~ ସାରସ୍ୱତ CHOKA/ଚୋକା କାବ୍ୟ ଯାତ୍ରା ~ ୩ ~
୧)
ଗରଜେ ମେଘ
ନେଇ ଆସେ ଶ୍ରାବଣ
ବର୍ଷା ପ୍ରବଳ
ପାହାଡ଼ ଶିଖରରୁ
ଫୁଟିଛି ଧାର
କୁଳୁକୁଳୁର ଧ୍ୱନି
ଗୀତ ମଧୁର
କଷ୍ଟକର ରାସ୍ତାରେ
ରୌଦ୍ର ପ୍ରଖର
ଭାଙ୍ଗି ଦେଇ ଶିଳାକୁ
ବୁହିଯାଏ ନିର୍ଝର ।
---00---
~ ପ୍ରଦୀପ କୁମାର ଦାଶ
୨)
ନିଳାଦ୍ରୀ ନାଥ
ହେ ପ୍ରଭୁ ଜଗନ୍ନାଥ
ଯୁଗାବତାର
ଧରୁ କେତେ ଶରୀର
ତୋହର ମାୟା
ନର ବୁଝି ପାରେନା
ତୁ ଲୀଳାମୟ
ତୋର ଲୀଳା ଅନନ୍ତ
ନୀଳ ମାଧବ
ବିଶ୍ଵାବସୁର ପ୍ରଭୁ
ନୀଳ କନ୍ଦରେ
ବ୍ରାହ୍ମଣ ବିଦ୍ୟାପତି
ଦର୍ଶନ ପାଇ
ହେଲେ ଆତ୍ମବିଭୋର
ସୋରିଷ ଫୁଲ
ହେଲା ମାର୍ଗଦର୍ଶକ
ଗୁଣ୍ଡିଚା ରାଣୀ
ରାଜା ସେ ଇନ୍ଦ୍ରଦ୍ୟୁମ୍ନ
ସ୍ଵପ୍ନ ଆଦେଶ
ପାଇ ତୁମ ସନ୍ଦେଶ
ହେ ଦୟାମୟ
ତୁମେ ଦୟାସାଗର
ଦାରୁ ରୂପରେ
ଉଭା ମହୋଦଧି ରେ
ଭକ୍ତବତ୍ସଳ
ରହି ଭକତ ମେଳେ
ଲୀଳା କରିବା
ଥିଲା ଅନ୍ତର୍ଗତ ରେ
ଦାରୁ ଦେବତା
ଅଧାଗଢ଼ା ଶରୀରେ
ହୋଇଲ ଉଭା
ନୀଳାଚଳ ଧାମରେ
ଶ୍ରୀଜଗନ୍ନାଥ
ହେଲ ବିଶ୍ଵବିଖ୍ୟାତ
ଶ୍ରୀମନ୍ଦିର ରେ
ବିଜେ ଚତୁର୍ଦ୍ଧାମୂର୍ତ୍ତି
ପତି ବ୍ରାହ୍ମଣ
ଦଇତା ସେବକ ଙ୍କ
ମେଳରେ ରହି
ସେବା ପୂଜା ପାଉଛ
ମାନବ ଲୀଳା
ଉତ୍କଳୀୟ ସଂସ୍କୃତି
ବାରମାସ ରେ
ତେର ପର୍ବ ପାଳିତ
ଦ୍ଵାଦଶ ଯାତ୍ରା
ଶ୍ରେଷ୍ଠ ରଥଯାତରା
ରତ୍ନବେଦିରୁ
ଯାତ୍ରା ଗୁଣ୍ଡିଚା ଘର
ବଡ଼ଦାଣ୍ଡ କୁ
ଧାଡି ପହଣ୍ଡି କରି
ଶିରେ ଟାହିଆ
ଆସ ଝୁଲିଝୁଲିକା
ତିନି ରଥରେ
ବିଜେ ଚତୁର୍ଦ୍ଧାମୂର୍ତ୍ତି
ଘଣ୍ଟ ଶବଦ
ବାଜେ ବିଜେ କାହାଳୀ
ହରିବୋଲ ରେ
ବଡ଼ଦାଣ୍ଡ ଉଛୁଳେ
ନନ୍ଦିଘୋଷ ରେ
ବିଜେ ଚକାନୟନ
ଯାତ୍ରା ବାହାନା
ଭକତ ଉଦ୍ଧାରଣ
ଜନ୍ମ ବେଦୀରେ
ଆଡ଼ପ ମଣ୍ଡପରେ
ପୂଜା ପାଆନ୍ତି
ଭାଇଭଉଣୀ ସାଥେ
ହେରାପଞ୍ଚମୀ
ମା ଲକ୍ଷ୍ମୀ ଠାକୁରାଣୀ
ପ୍ରଭୁ ଦର୍ଶନ
ଫିଙ୍ଗି ମୋହନ ଚୂର୍ଣ୍ଣ
ଅତ୍ୟନ୍ତ କୋପେ
ରଥକାଠ ଭାଙ୍ଗିଲେ
ଫେରି ଆସିବ
ବାହୁଡ଼ା ଦଶମୀ ରେ
ଏକାଦଶୀ ରେ
ଅପୂର୍ବ ସୁନାବେଶ
ତୃପ୍ତି ଲଭନ୍ତି
ସୁରନର ଗନ୍ଧର୍ବ
ଦ୍ଵାଦଶତିଥି
ଅଧର ପଣା ନୀତି
ତ୍ରୟୋଦଶୀ ରେ
କର ନିଳାଦ୍ରୀ ବିଜେ
ଶୁଭେ ମଣିମା ଡାକ ।
---00---
~ ବାସନ୍ତୀ ଦେଈ
୩)
ଅନ୍ତିମ ଦିବସ
କୁରୁକ୍ଷେତ୍ର ଫେରନ୍ତା
ଦ୍ୱାରିକାଧୀଶ
ମୃଦୁହାସ୍ୟ ବଦନ
କ୍ରୁଦ୍ଧ ରୁକ୍ମିଣୀ
ଉତ୍ସୁକତାର ପ୍ରଶ୍ନ
ମୃତ୍ୟୁ କାରଣ
ଭୀଷ୍ମ, ଦ୍ରୋଣ ଓ କର୍ଣ୍ଣ
ଧର୍ମବତାର
ଧର୍ମର ବ୍ୟତିରେକ?
ଶ୍ରୀକୃଷ୍ଣ ଉକ୍ତି
ସନ୍ଦେହର ମୋଚନ
କର୍ମର ଫଳ
କୁକର୍ମ ପରିଣାମ
ନୀରବ ଭୀଷ୍ମ
ଦ୍ରୌପଦୀ ଵିଵସନ
ଅବହେଳାର
କର୍ତବ୍ୟ ପାଳନରେ
ମୃତ୍ୟୁ କାରଣ
ଦ୍ରୋଣାଚାର୍ଯ୍ୟ ଆଚାର୍ଯ୍ୟ
ସମଭାଗିତା
ପିତାମହ ଭୀଷ୍ମଙ୍କ
କୌନ୍ତେୟ କର୍ଣ୍ଣ
ମହାଦାନୀ ପ୍ରବର
ଅବିଚାରିତା
ମଦମତ୍ତ ମଣିଷ
ନିଷ୍ପାପ ଶିଶୁ
ବୀର ସେ ଅଭମନ୍ୟୁ
ଅନ୍ତିମ ବେଳା
ତୃଷାର୍ତ୍ତ ଆର୍ତ୍ତନାଦ
ନିଶ୍ଚଳ କର୍ଣ୍ଣ
ସଂନିକଟ ଯେ ଜଳ
ଗର୍ତ୍ତର ମଧ୍ୟେ
କର୍ତ୍ତବ୍ୟ ଅବହେଳା
ଉପେକ୍ଷା ଭାବ
ଗର୍ତ୍ତେ ପତିତ ରଥ
ମୃତ୍ୟୁର କାରଣ
କୁକର୍ମେ ଲିପ୍ତ ବ୍ୟକ୍ତି
ପ୍ରଶ୍ରୟ ଦାତା
ସମଭାଗୀଦାର ଯେ
ଧର୍ମ ନିକିତି ଦଣ୍ଡ
ନୁହଇ ଅବିଚାର l
---0---
~ ମନୀଷା ମିଶ୍ର
୪)
ଯୁଦ୍ଧର ଶେଷ
କୁରୁକ୍ଷେତ୍ରରୁ ଫେରେ
ଦ୍ୱାରିକାଧୀଶ
ରୁକ୍ମିଣୀ ପଚାରନ୍ତି
ମୃତ୍ୟୁ କାରଣ
ଭୀଷ୍ମ, ଦ୍ରୋଣ ପରିକା
ବୀର ପତନ
ମୁରୁକି ହସି ବିଷ୍ଣୁ
କହନ୍ତି ଶୁଣ
ଧର୍ମକୁ ଅନୁସରି
କାଳାତିପାତ
ପାପ କର୍ମର ଫଳ
ଭୋଗିବା ହୁଏ
ସଂସାର ଵିଧି ବନ୍ଧା
ହୁଅନ୍ତି ସର୍ବେ
ବସ୍ତ୍ର ହରଣ କାଳେ
ନିରବଦ୍ରଷ୍ଟା
ଦୁଃଶାସନ କୁକର୍ମ
କର୍ତ୍ତବ୍ୟହୀନ
ଜ୍ୟେଷ୍ଠ ଓ ସମ୍ମାନିତ
ବାଧା ନ ଦେବା
ପାପ ସେହି କର୍ମର
ଭୋଗନ୍ତି ବୀର
ରୁକ୍ମିଣୀ ପଚାରନ୍ତି
କର୍ଣ୍ଣ ଯେ ଦାନୀ
ତାଙ୍କ କି ପାପପାଇଁ
ଦଣ୍ଡର ଭୋଗ?
ଗମ୍ଭୀର ଭାବମୁଦ୍ରା
ଶ୍ରୀ ନାରାୟଣ
ମହାଦାନୀ ସେ କର୍ଣ୍ଣ
ମନେ ପକାଅ
ଅଭିମନ୍ୟୁ ସୁପୁତ୍ର
ସେ ଧରାଶାୟୀ
ତୃଷାର୍ତ୍ତର ଚିତ୍କାର
କର୍ଣ୍ଣ ନିଶ୍ଚଳ
ନୀରବ ସ୍ଥିରଭାବ
ଗର୍ତ୍ତରେ ପାଣି
କର୍ତ୍ତବ୍ୟବିମୁଢ଼ ସେ
ପାପର ଭାଗୀ
ରଥର ଚକ ଫସେ
ସେହି ଗର୍ତ୍ତରେ
ମୃତ୍ୟୁର କାରଣ ଯେ
ଅନ୍ୟାୟ କର୍ମ
ପ୍ରଶ୍ରୟଦେବା ବ୍ୟକ୍ତି
ହୁଏ ସେ ପାପଭାଗୀ ।
---0---
~ ରମାକାନ୍ତ ସତପଥି
୫)
ନୀଳଚକ୍ର ରେ
ବାନା ଯେ ଫରଫର
କିର୍ତ୍ତୀ ତୁମରି
ସାରା ସଂସାରେ ଖ୍ୟାତ
ମହିମା ତୁମ
ଅଟେ ଅନନ୍ତ ସିନ୍ଧୁ
କୃପାର ବିନ୍ଦୁ
ତୁମରି ମହାବାହୁ
ଶ୍ରୀ କ୍ଷେତ୍ରେ ଖ୍ୟାତ
ହଇଛ ବିରାଜିତ
ନୀଳାଚଳ ବିହାରୀ ।
---0---
~ ଜିଗୀଷା ମିଶ୍ର
୬)
ଶ୍ରାବଣ ସନ୍ଧ୍ୟା
କର୍କଶ ଭେକ ଡାକ
ଥରାଏ ମହୀ
ବିରକ୍ତି ଭାବ ଯାଗେ
କାହା ମନରେ
ଶୁଣେ କିଏ ଧ୍ୟାନରେ
ଭାବୁକ ମନେ
ଆସେ ଭାବ ଦର୍ଶନ
ନୀରବ ଜ୍ଞାନୀ
ମୂର୍ଖ ଦେଲେ ଭାଷଣ
ପ୍ରେମୀକ ବୁଝେ
ଏକା ରାବର ଅର୍ଥ
ମଧୁର ଗୀତ
ପ୍ରେମ ଭରା ସଂଗୀତ
ଆସ ଆସରେ ମିତ ।
---00---
~ ରଞ୍ଜନ ଜେନା
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें