हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

सोमवार, 21 जून 2021

~ "ଶୀତ" ବିଷୟକ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

~ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

~ ହାଇକୁ PROMPT ~

"ଶୀତ"


୧)

ଶୀତ ସକାଳ 

ଲାଗେ ସରଗ ପୁର

ଗାଆଁଟି ମୋର ।


୨)

ପାହାଡୀ ଗାଆଁ 

ଲୁଚି ଯାଏ ସୂରୁଜ 

ଶୀତର ଭୟ ।


୩)

ସଞ୍ଜ ଶରତ

ଭିଜା କାକର ଆଣେ

ଶୀତ ଅପାର ।


୪)

ହେମନ୍ତ ଶୀତ 

ଜହ୍ନ ଆଖିର ଲୁହ 

ଟୋପା କାକର ।


୫)

ଶୀତୁଆ ଖରା

ପ୍ରିୟା ବିନା ହୃଦୟ 

ଜଳୁଛି ପରା ।


୬)

ପ୍ରବଳ ଶୀତ

କୁହୁଡ଼ିର କହର

ଖୋଜେ ସହର ।


୭)

ଶୀତ ପବନ 

ମନକୁ କିଣି ନିଏ

ରବି କିରଣ ।


୮)

ଶୀତ ସକାଳ

କୁହୁଡ଼ି ଦିଏ ଶିକ୍ଷା

ଆଗକୁ ଚାଲ ।


୯)

ଟଗରଫୁଲ 

ଅଭିନନ୍ଦନ କରେ 

ଶୀତ ସକାଳ ।


୧୦)

ପଶିଛି ବାଘ 

ମାଘ ମାସର ଶୀତ

ଥରାଏ ଦେହ ।


~ ପ୍ରଦୀପ କୁମାର ଦାଶ


୧୧)

ଶୀତ କୋଉଠି

ଦାରୁଣ ନିଦାଘରେ

ମାଟି ଫାଟିଛି ।


୧୨)

କଅଁଳି ଶୀତ

ତୃଷାର୍ତ୍ତ ତପୋବନ

ଫାଟୁଛି ଓଠ ।


~ ରାଜେଶ କୁମାର ମୁଣ୍ଡ


୧୩)

ପ୍ରଥମ ଶୀତ 

ମନର  ଉପବନେ 

ଫୁଟିଲା ଫୁଲ ।


୧୪)

ମଧ୍ୟମ  ଶୀତ 

ଆନନ୍ଦର ଲହରୀ 

ଖେଳାଇ ଦେଲା ।


୧୫)

ବିଦାୟ  ଶୀତ 

ଧରାପୃଷ୍ଠରୁ  ମତେ 

ବିଦାୟ  ଦେଲା ।


୧୬)

ଗ୍ରୀଷ୍ମ ରୁ ବର୍ଷା 

ବର୍ଷାରୁ ଶୀତ ମାସ 

ଚାଲିଛି ଖେଳ ।


~ ମୁକ୍ତେଶ୍ଵର  ପଧାନ


୧୭)

ଅଇଲା ଶୀତ

ଦେଖି  ତା'ରୂପ ହସେ

ମନ ବସନ୍ତ ।


୧୮)

ଶୀତ ସକାଳ

ସୁନେଲି ତା'ର ରଙ୍ଗ

ମନ ଆକୁଳ  ।


~ ପ୍ରତିମା ମେହେର


୧୯)

ଋତୁ ସେ' ଶୀତ

ମାଉସୀ'ର ଉପାଧି

ହୋଇଛି ପ୍ରାପ୍ତ ।


୨୦)

ଶୀତ ମାଉସୀ

ଋତୁରାଜ'କୁ ଦେଖି

ପଳାଏ ଖସି । 


~ ଶମ୍ଭୁନାଥ ଦାସ


୨୧)

ଶୀତର୍ ସକାକେ

ମନ୍ ଲାଗ୍ସି ପି' ବାର୍ ଲାଗି

ଲାଲ୍ ଚାହା ଢୁକେ ।


୨୨)

ଶୀତର୍ ଖରା

ଆରାମ୍ ଲାଗ୍ ସି ଦେହେ କେ

ଘରର୍ ବାଟ୍ ତରା ।


~ ଜୟରାମ ସାହୁ


୨୩)

ଶୀତ ସକାଳେ

ଶୁଭ୍ର ଶିଶିର ବିନ୍ଦୁ

ଦିଶ‌ଇ ମୁକ୍ତା ।


୨୪)

ଶୀତ ସନ୍ଧ୍ୟାରେ

ଭରି ଦିଏ ଉଷ୍ମତା

ଗୋଟିଏ କପ୍ ଚା ।


~ ନିବେଦିତା ମହାପାତ୍ର


୨୫)

ଜାଡୁଆ ଶୀତ 

କା ପାଇଁ ପୁଷମାସ 

ନା ସର୍ବନାଶ ।


୨୬)

ତୁଷାରପାତ 

ଓଡିଶା ର କାଶ୍ମୀର 

ଦାରିଙ୍ଗବାଡି ।


୨୭)

ଇଗଲୁ ଘର 

ଶୀତ ଜଣା ପଡ଼େନି 

ଭାରି ଉଷୁମ ।


୨୮)

ଶୀତୁଆ ରାତି 

ଗରମ ରେଜେଇ ରେ 

ନିଘୋଡ଼ ନିଦ ।


୨୯)

ପ୍ରବଳ ଶୀତ 

ବାଣ୍ଟି ଦେବା କମ୍ବଳ 

ଅଭାବୀ ଲୋକ ।


~ ରତ୍ନ ପ୍ରଭା ସିଂ


୩୦)

ଶୀତ ମୋ ମିତ

ସୁନା ଫସଲ କାଟେ

କ୍ଷେତେ କୃଷକ ।


୩୧)

ଶୀତ ଜାଡରେ

ଘୋଡଲାଗି ହୁଅନ୍ତି

ବଡ଼ଠାକୁର ।


~ ବାସନ୍ତୀ ଦେଈ


୩୨)

ଫୁଟପାତର

ପୁଙ୍ଗୁଳା ଦେହ ସହ

ଶୀତର ଯୁଦ୍ଧ ।


୩୩)

କୋଠାଘରର

କାକର ଭିଜା ଗୀତ

ଶୀତର ମିତ ।


~ ଦୀପ୍ତି ମୁଣ୍ଡ


୩୪)

ଶୀତ ସକାଳ

ଗରମ ଗରମ ଚା

ସାଥେ କମ୍ବଳ ।


୩୫)

ସକାଳ ଶୀତ

ନିଆଁ ପୁଇଁବା ମଜା

ସାଥି ସଙ୍ଗୀତ !


୩୬)

ଶୀତ କାକର

ଡରେ ନା ମାଁ ସତେ,ତା

କାମକୁ ତର !


୩୭)

ଶୀତର ମଜା

ଆଈ ସାଥିରେ ଧରି

ଖରାରେ ଅଜା !


୩୮)

ଶୀତ ର ଗୀତ

ହଳ ନଙ୍ଗଳ ଚାଷୀ

ପାଟେ ଶୁଭେ ତ !


~ ଆଶୁତୋଷ ମେହେର


୩୯)

ଶୀତ ପାହାନ୍ତି

ଭିଜାକାକର  ବିନ୍ଦୁ

ମୁକ୍ତାର ଜ୍ଯୋତି ।


୪୦)

ଶୀତ ସକାଳ

କଅଁଳ ଖରାପାଇଁ

ମନ ବ୍ଯାକୁଳ ।


~ ବୈଜୟନ୍ତୀ ସାହୁ


୪୧)

ଶୀତ ଆସଇ 

ଜାତି ଜାତି ଫୁଲରେ

ଧରା ହସଇ ।


୪୨)

ଶୀତ ରାଣୀ ର

ହଳଦୀ ମଖା ମୁହଁ 

ସୋରିଷ କ୍ଷେତ ।


୪୩)

ଶୀତ ପର୍ବର 

ଜଗନ୍ନାଥ  ସଂସ୍କୃତି 

ପହିଲି ଭୋଗ ।


୪୪)

ପୌଷ ସଞ୍ଜର

ହାଡଭଙ୍ଗା ଶୀତରେ

ଉଷୁମ ଚା କପ୍ ।


୪୫)

ଶୀତର  ସ୍ପର୍ଶ 

ଅସହାୟ ରାତ୍ରିରେ 

ଛିଣ୍ଡା କମ୍ବଳ ।


୪୬)

ଶୀତୁଆ ସଂଧ୍ୟା 

ବୁକୁଥରା ସଂଘର୍ଷ 

ଫୁଙ୍ଗୁଳା ଛାତି ।


୪୭)

ଶୀତ ର ଗୀତ 

ରଙ୍ଗୀନ ପ୍ରଜାପତି 

ସୁନେଲି ସ୍ବପ୍ନ ।


୪୮)

ଶୀତ ସୂଚାଏ

ନିରବ ସମର୍ଥନ 

ଜୀବନ ତତ୍ତ୍ବ ।


୪୯)

ପହିଲି ଶୀତ

ଥରାଏ ଦେହ ମନ 

ଧନୀ ଗରିବ ।


୫୦)

ଶୀତ ସ୍ବତନ୍ତ୍ର 

ନିଆରା ଅନୁଭବ 

ଉତ୍ତରାୟଣ ।


୫୧)

ଶୀତ ଭିଜାଏ 

ବିବସ୍ତ୍ର କୁହୁଡିରେ 

ଫୁଟ୍'ପାଥପରେ ।


୫୨)

ଶୀତ ର ସ୍ମୁତି

ପାହାନ୍ତି ଡଙ୍ଗାଭସା  

କାର୍ତ୍ତିକ ବ୍ରତ ।


~ ସମିତା ସ୍ବାଇଁ


୫୩)

ଶୀତ ରଜନୀ 

ଚମ ଧୁଡ଼୍ ଧୁଡ଼୍ ମଣିଷ 

ନିଃସଙ୍ଗ ଏକା ।


୫୪)

ଉଷୁମ କୋଳ 

ସ୍ୱପ୍ନ ବିଭୋର ଶିଶୁ 

ଶୀତୁଆ ରାତି ।


୫୫)

ଶୀତ ପାହାନ୍ତି

ନିଆଁ ପୁଆଁ ଆନନ୍ଦ 

ଗାଆଁ ମଣିଷ ।


୫୬)

ଗାଁ ମୁଣ୍ଡ ବର

ନିଦ୍ରାସକ୍ତ ରଜନୀ 

ପେଚାର ହୁଟ୍ ହୁଟ୍ ।


୫୭)

ସୂରୁଜ ଉଏଁ 

ନାଲି ଚାହାର ବାସ୍ନା 

ଗାଆଁରେ ଶୀତ ।


୫୮)

ରେଜେଇ ତଳ 

ମିଟିମିଟି ଆଖିରେ 

ବେଡ୍'ଟିର ଆଶା ।


୫୯)

କଂକ୍ରିଟ୍ ସହର 

ଚଳ ଚଞ୍ଚଳ ରାତ୍ରୀ

ଶୀତ ଲଜ୍ଜିତ ।


୬୦)

ଶୀତ ପାହାନ୍ତି

ଢିଙ୍କିର ଢକ୍ ଢକ୍ ଶବ୍ଦ 

ପାହାଡ଼ି ଗାଆଁ ।


୬୧)

ଶୀତୁଆ ରାତି 

ସୀମାନ୍ତର ପ୍ରହରୀ 

ସଜାଗ ଦୃଷ୍ଟି ।


୬୨)

ପାହାଡ଼ ପାରେ 

ସୂର୍ଯ୍ୟ ଆଳସ ଭାଙ୍ଗେ 

ଶୀତ ଝାଉଁଳେ ।


~ ରମାକାନ୍ତ ସତପଥି


୬୩)

ଶୀତୁଆ ରାତି 

ନିଷ୍ପ୍ରଭ ଷ୍ଟ୍ରିଟଲାଇଟ୍ 

ନିର୍ଜନ ଗଳି ।


୬୪)

ଶୀତ ପାହାନ୍ତି

ବେପରବାୟ ଚାଷୀ 

ଚଳ ଚଞ୍ଚଳ ।


୬୫)

ଶୀତ ରଜନୀ 

ଭେଲ୍'ଭେଟ୍ ରେଜେଇ କୋଳ 

ଉଷୁମ ସ୍ପର୍ଶ ।


୬୬)

ଶୀତ ସକାଳ 

କୁଜ୍ଝଟିକା ଚାଦର 

ଧରଣୀ ଓଢ଼େ ।


୬୭)

ବାଘୁଆ ଶୀତ 

ହାଡ଼ଭଙ୍ଗା କଷଣ 

ଚତୁର୍ଥାବସ୍ଥା ।


୬୮)

ବିନିଦ୍ର ରାତ୍ରୀ 

ରାସ୍ତାକଡ଼ ଜୀବନ 

ଶୀତର ସ୍ପର୍ଶ ।


୬୯)

ଶୀତୁଆ ରାତି 

ପିଠଉ କଂସାବନ୍ଦି 

ଗୃହିଣୀ ହସ୍ତ ।


୭୦)

ଶୀତ ଆସର 

ପାନ, ପାଣି, ପିଠାର 

ମଗ୍ନ ଦୁନିଆଁ ।


୭୧)

ହଜେ ସରୋଜ 

ପଦ୍ମଦଳ ବିଧ୍ୱଂସ 

ଶୀତ ଶିଶିର ।


୭୨)

ଶ୍ୱାନ, ଶାର୍ଦ୍ଦୁଳ 

ନିସ୍ତବ୍ଧ ଶୀତରାତି 

ବିକଟ ରଡ଼ି ।


~ ମନୀଷା ମିଶ୍ର


୭୩)

ପଖାଲ୍ ଆର୍ ଝୁରି 

ଲାଲ୍ ଚାହା ସାଙ୍ଗେ ମୁର୍'ହି 

ମାଘ୍ ମାସର୍ ଜାଢ଼୍ ।


୭୪)

ଶୀତର୍ ପାହାଁତି 

ଗାଆଁ ମୁଡ଼ର୍ କେଉଁଟେନ୍ 

ଢ଼େଁକି କୁଟେ ଧାନ୍ ।


~ ମନୀଷା ମିଶ୍ର


୭୫)

ଶୀତର ରାତି

କାହାକୁ ଆଣେ ସୁଖ

କାହାକୁ ଭୀତି ।


୭୬)

ଶୀତ ସକାଳ

କଅଁଳିଆ ଖରାଟି

ଲାଗେ କୋମଳ ।


~ ସୁଧୀର କୁମାର ପଣ୍ଡା


୭୭)

ଶୀତ ଋତୁରେ

ଉଷ୍ମଜଳର ପାନ

ସୁସ୍ଥ ଶରୀର ।

 

୭୮)

ଶୀତ ଋତୁ ଟି

ପିକନିକ ରେ ମନ 

ପ୍ରଫୁଲ୍ଲ ଅତି ।


୭୯)

ମୁଣ୍ଡରେ ଠେକା

ନାହିଁ ଶୀତ ଚାଷୀ କୁ

ଫୁଙ୍ଗୁଳା  ଦେହ ।

 

୮୦)

ଭାରି ଜାଡରେ

ଘରୁ ପଳାଇଗଲେ

ଭାରିଜା ଡରେ ।


~ ବାସନ୍ତୀ ଦେଈ


୮୧)

ଶୀତ ସମୟ

ଭ୍ରମଣେ ବଳେ ମନ

ଅଣ୍ଟେନା ଦିନ ।


୮୨)

ଶୀତ ସକାଳ

ଜଳାନ୍ତି ପିଲେ ନିଆଁ 

ଗପରେ ମଜା ।


୮୩)

ଶୀତ ସମୟ

ବୟସ୍କ ପାଏ ଦୁଃଖ

ଜାଡ଼ରେ ଥରେ ।


୮୪)

ଶୀତ ଋତୁରେ

କୃଷକ ହୁଏ ଖୁସି

ଫସଲ ଦେଖି ।


~ ରଞ୍ଜନ ଜେନା


୮୫)

ଶୀତ ସକାଳ

ରଙ୍ଗ ରେ ଭରପୁର

କୁହୁଡ଼ି ଗୀତ


୮୬)

ମୁକ୍ତା ର ବିନ୍ଦୁ

ଢଳ ଢଳ ଶୀତ ରେ

ଜୀବନ ସମ ।


~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ


୮୭)

ରଜନୀ ଶୀତ 

ଅଙ୍ଗେ ବସ୍ତ୍ର ନଥିଲେ 

ଥଣ୍ଡା ବହୁତ ।


୮୮)

ସକାଳ ଶୀତ 

କଅଁଳିଆ ଖରାଟା 

ଲାଗିବ ହିତ ।


~ ସନ୍ତୋଷ କୁମାର ସାହୁ


୮୯)

ଶୀତ ଆସିଛି

କୁହୁଡି କାକର ରେ

ଧରା ପୃଷ୍ଠରେ ।


୯୦)

ଶୀତ ସକାଳ

ଗାଆଁ ଦାଣ୍ଡର ଦୃଶ୍ୟ

ନିଆଁ ପୁଆଁରେ ।


୯୧)

ଶିଶିର ବିନ୍ଦୁ

ଟୋପି ଟୋପି ଝରଇ

ଚନ୍ଦ୍ରିକା ତୋଳି ।


୯୨)

ପ୍ରକୃତି ରାଣୀ

ଶୋଭାର ପସରା ରେ

ଶୀତ ଆସନ୍ତେ ।


୯୩)

ପଲ୍ଲୀରେ ଶୀତ

ଆବାଳ ବୃଦ୍ଧ ସର୍ବେ

ସ୍ପର୍ଶ କାତର ।


୯୪)

ରଜନୀ ଲମ୍ବା

ଦିବସ କ୍ଷୁଦ୍ର ହୁଏ

ଶୀତ କାଳରେ ।


୯୫)

ପ୍ରାତଃ କାଳରେ

ବିଳମ୍ବ ସୂର୍ଯ୍ୟୋଦୟ

ଶୀତ ଋତୁରେ ।


୯୬)

ପାଦପ ଲତା

ଶୀତ ରେ କୁଜ୍ଝଟିକା

ପାଣ୍ଡୁର ବର୍ଣ୍ଣ ।


୯୭)

ଶୀତ କାଳୀନ

ଏକାନ୍ତ ଶାନ୍ତରୂପ

ପଲ୍ଲୀ ପ୍ରଭାତ ।


୯୮)

ପ୍ରକୃତି ରାଣୀ

ଶିଶିରସ୍ନାତ ଦୃଶ୍ୟ

ଶୀତ ବସ୍ତ୍ରରେ ।


୯୯)

ପ୍ରଫୁଲ ଚିତ୍ତେ

ଶୀତ ସକାଳେ ଚଷା

ଚଞ୍ଚଳ ଭାରି ।


୧୦୦)

ପଉଷ ଶୀତ

ହଳଦୀ ଗୁରୁଗୁରୁ

ସୋରିଷ କ୍ଷେତ ।


୧୦୧)

କଅଁଳ ଆଭା

ଶୀତର ସକାଳରେ

ବାଳୁତ ସୂର୍ଯ୍ୟ ।


୧୦୨)

ଶୀତ ସକାଳ

କଅଁଳ ବାଛୁରୀ ସେ

ଦାଣ୍ଡରେ ଦୌଡେ ।


୧୦୩)

ଫୁଙ୍ଗୁଳା ଶିଶୁ

ଭରା ଶୀତରେ ଧାଏଁ

ବାଛୁରୀ ପଛେ ।


୧୦୪)

ଶୀତ ସକାଳ

ନିଆଁ ପୁଆଁର ମଜା

ଦାଣ୍ଡ ମଝିରେ ।


୧୦୫)

ଦାଣ୍ଡ ପିଣ୍ଡାରେ

ଗପସପ ଆସର

ଭରା ଜାଡରେ ।


୧୦୬)

ପଲ୍ଲୀ ବଧୂଟି

ବୁକୁ ଥରା ଶୀତରେ

ପୋଖରୀ ତୁଠେ ।


୧୦୭)

ଶିବ ମନ୍ଦିରେ

ପୂଜାରୀ ଓଁକାର ସେ

ଶୀତ ପ୍ରଭାତେ ।


୧୦୮)

ଉପବନରେ

ରଙ୍ଗୀନ ପ୍ରଜାପତି

ଶୀତ ସକାଳେ ।


୧୦୯)

ସୋରିଷ ଫୁଲ

ଶୀତୁଆ ସୂର୍ଯ୍ୟ ରଶ୍ମୀ

ସ୍ନିଗ୍ଧ ମଞ୍ଜୁଳ ।


୧୧୦)

ଶୀତ ମଧ୍ୟାହ୍ନ

ପ୍ରଚଣ୍ଡ ସୂର୍ଯ୍ୟ ରଶ୍ମୀ

ଚାଷୀର ହିତ ।


୧୧୧)

ଶୀତରେ ଚାଷୀ

ଫସଲ କାଟଇ ସେ

ପ୍ରହୃଷ୍ଟ ଚିତ୍ତେ ।


୧୧୨)

ପଖାଳ କଂସା

ଚାଷୀ ଘରଣୀ ଦେଖ

କ୍ଷେତ ମୁଣ୍ଡରେ ।


୧୧୩)

ଗୋଧୂଳି ଦୃଶ୍ୟ

ଧେନୁ ପଲ ଫେରନ୍ତି

ଧୂଳି ଉଡାଇ ।


୧୧୪)

ଶୀତରେ ପଲ୍ଲୀ

ଭଗବତ ଟୁଙ୍ଗୀରେ

ଖଞ୍ଜଣୀ ମାଡ ।


୧୧୫)

ଶୀତର ପର୍ବ

ରସବନ୍ତ ଉନ୍ମାଦ

ଗାଆଁ ସହରେ ।


୧୧୬)

ପ୍ରଥମାଷ୍ଟମୀ

ଶୀତେ ହଳଦୀ ପିଠା

ଷଠୀ ପୂଜନ ।


୧୧୭)

ଦରିଦ୍ର ଲୋକ

ଶୀତେ ହିନସ୍ତା ଭାରି

ଛିଣ୍ଡା କନ୍ଥାରେ ।


୧୧୮)

ଶୀତ ଟି ମିତ

ମୃଦୁ ମଳୟ ସେତ

କରେ ସ୍ୱାଗତ ।


୧୧୯)

ବୃଦ୍ଧ ବୃଦ୍ଧା ରେ

ଶଯ୍ୟାଶାୟୀ ହୁଅନ୍ତି

ପ୍ରବଳ ଶୀତେ ।


~ ଦମୟନ୍ତୀ ରଥ

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH