हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

रविवार, 20 जून 2021

~ "ଆକାଶ" ବିଷୟକ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

~ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

~ ହାଇକୁ PROMPT ~

"ଆକାଶ"


୧)

ନାଲି ସୂରୁଜ

ଆକାଶର କପାଳେ

ଶୋଭା ତିଳକ ।


୨)

ନୀଳ ଆକାଶ 

କାଶତଣ୍ଡୀ ଧରିଛି 

ଧବଳ ବେଶ ।


୩)

ମୁକ୍ତ ଆକାଶ

ତଥାପି ହୃଦୟରେ 

ଅନେକ କୋହ ।


~ ପ୍ରଦୀପ କୁମାର ଦାଶ


୪)

ଆକାଶେ ତାରା

ଅନ୍ଧାର ରଜନୀରେ

କେଡ଼େ ନିଆରା ।


୫)

ନୀଳ ଆକାଶ

ଅନାଇଲେ ମନରେ

ଖୁସି ପ୍ରକାଶ ।


~ ଜୟରାମ ସାହୁ


୬)

ଆକାଶ ଠୁଁ ବଡ଼ (୬)

ଚଳନ୍ତି ଠାକୁର ମୋ

ପିତୃ ଦେବତା ।


୭)

ଆକାଶେ ସୂର୍ଯ୍ୟ

ଆଲୋକିତ କରଇ

ସକଳ ଧରା ।


୮)

ଆକାଶେ  ମେଘ

ନୃତ୍ୟରତା ମୟୂରୀ

ବରଷା ଛିଟା ।


୯)

ଆକାଶ ବକ୍ଷ

ସୁଶୀତଳ ଚନ୍ଦ୍ରମା

ଢାଳେ ଜୋଛନା ।


୧୦)

ଆକାଶେ ତାରା

ମିଞ୍ଜି ମିଞ୍ଜି ଆଲୋକ

ଅତି ଉଜ୍ଜ୍ବଳ।


~ ବାସନ୍ତୀ ଦେଈ ଖୋର୍ଦ୍ଧା


୧୧)

ଆକାଶ ରଙ୍ଗ

ମାଖିଦେଲେ ତୁମେଗୋ

ନିଦ ମୋ ଭାଙ୍ଗ ।


୧୨)

ମୁକ୍ତ ଆକାଶେ

ଉଡ଼ି ଗଲେ ବିହଙ୍ଗ

ବାଦଲ ହସେ ।


୧୩)

ନୀଳ ଆକାଶ

କହେ ଗୁପତ କଥା

ଶୁଣିବ ଆସ ।


~ ପ୍ରତିମା ମେହେର


୧୪)

ଆକାଶ କୁହେ

ପୃଥିବୀ କାନ ଡେରେ

ଝରଣା ଝରେ ।


୧୫)

ତାରା ମେଳରେ

ଖୁସିରେ  ହସେ ଜହ୍ନ

ନୀଳ ଆକାଶେ ।


~ ଡମ୍ବରୁଧର ବାଗ 


୧୬)

ପୃଥିବୀ ମୋର

ଆକାଶ ଛାତ ତଳେ

ଗୋଟିଏ ଘର ।


୧୭)

ନୀଳ ଆକାଶ

ଅନନ୍ତ ପରାଭବ

ମହା ବିଶ୍ବାସ ।


୧୮)

ଦିଗବଳୟେ

ଆକାଶ ଖୋଜିନିଏ

ସମୁଦ୍ରଟିଏ ।


~ ସୁଧୀର କୁମାର ପଣ୍ଡା


୧୯)

ପୂର୍ବ ଆକାଶ 

ରକ୍ତିମ ବାଳାରୁଣ 

ପ୍ରାଣ ସଂଚାର ।


୨୦)

ଚିଲିକା ମାଛ 

ଆକାଶର କଇଁଆ

ଅଳିକ ସ୍ୱପ୍ନ ।


୨୧)

ଚଇତି ଧୂମ 

ଆକାଶେ ମେଘ ଭ୍ରମ 

ମଳିନ ଖରା ।


୨୨)

ନଭ ଚାନ୍ଦୁଆ 

ବିଛୁରିତ ତାରକ

ହୀରକ ପ୍ରାୟ ।


୨୩)

ସନ୍ଧ୍ୟା ଆକାଶ 

ଅର୍ଦ୍ଧନାରୀର ରୂପ 

ପ୍ରାଚୀ ପ୍ରତୀଚୀ ।


୨୪)

ଆକାଶ ବକ୍ଷ 

ଧୂମକେତୁ ଉଦ୍ରେକ 

ଅଜଣା ଭୀତି ।


୨୫)

ସ୍ୱଚ୍ଛ ଆକାଶ 

ସୃଷ୍ଟି ସୌରଜଗତ

ଆକାଶ ଗଙ୍ଗା ।


୨୬)

ଆକାଶ ମଲ୍ଳୀ 

କାର୍ତ୍ତିକ ଅମାବାସ୍ୟା 

କି ମନୋହର ।


୨୭)

ଆକାଶ ଦୀପ 

ହବିଶାଳୀର ଆଶା 

ବର୍ଷକ ସ୍ୱପ୍ନ ।


୨୮)

ଆକାଶବାଣୀ 

କଂଶ ମନରେ ଭୀତି 

ବିଜୁଳି କନ୍ୟା ।


~  ରମାକାନ୍ତ ସତପଥି


୨୯)

ଅନ୍ଧାରୀ ନଭେ

ସୁନ୍ଦର ତୋଫା ଜହ୍ନ

ପାହାଡ଼ ହସେ ।


୩୦)

ଆକାଶୀ କନ୍ୟା

ଉଜ୍ଜ୍ୱଳ ମୁଖ ତା'ର

ମେଘ ପଣତ ।


~ ରାଜେଶ କୁମାର ମୁଣ୍ଡ


୩୧)

ଆକାଶ ଡାକ 

ସ୍ୱର୍ଗୀୟ ପ୍ରେମ ଧାରା 

ଉର୍ବଶୀ ଛନ୍ଦ ।


୩୨)

ଉତ୍'ଥିତ ମଥା 

ଅଟ୍ଟାଳିକାର ହସ 

ଗଗନ ଚୁମ୍ବେ ।


୩୩)

କୁଆଁରୀ ମନ 

ଆକାଶଭରା ସ୍ୱପ୍ନ 

ନୀଳ ନୟନ ।


୩୪)

ସମୁଦ୍ର ଢେଉ 

ଆକାଶରେ କୁଳିଶ 

ପ୍ରେମର ଫଲ୍ଗୁ ।


୩୫)

ଚୋରା ପୀରତି 

ଆକାଶେ ଇନ୍ଦ୍ରଧନୁ 

ସୁନେଲି ସ୍ୱପ୍ନ ।


୩୬)

ଉଷା କାକଳୀ 

ଆକାଶ ବାତ୍ଯାୟନ 

ସୂର୍ଯ୍ୟ ଉହୁଙ୍କେ ।


୩୭)

ଗଗନ ଚୁମ୍ବୀ

ହିମାଦ୍ରୀ ଶିଖବାସୀ 

ଦିଗମ୍ବର ସେ ।


୩୮)

ଶରଦାକାଶ 

ଧରା ଅବତରଣ 

ମା, ଦିଗମ୍ବରୀ ।


୩୯)

ଦିକ୍ ଦିକ୍ ଖଦ୍ୟୋତ 

ତମସାଛନ୍ନ ନଭ

ଡାହାଣୀ ଭ୍ରମ ।


୪୦)

ମନ ଆକାଶ 

ଅଦମ୍ୟ ଉଦ୍ଦାମତା 

ଗିରି ଲଂଘନ ।


~ ମନୀଷା ମିଶ୍ର


୪୧)

ସୁଖା ଖଡ୍'ଖଡା 

ଆକାଶ୍ ଦେଖ କେନ୍ତା ଖୋ 

ଖାଲି ଗର୍ଜୁଛେ ।


୪୨)

ଗର୍ଜିଲା ମେଘ୍ ତ

ଚୁଛାଟା ଖାଲି ଆବାଜ୍ 

ବର୍ଷୁନ ଦେଖ୍'ମା ।


~ ଉତ୍ତମ ହୋତା 


୪୩)

ଆକାଶ ମୁହାଁ

ଅସହାୟ ମଣିଷ 

ଜଳ ବିହୁନେ ।


୪୪)

ସାଗର ମୁହାଁ 

ସୀମାହୀନ ଆକାଶ 

ଆଶା ଓ ସ୍ୱପ୍ନ ।


~ ନନ୍ଦିନୀ ଶତପଥୀ 


୪୫)

ଖରା ଯାଉଛେ 

ବର୍ଷା କେଭେ ଆଏବା 

ଚାଷୀ ଭାଲୁଛେ ।


୪୬)

ଆକାଶ୍ ଛୁଆଁ ଦାମ୍ 

ହିଆ ହାରି ଦେବ ଗୋ 

ବାପ୍'ରେ ଯେନ୍ ବଜାର୍ ।


~ ଆର. ବରସାନା ନନ୍ଦିନୀ


୪୭)

ନୀଳ ଆକାଶ

ତା ଆଗେ ଧରା ସୃଷ୍ଟି

ସବୁରି ସାକ୍ଷୀ ।


୪୮)

ଆକାଶ ଦୀପ

କରେନା ଦୁର ମସୀ

ବଞ୍ଚାଏ ଆଶା ।


୪୯)

ଆକାଶ ଶୋଭା

ବଦଳେ ଋତୁ ସାଥେ

ଲିଭେନା ନୀଳ ।


~ ରଞ୍ଜନ ଜେନା 


୫୦)

ନୀଳ ଆକାଶ

ଅନନ୍ତ ଆସୀମ  ସେ

ବିଭୂ ପ୍ରକାଶ ।


୫୧)

ଆକାଶେ ମେଘ

ଧଳା ଫେନୀଳ ବର୍ଣ୍ଣ 

ଶୁଦ୍ଧ ପ୍ରକାଶ ।


୫୨)

ଆକାଶ  ଛାଇ

ଧରିତ୍ରୀ କୋଳ ଭରା

ସବୁଜ ଭୂଇଁ ।


୫୩)

ଚକ୍ରବାଳ ରେ

ଆକାଶ ପୃଥୀ ଛନ୍ଦା

ପ୍ରେମ ଫାଶରେ ।


~  ଆଶୁତୋଷ ମେହେର


୫୪)

ଆକାଶ ଠାରୁ

ଯିଏ ଅଧିକ ଉଚ୍ଚ

ସେ' ପିତୃଦେବ ।


୫୫)

ଆକାଶ ନାମେ

ଏକ ରଂଗର ନାମ

ଆକାଶୀ ଅଟେ ।


୫୬)

ଆକାଶ ମାର୍ଗ

ଚାଲେ ଉଡ଼ାଜାହାଜ

ବହୁତ ତୀବ୍ର ।


୫୭)

ଆକାଶ ଶୋଭା

ଇନ୍ଦ୍ରଧନୁ ରଙ୍ଗରେ

ଚମକ ପ୍ରଭା ।


୫୮)

ନୁହଁଇ ତୁଛ

କଥା ଆକାଶ କୟାଁ

ଚିଲିକା ମାଛ ।


~ ଶମ୍ଭୁନାଥ ଦାସ 


୫୯)

ମନ ଆକାଶ 

ପଲ୍ଲବିତ ବନାନୀ 

ଗୋଧୂଳି ଲଗ୍ନ ।


୬୦)

ଧନ୍ଯ  ଆକାଶ 

ସୂର୍ଯ୍ୟ, ଚନ୍ଦ୍ର ଓ ତାରା 

ପ୍ରଶାନ୍ତ ରୂପ ।


୬୧)

ଭରା ନୀଳିମା 

ଭୂମି ରୁ ଭୂମାଯାଏ 

ଅପୂର୍ବ ଆଭା ।


୬୨)

ନୀଳ ଆକାଶ 

ଉଦାର କଳେବର

ଅନନ୍ତ ସତ୍ତା ।


୬୩)

ସବୁଠୁ ଉର୍ଦ୍ଧ୍ବ 

ମୂକ ସାକ୍ଷୀ ଆକାଶ 

ନିରବ ଦ୍ରଷ୍ଟା ।


୬୪)

ଜୀବନେ ଶିକ୍ଷା 

ମହନୀୟ ଆକାଶ 

ବିନ୍ଦୁରୁ ସିନ୍ଧୁ ।


୬୫)

ବିସ୍ତୃତ ବକ୍ଷ

ସୀମାହିନ ଆକାଶ 

ଗମ୍ଭୀର ଭାବ ।


୬୬)

ଦୂର ଆକାଶ 

ସ୍ବର୍ଗୀୟ ପ୍ରୀତି ସୁଧା 

ନିସ୍ତବ୍ଧ ରାତ୍ରି ।


୬୭)

ଚିଲିକା ମାଛ 

ଆକାଶେ ପକ୍ଷୀ ଉଡେ

ସୃଷ୍ଟିର ଚିତ୍ର ।


୬୮)

ଶୂନ୍ୟ ଆକାଶ   

କଳଙ୍କିତ ଅନ୍ଧାର 

ଲୁହର ନଈ ।


~ ସମିତା ସ୍ବାଇଁ


୬୯)

ଧାରା ସରାବନ୍ 

ଆକାଶେ ନାଇନ ମେଘ୍ 

ଚାଷୀ ମୁଣ୍ଡେ ହାତ୍ ।


୭୦)

ମୁଡ଼ା, କଁଟା ଠୋ 

ଆକାଶୁଁ ଜୁଏର୍ ବର୍'ଷା 

ଗଛ୍ ପତର୍ କାନ୍ଦେ ।


~ ମନୀଷା ମିଶ୍ର


୭୧)

ଆକାଶ ଶାନ୍ତ 

କଳା ବାଦଲ ଘେରି 

କରେ ଅଶାନ୍ତ ।


୭୨)

ପିତୃ ଆଶିଷ 

ଉଚ୍ଚ ଆକାଶ ସମ

ଅପରିସମ ।


୭୩)

ଜଗତ ପ୍ରଭୁ

ସେ ଅନନ୍ତ ଅବ୍ୟକ୍ତ 

ଆକାଶ ତୁଲ୍ୟ ।


~ ରତ୍ନ ପ୍ରଭା ସିଂ


୭୪)

ଆକାଶ ଝୁରେ

ପଞ୍ଜୁରୀ ବନ୍ଧା ପକ୍ଷୀ

ଜିଏଁ ଓ ମରେ ।


୭୫)

ଜୀବ କଅଁଳେ

ଆକାଶ ଓ ମାଟିର

ଭାବର କୋଳେ ।


~ ଦୀପ୍ତି ମୁଣ୍ଡ


୭୬) 

ମନ ଆକାଶ

ରଙ୍ଗୀନ଼ ହେଇ ଯାଏ

ମିଳିଲେ ସାଂଗ ।


୭୭) 

ବାପା ଆକାଶ

ଜୀବନର ବାଟରେ

ସଦା ଆଶିଷ ।


~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH