~ ସାରସ୍ୱତ CHOKA/ଚୋକା କାବ୍ୟ ଯାତ୍ରା ~ ୨ ~
୧)
ନିଦାଘ ଖରା
ନାଲି ନାଲି ରଙ୍ଗର
କଅଁଳ ଓଠେ
କୃଷ୍ଣଚୁଡ଼ାର ହସ
ପ୍ରେମ ସରସ
ଜାଣି ପ୍ରେମୀର କଷ୍ଟ
ବିଞ୍ଚେ ପାଖୁଡ଼ା
ମନ କରେ ଶୀତଳ
ସ୍ମୃତିର ଝଡ଼
ଅଭିମାନିନୀ ପ୍ରିୟା
ମୁଗ୍ଧ ଅତୀତ
ଉଙ୍କିମାରେ ହୃଦରେ
ପ୍ରେମିକ ତୃଷାତୁର ।
~ ପ୍ରଦୀପ କୁମାର ଦାଶ
୨)
ସମୟ ଚକ୍ର
ସେ ମାନବ ଶରୀର
ସତ୍ତା ର ଶକ୍ତି
ନୁହେଁ ଯେ କେବେ ସ୍ଥିର
ତା 'ର ସ୍ଵଭାଵ
ମଣିଷପଣ ଭାବ
ସତ୍ୟ ସମ୍ବନ୍ଧ
ଜୀବନର ବାନ୍ଧବ
କେବେ ଛାଡେନା
ଆଲୋକ, ଅନ୍ଧକାର
ସୁଖ, ଦୁଃଖର ସାଥୀ ।
~ ମନୀଷା ମିଶ୍ର
୩)
ବରଷା ଆସେ
ପଲ୍ଲବିତ ପୃଥିବୀ
ସବୁଜ ରଙ୍ଗେ
ପୂର୍ଣ୍ଣ ଗର୍ଭା ତଟିନୀ
କୂଳ ଯେ ଲଙ୍ଗେ
କାଦୁଅ ପ'ଚ୍ ପ'ଚ୍
ଇନ୍ଦ୍ରଧନୁ ପସରା
ସୁନେଲି କିରଣରେ
ବଉଦମାଳା
ସୂର୍ଯ୍ୟ ଯାଉଛି ଲୁଚି
ଝିପ୍'ରି ଝି୍'ପ୍ ବର୍ଷା
ମଣ୍ଡୁକର ଚିତ୍କାର
ସନ୍ଧ୍ୟା ଆସନ୍ନ
ଝିଙ୍କାରି ଝିଁ ଝି ସୁରେ
ଆକାଶେ ତାରା
ଲୁଚକାଳିର ଖେଳ
ଶଶୀର ସଙ୍ଗେ
ଗୋରୁ ଗୁହାଳେ ବନ୍ଧା
ମୁଷଳ ଧାରେ
କୁଳୁ କୁଲୁ ଝରଣା
ଘୋର ଗର୍ଜନ
ତୁହାକୁ ତୁହା ବୁନ୍ଦା
ପେଟରେ ଦାନା
ଶ୍ରମିକ ମନ ମାରେ
ଚାଷୀ ଉସତ
ଚଳ ଚଞ୍ଚଳ ଧରା
ସବୁଜ ଶସ୍ୟ
ବରଷକର ଆଶା
ଗାଆଁର ଦାଣ୍ଡ
ମାଟିଆ, ଜଳମଗ୍ନ
ସର୍ପକୁ ଭୟ
ପିଲାଙ୍କ ପାଣି ଖେଳ
ଥଣ୍ଡା ଓ କାଶ
ଘନ ଘନ ତାଗିଦା
ଝଡି ବର୍ଷାରେ
ବିଜୁଳିର ଚମକ
ମନରେ ଭୀତି
ଘଡ଼ ଘଡି ଶବ୍ଦରେ
ବିଜୁଳି ଗୁଲ
ସାଇଁ ସାଇଁ ପବନ
ଚାତକ ଡାକେ
ପକ୍ଷୀ ଯାଆନ୍ତି ଲୁଚି
ନିଜ ବସାରେ
ମନ୍ଦିର ଶଙ୍ଖ ଘଣ୍ଟ
ବଡି ସକାଳେ
ରାସ୍ତା ଘାଟ ଯେ ଶୂ'ନ ଶା'ନ
ବଜାର ବନ୍ଦ
ବର୍ଷା ପାଇଁ ସ୍କୁ'ଲ ପାଠ
ସନ୍ଧ୍ୟା ଆଳତି
ତୁଳସୀ ଚଉରାରେ
ଫୁଲ ଫୁଟିଛି
ତମାଳ, ମଲ୍ଲୀ, ଜୁଇ
ବରଷା ମାସ
କାହା ପାଇଁ ସୁଖର
ତ କାହା ପାଇଁ ଦୁଃଖ ।
~ ରମାକାନ୍ତ ସତପଥି
୪)
ଶବକଟା ଟେବୁଲ
ଉପରେ ଅଛି
ଶୁନ୍ୟତା ଛଡ଼ା, ଆଉ
ପୁଳାଏ ମାଛି
ଶୋକର, ଭଣ ଭଣ ।
ବାହାରେ ଶୁଭେ
କା'ର ଚାପା ଆବାଜ
ଜଣା ପଡ଼େନି
କାନ୍ଦୁଛି କି ହସୁଛି ।
ଦିନ ବି ଥିଲା
ସବୁ ଆତ୍ମୀୟ ରୁଣ୍ଡ
ମୋତେ ଘେରି କି
ଦିନ ହେଉ କି ରାତି
ପାଇବା ଯାଏଁ
ସ୍ୱାର୍ଥର ସିଂହାସନ
ମୋହ ମୁକୁଟ
ପ୍ରାପ୍ତିର ପରେ ପରେ
ଅଲୋଡ଼ା, ସବୁ ଶେଷ ।
~ ରାଜେଶ କୁମାର ମୁଣ୍ଡ
୫)
ଦୁଃଖରେ ହେଉ
ବା ସୁଖର ମୁହୂର୍ତ୍ତ
ସବୁ ସମାନ
ଆଶାରେ ନିରାଶାରେ
ମିଳୁ ସମ୍ମାନ
ନଶ୍ୱର ଜଗତରେ
ସବୁ ଅଳୀକ
କେହି ନୁହେଁ କାହାର
ଅଟେ କ୍ଷଣିକ
ବୁହାଇ ଦିଅ ଧାରା
ଗଙ୍ଗା ଯମୁନା
ମା'ର ସନ୍ତାନ ଆମେ
ଏହା କାମନା
ରହିଥିବା ମରତେ
ମିଳିମିଶି ସଙ୍ଗତେ ।
~ ପ୍ରତିମା ମେହେର
୬)
ଆପଣା ପଣ
ସଂପର୍କ ର ସେତୁରେ
ଶ୍ରଦ୍ଧା ହୃଦୟ
ମିତ୍ରତା ବନ୍ଧନରେ
ବନ୍ଧା ଜୀବନ
ଅହଂକାର ଦୂରେଇ
ସ୍ବାର୍ଥ ତ୍ଯାଗରେ
ମମତା ପ୍ରତିଦାନର
ମଧୁ ପ୍ରେମରେ
ପ୍ରତିଟି ମୂହୁର୍ତ୍ତରେ
ପ୍ରେରଣା ସାଜି
ଆଗକୁ ଆଗେଇବା
ଜୀବନ ପରିଧିରେ ।
୭)
ଅଦୃଶ୍ୟ ବିନ୍ଦୁ
ଅସରନ୍ତି ଯାତ୍ରାପଥ
ପ୍ରାପ୍ତି ଅପ୍ରାପ୍ତି
ଶେଷହୀନ ସୀମାନ୍ତ
ଦୂରରୁ ଦିଶେ
ଅନାଗତ ଭବିଷ୍ଯ
ଅସ୍ପଷ୍ଟ ଚିତ୍ର
ଗଭୀର ଅନ୍ଧକାର
ଲହୁ ଲୁହରେ
ହୃଦୟ ର କଥାରେ
ବଦଳି ଯାଏ
ବେଳେବେଳେ ଠିକଣା
ମୁଁ 'ତୁ ଭିତରେ
ବାଟ ହୁଏ ଅଜଣା
ଆଖି ଲୁହରେ
ଝରିଯାଏ ଶ୍ରାବଣ
ଉଦାସ ଗୀତ ଗାଇ ।
~ ସମିତା ସ୍ବାଇଁ
୮)
ବରଷା ଛିଟା
ସନ୍ଧ୍ୟାର ଆଖି ଧୁଏ
ଗୋଧୂଳି ବେଳ
ପାଣିରେ ଭାସି ଯାଏ
ଫେରଇ ଗାଈ
ଜଳରେ ଭିଜି ଭିଜି
ନିଦରେ ଛୁଆ
ମାଆକୁ ଖୋଜି ଖୋଜି
ସାନ୍ଧ୍ୟ ଭ୍ରମଣ
ମନରେ ମରେ ମନ
ପିଣ୍ଢାରେ ବସି
ଶୁଣୁ ବରଷା ଗାନ
ଗୀତ ଗୀତରେ
ଅନେକ କଥା କହେ
ବାରେନା କିଛି
ସାଥିରେ ସବୁ ବାହେ
ଉପରୁ ଆସି
ତଳକୁ ଯାଏ ବହି
ନମଣେ ହୀନ
ଜଗତ ହିତ ପାଇଁ
ଚାଲଇ ପାଣି ଦେଇ ।
~ ରଞ୍ଜନ ଜେନା
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें