हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

गुरुवार, 29 जुलाई 2021

ODIA CHOKA POEMS ~ 9

~ ସାରସ୍ୱତ CHOKA/ଚୋକା କାବ୍ୟ ଯାତ୍ରା ~ ୯ ~


ଚୋକା

୧)  

ପ୍ରେମ ଶାଶ୍ୱତ 

ଆଲୋକ ବିଚ୍ଛୁରଣେ 

ଜଳେ ପ୍ରଦୀପ  

ହୃଦେ ପ୍ରେମ ର ବହ୍ନି

ଜ୍ୱଳନଶୀଳ 

ଦୀପର ସଂସ୍ପର୍ଶରେ 

ଅର୍ଘ୍ଯ ପତଙ୍ଗ 

ହେଲେ ଧନ୍ୟ ଏ ପ୍ରେମ 

ହୁଏ ସଦା ଅମର ।

---0---


~ ପ୍ରଦୀପ କୁମାର ଦାଶ


୨)

ପ୍ରେମର ଜ୍ୱାଳା

ଆକର୍ଷଣରେ ଅନ୍ଧ

ପତଙ୍ଗ ଧାଏଁ

ବେଖାତିର ଭାବରେ

ଦହନଶୀଳ

ଡେଣା ଓ ଶରୀର

ମୃତ୍ୟୁ ଡାକରା

ଜଳିବାରେ ଆନନ୍ଦ

ଦଗ୍'ଧୀଭୂତ ସେ

ମିଳନର ବେଳାରେ

ଶିଖାର ବାହୁ ଫାସେ ।

---0---


~ ରମାକାନ୍ତ ସତପଥି


୩)

ଭୟରେ ରାତି

ଅଜଣା ଆତଙ୍କରେ

ଦିନ ଜଳୁଛି

ଦାରୁଣ ନିଦାଘରେ

ଦୂଷିତ ବାୟୁ

ଜୀବାଣୁ ସଂକ୍ରମଣେ

ପାଣି ବହୁଛି

ଆଖିରୁ ଧାର ଧାର 

ନ୍ୟାୟ ମିଳୁନି

ଅସତ୍ୟ ଦରବାରେ

ରକ୍ଷକ ଯିଏ

ମହା ଭକ୍ଷକ ସିଏ

ନିତି ଦିନିଆ

ଭ୍ରଷ୍ଟାଚାର, ଦୁର୍ନୀତି 

ଜୁଇର ଜଳେ

ଐତିହ୍ୟ ଓ ସଂସ୍କୃତି

ମନ ଲୁଣ୍ଠିତ

ହୃଦୟ କଳୁଷିତ 

ସ୍ୱାର୍ଥରେ ପ୍ରେମ

ଆତ୍ମୀୟ କେହି ନାହିଁ

ଦିନ ଓ ରାତି

ସମାନ ହେଲା ସବୁ

ନୀଳ କାମନା

ହଳଦିଆ ବାସନା

ଦୁନିଆ ସାରା

କଳା ଓ ଧଳା ଛାଇ

ସମସ୍ତେ ବ୍ୟସ୍ତ

ନାଲି ଗୋଲାପ କଢ଼

ଗୋଟେଇବାରେ

ଫୁରସତ ବି କାହିଁ

ସମାଜ ପାଇଁ

ଆସୁରିକ ପ୍ରବୃତ୍ତି

ରାବଣୀୟ ସଂସ୍କୃତି ।

---0---


~ ରାଜେଶ କୁମାର ମୁଣ୍ଡ


୪)

ପ୍ରେମ ଶାଶ୍ୱତ

ଦିଗନ୍ତ ବ୍ୟାପି ବାତ୍ସ୍ନା

ଚମକପ୍ରଦ

ପ୍ରତିଟି ଅନୁଭବ

ତା'ଗଭୀରତା

ସୀମାହୀନ ସାଗର

ପହଁରି ପାରେ

ଉବୁଟୁବୁ ପ୍ରେମିକ

ଜୀବନ ଦିଏ

ହାରେ ନିଜସ୍ୱ ସତ୍ତା

ହଜାଇଦିଏ

କା'ବକ୍ଷେ ତା'ହୃଦୟ

ଗୁମୁରୁଥାଏ

ବସନ୍ତ ଫଗୁଣରେ 

ଗ୍ରୀଷ୍ମ'ର ଝାଞ୍ଜି

ମିଳନ ବହୁ ଦୂରେ

ତଥାପି ଚାହେଁ

ସାନ୍ନିଧ୍ୟ ପ୍ରେମିକାର

ଫେରିଯାଏ ସେ

ଆସେନା ହଜିବାକୁ

ଛାତିରେ ତା'ର

ପୁଣି ଅପେକ୍ଷା କରେ

ଜହ୍ନ ରାତିରେ 

ଋୁତୁ ପରେ ଋତୁକୁ

ଶିହରି ଯାଏ

ସପନେ ଗୋପନରେ

ଅଥବା ଜାଗରଣେ ।

---0---


~ ପ୍ରତିମା ମେହେର


୫)

ମନ ଭିତରେ

ନଈଟିଏ ବହୁଚି

ଝଙ୍କୃତ କରି

କୁଳୁକୁଳୁ ନାଦରେ

ବେଳେ କମ୍ପାଏ

ତ ବେଳେ ଖୁସି କରେ

ଧାରା ପ୍ରବାହ

ବହେ ଅମାନିଆ ସେ

ତାର ଗତିକୁ

କିଏ ସେ ରୋକିବ ଯେ

ତା ମାପ କାଠି ନାହିଁ ।

---0---


~ ଶ୍ରୀରାମ ସାହୁ


୬)

ମନ ବଗିଚା

ସଦ୍ଯଫୁଟା ଫୁଲରେ

ଲହଡି ଭାଙ୍ଗେ

ମହମହ ବାସରେ 

ମହକି ଯାଏ

ଖିଲି ଖିଲି ହସରେ 

ଆବେଗଭରି 

ଲାଜ ଲାଜ ଚାହାଣୀ 

ଚୋରାଏ ମନ 

ମାଦକତା ଭରି ସେ 

ଝଙ୍କାର ତୋଳେ 

ସମୀରଣ ସାଥିରେ

ଜହ୍ନ ରାତିରେ 

ଲୁଚକାଳି ଖେଳଇ 

ଫୁଲ ମେଳରେ 

ଅଭିସାର ରଚଇ 

ବାହୁ ବନ୍ଧନେ

ସୁଗନ୍ଧ ଶେଫାଳୀ ର

ଓଢଣା ଟେକି 

ବଧୁଲି ଅଧରରୁ

ପ୍ରୀତି ମଧୁକୁ 

ଚାଖେ ସେ ମନଭରି 

ଆଲିଙ୍ଗନରେ 

ଗାଢ ଚୁମ୍ବନ ଆଙ୍କି 

ପ୍ରେମ ରାଗିଣୀ 

ଗାଇଯାଏ ଗୀତରେ 

ଦେହ, ମନ, ପ୍ରାଣରେ ।

---0---


~ ସମିତା ସ୍ବାଇଁ


୭)

ଶୂନ୍ୟତା ଖାଲି

ଅନ୍ତର୍ଦାହର ଗାଥା

ନିସ୍ଵ ନିଃସଙ୍ଗ

ସ୍ବପ୍ନ ଯେ ହଜିଯାଏ

ବାଲିର ତାଜ

ମରୁର ମରୀଚିକା

ହା ହୁତସନ

ଲେଲିହାନ ଅନଳ

ନିର୍ବାସିତ ବିଳାପ ।

---0---


~ ମନୀଷା ମିଶ୍ର


୮)

ଜହ୍ନ ହସୁଛି

ଜ୍ୟୋତ୍ସ୍ନାର ତୋଫାପଣ

ମିଟ ମିଟି ତାରକା

ନିସ୍ତବ୍ଧ ବିଭାବରୀ

ସ୍ନିଗ୍ଧ ସମୀର

ରଜନୀଗନ୍ଧା ବାସ୍ନା

ସ୍ବପ୍ନ ହଜିଛି

ଅଭୁଲା ସ୍ମୃତି ଚିହ୍ନେ

ପାହାନ୍ତି ମଳୟରେ ।

---0---


~ ଜିଗୀଷା ମିଶ୍ର


୯)

ଅନଲାଇନ

ପାଠରେ ମନ କମ

ଭିଡ଼ିଓ ଗେମ

ଖେଳରେ ହଟେ ଦମ

ନିସଙ୍ଗ ରୁହେ 

ଛବିକୁ କରେ ସାଥି

ମୁଣ୍ଡରେ ଭୂତ

ବସଇ ହେଲେ ରାତି

ପାଗଳ ପରି

ପ୍ରଳାପ କରେ ଛୁଆ

ଖାଇବୁ ଆସ

ଡାକଇ ଘରେ ମାଆ

ସରଇ ରାତି

ସରଇ ନାହିଁ ଖେଳ

ଭାଙ୍ଗଇ ନିଦ

ହେଲେ ମଧ୍ୟାହ୍ନ ବେଳ

ଖୋଲିବ ସ୍କୁଲ

ପିଲାଏ ହେଲେ ଖୁସି

ଭେଟିବେ ସାଥି

କରିବେ ରୋଳ ମିଶି

ମାନନ୍ତି ନାହିଁ

ଝଡିବରଷା ବାଆ 

ମନ ଚଞ୍ଚଳ 

ଲାଗଇ ନୂଆ ନୂଆ

ଗୋଟିକି ଗୋଟି

ଲକ୍ଷ୍ମଣ ରେଖା ଡେଇଁ

ଆସନ୍ତି ପିଲେ

ପାଠ ପଢିବା ପାଇଁ

ମନେ ସରାଗ ନେଇ ।

---0---


~ ରଞ୍ଜନ କୁମାର ଜେନା

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH