हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

सोमवार, 12 जुलाई 2021

ODIA SEDOKA POEM'S ~ 2

ସାରସ୍ୱତ SEDOKA/ସେଦୋକା କାବ୍ୟ ଯାତ୍ରା ~ ୨

୧)

ପହିଲି ମେଘ 

ହସି ଉଠିଲା ମନ

ଆକାଶ ପୁଲକିତ

ମାଟିର ଗର୍ଭେ 

ମଞ୍ଜି କରେ ପ୍ରତୀକ୍ଷା

ଦେଖିବ ସେ ଜଗତ ।


~ ପ୍ରଦୀପ କୁମାର ଦାଶ


୨)

ଦୀପଟେ ଜାଳ

ବିଶ୍ୱାସର ବେଦୀରେ

ଆଲୋକମୟ ହେଉ

ଆହୁତି ଦିଅ

ହୃଦୟର ଯଜ୍ଞରେ

ଜୀବନ ଜୀଇଁଉଠୁ ।


~ ରାଜେଶ କୁମାର ମୁଣ୍ଡ


୩)

ପରଶମଣୀ 

ଜଗନ୍ନାଥ ସଂସ୍କୃତି 

ଦେବଦାସୀ ରୂପରେ 

ଆର ପାରିରେ 

ଶେଷ ସନ୍ତକ ତୁମେ 

ଝୁରନ୍ତି ଜଗନ୍ନାଥ ।


୪)

ଗୀତ ଗୋବିନ୍ଦ 

ଦେବଦାସୀର ନୃତ୍ୟ 

ଝୁରେ ନାଟ ମଣ୍ଡପ 

ଅନ୍ତିମ ଯାତ୍ରା 

ନୀରବ ଶ୍ରୀମନ୍ଦିର

ଜଗା ଆଖିରେ ଲୁହ  ।


୫)

ମୌନ ପ୍ରତୀକ୍ଷା 

ସଂଜଳ ସେଇ ଆଖି 

କୁନିପୁଅ ପଚାରେ 

ଅନ୍ତର୍ବେଦନା 

ବାପା ଫେରିବେ କେବେ ?

ପେଙ୍ଗ୍ ଗଙ୍ଗ୍ ହ୍ରଦ ସେପାରୁ ।


୬)

ହେମ କାକର

ପ୍ରଶ୍ୱାସ ଦିଏ କଷ୍ଟ 

ନିର୍ଜନତାର ଧ୍ୱନି 

ଦେଶ ମାତୃକା 

ପରିବାରଠୁଁ ଦୂରେ 

ସେବାବ୍ରତୀ ମାନବ ।


~ ରମାକାନ୍ତ ସତପଥି


୭)

ଉଦର ପୀଡ଼ା 

ଦଶମାସ ଗର୍ଭର 

ଲାଂଛନା, ଅପମାନ 

ଭୂମିଷ୍ଠ ହୁଏ 

ପରଚୟର ହୀନ

ଚିହ୍ନା ମଣିଷଟିଏ ।


୮)

ମାୟା ବନ୍ଧନ

ପ୍ରେୟସୀ ବାହୁପାଶ 

ନିର୍ଲଜ ମଣିଷଟେ 

ମାଆର ତ୍ୟାଗ 

ଭୁଲିଯାଏ ବେଦନା 

ଲିପ୍ତ ବାବୁଗିରିରେ ।


~ ମନୀଷା ମିଶ୍ର


୯)

ଶ୍ରୀ ଜଗନ୍ନାଥ

ନବଯୌବନ ନେଇ

ଆଜି ହେଲେ ବାହାର

ଭକ୍ତର ପ୍ରଭୂ

ଭକ୍ତ ସାନ୍ନିଧ୍ୟ ପାଇଁ

ଲୀଳା ରଥଯାତ୍ରାର ।


~ ସୁଧୀର କୁମାର ପଣ୍ଡା


୧୦)

ଆସରେ ଆସ

ଶିଶୁ ଭାଇ ଭଉଣୀ

ଶୁଣ ଗଛ କାହାଣୀ

ତାହାରି ପରି

ବାଣ୍ଟିବ ତୁମେ ଛାଇ

ଜଗତେ ମିତ ହୋଇ ।


~ ପ୍ରତିମା ମେହେର


୧୧)

ଘୋଷଯାତ୍ରା ରେ

ଭାଇଭଉଣୀ ସାଥେ

ଆସୁଛି ପହଣ୍ଡିରେ

ବଡ଼ଦାଣ୍ଡ କୁ

ଯିବେ ମାଉସୀ ଘର

ରଥ ହେଲାଣି ସଜ ।


~ ବାସନ୍ତୀ ଦେଈ


୧୨)

କଳା ସାଆନ୍ତ 

ଭାଇ ଭଉଣୀ ସାଥେ 

ଯିବେ ଜନ୍ମ ବେଦିକୁ 

ବଡ ଦାଣ୍ଡଟା  

ଆଜି ଭକତ ଶୁନ୍ଯ

ଆହେ ଚକା ନୟନ ।


୧୩)

ବିଶ୍ବ ପ୍ରସିଦ୍ଧ 

ପବିତ୍ର ଘୋଷଯାତ୍ରା 

ଜଗନ୍ନାଥ ଚେତନ

ଭାବ ଧାରାରେ 

ଅନୁଷ୍ଠିତ ହେଉଛି 

ଶାନ୍ତି, ମୈତ୍ରୀ, ପ୍ରେମରେ ।


~ ସମିତା ସ୍ବାଇଁ


୧୪)

ଆଷାଢ଼ ମାସ

ଘନ ଘନ ବିଜୁଳି

ଗରଜୁଛି ବାଦଲ

ନୁଖୁରା ପାଗ

ବର୍ଷାର ନାଁ ଛାଁ ନାହିଁ

ବାଜୁ ଅଛି ମାଦଲ ।


~ ଶ୍ରୀରାମ ସାହୁ


୧୫)

ପରିବେଶ ରେ

କର ଚାରା ରୋପଣ

ଭରିବ ଅମ୍ଳଜାନ

ସୁସ୍ଥ ଜୀବନ

ହସି ଉଠିଵ ଧରା

ଆସିଵ ଶୁଭ ଦିନ ।


୧୬)

ଜୀବ ପରମ

ନିବିଡ ସମ୍ପର୍କ ସେତୁ

ଅନେକ ଜନ୍ମାନ୍ତର

ଅଜ୍ଞାନ ନର

ଵାତୂଳ ପ୍ରାୟ ଭ୍ରମେ

ମିଛ ମାୟା ସଂସାରେ ।


୧୭)

ନାମଟି ଜପ

ଭବୁ ତରିବୁ ହେଳେ

ଜୀବନ ସାୟାହ୍ନରେ

ଲୟ କର ତୁ

ସକଳ ଘଟେ ଛନ୍ତି

ଅନାଦି ପରଂବ୍ରହ୍ମ ।


~ ବାସନ୍ତୀ ଦେଈ


୧୮)

ଜୀବ - ପ୍ରେମିକ

ଚିତ୍ରଫଳକେ ଆଙ୍କ

ଜୀବନ ମାନଚିତ୍ର

ଜାଣିନ ତୁମେ

କେଡେ ଅମାନିଆ ସେ

ବାତୁଳ ଚିତ୍ରକର ।


~ ଲିଙ୍ଗରାଜ ପାତ୍ର

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH