ହାଇକୁ କବୟିତ୍ରୀ
ମନୀଷା ମିଶ୍ର
ହାଇକୁ
--0--
ବାତ୍ଯା
-------
(୧)
ବାତ୍ଯା ସବୁଠି
ମାଆର ପଣତରେ
ଲୁହର ବନ୍ୟା ।
(୨)
ପିତା ବୁକୁରେ
ବେଦୀ ହୋମରେ ବାତ୍ଯା
କୋକେଇ ଉଠେ ।
(3)
ହାଣ୍ଡି ଶାଳ ରେ
ତୃଷାର୍ତ୍ତ ନେତ୍ରେ ବାତ୍ଯା
ରିକ୍ତ ଶୈଶବ ।
(୪)
ଲେଖନୀ ମୁନେ
କବିର କଳ୍ପନା ଟି
ଜାଗ୍ରତ ବାତ୍ଯା ।
(୫)
ପ୍ରେମିକା ହସେ
ପ୍ରତାରଣାର ବାତ୍ଯା
ସ୍ତବ୍ଧ ପ୍ରେମିକ ।
(୬)
ଶୂନ୍ୟ ହତାଶ
ବୁଭୂକ୍ଷିତ ମାନଙ୍କ
ଅଣ୍ଟିରେ ବାତ୍ଯା ।
(୭)
ଦାଦନ ଖଟେ
ଫାନସ୍ ପୁଞ୍ଜିର ବିକ୍ରି
ଦାନରେ ବାତ୍ଯା ।
(8)
ବାତ୍ଯା ସମୁଦ୍ରେ
ଜଳେ, ସ୍ଥଳେ, ଆକାଶେ
ନିର୍ବାକ୍ ମଣିଷ ।
(9)
ମାତାଲ୍'ର ବାତ୍ଯା
ଚିକେନ୍'ର କଷା, ମଦ
କାମାନ୍ଧ ତୃଷ୍ଣା ।
(୧୦)
ଅସହଜ 'କା'
ସ୍ମିତ ହାସ୍ୟରେ ବାତ୍ଯା
ବିଦ୍ଧ ବନ୍ଧୁତ୍ୱ ।
~ ମନୀଷା ମିଶ୍ର
ବରଗଡ଼ (ଓଡ଼ିଶା)
कोई टिप्पणी नहीं:
एक टिप्पणी भेजें