हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

गुरुवार, 17 जून 2021

~•~ "ସ୍ୱାଦ" ଜନିତ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~•~

~ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

~ ହାଇକୁ PROMPT ~

"ସ୍ୱାଦ ଜନ୍ୟ ହାଇକୁ"


୧)

ମିଠା ଝଗଡ଼ା 

ମାଆ କୋଳରେ ମୁଣ୍ଡ 

ସ୍ନେହ ଅବଢା ।


୨)

ଳୁହର ଧାର

ଏ ତ ଲୁଣି ସାଗର

ଭାସେ ସଂସାର ।


~ ପ୍ରଦୀପ କୁମାର ଦାଶ


୩)

ମରିଚ ନାଲି

ଚୋବି ଖାଇ ଦେଲ କି

ରାଗ ହାବେଳୀ ।


୪)

ମାଁ ର ଆକଟ

ମିଠା ରାଗ ଖଟା, ସେ

ଦେଖାଏ ବାଟ ।


୫)

ରସ ର ଗୋଲା

ସେ ମିଠା ଖାଇବାକୁ 

ପାଟି ଟା ମେଲା ।


୬)

ପ୍ରେମ ର ସ୍ବାଦ

ବେଶୀ ଚାଖି ବନି, ଯେ

ପଡେ ବିପଦ ।


~ ଆଶୁତୋଷ ମେହେର


୭)

ରାଧିକା ମାଇଁ

ଖଟା ହେଲା ଦହି, ସେ

କହ୍ନେଇ ପାଇଁ ।


୮)

ଗୋପ ଲଳନା

ଶିକାରେ ମିଠା ଦହି

କାହ୍ନାକୁ ଅନା ।


୯)

ମିଠା କଥାରେ

ମନ କିଣି ହୁଅଇ

ସବୁ ସ୍ଥାନରେ ।


୧୦)

କଲରା ପିତା

ପାଟିକୁ ଅରୁଚି ତ

ଦେହକୁ ହିତ ।


୧୧)

ମଧୁକ୍ଷିକା

ଫୁଲ ରୁ ଫୁଲ ଉଡି

ସଞ୍ଚଇ ମଧୁ ।


୧୨)

ସମୁଦ୍ର ଜଳ

ପାନୀୟ ପାଇଁ ନୁହେଁ

ଲୁଣିଆ ଅତି ।


୧୩)

ଅଂଶୁପା ହ୍ରଦ

ଚତୁଃପାର୍ଶ୍ଵ ଆବଦ୍ଧ

ମଧୁର ଜଳ ।


୧୪)

ପକ୍ଷୀବିହାର

ଲାସ୍ୟମୟୀ ଚିଲିକା

ଲୁଣିଆ ଜଳ ।


୧୫)

ଗୋଲାପ ଫୁଲ

ମଧୁମୟ ସୃଷ୍ଟିର

ଦିବ୍ୟ ସୁଗନ୍ଧ ।


୧୬)

ମଧୁମେହ ରେ

ମିଠା ଖାଇବା କ୍ଷତି

ସଦା ସତର୍କ ।


~ ବାସନ୍ତୀ ଦେଈ


୧୭)

ଆମ୍ବୁଲ କଟା

ପାଟିରେ ବାଜିଗଲେ

ଲାଗଇ ଖଟା ।


୧୮)

ଖାଦ୍ୟେ ଲବଣ

ସମ ଭାବରେ ଥିଲେ

ସୁଆଦ  ଜାଣ ।


~ ସୁଧୀର କୁମାର ପଣ୍ଡା


୧୯)

ଲାଗ‌ଇ ମିଠା 

ବିହଙ୍ଗମ କାକଳି

ଶୁଣିଲେ କର୍ଣ୍ଣେ ।


୨୦)

ହୃଦୟେ ଭରେ

ପରମାନନ୍ଦ ସଦା

ମିଠା ବଚନ।


~ ନିବେଦିତା ମହାପାତ୍ର


୨୧)

ମିଠା ସମ୍ପର୍କ

ନିଆରା ଅନୁଭବ 

ଅତୁଟ ଭାବ ।


୨୨)

କଲରା ପିତା

ଦେହକୁ ହିତଭାରି 

ପଢିବା ଗୀତା ।


୨୩)

ହାଣ୍ଡିକ ଦହି

ଖଟାସେ 'ହୋଇଗଲା  

କହ୍ନେଇ ପାଇଁ ।


୨୪)

ଲୁଣି ସମୁଦ୍ର 

ତରଙ୍ଗାୟିତ ଢେଉ

ବିଶାଳ ବକ୍ଷ ।


୨୫)

ଖରା ଦିନରେ

ଖଟା ଲେମ୍ବୁ ର ପାଣି

ସୁସ୍ଥ ଶରୀର ।


୨୬)

ଅଧିକ ମିଠା 

ଦେହ ପାଇଁ ଅହିତ 

ଖାଇବା ମନା ।


୨୭)

ଲୁଣ ପାଣିରେ

ତଣ୍ଟି ଦରଜ କମେ

କୁଳି କରିଲେ ।


୨୮)

ଖଟା ଆମ୍ବଟା 

ଉପଯୁକ୍ତ ଅଟଇ 

ଆଚାର ପାଇଁ ।


୨୯)

ଲଡୁର ମିଠା

କଞ୍ଚା ଆମ୍ବର ଖଟା 

ଲଙ୍କାର ରାଗ ।


୩୦)

ଔଷଧ ପିତା

ରୋଗ ହେଲେ ଲୋଡାସେ'

ରୋଗୀଙ୍କ ପାଇଁ ।


~ ସମିତା ସ୍ବାଇଁ


୩୧)

କରୋନା ଜ୍ବର

ସ୍ବାଦ ହଜାଇ ଦିଏ

ରୋଗୀ ପାଟିର ।


୩୨)

ଅଙ୍ଗୁର ମିଠା

ପାଇଲେ ନାହିଁ କହେ

ଶୃଗାଳ ଖଟା । 


୩୨)

କହି ତୋଷିବ

ପ୍ରାଣୀ ମନ ଅମୃତ

ମିଠା ବଚନ ।


୩୩)

ଜିହ୍ୱା ଲାଳସା

ପୂରଣ କରିବାକୁ

ପ୍ରାଣୀଙ୍କ ଆଶା ।


୩୪)

ମାଛର ଝୋଳ

ସ୍ବାଦ ବଢିଆ ଯେବେ

ମିଶେ ଆମ୍ବୁଳ ।


୩୫)

ମାଆର କ୍ଷୀର

ଶିଶୁପାଇଁ ଅମୃତ

ସ୍ବାଦ ମଧୁର ।


~ ଜୟରାମ ସାହୁ


୩୬)

ଆକାଶ ନଏ

ପ୍ରୀତିର ମଧୁ ଝରେ

ଜୀବନ ଜିଏ ।


୩୭)

ଦୁଇ ପାହାଡ଼

ମଝିରେ ମଧୁ ଧାର

ଜନ୍ଦା ଲାଗିଛି ।


~ ରାଜେଶ କୁମାର ମୁଣ୍ଡ


୩୮)

ସ୍ବାଦ ପାଇଁ କି

ନିତି ଲୋଡା ଦରବ

କୁହ କାହିଁକି ?


୩୯)

ମହୁ ତ ମିଠା

ଦୁଃଖ ଭରା ଜୀବନ

ସ୍ବାଦ ଟା ଖଟା ।


~ ଡମ୍ବରୁଧର ବାଗ


୪୦)

ସ୍ୱାଦ ମୁକୁଳ

ବିଭିନ୍ନ ସ୍ୱାଦ ବାରେ

ଜିହ୍ୱାରେ ଥାଏ ।


୪୧)

ଉତ୍କଟ ପିତା

ରୁଚି ବିଗାଡି ଦିଏ 

କରଇ ହିତ ।


୪୨)

ମଧୁର ଚିନି

ପିମ୍ପୁଡିଙ୍କର ପ୍ରିୟ

ନିଅନ୍ତି ବୋହି ।


୪୩)

ମଧୁର କଥା

ମନକୁ କରେ ମିଠା

ନପଡେ଼ ଟଙ୍କା ।


୪୪)

ରାଗ ମରିଚ 

ନଥାଏ କାର ରୁଚି

ଖାଏ କେ ଆଗ ।


~ ରଞ୍ଜନ ଜେନା


୪୫)

ମିଠା ସପନ 

ଦେଖି ହୁଏ ମନଟା 

ଭାରି ଉଚ୍ଛନ ।


୪୬)

ମାଆର କୋଳ 

ଅମୃତ ତଟିନୀର 

ମଧୁର ଜଳ ।


୪୭)

କଲରା ପିତା 

ପ୍ରତିଦିନ ଖାଇଲେ 

ଦେହକୁ ହିତା ।


~ ସନ୍ତୋଷ କୁମାର ସାହୁ


୪୮)

କଲରା  ପିତା 

ସ୍ୱାଦ  ନୁହେଁ  ସିନା ସେ 

ଦେହକୁ ହିତା ।


୪୯)

ସବୁ  ତିଅଣ 

ବିନା ଲୁଣରେ  ସ୍ୱାଦ 

ନାହିଁ ସେ  ଜାଣ ।


୫୦)

ଗୀତାର ସ୍ୱାଦ 

ସଦା ଅମୃତମୟ 

କହିଛି ବେଦ ।


୫୧)

ପେଟ  ପୁରଇ 

ମିଠା କଥା ଯିଏ ବି 

କହି ଦିଅଇ ।


~ ମୁକ୍ତେଶ୍ଵର  ପଧାନ 


୫୨)

ତିକ୍ତ ଏ ସ୍ୱାଦ

ବଢ଼ି ବଢ଼ି ଯାଉଛି

ଘନିଷ୍ଠତାର ।


୫୩)

କଷ୍ଟ ହେଲାଣି

ଜୀବନ ଟେ ଜିଇଁବା

ବିନା ସ୍ୱାଦରେ ?


~ ରାଜେଶ କୁମାର ମୁଣ୍ଡ


୫୪) 

ଭିନ୍ନ ସ୍ୱାଦ ର

ସାହିତ୍ୟ ର ଧାରା ଟି

ମନ କୁ ଛୁଏଁ ।


୫୫)

ମିଠା କଥା ରେ

ଜୀବନେ ସ୍ୱାଦ ପୁରେ

ସ୍ୱପ୍ନ ଛୁଆଁ ରେ ।


~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ


୫୬)

ଗୁର୍'ର ଲାଭ ଚାଣ୍ଟି 

ଡଣ୍ଡ୍'ର ପଏସା ଧୂପେ

ଇଟା ସଂସାର୍ ରୀତ୍ ।


୫୭)

ତଲ୍ ଉପର୍ ବର୍'ଡ଼ା 

ମଧୁର୍ କେ କିର୍'ହା ଖାଏ 

ନି ଦେଖ୍'ଲେ ଝୁଁଟ୍'ବା ।


~ ମନୀଷା ମିଶ୍ର 


୫୮)

ତିକ୍ତ କଷାୟ

ସାଂସାରିକ ବନ୍ଧନ

ନିଶ୍ଚଳ ତପି ।


୫୯)

ସୁଖ ଓ ଦୁଃଖ 

ତେଲ, ଲୁଣ ସଂସାର 

ପାପ ଓ ପୂଣ୍ୟ ।


୬୦)

ସଂପର୍କ ପିତା 

ଅହମିକାରେ ଅନ୍ଧ 

ବଡ଼ ପଣିଆ ।


୬୧)

ମହୁଆ ନିଶା 

ଭ୍ରମରର ଗୁଞ୍ଜନ 

ସୁମିଷ୍ଟ ରେଣୁ ।


୬୨)

ପୋଡ଼ା ତିଅଣ 

ମାଧୁର୍ଯ୍ୟର ଅଭାବ 

ଆତ୍ମିୟତାର ।


୬୩)

ପିମ୍ପୁଡ଼ି ପ୍ରାୟ 

ମିଷ୍ଟାନ୍ନ ଅଭିପ୍ରାୟ 

ଅଭାବେ ଦୂର ।


୬୪)

ଅଲଣା ଲୁଣା 

ଭାବ, ପ୍ରେମ ଅଭାବ 

ନିରହଙ୍କାର ।


୬୫)

ବୋହୂ ତରକା 

ଅଲଣା ମୁଖେ ଲୁଣ 

ଶାଶୁ ଭେଳିକି ।


୬୬)

ଗୁଡ଼, ତେନ୍ତୁଳି 

ସପ୍ରେମ ଫେଣ୍ଟା ଫେଣ୍ଟି 

ମଧୁର ସ୍ୱାଦ ।


୬୭)

ଲଙ୍କାର ରାଗ 

ପିତା ଅନୁଶାସନ 

ହିତ ଭବିଷ୍ୟ ।


~ ରମାକାନ୍ତ ସତପଥି


୬୮)

ରାଗୁଆ ଲଙ୍କା 

ପାଟି ଜଳିଯାଏ ଯେ 

ଥରେ ଖାଇଛି ।


୬୯)

ପାଟି କୁ ମିଠା 

ପାହାଳ ରସଗୋଲା 

ଭାରି ପ୍ରସିଦ୍ଧ ।


~ ରତ୍ନ ପ୍ରଭା ସିଂ


୭୦)

ଲୁଣି ସାଗର

ହୃଦୟେ ଭରିଦିଏ

ସ୍ମୃତି ମଧୁର ।


୭୧)

ଭାଇ ଭଉଣୀ

କଳି, କଜିଆ, ଗେଲ

ସ୍ମୃତି ମଧୁର ।


୭୨)

ଦେହକୁ ହିତ

ପିତା କଲରା ନିମ୍ବ 

ଦାନ ପ୍ରକୃତିର ।


୭୩)

ମିଠା ପିରତି

କାହ୍ନୁ ସାଥେ ବାନ୍ଧିଲେ

ଭାବର ଡୋରି ।


୭୪)

ଖଟା ଆଚାର

ସ୍ମୃତି ମୋ ପିଲାଦିନର

ଗଡାଏ ଲାଳ ।


~ ପ୍ରତିମା ପଣ୍ତା


୭୫)

ତିକ୍ତ, କଷାୟ 

ଶବରୀ ଆସ୍ୱାଦନ 

ଶାଶ୍ୱତ ପ୍ରେମ ।


୭୬)

ସୁମିଷ୍ଟ ଖିରୀ 

ନିର୍ବିକାର ଗୌତମ

ସ୍ଥିର, ଅଚଳ ।


୭୭)

ଶ୍ରୀ ଜଗନ୍ନାଥ 

ମାଣିକ ମିଠାଦହି 

ସ୍ୱର୍ଣ୍ଣ ମୁଦ୍ରିକା ।


୭୮)

ତୃଷାର୍ତ୍ତ ଆଖି 

ଲବଣାକ୍ତ ସମୁଦ୍ର 

ଖୋଜେ ତଟୀନୀ ।


୭୯)

ସୁମିଷ୍ଟ ଜାଉ 

ଶିବେଇ ସାମନ୍ତରା 

ବୁଢ଼ି ମାଉସୀ ।


୮୦)

ଧରମପଦ 

ସୁମିଷ୍ଟ ବରକୋଳି 

ସନ୍ତକ, ଚିହ୍ନ ।


୮୧)

ସୁମିଷ୍ଟ ମଧୁ 

ମଧୁପ ଅନ୍ତଃବ୍ୟଥା 

ନିଷ୍ଠୁର ନର ।


୮୨)

ଗୁଣ୍ଡିଚା ଯାତ

ରସଗୋଲାର ମିଠା 

ମାନଭଞ୍ଜନ ।


୮୩)

ଯମୁନା ନଈ 

ଆମ୍ବିଳା ଦହି ଲୋଭ 

ନାବକେଳୀର ।


୮୪)

ମିଠା କାନିକା 

ମହାପ୍ରସାଦ ଭୋଗ 

ଶ୍ରୀକ୍ଷେତ୍ର ଧାମ ।  


~ ମନୀଷା ମିଶ୍ର


୮୫)

ମିଠା ପିଜୁଳି,

ଖାଇଯା'ନ୍ତି ବାଦୁଡ଼ି

ଗଛେ ଓହଳି ।


୮୬)

ଗନ୍ଧିଆ ଖାଦ୍ୟ,

ଖାଅ ନାହିଁ କେବେ ଯେ'

ଅସ୍ଵାସ୍ଥ୍ୟକର ।


୮୭)

କଲରା ପିତା,

ଖାଉଥାଅ ଯେ' ମିତ

ଦେହକୁ ହିତ ।


୮୮)

ତେନ୍ତୁଳି ଖଟା,

ନାରୀମାନଙ୍କ ପ୍ରିୟ

ହୁଏ ସାଇତା ।


୮୯)

ଖଟା ଦେଖଇ,

ଲୋକଙ୍କ ପାଟିରୁ ଯେ'

ଲାଳ ଗଡ଼ଇ ।


୯୦)

ଡାଲି ଲୁଣିଆ

ମୁହଁ ବୁଲେଇଲେଣି

ଆମ କୁଣିଆ ।


~ ଶମ୍ଭୁନାଥ ଦାସ


୯୧)

ଦେଇ ସୁରଭି

କହେନି ଫୁଲ କଥା

ଏଣୁ ହିଁ ମିଠା ।


୯୨)

ଅପରୁ ଆଶା

ରଖିଲେ ମନେମନେ

ଜୀବନ କସା ।


୯୩)

ସମୁଦ୍ର ପାଣି

ବରଷା ଦିଏ ଆଣି

ହେଲେବି ଲୁଣି ।


୯୪)

ସଜ ସକାଳ

ନରମ ଛଳଛଳ

ରାଗ ପଖାଳ ।


୯୫)

ମଧୁର ପଦ

ସଂପର୍କ ପାଦପାଖ

ସଦା ସୁଗନ୍ଧ ।


~ ଦୀପ୍ତି ମୁଣ୍ଡ


୯୬)

ମାଆଟି ମୋର

ବାତ୍ସଲ୍ୟ ସେନେହରେ

ମଧୁର ଅତି ।


୯୭)

ମାଛ ବେସର

ଆମ୍ବୁଲ ଫେଡାଏ ରେ

ସ୍ଵାଦିଷ୍ଟ ଭାରି ।


୯୮)

ପିତା ତ ପିତା

କଲରା ଲାଗେ ପିତା

ଦେହକୁ ହିତ ।


୯୯)

ଚକୁଳି ପିଠା

ଯୁଆଡୁ ଖାଇବ ତ

ସିଆଡୁ ମିଠା ।


୧୦୦)

ଚିଲିକା ହ୍ରଦେ

ସମୁଦ୍ର ଜଳ  ମିଶେ

ଲବଣାକ୍ତ ସେ ।


୧୦୧)

ସାଗର ଜଳୁ

ଲବଣ ମରାଯାଏ

ଗ୍ରୀଷମ କାଳେ ।


୧୦୨)

ଅବିଶ୍ଵାସରେ

କଥାବାର୍ତ୍ତା ସବୁତ

ଲାଗେ ତିକ୍ତରେ ।


୧୦୩)

ରାଧୁଆ ବୋଉ

ରାଗେ ଫଣ ଫଣ ସେ

ଦେଖାଏ ଭାଉ ।


୧୦୪)

ତ୍ରିଫଳା କଷା

ରୋଗ ନିଦାନ କାରୀ

ଦେହ ପକ୍ଷରେ ।


୧୦୫)

ସଂସାର ଫଳ

କେତେ ଖଟା  ମିଠା ତ

ଭୋଗନ୍ତି ସର୍ବେ ।


୧୦୬)

ପ୍ରିୟା ମୋହରି

ମିଠା ମିଠା ବଚନେ

ପରାଣ ଦହେ ।


୧୦୭)

ଖଟା ହୋଇଲା

ହାଣ୍ଡିକ ଦହି ତ

କହ୍ନେଇ ପାଇଁ ।


୧୦୮)

ଜ୍ଵର  ଲକ୍ଷଣ

ସ୍ଵାଦଯୁକ୍ତ ଖାଦ୍ୟ ବି

ଲାଗଇ ପିତା ।


୧୦୯)

ପିଠା ତ ପିଠା

ଆରିସା କାକରା ତ

ଲାଗଇ ମିଠା ।


୧୧୦)

ଚମ୍ପା ଫୁଲଟି

ମନ କିଣିନିଏ ତା

ମିଠା ମହକ ।


୧୧୧)

ପ୍ରଥମ ପ୍ରେମ

ଭାରି ଲାଗଇ ମିଠା

ପ୍ରୀତିର ନିଶା ।


୧୧୨)

ଧନୀ କି ଜାଣେ

ତେଲ ଲୁଣ ସଂସାର

ଦୁଃଖି ବେଦନା ।


୧୧୩)

ଲିମ୍ବ ର କଢ଼

ପାଟିକୁ ଲାଗେ ପିତା

ରୋଗରୁ ମୁକ୍ତ ।


୧୧୪)

ଟଙ୍କ ତୋରାଣି

ପାଟିକୁ ଆମ୍ବିଳା ସେ

ଶିରୀକ୍ଷେତରେ ।


୧୧୫)

କେନ୍ଦ୍ରାପଡା ର

ରସାବଳୀ ର ମିଠା

ନହୁଏ ଭୁଲି ।


୧୧୬)

ମିଠା ଫଳକୁ

ଶବରୀ ଚାଖି ଦିଏ

ରଘୁବୀର ଙ୍କୁ ।


୧୧୭)

ମାଆର ଗାଳି

ଭବିଷ୍ୟତ ଉଜ୍ଜଳ

ବାପାଙ୍କ ରାଗ ।


୧୧୮)

ପିତା ଫଳଟି

କଇଁଚି କାକୁଡି ସେ

ଶୁଆର ଖାଦ୍ୟ ।


୧୧୯)

ମଧୁ କାଳରେ

ମଧୁମକ୍ଷିକା ଶୋଷେ

ଫୁଲରୁ ମଧୁ ।


୧୨୦)

ଅଂଶୁପା ହ୍ରଦ

ମଧୁର ଜଳେ ପୂର୍ଣ୍ଣ

ଉତ୍କଳ ରାଜ୍ୟ ।


୧୨୧)

ମଧୁମେହ ରେ

ମିଠାଯୁକ୍ତ ଖାଦ୍ୟ ତ

କ୍ଷତିକାରକ ।


୧୨୨)

ବାଳିକା ଗଣ

ଖଟା ପ୍ରତି ଆଗ୍ରହ

ସାଙ୍ଗ ସାଥୀରେ ।


୧୨୩)

ଅଲଣା ଓଷା

କୁଆଁରୀ କନ୍ୟା ଗଣ

ମାନସିକ ରେ ।


୧୨୪)

ପ୍ରିୟାର ମନ

ନିତି ଦେଖେ ମୋ ପାଇଁ

ମିଠା ସପନ ।


୧୨୫)

ଦିନଚର୍ଯ୍ୟାରେ

ପରିଶ୍ରମ ର ଫଳ

ମିଠା ଲାଗଇ ।


୧୨୬)

ବଉଳ କୋଳି

ସ୍ଵାଦଟି କଷା ଯୁକ୍ତ

ପିଲା ଆଗ୍ରହ ।


୧୨୭)

ଜାମୁ କୋଳି ଟି

କଷା ମିଠା ସ୍ଵାଦ ତା

ରୋଗ ନାଶକ ।


୧୨୮)

ପଇଡ ପାଣି

ମଧୁର ଲାଗଇ ସେ

ପେଟକୁ ଥଣ୍ଡା ।


୧୨୯)

ଦେଖିଲେ ଖଟା

ପିଲାଙ୍କ ପାଟିରେ ତ

ଟାକରା ଫୁଟେ ।


୧୩୦)

କୋଇଲି ସୂର

ମନକୁ ମୋହିନିଏ

ମିଠା ତା ସୂର ।


~ ଦମୟନ୍ତୀ ରଥ

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH