हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

मंगलवार, 27 जुलाई 2021

ODIA CHOKA POEMS ~ 7

~ ସାରସ୍ୱତ CHOKA/ଚୋକା କାବ୍ୟ ଯାତ୍ରା ~ ୭ ~

   

 

୧)

ଶ୍ରାବଣ ମାସ

ପ୍ରତ୍ୟେକ ସୋମବାରେ 

ଜଳାଭିଷେକ 

ଆଶା ବିଶ୍ୱାସ ଭରି

ସକାଳୁ ଉଠି 

ନମଃ ଶିବାୟ ମନ୍ତ୍ର 

ଖୁସିରେ ଗାଇ 

ଚାଲନ୍ତି ଶିବଭକ୍ତ 

ଘିଅର ଦୀପ 

ଧୂପକାଠି ଜଲାଇ 

ଭକ୍ତିର ଭାବେ 

କାଉଡିଆଙ୍କ ମୁଖେ 

ବାହାରୁ ଥାଏ 

ବମ୍ ବମ୍ ହରହର

ପ୍ରଭୁ ହେ ଶିବ 

ଜୟ ଭୋଳାଶଙ୍କର

ବନ୍ଧୁ ନିଶ୍ଚୟ 

ମନସ୍କାମ ପୂରିବ 

ଭକ୍ତି ଭାବରେ 

ଯଦି କରିବ ତୁମେ 

ଶିବାଷ୍ଟକର ପାଠ ।

---0---


~ ପ୍ରଦୀପ କୁମାର ଦାଶ


୨)

ତୁମ ଚିନ୍ତନ

ଅସୁମାରୀ ଅଭିପ୍ସା

ବଞ୍ଚାଇ ରଖେ

ତୁମ କଥନ

ଅପ୍ରମିତ ଆଶଙ୍କା

ଜଗାଇ ରଖେ,

ବୁଝି ହୁଏନି ତୁମେ

ମୋ ସପକ୍ଷରେ

ନା ବିପକ୍ଷରେ ଅଛ

ଯାହା କହୁଛ

ଅପ୍ରିୟ ଅବା ପ୍ରିୟ

ସତରେ କ'ଣ

ଏତେ କ୍ଷୀଣ ବୟସ

ପ୍ରଜାପତି ଆୟୁଷ ?

---0---


~ ରାଜେଶ କୁମାର ମୁଣ୍ଡ


୩)

ଝର କଲମ

ଅସୀମ ଶକ୍ତିଉତ୍ସ

ମନ ପର୍ଦାରେ

ଅଙ୍କିତ ଭାବନାର

ପରିପ୍ରକାଶ

ସାମ୍ରାଜ୍ୟର ଧୂଳି ସାତ୍

ଧନ ନନ୍ଦର

ଗର୍ବିତ ଆସ୍ପର୍ଧାର

ଫ୍ରାନ୍ସ ବିପ୍ଳବ

ଚା 'ପେଟି ଫିଙ୍ଗା ଦୃଶ୍ୟ

ଆମେରିକାର

ଶାଣିତ ଠୁଁ ତୀକ୍ଷ୍ଣ

ସମୟ ଚକ୍ର

ତୀକ୍ଷ୍ଣତା ର ଧାରରେ

ଉଦବେଳନର ସୃଷ୍ଟି ।

---0---


~ ରମାକାନ୍ତ ସତପଥି


୪)

ବର୍ଷାର ମଜା

ଓଦା ଓଦା ଶରୀର

ବାଦାମ ଭଜା

ସଜ ମୁଢିର ମଜା

ପକୁଡି ବଡା

ଚଟଣୀ ସହ ବଢା

ଖାଇବା ବସି

ପରିବାରରେ ଖୁସି

ଛତୁ ତିଅଣ

ତା ସହ ମାଛ ଭଜା

ପତର ପୁଡା

ପୁଆଳ ବାଳି ଛତୁ

ଶେଉଳ ମାଛ

ନାଳରେ ଧରିବାରେ

ସରଳିଯାଏ ହାତୁ ।

---0---


~ ଜୟରାମ ସାହୁ


୫)

ମୁଇ ଯଉଛେ

ତମର ନୁ ଦୂରକେ

ବହୁତ ଦୂର

କହିଥିଲଗା ତମେ

ସତ ବି ହେଲା

ଗଲ ଯେ ନି ଆଏଲ

ପାସରି ଦେଲ

ତରା ହେଲ ଆକାସେ

ଦେଖୁଛେ ମୁଇଁ

ରାଏତ ଆରୁ ଦିନ

ସପନ ଥିନ

ପାଖେ ପାଖେ ଲାଗସ

ସକାଲ ହେଲେ 

ଉଭେଇ ଯାଇଥିସ

ନୁରସି ମୁଇଁ

ଝାର ପତରା ସବୁ

ନଏଦ ନାଲ

ସେ ଏକଲା ଫେରଘାଁ

ହୁରଗୁନି ହେସିଗୋ ।

---0---


~ ପ୍ରତିମା ମେହେର


୬)

ହେ ଲୀଳାମୟ

ତୁମକୁ ଅଗୋଚର

ତୁମରି ଲୀଳା

କି ଜାଣିବି, ମୁଁ ଛାର

ହେ ମହାପ୍ରଭୁ

ତୁ ଜଗତ ଠାକୁର

ତୋର ମହିମା

ଯେ ଅଗମ୍ୟ ଅପାର

ତୁଳନା ନାହିଁ ତୋର ।

---0---


~ ଶ୍ରୀରାମ ସାହୁ


୭)

ଚପଳ ଛନ୍ଦା

ନଦୀଟା କୁଳୁ କୁଳୁ

ବନ୍ଧୁର ପଥ

ଶିଳା ଯେ ଭୁଲୁଣ୍ଠିତ

ବିଦୀର୍ଣ୍ଣ ବକ୍ଷ

ସୁଅରେ ଭାସି ଯାଏ

ବାଲି ଗରଡ଼ା

ନିଶ୍ଚିହ୍ନ ତାର ସତ୍ତା

ନିରଳସ ପ୍ରବାହ ।

---0---


~ ମନୀଷା ମିଶ୍ର


୮)

ସ୍ଵାଗତ କରେ

ମୁଁ ହାଇକୁ ସାଧନା

ଓଡ଼ିଶା ଗ୍ରୁପ୍ କୁ

ସଭିଏଁ ଶୁଣ

ଖୁସି ର ଖବରଟେ

ନାଚିବ ମନ

ବହୁଦିନ ପ୍ରତୀକ୍ଷା

ଅନେକ ଚେଷ୍ଟା

ଆଜି ହେଲା ସଫଳ

ପ୍ରଦୀପ ସାର

ସମ୍ପାଦକ ଗ୍ରୁପ୍ ର

ସଭ୍ୟା ସଭ୍ୟଙ୍କୁ

ଦେଲେ ଶୁଭ ସୂଚନା

ସଭିଏଁ ଶୁଣ

ରମାକାନ୍ତ ସାର୍ ଓ

ରାଜେଶ ସାର୍

ମନୀଷା ମାଡାମ ଓ

ବାସନ୍ତୀ ଦେଈ

ଦମୟନ୍ତୀ,ସମିତା

ମୁକ୍ତେଶ୍ଵର ସହିତ

ଶ୍ରୀରାମ, ଜୟରାମ

ଦେବେନ୍ଦ୍ର ଭାଇ

ଉତ୍ତମ ବାବୁ ସହ

ଅନ୍ୟାନ୍ୟ ସଭ୍ୟ

ଆନନ୍ଦ ଉଲ୍ଲାସରେ

କରତାଳି ଟେ

ହୋଇଯାଉ ଭର୍ଚୁଆଲ୍

ଅଭିନନ୍ଦନ ଜଣାଏ ।

---0---


~ ବାସନ୍ତୀ ଦେଈ 


୯)

ନଈ ପଠାରେ 

କାଶତଣ୍ଡୀ ହସୁଛି 

ଶୁଭ୍ର ତନୁରେ 

କି ସୁନ୍ଦର ଦିଶୁଛି 

ଲଳିତ ସ୍ବରେ 

ଗାଇ ସେ 'ପ୍ରୀତିଗୀତି 

ମୂର୍ଚ୍ଛନା ତୋଳି

ଢଳି ଢଳି ନାଚୁଛି 

ସତେଜ ସ୍ମୃତି 

ମନେ ଉଙ୍କି ମାରୁଛି 

ଶିଶିର ବିନ୍ଦୁ 

ଟୋପା ଟୋପା ଝରୁଛି 

ମୁକୁତା ଭଳି 

ମନ ପ୍ରାଣ ମୋହୁଛି 

ଶ୍ଯାମଳ ଶଯ୍ଯା 

କଳ୍ପନା ର ଭାବରେ

ମନ ବନରେ 

ଡେଣା ମେଲି ଉଡୁଛି 

ଆକାଶ ଛତା 

ମେଘଖଣ୍ଡ  ସହିତ 

ଫେରେ ଶ୍ରାବଣ 

ଅଶିଣ ଆଗମନ 

ପୂଜା ପାର୍ବଣ 

ଆବାହନୀ ମନ୍ତ୍ରରେ 

 ମାତୃ ଶକ୍ତିର 

ଚେତନା ର ଜାଗ୍ରତ 

ମା'ମୁଣ୍ମୟୀ ମୂର୍ତ୍ତି ରେ ।

---0---


~ ସମିତା ସ୍ବାଇଁ


୧୦)

ପୁର୍ବ ଆକାଶେ 

ଅରୁଣ ଆସେ ଉଇଁ 

ଗାଁ ପାଦ ଧୋଇ

ବହୁଛି ସ୍ଵଛ ନଈ

ପାଚିଲା ଶସ୍ୟ

କ୍ଷେତେ ଯାଏଛି ଶୋଇ

କୃଷକ ମନ

ନାଚଇ ଥେଇ ଥେଇ

ଅସମତଳ 

ଗାଁ ର ପଥ ହସେ

ନଥାଏ ଚିନ୍ତା

ପଥିକ ମନ ଭାସେ

ସରଳ ଜନ

କପଟ ନାହିଁ ମନେ

ଆଦରି ନିଏ

ଆସଇ ଯା ଜୀଵନେ

ଏବେର ଗ୍ରାମ

ନୂତନ କଳେବର

ସହରୀ ଭୁତ

କଲେଣି ସବୁ ଘର

ସଳଖ ରାସ୍ତା

କୁଟିଳ କରେ ମନ

ପୂଜ୍ୟର ପୂଜା

ଗଲାଣି ଶମସାନ 

ହଜିଛି କାଲି

ଆସିଛି ନୂଆ ବେଳ

ମାପ ସମ୍ପର୍କ

ନାମକୁ ମାତ୍ର ମେଳ

ପର ଚର୍ଚ୍ଚା ରେ 

ଯାଉଛି କାର ଦିନ

ଅନ୍ୟର ଶିରି

ହାଣୁଛି କାର ମନ

ନିଜକୁ ମଣି ହୀନ ।

---0---


~ ରଞ୍ଜନ ଜେନା

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH