हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

सोमवार, 24 मई 2021

~•~ ହାଇକୁକାର ମନୋଜ କୁମାର ପଣ୍ଡାଙ୍କ ଓଡ଼ିଆ ହାଇକୁ ~•~

ହାଇକୁକାର

ମନୋଜ କୁମାର ପଣ୍ଡା 


ହାଇକୁ 

--0--


୧)

ତୋଟା ସେପଟୁ

ଡାକୁଥିଲା କୋଇଲି

ମିଠା ସ୍ୱରରେ ।


୨)

ଗୋଲାପ ଠାରୁ

ପ୍ରେମର ପରିଭାଷା

ଶିଖିଲି ଆଜି । 


୩)

ଆଖିରେ ଲୁହ

ଛାତିରେ କୋହ ନେଇ

ଖୋଜେ ତୁମକୁ ।


୪)

କେଡେ ନିର୍ଦ୍ଦୟ

ଯାଇଛ ଯେ ଯାଇଛ

ଫେରୁନ ଜମା ।


୫)

ସତ କହୁଛି

ତୁମ କୋଳଟି ଲାଗେ

ମମତା ଭରା ।


୬)

ମୋର ଭିତରେ

କିଏ ଜଣେ କାନ୍ଦୁଛି

ଆକୁଳ ଚିତ୍ତେ ।


୭)

ଉଇଁ ଆସୁଛି

କପଟତାର ସୂର୍ଯ୍ୟ

ଲୁହ ଲହୁରେ ।


୮)

ତୁମେ ଆସିବ

ସଜାଉଅଛି ଘର

ଦାଣ୍ଡ ଦୁଆର ।


୯)

ତମ ମୃତ୍ୟୁରେ

ଭାଙ୍ଗିନାହିଁ ମୁଁ ଜମା

ଜୀବିତ ଅଛି ।


୧୦)

ହୃଦ ଭିତରେ

ଯକ୍ଷ୍ମା ଜୀବାଣୁ ଭର୍ତ୍ତି

ତୁମ ସ୍ମୃତି ର ।


୧୧)


ମନ ଉଚ୍ଚାଟେ

କଦମ୍ବ ଫୁଲଫୁଟେ

ଦେହେ ଉଲ୍ଲାସେ ।


୧୨)

ଏହି ନିଶ୍ୱାସ

ଯେଦିନ ବନ୍ଦ ହେବ

ସରିବ ଖେଳ ।


୧୩)

ଦେହ କୁଞ୍ଜରେ

ବେଣୁ ସ୍ଵନ ଶୁଭୁଛି

କ୍ଷୀଣ ସ୍ୱରରେ ।


୧୪)

ନୂଆ ବିଶ୍ୱାସ

ରାହା ପାଏ ନିଶ୍ୱାସ

କିନାରା ମିଳେ ।


୧୫)

ଜୀବ ଜୀବନ

ପଶେ ମାଟିର ଆଁ ରେ

ନିର୍ବିଶେଷରେ ।

---00---


~ ମନୋଜ କୁମାର ପଣ୍ଡା

ଅଡା, ବାଲେଶ୍ଵର (ଓଡ଼ିଶା)

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH