ସାରସ୍ୱତ SEDOKA/ସେଦୋକା କାବ୍ୟ ଯାତ୍ରା ~ ୧୦
୧)
ଶେଷ ଆଷାଢ଼
ଶୁଖି ଯାଇଛି କୂପ
ମେଘ ହେଲା ନିଷ୍ଠୁର
ଦୁଃଖିତ ନଈ
ଜଳ ଧାରା ଶୁଖେଇ
ଭାଙ୍ଗି ଦିଏ ହୃଦୟ ।
~ ପ୍ରଦୀପ କୁମାର ଦାଶ
୨)
ପ୍ରଶସ୍ତ ପାପ
ଅହେତୁକ ଯନ୍ତ୍ରଣା
ଅନ୍ୟାୟର ମନ୍ଦିର,
ନିତି ଦିନିଆ
ଜଣାଶୁଣା ଘଟଣା
କିଏ ନୁହେଁ କାହାର ।
୩)
ଆତ୍ମୀୟତାର
ଛୁରୀ ଖୁମ୍ପନି ଆଉ
ଅସମ୍ଭାଳ ହେଲାଣି,
ସହିଷ୍ଣୁତାର
ବୋଝ କେତେ ବୋହିବି
ହେଲା ଆଣ୍ଠୁଏ ପାଣି ।
~ ରାଜେଶ କୁମାର ମୁଣ୍ଡ
୪)
ଜୀବନ ଝଞ୍ଜା
ଘାତ ପ୍ରତିଘାତର
ନିର୍ବାପିତ ସଳିତା
ହସ ଓ କାନ୍ଦ
ମାଟି ଘଟ ପଞ୍ଜୁରୀ
ପ୍ରାଣପକ୍ଷୀ ଆବଦ୍ଧ ।
୫)
କର୍ମର ପଥ
ଅସରନ୍ତି କର୍ତ୍ତବ୍ୟ
ଶିଥିଳ ହସ୍ତ ପଦ
ଜୀବନ ସନ୍ଧ୍ୟା
ପରିଣତ ବୟସ
ଦୃଢନିଷ୍ଠ ସାଧନା ।
୬)
ପରିଶ୍ରମରେ
ଦରିଦ୍ରତା ରହେନି
ଧର୍ମରେ ଲିଭେ ପାପ
ମୌନ ଧର୍ମରେ
ରହେ ନାହିଁ କଳହ
ଜାଗ୍ରତ ପାଇଁ ଭୟ ।
~ ମନୀଷା ମିଶ୍ର
୭)
ଦୃଷ୍ଟି ନିବଦ୍ଧ
ସୁଦୂର ଦିଗବଳୟ
ଭାବନା ବାଟବଣା
ଦୀର୍ଘ ନିଶ୍ୱାସ
ଭିଜା ଭିଜା ନୟନ
କୋହଭରା ଉଚ୍ଚ୍ୱାସ ।
୮)
ଅନନ୍ତ ବ୍ୟଥା
ସୃଷ୍ଟି, ସ୍ଥିତି, ବିଲୟ
ବନ୍ଧୁର ଚଲାପଥ
ଭୀଷ୍ମ ପ୍ରତିଜ୍ଞା
କଣ୍ଟକିତ ଫଗୁଣ
ତନ୍ଦ୍ରlହୀନ ରଜନୀ ।
୯)
ମୁଁ ସେହି ବ୍ୟକ୍ତି
ସମ୍ପର୍କ ଟା ଯେ ସ୍ଥିର
ଲମ୍ବିଚ୍ଛି ସେହି ରାସ୍ତା
ବଦଳିଚ୍ଛି ଯେ
ସମୟ, ଦୃଷ୍ଟିକୋଣ
ଅନୁଭବର ଭାଷା ।
~ ରମାକାନ୍ତ ସତପଥି
୧୦)
ନୀଳ ନୟନ !
ମେଘାଚ୍ଛନ୍ନ ଆକାଶ
ଦିଅ ପ୍ରଭୂ ଶରଣ
ବିଦାୟୀ ବେଳା !
ଢ଼ାଳିଦିଅ ଆଶିଷ
ଦୁଃଖ କର ହରଣ ।
୧୧)
ନିଃଶବ୍ଦ ଭାବ !
ପଦ ତଳେ ପ୍ରଣତୀ
ଦେଇଯାଅ ବରଷା
ଧରା ପ୍ଳାବିତ
ପ୍ରତୀକ୍ଷା'ର ମୁହୂର୍ତ୍ତ
ଆଗମନେ ଶ୍ରାବଣୀ ।
~ ପ୍ରତିମା ମେହେର
୧୨)
ସ୍ୱାର୍ଥ ପରସ୍ତ
ଜଗତରେ ସଭିଏଁ
କାହିଁକି ହନ୍ତସନ୍ତ
ପରୋପକାରେ
ଲାଗିଥା ରେ ସର୍ବଦା
କାହିଁକି ତୁ ବ୍ୟଥିତ ।
~ ଶ୍ରୀରାମ ସାହୁ
୧୩)
ଈଶ୍ବର ସତ୍ତା
ସାକାର ସେ ରୂପରେ
ନିରାକାର ନାମରେ
ପରମେଶ୍ବର
ସର୍ବ ବ୍ଯାପକ ଆତ୍ମା
"ଓଁ"କାର ମୂଳମନ୍ତ୍ର ।
୧୪)
ଏ ଜୀବନର
ସମସ୍ତ ଜୟଯାତ୍ରା
ଯନ୍ତ୍ରଣା ର ସଂଗ୍ରାମ
ପ୍ରତି ମନର
ଧର୍ମୀୟ ଭାବ ଭକ୍ତି
ସବୁ ଅଦୃଶ୍ୟ ଶକ୍ତି ।
୧୫)
ପାପ ଓ ପୁଣ୍ୟ
ଆସକ୍ତି ଯୁକ୍ତ ହୋଇ
ଜନ୍ମ ମୃତ୍ୟୁ କାରଣ
ମାୟାରେ ବାୟା
ସବୁ ଜାଣି ମଣିଷ
କର୍ମାନୁଯାୟୀ ଫଳ ।
୧୬)
ପ୍ରେମ ପ୍ରଣୟ
ବସନ୍ତ ରେ ମଳୟ
ଛୁଇଁଯାଏ ହୃଦୟ
ପୁଲକ ଭରେ
ଗାଏସେ' ପ୍ରୀତି ଗୀତି
ନଥାଏ ଭୟ ଭ୍ରାନ୍ତି ।
୧୭)
ବାହୁଡା ଯାତ୍ରା
ଆମ ପରମ୍ପରାରେ
ଜଗନ୍ନାଥ ସଂସ୍କୃତି
ଚେତନା ସାର
ଦିବ୍ୟ ଭାବ ସାନିଧ୍ଯ
ସାରା ଜଗତ ଖ୍ଯାତ ।
~ ସମିତା ସ୍ବାଇଁ
୧୮)
ଚକାନୟନ
ଫେରୁଛ ଶ୍ରୀମନ୍ଦିର
ଭାଇଭଉଣୀ ସାଥେ
ଭାରିଜା କୋପେ
ଦ୍ବାର ଫିଟେଇବେନି
ହୋଇବ ହଟହଟା ।
୧୯)
ମନ ମୋହନ
ଶ୍ରୀୟା ମାନ ଭଞ୍ଜନ
ଦେବଟି ରସଗୋଲା
ମାନବ ଲୀଳା
ସଂସାରେ ପତିପତ୍ନୀ
ତୁମେ ଉଦାହରଣ ।
~ ବାସନ୍ତୀ ଦେଈ
୨୦)
ମୁକ୍ତ ଗଗନେ
ପ୍ରଜାପତିଟିଏ ସେ
ଉଡେ ହୋଇ ବିଭୋର
ଫୁଲ ଉପରେ
ଉଡ଼ଇ ଫର ଫର
ଡେଣା ଝାଡି ଉତଫୁଲ୍ଲ ।
୨୧)
ଜୀବନ ଗୋଟେ
ଭାରି ସୁଦୀର୍ଘ ପଥ
ଚାଲିବା ହେବ ମତେ
ଅନେକ ଦୂର
ସଂସାରର ଜଂଜାଳ
ସହିବା ଅନିବାର୍ଯ୍ୟ ।
୨୨)
ପଥିକଟିଏ
ବାଟ ର ବାଟୋଇ ସେ
ନାହିଁ ଘର ଠିକଣା
ଯାଯାବର ସେ
ନାହିଁ ସଖା, ସହୋଦର
ନାହିଁ ଜୀବନ ଲକ୍ଷ୍ୟ
~ ଜିଗୀଷା ମିଶ୍ର
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें