हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

बुधवार, 21 जुलाई 2021

ODIA CHOKA POEM'S ~ 1

ସାରସ୍ୱତ CHOKA/ଚୋକା କାବ୍ୟ ଯାତ୍ରା ~ ୧  

  

୧) 

ଆଖି ଚଞ୍ଚଳ 

ମିଳନର ଅପେକ୍ଷା 

ଚାହିଁଛି ବାଟ 

ପୀରତିର ପସରା 

ମନର ମେଳ 

ପ୍ରେମର ନିବେଦନ 

ରଖେ ଗୋଲାପ 

ପ୍ରେମୀ ଯୁଗଳ ହୃଦ 

ଯଦି ନିର୍ମଳ 

ତେବେ ବଢେ ସଂପର୍କ

ପ୍ରେମର ରସ

ବୁହେ ଜୀବନ ସାରା 

ଆଃ କି ସରସ

ଛାଡ଼ି ରୂପା ପିଞ୍ଜୁରୀ 

ସୁନା ଶିଙ୍କୁଳି

ଉଡ଼ି ଯାଏ ଚଢେଇ 

ମୁକ୍ତ ଆକାଶେ 

କରିବା ବିଚରଣ 

ଲାଗେ ସଭିଙ୍କୁ ଭଳ । 


~ ପ୍ରଦୀପ କୁମାର ଦାଶ


୨)

ସରସୀ ଜଳ 

କାଚକେନ୍ଦୁ ଜୀବନ 

ପଙ୍କଜ ଚାହେଁ 

ନିର୍ନିମେଷ ନୟନେ

ପ୍ରିୟତମ ସେ 

ଦିନମଣି ଭାସ୍କର 

ମନରେ ଶାନ୍ତି 

ମେଲାଏ ତା ପାଖୁଡ଼ା 

ପ୍ରେମାଲିଙ୍ଗନ 

ଗାଢ଼ରୁ ଗାଢ଼ତର 

ଫୁଟେ ରକ୍ତିମ ଆଭା ।


୩)

ରଜନୀଗନ୍ଧା 

ଜହ୍ନ ମୁରୁକି ହସେ 

କୁହୁକ ବାସ୍ନା 

ଜ୍ୟୋତ୍ସ୍ନା ସ୍ନାତ ରଜନୀ 

ତାରକା ପୁଞ୍ଜ

ମିଞ୍ଜି ମିଞ୍ଜି ଆଲୁଅ 

ସ୍ୱପ୍ନ ରାଇଜେ 

ଆଖି ମଳି ଅନାଏ 

ନିଦ ଭାଙ୍ଗିଛି 

ମୃଦୁମନ୍ଦ ସମୀର 

ସୁଗନ୍ଧ ଖେଳିଯାଏ ।


୪)

କାଗଜ ଡ଼ଙ୍ଗା

ଫେରେ ମୁଁ ଅତୀତକୁ

ବର୍ଷା କାଦୁଅ

ପାଣିର ଧାରେ ଧାରେ

ବୁ 'ଦ ବୁ ଦ ମେଳେ

ଯା 'ରେ ଭାସି ଭାସି ଯା

ନିଦାଘ ଖରା

ଦି ପହର ନିର୍ଜନତା

ମାଳିର ବାରି

କଞ୍ଚା ଆମ୍ବର ସ୍ୱାଦ

ପାଞ୍ଚଣ ଭୟ

ଆଜି ଲାଗେ ସେ ଖଟା

ଗାଆଁ ପୋଖରୀ

ଛୁଟି ଦିନ ଗାଧୁଆ

ଆଖିଯେ ନାଲି

ପହଁରିବାର ମଜା

ସାଥୀଙ୍କ ମେଳେ

ଆଜି ଆଉ ମିଳେନା

ସ୍କୁଲର ଘଣ୍ଟା

କେତେବେଳେ ବାଜିବ

ମନ ଅଥୟ

ସାଙ୍ଗ ସାଥି ଆସର

ଗାଈ ଲାଙ୍ଗୁଡ଼

ସଞ୍ଜ ଆଳତି ବେଳ

ବରଷା ଦିନ

ବର୍ଷା ଛୁଟିରେ ମନ

ଦଣ୍ଡା ବାଳୁଙ୍ଗା

ଭାଙ୍ଗ ସ୍କୁଲ ଖପର

ବହି ବସ୍ତାନି

ପାଣିରେ ସର ସର

ବାଟୋଇ ଭାଇ

ପଚାରେ କେଉଁ ରାସ୍ତା

ବାଟ ବଣା ସେ

ଫେରନ୍ତା ରାସ୍ତା ଅନା

କର ତାଳିର

ହରକତରେ ମଜା

ବନିଶି କଣ୍ଟା

ମାଛଧରା ଆନନ୍ଦ

ହଜିଛି ଦିନ

ଫେରି ଆସିବ କି ସେ

ଶୈଶବ ଚି଼ହ୍ନ

ମିଠା ମିଠା ସ୍ମୃତିର !

ନିରୀହ ପଣ

ବାଲ୍ୟ ଚପଳତା ସେ

ନିଷ୍ପାପ ମନ

ଅନୁଶାସନ ବନ୍ଧା

ଅଫେରା ଅତୀତର  ।


୫)

ନୁଖୁରା କେଶ 

ପେଟ, ପିଠି ଏକାଠି 

ପରସ୍ତେ ଧୂଳି

ବିବର୍ଣ୍ଣ ତା ଶରୀର 

ଲୋଳିତ ଚର୍ମ 

ମାଛିର ଭଣଭଣ 

ନେଞ୍ଜରା କହେ 

ସ୍ୱଚ୍ଛତା ପରିଭାଷା 

ବର୍ଦ୍ଧିତ ଶ୍ମଶ୍ରୁ 

କୋଟରଗତ ଚକ୍ଷୁ 

ଶିଥିଳ ପାଦ 

ପ୍ରତିହତ ସାମର୍ଥ୍ୟ 

ତ୍ରିପଦ ଶଙ୍କୁ 

ଗଣ୍ଠି ପକା ଚାଦର 

ବୁଭୂକ୍ଷା ନଗ୍ନଚିତ୍ର ।


~ ରମାକାନ୍ତ ସତପଥି


୬)

ଶ୍ରୀକୃଷ୍ଣ ହସ

ଅର୍ଜୁନ ବିଚଳିତ 

ପ୍ରିୟ, ବାନ୍ଧବ 

ରଣାଙ୍ଗନେ ମିଳିତ 

କୌରବ ପକ୍ଷ

ଲକ୍ଷ୍ୟଚ୍ୟୁତ ଗାଣ୍ଡୀବ 

ବିଶାଦ ଗ୍ରସ୍ତ 

ଅବଶ ହସ୍ତପଦ 

ମନୁଷ୍ୟ ମାତ୍ର 

କରି କରାଉଥାଏ 

ସେ ନାରାୟଣେ 

ବିଶ୍ୱରୂପ ଦର୍ଶନେ 

ଆତ୍ମଜ୍ଞାନ ପାର୍ଥର ।


~ ମନୀଷା ମିଶ୍ର


୭)

ଆସିଛ ତୁମେ

ମେଘର ପଣତରେ

ଓହ୍ଲାଇ ଆସ

ପବନ ପାହାଚରେ

ହୃଦ କୋଠରୀ

ଜଗିଛି ତୁମ ପାଇଁ

ଆର୍ଦ୍ର ବାଲୁକା

ତୁମର ଚଲାପଥେ

ଆସ ସଅଳ

ବିଛେଇ ଦେଇଛି ମୁଁ

ଫୁଲ ପାଖୁଡ଼ା

ତୁମ ଆସିବା ପଥେ ।

ଡେରି କରନି

ଏଇ ଶୁଭ ଲଗନେ

ସିକ୍ତ କର ମୋ

ନୀଳ ନୀଳ କାମନା

ଅନ୍ତିମ ଅଭିପ୍ସାକୁ ।


~ ରାଜେଶ କୁମାର ମୁଣ୍ଡ


୮)

ଅବେଳା ବେଳ

ମନରେ ନାହିଁ ଶାନ୍ତି

ତୁହାକୁ ତୁହା

ମନରେ ଆସେ ଭ୍ରାନ୍ତି

କେଉଁଟା ସତ

କେଉଁଟା ପୁଣି ମିଛ

କହିବ କିଏ

ବିଜ୍ଞାନ ଘୁଞ୍ଚେ ପଛ

ବିଦାୟ ନେବ

କରୋନା ଏଠୁ କେବେ

ଲହରୀ ଉଠେ

ଆସୁନି ଭଟ୍ଟା ଲବେ

ସଠିକ ତଥ୍ୟ

ପାଖରେ ନାହିଁ କାର

ଦିନକୁ ଦିନ

ବଦଳେ ଉପଚାର

ଏମିତି ଯୁଗ

ସନ୍ଦେହ ଅଛି ଭରି

ମାନ  ନମାନ 

ଯାଆନ୍ତି ଲୋକେ ମରି

କାଲିର ପୀଢ଼ି

ପଢିବେ ଆମ କଥା

ହସିବେ ଜାଣି

ଆମ ନିଦାନ କଥା

ଆମ ଭେଳିକି ବାର୍ତ୍ତା ।


~ ରଞ୍ଜନ ଜେନା


୯)

ବାଆଁରା ପକ୍ଷୀ

ବସା ନାହିଁ ତାହାର

ଅଭିମାନିନୀ

ପାଏନା ସେ ଆଦର

ଗୁମର କଥା

ଲୁଚେଇଛି ଛାତିରେ

ନୀରବ ମନ

ନାହିଁ ବି'ତ ସାଥିରେ

ଏକାକୀ ପଣ

ହାଣିହୁଏ ହୃଦୟ

ଦୂରରେ ସାଥି

ମନ ତା'ର ଅଥୟ

ଅନ୍ଧାର ରାତି

ମଉନେ ବୃକ୍ଷଡ଼ାଳେ

ବିରହ ଗୀତ

ହଜାରେ ଦୀପଜାଳେ

ବକୁରେ ତା'ର

ହଜାରେ ଶରବିଦ୍ଧ

ବେଦନା ଭରା

ଲହୁ ଲୁହାଣ ହୃଦ

ବରଷା ଋତୁ

ସାଜିଛି ଅରି ତା'ର

ଚାହିଁଛି ବାଟ

ପ୍ରେମରେ ଜର ଜର

ହୁଅଇ ନିତି

କହିବ କା'ରେ ସିଏ

ଗୋପନ କଥାଟିଏ ।


~ ପ୍ରତିମା ମେହେର


୧୦)

ନୀଳ ନୟନା

ତେରେଛା ଚାହାଣୀ ରେ

ହୃଦୟ ହାଣୁ

କଥା କୁହା ଆଖି ରେ

ପୀରତି ଶର

ଦହି ଦେଲୁ ମନକୁ

ପାରୁନି ଭୁଲି

ଆସିଲୁ ସପନରେ

ପାରିନି ଧରି

ସାତତୁଳୀ ରଙ୍ଗରେ

ମନ ଦର୍ପଣେ

ଆଙ୍କିଛି ତୋର ଚିତ୍ର

ବାସ୍ତବ ନୁହେଁ

ତଥାପି ମୋ ମନର

ଅକୁହା କଥା

ସବୁ ଓଗାଳିଦିଏ

ସତେ ଜୀବନ୍ତ

ନାୟିକା ମୋ ମନର

ଜୀବନ ସାଥୀ ଟିଏ ।


~ ବାସନ୍ତୀ ଦେଈ


୧୧)

ଖାଲି ଶ୍ଳୋଗାନ 

କନ୍ଯାଟି ରତ୍ନ ବୋଲି 

ବଡ ବିଚିତ୍ର 

ଦୁନିଆ ଟା ଆମର

କୁପାପ ଦୃଷ୍ଟି 

ଯାହା ଉପରେ ପଡେ

ଛାଡେନି ତାକୁ 

କଳେବଳେ କୌଶଳେ

ଦଳି ଦିଅନ୍ତି 

ଅଫୁଟା କଳିକାଟି 

ମଉଳି ଯାଏ 

ମାନବିକତା ଭୁଲି

ମଣିଷ ଗୁଡାକ

ଦାନବ ପାଲଟନ୍ତି

କଅଁଳ ମାଂସ 

ଦରଫୁଟା କଢିଟି 

ଦୁନିଆ କ'ଣ 

ସେ ଜାଣିବା ଆଗରୁ

ହୁଏସେ ବୃନ୍ତଚ୍ଯୁତ !


୧୨)

ତୁମେ ପ୍ରତ୍ଯକ୍ଷ 

ତୁମେ ହିଁ ସତ୍ୟ ନିତ୍ଯ 

ଅଦ୍ଭୁତ ସତ୍ତା 

ସର୍ବଦା ପରିବ୍ଯାପ୍ତ 

ଶ୍ରଦ୍ଧା ଭକ୍ତିରେ

ସବୁଠି ସମାହିତ 

ନିବିଡତାର

ନିସର୍ତ୍ତ ସମର୍ପଣ 

ଅବ୍ଯକ୍ତ ଭାବ

ମୋ ଶବ୍ଦର ଈଶ୍ବର 

ଝଲସି ଉଠେ 

ଚେନାଏ ଚେତନାର

ଅସରନ୍ତି ଶ୍ରଦ୍ଧାରେ !


~ ସମିତା ସ୍ବାଇଁ


୧୩)

ସର୍ବଂସହା ତୁ

ନାରାୟଣୀ ରୂପରେ

ମମତା ଧାରା

ସ୍ୱାଭିମାନ ପ୍ରତୀକ

ହାରେନି କେବେ

ବିଜୟିନୀର ରୂପ

ଦୟାମୟୀ ମା

ଦୟାର ସାଗର ତୁ

ଅଭୟ ଦାତ୍ରୀ

କର୍ମ ପଥେ ଅଗ୍ରଣୀ

ସାହସୀ ରୂପା

କ୍ଷମା ଦାତ୍ରୀ ଜନନୀ

ନାରୀ, ସୃଜନଶୀଳା ।


~ ଜିଗୀଷା ମିଶ୍ର

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH