ସାରସ୍ୱତ SEDOKA/ସେଦୋକା କାବ୍ୟ ଯାତ୍ରା ~ ୧
୧)
ଫୁଲେଇ ଜହ୍ନ
ସେ ଲାଜକୁଳି ଲତା
ବଡ଼ ଅବୁଝା ପ୍ରିୟା
ତା' ମିଠା କଥା
ଭରି ଦିଏ ହୃଦୟେ
ପ୍ରେମର ମଧୁରତା ।
~ ପ୍ରଦୀପ କୁମାର ଦାଶ
୨)
ନିଃସଙ୍ଗ ରାତ୍ରୀ
ଦଗ୍ଧିଭୂତ ଅନ୍ତର
ଯନ୍ତ୍ରଣା ଜର୍ଜରିତ
ହତାଶା ସ୍ୱର
ନିର୍ନିମେଷ ନୟନ
ଅଭୂଲା ପ୍ରେମସ୍ମୃତି ।
୩)
ମୃଦଙ୍ଗ ବାଜେ
ଝାଞ୍ଜର ତାଳେ ତାଳେ
ଉଚ୍ଛଳ ଭାବାବେଗ
ଶ୍ରୀକୃଷ୍ଣ ପ୍ରେମ
ଅପଲକ ନୟନ
ଅସ୍ଥିର, ଉଦ୍'ବେଳିତ ।
୪)
ମନ ମନ୍ଦିରେ
ତୁମରି ପ୍ରତିଚ୍ଛବି
ଗାଉଛି ପ୍ରେମ ଗୀତି
ଶୂନ୍ୟତା ଖାଲି
ସମୟ କାଳଚକ୍ରେ
ସବୁ ଯାଇଛି ଲିଭି ।
୫)
ଭିନ୍ନ ପୃଥିବୀ
ଅପହଞ୍ଚ ଇଲାକା
କଳ୍ପନାତୀତ ବସ୍ତ୍ର
ଉଡ଼ନ୍ତା ଥାଳି
ତୀକ୍ଷ୍ଣ ଆଲୋକ ପିଣ୍ଡ
ବିଭ୍ରାନ୍ତିକର ଦୃଶ୍ୟ ।
୬)
ଦୁର୍ବୋଧ୍ଯ ଭାଷା
ଶବ୍ଦହୀନ ତରଙ୍ଗ
ଏଲିଏନ୍,ର କଳ୍ପନା
ବିଚିତ୍ର ରୂପ
ଗ୍ରହାନ୍ତରର ପ୍ରାଣୀ
ଅନ୍ତରୀକ୍ଷ ମାନବ ।
~ ରମାକାନ୍ତ ସତପଥି
୭)
ଭଣ୍ଡାର କୋଣ
ବିଜୁଳିର ଚମକ
ଘନଘୋର ବାଦଲ
ବର୍ଷା ଆଗତ
ପବନରେ ଉଚ୍ଛ୍ୱାସ
ସତର୍କ ପ୍ରତିଧ୍ବନି ।
୮)
ଆଷାଢ଼ ହସେ
କଦମ୍ବର ସମ୍ଭାର
ବ୍ରଜମଲ୍ଲି ସୁଗନ୍ଧ
ତମାଳ ବାସ୍ନା
ଝିପିଝିପିରି ବର୍ଷା
ବତୁରା ମାଟିଗନ୍ଧ ।
~ ମନୀଷା ମିଶ୍ର
୯)
ବୋମା ଫୁଟୁଛି
ଶବ୍ଦ ଓ ନିଶବ୍ଦର
ହିଂସା ଓ ଅହିଂସାର
କେବେ ହଟିବ
ହୃଦୟରୁ ଅନ୍ଧାର
ମନରୁ କୁସଂସ୍କାର ।
~ ରାଜେଶ କୁମାର ମୁଣ୍ଡ
୧୦)
କୃଷ୍ଣମୟ ମୋ
ଦେହ ମନ ହୃଦୟ
ପାଇବାକୁ ସାନିଧ୍ୟ
ନିତି ପ୍ରତୀକ୍ଷା
ଜଳାଇ ଧୂପ ଦୀପ
ପ୍ରବେଶ ମୋ' ନିଳୟ ।
~ ପ୍ରତିମା ମେହେର
୧୧)
ଜଗତନାଥ
ତବ ଶ୍ରୀଚରଣେ ରହୁ
ଭକ୍ତି ଭାବ ନିର୍ମଳ
ଚିତ୍ତ ନିଶ୍ଚଳ
କାବ୍ୟ ପୁଷ୍ପ ଅର୍ପଣ
ଘେନ ହେ ବିଶ୍ବଦେବ ।
~ ଦେବେନ୍ଦ୍ର ନାରାୟଣ ଦାସ
୧୨)
ଫାଟିଲେ ମାଟି
ଆକାଶ ମନେ କୋହ
ଆଖିରୁ ଝରେ ଲୁହ
ବରଷା ପାଣି
ପାଇଲେ ବଢ଼େ ଗଛ
ଶୀତଳ କରେ ଛାତି ।
~ ରଞ୍ଜନ ଜେନା
୧୩)
କରୁଣାମୟୀ
ସଂକଟ ହାରିଣି ମା
ଦୁର୍ଗତି ଵିନାଶିନୀ
ଘୋର ବିପଦୁ
ଜଗତ କର ତ୍ରାହି
ଜୟ ମାଆ ତାରିଣୀ ।
୧୪)
ଚକାନୟନ
ଦୁଃଖୀ ରଙ୍କରତନ
ଗଳାର ମାଳି ମୋର
ତୋ ଦରଶନେ
ମନ ସଦା ବ୍ୟାକୁଳ
କେବେ ମୁଁ ଯିବି କହ ?
୧୫)
ଘୋଷଯାତରେ
ପିନ୍ଧି ପାଟପତନି
ବସି ନନ୍ଦିଘୋଷରେ
ବଡ଼ଦାଣ୍ଡ ରେ
ଭଲ ଲାଗିବ କି ନା
ତୋତେ ବିନା ଭକ୍ତରେ !
୧୬)
ପାହାଡୀ କନ୍ୟା
ଜାତ ଗିରି କନ୍ଦରୁ
ନାମ ମୋର ଝରଣା
ମୃଦୁ ମୂର୍ଚ୍ଛନା
ବନ ଭୂମି କୋଳରେ
ଝରୁଛି ଅବିରତ ।
~ ବାସନ୍ତୀ ଦେଈ
୧୭)
କାଳିୟା ପ୍ରଭୁ
ଭାଇ ଭଉଣୀ ଘେନି
ଯିବେ ମାଉସୀ ଘର
କୋରୋନା କାଳେ
ଭକ୍ତ ଗହଳି ବିନା
ପାଇବେ କେଉଁ ସୁଖ ।
~ ଶ୍ରୀରାମ ସାହୁ
୧୮)
ଫଗୁଣ ରଙ୍ଗ
ଭାରି ନିଆରା ଲାଗେ
ମଳୟ ର ସ୍ପର୍ଶରେ
ଜହ୍ନ ରାତିରେ,
କୃଷ୍ଣଚୁଡା ହସଇ
ଲାଲ ଓଢଣା ଦେଇ ।
୧୯)
ଚେନାଏ ପ୍ରେମ
ମୁଠାଏ ସ୍ନେହ, ଶ୍ରଦ୍ଧା
ଆକ୍ତାମାକ୍ତା ଜୀବନ
ଶାନ୍ତି ର ବାର୍ତ୍ତା
ସକାଳର ସୂର୍ଯ୍ୟରେ
ରଙ୍ଗୀନ ସାରାଦିନ ।
~ ସମିତା ସ୍ବାଇଁ
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें