂରକ୍ଷଣ
କରେ ପ୍ରଚୁର।
~ ଡମ୍ବରୁଧର ବାଗ
୭)
ବୃକ୍ଷ ଜୀବନ
ମଣିଷ ପ୍ରହାରରେ
ଚ୍ଛିନ୍ନ ବିଚ୍ଛିନ୍ନ l
୮)
ଗଛ ମହତ
ତା ଅମ୍ଳଜାନେ ଜିଏଁ
ଜୀବଜଗତ l
୯)
ଚଢେଇ ଦଳ
ଗଛ ଡାଳରେ ରହି
କାଟନ୍ତି କାଳ l
୧୦)
ବାଆ କୁ ବତା
ଗଛ ନଥିଲେ ଜୀବ
ବଞ୍ଚି କି' ଥାନ୍ତା l
~ ତାପସ କୁମାର ମିଶ୍ର
୧୧)
ଅରୁଚିକର
ନିମ ପିତା ହେଲେ ବି
ଦେହକୁ ହିତ ।
୧୨)
କମଳା ଲେମ୍ବୁ
ଜୀବସାର ମିଳଇ
ପିଇ ଦେଖନ୍ତୁ ।
୧୩)
ଅରଖ ଗଛ
ଫୁଲ, ପତ୍ର ଓ ଚେର
ସବୁ ଔଷଧ ।
୧୪)
ହେଜରେ ମନ
ଗଛ ବିନା ଜୀବନ
ହା ହୁତାଶନ।
~ ବାସନ୍ତୀ ଦେଈ
୧୫)
ଆମ ବୁରେଇ
ଆର ହେନ ନାଇଁ ନ
ଖାଲି କାର୍'ଖାନା ।
୧୬)
ଗଛର ଛାଏଁ
ଆର କାହିଁ ପାଏମାଁ
ରୁଡ୍ ଟା ବନୁଛେ ।
~ ଉତ୍ତମ ହୋତା
୧୭)
ଯେ' ବୃକ୍ଷ-ଲତା,
ଅମ୍ଳଜାନ ଯୋଗାଏ
ତା' ଧାର୍ମିକତା ।
୧୮)
ସେ' କୃଷ୍ଣଚୂଡ଼ା
ଆହାଃ କି ମନଲୋଭା
ପୋଖରୀ ହୁଡ଼ା !
୧୯)
ଗଛର ଛାଇ
ତୀବ୍ର ଖରାରେ ବସି
ମାରନ୍ତୁ ହାଇ !
~ ଶମ୍ଭୁନାଥ ଦାସ
୨୦)
ମଣିଷ ଜନ୍ମ
ତାଳଗଛର ପତ୍ର
ଦୁଇଟି ଦିନ ।
୨୧)
ଗଛ, ମଣିଷ
ମଣିଷ ଆଉ ଗଛ
ସଂଗ୍ରାମ ଲଢ଼େ ।
~ ମନୀଷା ମିଶ୍ର
☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें