हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

शनिवार, 24 जुलाई 2021

ODIA CHOKA POEMS ~ 4

~ ସାରସ୍ୱତ CHOKA/ଚୋକା କାବ୍ୟ ଯାତ୍ରା ~ ୪ ~

୨୪/୦୭/୨୦୨୧

୧)

ଥୁଣ୍ଟା ଗଛରେ 

ଫୁଟେ କଅଁଲି ପତ୍ର 

ମୁନରେ ତାର 

ସଜ ନୀଳ ଆକାଶ 

ପୁରୂବ ଦିଗେ 

ମମତାର କୋଳରେ

ଅବୋଧ୍ୟ ଶିଶୁ 

ରକ୍ତାଭ ନାଲି ନଭେ 

ଉଏଁ ସୁରୁଜ 

ସମସ୍ତେ ପରିଚିତ 

ଗିରି ଓ ଶୃଙ୍ଗ 

ପକ୍ଷୀଙ୍କ କଳରବେ

ହସେ ସକାଳ 

ଆଶା ଯେ ଅସୁମାରୀ  

ଡେଣାରେ ଗିରି

ଥଣ୍ଟରେ ତୃଣ ନେଇ 

ଧାଉଁଛି ପକ୍ଷୀ 

ଗଢିବ ନୂଆ ନୀଡ

କାକଳୀ ସ୍ୱର  

ବିଜନ ବଣ ଶିଳ୍ପୀ 

ଗାଏ ସେ ସୁପ୍ରଭାତ ।

---0---


~ ପ୍ରଦୀପ କୁମାର ଦାଶ


୨)

ଅଜବ ଏକ

ମୋଡ଼ରେ ଆଜି ଜୀବନ୍

ମେଘ କହୁଛି

ନିଜେ ହିଁ ବର୍ଷିଯିବ

ବିନା ପବନେ

ଜହ୍ନ ବି ତ କହୁଛି

ତା'ର ଜ୍ୟୋତ୍ସ୍ନାରେ

ଆଲୋକିତ କରିବ

ବିନା କିରଣେ

ଓଲ୍ଟା ବହିବ ବୋଲି

ନଦୀ କହୁଛି

ମିଶିବାକୁ ଚାହୁଁନି 

ସମୁଦ୍ରେ ଯାଇ

କିନ୍ତୁ ମାଟି କହୁଛି

ଜଲ୍ଦି ଚାଲି ଆ'

ମିଶିଯା' ମୋ ଦେହରେ 

ଯୋଉଠୁ ଆସିଥିଲୁ ।

---0---


~ ରାଜେଶ କୁମାର ମୁଣ୍ଡ


୩)

ବୀରପୁତ୍ର ସେ

ମହାରାଣା ପ୍ରତାପ

ମେୱାର ରାଣା

ମହାପ୍ରତାପୀ ବୀର

ପ୍ରଜାବତ୍ସଳ

ମହାପରାକ୍ରମୀ ସେ

ବିଶ୍ୱବିଦିତ

ପରାକ୍ରମର ଗାଥା

ହଳଦିଘାଟ

ଯୁଦ୍ଧର ବିଭୀଷିକା

ସ୍ୱାଧୀନଚେତା

ସ୍ୱାଭିମାନୀ ପୁରୁଷ

ଆକବର ଯେ

ମୋଗଲ ବାଦଶାହା

ବାନ୍ଧି ପାରେନା

ସର୍ତ୍ତ ପ୍ରଲୋଭନରେ

ପ୍ରତ୍ୟାଖାତ ସେ

ଯୌମାଲ ମୈଦଟିଆ

ଶସ୍ତ୍ରଗୁରୁ ସେ

ଧୁଣୀର ଧୁରନ୍ଧର

ଅଜେୟ ବୀର

ପ୍ରଜାଙ୍କ ଅତିପ୍ରିୟ

ଦୁର୍ଦ୍ଧର୍ସ ଭୀଲ

ସଦା ତତ୍ପର ସାଥି

ଲୋହାର ଜାତି

ତ୍ୟାଗପୁତ ଜୀବନ

ଚେତକ ଅଶ୍ୱ

ରାମପ୍ରସାଦ ଗଜ

ପ୍ରିୟ ବିଶ୍ୱସ୍ତ

ଅପୂର୍ବ ପ୍ରଭୁଭକ୍ତି

ଜୀବନ ତ୍ୟାଗ

ଦରିଆ ଅତିକ୍ରମ

ଚେତକ ଅଶ୍ୱ

ମନ୍ଦିରେ ପୂଜା ପାଏ

ଚିରସ୍ମରଣ

ସ୍ମୃତିର ସୌଧପରେ

ରାମପ୍ରସାଦ

ଶତୃ ହସ୍ତରେ ବଳୀ

ଭୋଜନ ତ୍ୟାଗ

ଆତ୍ମହୁତି ଗ୍ରହଣ

ମଣିଷ ଜାତି

ବିଶ୍ୱାସଘାତକତା

ଛଳନାମୟ

ଋଣ ପରିଶୋଧରେ

ପଶୁ ନୁହେଁ ସେ

ବିଶ୍ୱସ୍ତ ସୁସେବକ

ଭକ୍ତି ଅତୁଳନୀୟ ।

---0---


~ ରମାକାନ୍ତ ସତପଥି


୪)

ରୁଦ୍ର ମାଧବ !

ହେ ପ୍ରଭୂ ଶିବଶମ୍ଭୁ

ଦୟା କରହେ

ଉଦ୍ଧାର ଭକତକୁ

ଡମ୍ବରୁଧର !

ତୁମେ ଯେ ମହାଦେବ

ପାଦ ପଦ୍ମରେ

କୋଟି କୋଟି ପ୍ରଣତି

ତୁମେ ଆଲୋକ

ତୁମେ ପାଳନକର୍ତ୍ତା

ଶିବ ଶଙ୍କର 

ହର୍ତ୍ତା କର୍ତ୍ତା ବିଧାତା 

ହେ ନୀଳକଣ୍ଠ !

ପିଇ ବିଷ ପୁରୁଷ

ବୋଲାଇଲ ହେ

ତୁମରି ଗୁଣଗାନ

କରୁ ଯାଉ ମୋ ପ୍ରାଣ ।

---0---


~ ପ୍ରତିମା ମେହେର


୫)

ହେ ଭଗବାନ !

ଏତେ ଦୁଃଖ ଦେଉଛ

ହେ ମହାବାହୁ !

କେତେ ସୁଖ ପାଉଛ

ହେ ପରଂବ୍ରହ୍ମ !

ଟିକେ କରୁଣାକର

ହେ ଦୟାମୟ !

ଦୁଃଖ ଦୁରିତ କର

ଭବୁ ଉଦ୍ଧାର କର । 

---0---


~ ଶ୍ରୀରାମ ସାହୁ


୬)

ବିଦ୍ୟୁତ କାଟ

ପାନୀୟ ଜଳାଭାବ

ନର୍ଦମା ଗନ୍ଧ

ହାତ ଚିକ୍କଣ

କଂକ୍ରିଟ ଉଠାରାସ୍ତା

ନିଶରେ ହାତ

ଘର ଅନ୍ଧାର

ବିଜୁଳି ବିଲ୍ ତାଗିଦା

ଲାଇନ କାଟ

ସ୍କୁଲରେ ଭିଡ଼

ପ୍ରବେଶିକା ପରୀକ୍ଷା

ନାହିଁ ଶିକ୍ଷକ

ହୋଟେଲ ଶୂନ୍ୟ

ରାସ୍ତା ଠେଲାରେ ଭିଡ

ପକେଟ୍ ତ ଖାଲି

ଅନ୍ତହୀନ ସମସ୍ୟା

ସହରୀ ଚାକଚକ୍ୟ ।

---0---


~ ଜିଗୀଷା ମିଶ୍ର


୭)

ଭିନ୍ନ ପୃଥିବୀ 

ତନ୍ଦ୍ରାହୀନ ନୟନ 

ଅଳସ ହଜେ

ଆଶା ମଉଳିଯାଏ 

ମିଥ୍ଯା ଆୟୂରେ  

ଦୁନିଆ ଭାଙ୍ଗିଜାଣେ 

ଗଢି ଜାଣେନା 

ଛଳନା ଜଉଘରେ 

ଜୀବନ ଜଳେ

ଶଠତାର ମାୟାରେ 

ବାଜିରେ ଲାଗେ 

ନିରାଶ୍ରୟ ପଣତ 

ଅନନ୍ତ ଦୁଃଖ 

ବେଦନା ର ବ୍ଯଥାରେ 

ବିବର୍ଣ୍ଣ ମୁହଁ 

କେମିତି ବା' ବଞ୍ଚିବ

ବିକୃତ ଇଛା 

ମନଟିକୁ ମନାଇ 

ଯନ୍ତ୍ରଣା ଉହ୍ମେଇରେ ।

---0---


୮)

ଦିବ୍ୟ ଜୀବନ 

ପରିବାର ସଂସ୍କାର 

ମାନ ସମ୍ମାନ 

ଶିଖିଥାଏ ସନ୍ତାନ 

ସ୍ନେହ ମମତା 

ଶ୍ରଦ୍ଧା ଓ ଆତ୍ମୀୟତା

ଭକ୍ତି ଜ୍ଞାନରେ 

ଦୃଢହୁଏ ବିଶ୍ବାସ 

ଆଚରଣରେ 

ବଦଳୁଛି ଚଳଣି 

ଉଚ୍ଚାରଣରେ 

ଅବକ୍ଷୟ ସମାଜ 

ଅଧର୍ମ ବଢେ 

କୁସଂସ୍କାର ନୀତିରେ 

କୋମଳ ମନ 

କଳୁଷିତ ପଥରେ

କୁତ୍ସିତ କାମ 

କଳଙ୍କିତ ଅଧ୍ଯାୟ

ବଢି ଚାଲିଛି 

ଅଧର୍ମ ବ୍ଯଭିଚାର 

ବିସ୍ତରି ଯାଏ 

ଖୋଲା ଖୋଲି ଭାବରେ 

ଆମ ସମାଜ 

ଅପଦସ୍ତ ଏବେରେ 

କ୍ରୋଧ ଆଉ ହିଂସାରେ ।

---0---


~ ସମିତା ସ୍ବାଇଁ


୯)

ଗୁରୁ ମହାନ

ଆଲୋକ ମୁଖ୍ୟ ବିନ୍ଦୁ 

ଅମା ଅନ୍ଧାରେ 

ନୀଳ ଗଗନ ଇନ୍ଦୁ

ଯେଉଁ ଆଖିରେ

 ଦେଖୁ ଭବିଷ୍ୟ ଭୁତ

ସେ ଗୁରୁ ଦାନ

ଭୁଲିବା ନାହିଁ ମିତ

ନଥାଏ ଜାତି

ରଙ୍ଗର ଭେଦ ସେଠି

ଗୁରୁ ପରମ

ପାଦରେ ଯିବା ଲୋଟି

ସଦଗୁରୁଙ୍କ

କାମନା ଶିଷ୍ୟ ସିଦ୍ଧି

ବିତ୍ତ ହରଣ

ନୁହଁଇ ତାଙ୍କ ଵିଧି

ଜ୍ଞାନ ହିଁ ତାଙ୍କ ନିଧି ।

---0---


~ ରଞ୍ଜନ ଜେନା


୧୦)

ପାପ ଓ ପୁଣ୍ୟ

ବିବେକ ଅନୁଚିନ୍ତା

ଗଙ୍ଗାରେ ସ୍ନାନ

ଧର୍ମକୁ ଆଖିଠାର

ବିକାର, ଘୃଣା

ହିଂସାର ଦାବାନଳ

ଧର୍ମର ଦ୍ୱାହି

କପଟ ଆଚରଣ

ଅସନ୍ତୁଳିତ

ବିପର୍ଯ୍ୟସ୍ତ ପ୍ରକୃତି

ନର ପ୍ରବୃତ୍ତି

ଧ୍ବଂସାଭିମୁଖୀ ବିଶ୍ୱ

ମାନବ ଧର୍ମ

ବିଚାରରେ ଶୁଦ୍ଧତା

ସ୍ଥିର ବିବେକ

ନୀତିନିଷ୍ଠ ବଚନ

ପାତକ ନାଶ

ମାନବ ପରାକାଷ୍ଠା

ଜଗତର ଉଦ୍ଧାର  ।

---0---


~ ମନୀଷା ମିଶ୍ର 


୧୧)

ଋତୁ ବଦଳେ

ଜୀବନ ସଂଘର୍ଷରେ

ଅପୂରଣୀୟ

ଦୁର୍ବାର ଅଭିଳାଷେ

ଜୟ ବିଜ୍ଞାନ

ସ୍ଲୋଗାନ ମାଧ୍ୟମରେ

ଆଧୁନିକତାର

ସାମାଜିକ ଚଳଣି

ରୂପ ବଦଳେ

ଆଧ୍ୟାତ୍ମିକ ବିହୀନ

ଉଗ୍ର ଅଧୁନା

କାମନା ପୂରଣ ର

ପ୍ରତିଯୋଗିତା

ବସ୍ତୁବାଦୀ ଦୁନିଆ

କଂକ୍ରିଟ ଯୁକ୍ତ

ଶିଳ୍ପ ଓ ଅଟ୍ଟାଳିକା

ଜଙ୍ଗଲ ଧ୍ବଂସ

ପ୍ରକୃତିର ଅଭିଶାପ

ଅନିଶ୍ଚିତତା

ସ୍ବପ୍ନ ର ଭବିଷ୍ୟତ

ଆଶା ଅନେକ

ନୂତନ ସମ୍ଭାବନା

ରହେ ସ୍ୱପ୍ନରେ

ସବୁ ତ ଚୁରମାର

ପ୍ରକୃତି ଲୀଳା

ରଚେ ତା ଇଛାମତେ

ବୈଶାଖେ କଇଁ

ଆଷାଢେ ଫାଟେ ଭୂଇଁ

ବନ୍ୟା ମରୁଡି

ଚାଷୀ ହା ହତାଶ ରେ

ଜଳ ସଂକଟ

ଗ୍ରୀଷ୍ମେ ବନ୍ୟା ପ୍ରବଳ

ଅସମୟରେ

ସୁନାମି ଭୂମିକମ୍ପ

ଜୀବନ କ୍ଷୟ

ବିକାଶ ର ଡିଣ୍ଡିମ

ସ୍ଥାଣୁ ଆଇନ୍

ମଣିଷ କର୍ମଫଳ

ଭୋଗିବନି ତ

କିଏ ଆଉ ଭୋଗିବ ?

ସଚେତ ହୁଅ

ବେଳହୁଁ ସାବଧାନ

ଜୀବନ ହେବ ଧନ୍ୟ ।

---0---


~ ବାସନ୍ତୀ ଦେଈ

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH