~ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~
~ ହାଇକୁ PROMPT ~
"ଗନ୍ଧ/ବାସ୍ନା"
୧)
ଫୁଲ ସୁନ୍ଦର
କିନ୍ତୁ ପ୍ରଶଂସା ହୁଏ
ମାତ୍ର ବାସ୍ନାର ।
୨)
ତାତିଲା ଝାଞ୍ଜି
ଫୁଲର ବାସ୍ନା ଆଜି
ଯାଇଛି ହଜି ।
୩)
କସ୍ତୂରୀ ବାସ
ହୃଦୟେ ବିରାଜିତ
କେଉଁଠି ଖୋଜ ?
୪)
ପ୍ରେମ ସୁଗନ୍ଧ
ବାସିଛି ମହ-ମହ
ପ୍ରେଷ୍ଠ ମଧୁର ।
୫)
ମାଟି ମହକ
ଓଦା ହେଲା ଅକ୍ଷର
ପିରତୀ ପତ୍ର ।
୬)
ପ୍ରେମର ଚିଠି
ରୂପ, ରଙ୍ଗ ଓ ବାସ
ଆସେ ମହକି ।
୭)
ଫଗୁଣ ମାସ
କଳମ ମହକାଏ
ବଉଳ ସ୍ନେହ ।
~ ପ୍ରଦୀପ କୁମାର ଦାଶ
୮)
ମଲ୍ଲିକା ପୁଷ୍ପ
ସୁଗନ୍ଧ ଖେଳାଏ ସେ
ମନ ଉଚ୍ଚାଟ ।
~ ରତ୍ନ ପ୍ରଭା ସିଂ
୯)
ଜଗତନାଥ
ରୂପ,ରଙ୍ଗ,ବାସ ର
ସକଳ ତୀର୍ଥ।
୧୦)
ଦୟଣା ମାଳ
ଜଗାକୁ ଶୋଭା ପାଏ
ତୁଳସୀ ବାସ୍ନା।
୧୧)
ଠାକୁର ଘର
ଦିବ୍ୟ ସୁଗନ୍ଧ ଭରେ
ମନରେ ଭକ୍ତି ।
୧୨)
ବସନ୍ତ ଋତୁ
ବାସ୍ନାରେ ଚଉଦିଗ
ପୁଷ୍ପ ସମ୍ଭାର ।
୧୩)
ଉଦ୍ୟାନେ ଫୁଲ
ମନ ହରଣ କରେ
ତା' ରଙ୍ଗ ବାସ୍ନା ।
୧୪)
ସାବିତ୍ରୀ ବ୍ରତ
ପକ୍ୱଫଳର ବାସ୍ନା
ଆମ୍ବ ପଣସ ।
୧୫)
ନାଲି ପଳାଶ
ସୁଗନ୍ଧ ନାହିଁ ସିନା
ଦିଶେ ସୁନ୍ଦର ।
୧୬)
ଆଦ୍ୟ ଆଷାଢ
ପହିଲି ବରଷାରେ
ମାଟିର ବାସ୍ନା ।
୧୭)
ହେ ଶିଶୁଗଣ
ବିକଶିତ ହୋଇବ
ଦିବ୍ୟ ମହକେ ।
୧୮)
ସୁଗୁଣ ବାସେ
ପାରସ୍ପରିକ ସ୍ନେହ
ମର୍ତ୍ତ୍ୟ ବୈକୁଣ୍ଠ ।
୧୯)
କୁଳଟା ନାରୀ
ବାସହୀନ ପଳାଶ
ନର୍କ ସମାନ ।
୨୦
ରଜ ପରବ
ମାଟି ଆକାଶ ବାସେ
ମୌସୁମୀ ଆସେ ।
୨୧)
ମେଘ ଦୋଳି ରେ
ଆସୁଛି ପ୍ରିୟା ମୋର
ଦିଗ ଚହଟେ ।
୨୨)
ପ୍ରେମ ର ବାସ୍ନା
ଯୌବନ ସୁରଭିତ
ଚିର ମଳୟ ।
୨୩)
ପ୍ରେମ ଚିଟାଉ
ଆଣେ ମେଘ ଦୂତ ରେ
ପ୍ରିୟା ର ବାସ୍ନା ।
୨୪)
ପ୍ରେମ ସୁନ୍ଦର
ବିଶ୍ଵାସେ ସୁବାସିତ
ଚିର ସବୁଜ ।
୨୫)
ପ୍ରେମ ରେ ଧୋକା
ମରେ ମନର ବାସ୍ନା
ଭଗ୍ନ ହୃଦୟ ।
୨୬)
ନାଳ ନର୍ଦ୍ଦମା
ଅଳିଆ ଆବର୍ଜ୍ଜନା
ଦୁର୍ଗନ୍ଧ ଆସେ ।
~ ବାସନ୍ତୀ ଦେଈ
୨୭)
ଆଷାଢ଼ ମାସ
ଚାରି ଆଡେ ମହକି
ଉଠଇ ଶସ୍ୟ ।
୨୮)
ଗୋରୀ ଲୋ ମୋର
ବାସୁଅଛୁ ମାଖିଛୁ
କେଉଁ ଅତର ।
୨୯)
ରଜନୀଗନ୍ଧା
ମହକରେ ହୁଅନ୍ତି
ଠାକୁର ବନ୍ଧା।
~ ମୁକ୍ତେଶ୍ଵର ପଧାନ
୩୦)
ଗନ୍ଧ ସୁଗନ୍ଧ,
ଭିନ୍ନ ଭିନ୍ନ ତାହାର
ପ୍ରକାର ଭେଦ ।
୩୧)
ମଲ୍ଲି ଫୁଲର,
ସୁଗନ୍ଧ ଏମନ୍ତ ଯେ'
ସତେ ଅତର !
୩୨)
କାଠ ଚନ୍ଦନ,
ମହ ମହ ସୁଗନ୍ଧ
ଦେବ ପୂଜନ ।
୩୩)
କିଆ କେତକୀ,
ଫୁଟିବା କ୍ଷଣି ଆହାଃ
ଉଠେ ମହକି !
୩୪)
ଗୋବର ଗନ୍ଧ,
ଲିପାପୋଛା ପରେ ଯେ'
ସ୍ଵଚ୍ଛ ସୁଗନ୍ଧ ।
୩୫)
କସ୍ତୁରୀ ବାସ,
ଘ୍ରାଣେ ମୃଗ ନ ପାଏ
ତା'ର ଆଭାସ ।
୩୬)
ଜନ ପ୍ରତିଭା
ନାକ ନୁହେଁ କାନରେ
ମହକ ଶୋଭା ।
~ ଶମ୍ଭୁନାଥ ଦାସ
୩୭)
ସୁଗନ୍ଧ ରାଜ
ବିମୋହିତ ତୋ ବାସ୍ନା
ନଇଁଲେ ସଂଜ ।
୩୮)
ମଲ୍ଲି ମାଳତୀ
ବାସ୍ନା ମହକ ଭରା
ପୁରୁଣା ସ୍ମୃତି !
୩୯)
ବୀର ସୈନିକ
ବାଇଆ କରେ ତତେ
ମାଟି ମହକ !
୪୦)
ବଣ ର ମଲ୍ଲୀ
ବାଟୋଇ ରାହା ଭୁଲେ
ମହକେ ଖାଲି ।
~ ଆଶୁତୋଷ ମେହେର
୪୧)
ମହକି ଯାଏ
ନୂଆ ମାଟିର ବାସ୍ନା
ପ୍ରିୟା ପଣତ ।
୪୨)
ଚନ୍ଦନ ବାସ
ଶ୍ମଶାନ ମହକୁଛି
ଜହ୍ନ ରାତିରେ ।
~ ରାଜେଶ କୁମାର ମୁଣ୍ଡ
୪୩)
ଜଳ ତୁଳସୀ
ଦିବ୍ୟ ସୁଗନ୍ଧେ ଭରା
ଭକ୍ତି ଅର୍ଘ୍ଯରେ ।
୪୪)
ଭକ୍ତି ଭାବନା
ଚୂଆ ,ଚନ୍ଦନ ବାସ୍ନା
ଆଧ୍ଯାତ୍ମ ଭାବ ।
୪୫)
ଗୁଆ ଘିଅରେ
ମନ ମହକ ବାସ୍ନା
ମହାପ୍ରସାଦ ।
୪୬)
ଆମ୍ବ, ପଣସ
ପର୍ବପର୍ବାଣୀ ସହ
ଋତୁର ବାସ୍ନା ।
୪୭)
ବାରୁଦ ଗନ୍ଧ
ପ୍ରଦୁଷିତ ଜୀବନ
ବିଷାକ୍ତ ଅତି ।
୪୮)
ପହିଲି ମେଘ
ଭିଜା ମାଟିର ବାସ୍ନା
ସାଉଁଟି ସ୍ମୃତି ।
୪୯)
ମଲ୍ଲୀ, ମାଳତୀ
ବାସ୍ନା ବିଭୋର ରାତି
ଜୋସ୍ନା ବିଧୌତ ।
୫୦)
ଆମ୍ବ ବଉଳ
ବାସ୍ନାମୟ ବସନ୍ତ
ଫଗୁଣ ମାସ ।
୫୧)
ପାର୍ବଣ ଋତୁ
ଝୁଣା ଧୂପର ବାସ୍ନା
ସଂଧ୍ୟା ସମୟ ।
୫୨)
ନିବିଡ ଭରା
ଆତ୍ମୀୟତାର ବାସ୍ନା
ସ୍ବର୍ଗୀୟ ପ୍ରେମ ।
~ ସମିତା ସ୍ବାଇଁ
୫୩)
ଜହ୍ନର ଜ୍ୟୋତ୍ସ୍ନା
ରଜନୀଗନ୍ଧା ବାସ୍ନା
ମନ ମାନେନା ।
୫୪)
ବିଦ୍ଯାହୀନା ସ୍ତ୍ରୀ
ଗନ୍ଧହୀନ ପଲାସ
କୁସୁମ ପରି ।
୫୫)
ପାଦପ ଆନ
ଚନ୍ଦନ ସଂସ୍ପର୍ଶରେ
ବାସେ ଚନ୍ଦନ ।
୫୬)
ବାସ ସୁମନ
ମଦମତ୍ତ ଭ୍ରମର
କରି ଆଘ୍ରାଣ ।
୫୭)
ଗନ୍ଧ ସେବନ
କରନ୍ତି ଭଗବାନ
ପୁଷ୍ପ ପ୍ରସାଦ ।
~ ଜୟରାମ ସାହୁ
୫୮)
ବାସ୍ନା ଫୁଲର
ହଜାଇ ଦିଏ ମନ
କରେ ବିଭୋର ।
୫୯)
ସୁଗନ୍ଧ ଭରା
ରଙ୍ଗ ବେରଙ୍ଗ ଫୁଲ
ବଗିଚା ସାରା ।
~ ସୁଧୀର କୁମାର ପଣ୍ଡା
୬୦)
ପ୍ରତିଭା ଗନ୍ଧ
ଅଛପା ରହେ ନାହିଁ
ପ୍ରସରି ଯାଏ ।
୬୧)
ପ୍ରୀତି ସୁଗନ୍ଧ
ବାଣ୍ଟ ଅତି ନିବିଡ଼େ
ହେବ ଅମର ।
~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
୬୨)
ଚମ୍ପା ଚମେଲୀ
ସୁଗନ୍ଧିତ କଳିକା
କେତେ ଫୁଟିଛି ।
୬୩)
ଅତର ବାସ୍ନା
ମଧୁର ସ୍ମୃତି ଆଉ
ପ୍ରିୟସୀ ସ୍ବପ୍ନ ।
୬୪)
ଝୁଣା ଗୁଗୁଳ
ଦିବ୍ୟ ସୁଗନ୍ଧ ଘ୍ରାଣ
ମନ ପବିତ୍ର ।
~ ରତ୍ନ ପ୍ରଭା ସିଂ
୬୫)
ନାଇନ ବାସ୍'ନା
ଲାଲ୍ ଜର୍ ଜର୍ ଫଲ୍'ସା ଫୁଲ
ଭମ୍'ରା ନି ବସେ ।
୬୬)
ମନ୍ଦାର୍ ଫୁଲର ମାଲ୍
ମହ ମହ ଦହନା
ମାଁ ଦିଶେ ସୁନ୍ଦର୍ ।
~ ମନୀଷା ମିଶ୍ର
୬୭)
କିଆର ବାସ୍ନା
ଗଜରାଜ ଉନ୍ମତ୍ତ
ଉଜୁଡ଼ା ବଣ ।
୬୮)
ଶ୍ରୀ ଯଦୁମଣି
ରାଜାଙ୍କ ପ୍ରତ୍ୟୁତ୍ତର
ନାସ ସୁଗନ୍ଧ ।
୬୯)
ମଧୁପ ହଜେ
ପଦ୍ମଗନ୍ଧେ ବିଭୋର
ନୀଳ ସରସୀ ।
୭୦)
ଗୋଲାପୀ ଦେହ
ସୁଗନ୍ଧ ମନୋହର
ସମୀର ଗାଏ ।
୭୧)
କନକ ଦେହୀ
ସୁଗନ୍ଧ ଭରପୁର
ଝୁରେ ଭ୍ରମର ।
୭୨)
ମେଘ ମହ୍ଳାର
କଦମ୍ବ ଫୁଲ ବାସ୍ନା
ଯମୁନା କୂଳ ।
୭୩)
ମିଡ୍ ନାଇଟ୍ କ୍ଳବ
ପରଫ୍ୟୁମ୍'ର ସୁଗନ୍ଧ
ବିଭ୍ରାନ୍ତ ଯୁବା ।
୭୪)
ରଙ୍ଗୀନ୍ ଆଲୋକ
ରଜନୀଗନ୍ଧା ବାସ୍ନା
ମାତାଲ୍ ପ୍ରେମିକ ।
୭୫
ସ୍ୱପ୍ନ ଅଳିକ
ଅଧୋଗାମୀ ସଭ୍ୟତା
ସିଗାରେଟ୍ ବାସ୍ନା ।
୭୬)
ଶବର ପଲ୍ଳୀ
ଜୀବନ ଓ ଜୀବିକା
ମହୁଲି ବାସ୍ନା ।
~ ମନୀଷା ମିଶ୍ର
୭୭)
ଘୋରା ଚନ୍ଦନ
ଜଗନ୍ନାଥ ତିଳକ
ମୁଗ୍ଧ ସୁଗନ୍ଧ ।
୭୮)
ତମାଳ ମାଳ
ସୁଗନ୍ଧ ମନୋହର
ମେଘ ମହ୍ଳାର ।
୭୯)
ଗନ୍ଧ ତୁଳସୀ
ଶ୍ରୀକୃଷ୍ଣ ପଦରଜ
ମୁକ୍ତିର ମାର୍ଗ ।
୮୦)
ବଣର ମଲ୍ଳି
ସୃଷ୍ଟିର ଅଢ଼ୁଆଳେ
ଚହଟେ ବାସ ।
୮୧)
ପଦ୍ମିନୀ ନାରୀ
ପଦ୍ମଗନ୍ଧା କୋମଳ
ମୃଗ ନୟନୀ ।
୮୨)
ଜାହ୍ନବୀ ବକ୍ଷ
ମତ୍ସ୍ଯଗନ୍ଧାର ସ୍ପର୍ଶ
ମହାଭାରତ ।
୮୩)
ମତ୍ତ ହସ୍ତିନୀ
ପଦ୍ମଗନ୍ଧେ ବିଭୋର
ଦଳେ ଆବଦ୍ଧ ।
୮୪)
ଶୀତଳ ଜ୍ୟୋତ୍ସ୍ନା
ରଜନୀଗନ୍ଧାର ବାସ୍ନା
ହସୁଛି ଜହ୍ନ ।
~ ରମାକାନ୍ତ ସତପଥି
୮୫)
ଚନ୍ଦନ ଲେପ
ଶୀତଳତା ସୁଗନ୍ଧ
ଶାନ୍ତି ଅମାପ ।
୮୬)
କୁସୁମ ଫୁଟେ
ବନ ଉପବନରେ
ବାସ୍ନା ଚହଟେ ।
~ ସନ୍ତୋଷ କୁମାର ସାହୁ
୮୭)
ବରଷା ମାସେ
ବାସ୍ନାୟିତ କଦମ୍ବ
ପୁଲକେ ପ୍ରାଣ ।
୮୮)
ଶ୍ରାବଣୀ ଝରେ
ବନେ ଉପବନ ରେ
କୁସୁମ ବାସ୍ନା ।
୮୯)
ପ୍ରେମ ନଗରେ
ରଙ୍ଗୀନ ପ୍ରଜାପତି
ଦେହର ବାସ୍ନା ।
୯୦)
ବନ୍ୟ ଜୀବନ
ମହୁଲ ସଂଗ୍ରହ ଓ
ହାଣ୍ଡିଆ ବାସ୍ନା ।
୯୧)
ନୂଆ ବୋହୁର
ମଥାରେ ତୈଳ ଲଗା
ବାସନା ଭାରି ।
୯୨)
ନୂଆ ପୀରତି
ବାସ୍ନାଭରା ଲାଗଇ
ଚାନ୍ଦିନୀ ରାତି ।
୯୩)
ମହାପ୍ରସାଦ
ମହକେ ଟାଣି ନିଏ
ଜଗା ପାଖକୁ ।
୯୪)
ଭକ୍ତି ଭାବନା
ଚିନ୍ତା ଚେତନା ମୁକ୍ତ
ଦିବ୍ୟ ବାସନା ।
୯୫)
କଦମ୍ବ ମୂଳ
ଗୋପୀଏ ଆତ୍ମହରା
କହ୍ନେଇ ପାଇଁ ।
୯୬)
ବଉଳ ଫୁଲ
ବାସ ଚହଟି ଯାଏ
ପ୍ରଭାତେ ନିତି ।
୯୭)
ମଲ୍ଲୀ ମହକ
ଅଦିନେ ଆସିବେ ମୋ
ଫଟା ରସିକ ।
୯୮)
ନୈବେଦ୍ୟ ଧୂପ
ମହକ ପ୍ରାଣେ ଭରେ
ଭକ୍ତି ଭାବନା ।
୯୯)
ଗୋଲାପ ଫୁଲ
ମହକ ରଙ୍ଗେ ଭରା
ପ୍ରେମ ଭାବନା ।
୧୦୦)
ମଲ୍ଲୀ ଗଜରା
ଗଭାରେ ବାସ୍ନାୟିତ
ନବ ନାଗରୀ ।
୧୦୧)
ଦୟଣା ଚୂଳ
ମହକେ ଟାଣିନିଏ
ଜଗାର ମନ ।
୧୦୨)
ସ୍ନାନ ମଣ୍ଡପେ
ସୁବାସିତ ଜଳରେ
ତିନି ଠାକୁର ।
୧୦୩)
ସୁଗନ୍ଧରାଜ
ମିଠା ମିଠା ମହକେ
ଜନ ଆଦୃତ ।
୧୦୪)
ପବିତ୍ର ଗଙ୍ଗା
ଦୁର୍ଗନ୍ଧ ମୟ ଭରା
ଆବର୍ଜନାରେ ।
୧୦୫)
ଶୀରିମନ୍ଦିରେ
ଚନ୍ଦନ ବାସ ଭରା
ଜଗା ପ୍ରୀତିରେ ।
୧୦୬)
ମଲ୍ଲୀ ଅତର
ବାସନା ମହକାଏ
ଦେହେ ମାଖିଲେ ।
୧୦୭)
ପ୍ରିୟା ଗଭାରୁ
ରଜନୀଗନ୍ଧା ବାସ
ପଡଇ ଝରି ।
୧୦୮)
ହୋମ ଜଜ୍ଞରେ
ସୁଗନ୍ଧ ଭରି ଯାଏ
ନିଷ୍କାମ ଚିତ୍ତ ।
୧୦୯)
କର୍ପୁର ବାସ
ସଞ୍ଜ ସକାଳେ ଝରେ
ଦେବାଳୟରେ ।
୧୧୦)
ଗ୍ରୀଷମ କାଳେ
ପାଚେ ଆମ୍ବ ପଣସ
ବାସନା ଛୁଟେ ।
୧୧୧)
ଧୂପ ବାସନା
ଆରତି ସମୟ ରେ
ପୁଲକେ ପ୍ରାଣ ।
୧୧୨)
ବଣର ମଲ୍ଲୀ
ମହକ ଭରିଦେଇ
ବଣରେ ଝଡେ ।
୧୧୩)
ଜ୍ଞାନ ମହକ
ବିସ୍ତାରିତ ହୁଅଇ
ସଂସାର ସାରା ।
୧୧୪)
ପବିତ୍ର ପ୍ରେମ
ହୃଦୟ ପ୍ରାଣେ ଭରେ
ମିଠା ମହକ ।
୧୧୫)
ବାସନା ହୀନ
କୃଷ୍ଣଚୂଡା ପଳାସ
ସୁନ୍ଦର ରୂପ ।
୧୧୬)
ମଧୁମକ୍ଷିକା
ବାସଯୁକ୍ତ ପୁଷ୍ପ ରେ
ମଧୁ ଚୁମଇ ।
୧୧୭)
ଚମ୍ପକ ବୃକ୍ଷେ
ମହକେ ଆକର୍ଷିତ
ଭୁଜଙ୍ଗ କୁଳ ।
୧୧୮)
ପ୍ରେମର ବାସ୍ନା
ଫାଟ ସୃଷ୍ଟି ହୁଏତ
ଅବିଶ୍ଵାସରେ ।
୧୧୯)
ଫଗୁଣ ମାସେ
ଝରା ବଉଳ ବାସ୍ନା
କୋଇଲି କୁହୁ ।
୧୨୦)
ଉଚ୍ଚ ପ୍ରାସାଦ
ବାସ୍ନାୟିତ ବାଲ୍କୋନି
ପୁଷ୍ପରେ ଭରା ।
୧୨୧)
ପୁଷ୍ପ ସୁଗନ୍ଧ
ଆକର୍ଷିତ କରଇ
ମନ ପ୍ରାଣରେ ।
୧୨୨)
ପନିପରିବା
ପଚି ସଢି ଗଲେ ତ
ଭାରି ଦୁର୍ଗନ୍ଧ ।
୧୨୩)
ଉପବନରେ
ବାସନା ଭରା ପୁଷ୍ପ
ପ୍ରସ୍ଫୁଟିତ ସେ ।
୧୨୪)
ଜ୍ୟୋତ୍ସ୍ନା ରେ ଭରା
ରଜନୀଗନ୍ଧା ବାସ
ପ୍ରିୟାର ପ୍ରୀତି ।
୧୨୫)
ରିକ୍ସାବାଲା ଟି
ପରିଶ୍ରମର କ୍ଲାନ୍ତି
ମହୁଲି ଗନ୍ଧ ।
୧୨୬)
କୀଟନାଶକ
ଭାରି ଦୁର୍ଗନ୍ଧଯୁକ୍ତ
କ୍ଷେତେ ସିଞ୍ଚନ ।
୧୨୭)
ପ୍ରଥମ ପ୍ରେମ
ବାସ୍ନାୟିତ ପ୍ରିୟା ମୋ
ଜୀବନ ସାଥୀ ।
~ ଦମୟନ୍ତୀ ରଥ
୧୨୮)
ରାତି ପରେ ହିଁ
ସକାଳର ମହକ
ହୁଏ ବିଛେଇ ।
୧୨୯)
ଭୋକିଲା ଛନ୍ଦ
ବାରେନି ଭଲମନ୍ଦ
ଜୀବନ ଗନ୍ଧ ।
୧୩୦)
ଶବ୍ଦ ସୁଗନ୍ଧ
ସମୁଦ୍ର ହୁଏ ପାରି
ହୃଦୟ କନ୍ଦ ।
୧୩୧)
ସାଉଁଟିବାକୁ
ସୁଗନ୍ଧ ଜୀବନରୁ
ପାଦ ଥାପୁଛି ।
୧୩୨)
ଫୁଲରେ ଅଛି
ନୀରବତାର ବାସ୍ନା
ଈଶ୍ୱର ପରି ।
୧୩୩)
ବିସ୍ତରିଯାଏ
ପବନେ ଏକାକାର
ହୋଇ ବାସନା ।
~ ଦୀପ୍ତି ମୁଣ୍ଡ
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें