ସାରସ୍ୱତ SEDOKA/ସେଦୋକା କାବ୍ୟ ଯାତ୍ରା ~ ୩
୧)
ବୃକ୍ଷ ଜୀବନ
ମାଆ ରୂପେ ପିଆଏ
ଆମକୁ ଅମ୍ଳଜାନ
ସତେ ମହାନ
ଋଣ ତାର ସୁଝିବା
ଆମ ପାଇଁ କଠିନ ।
~ ପ୍ରଦୀପ କୁମାର ଦାଶ
୨)
ନୂଆ ସକାଳ
ନୂଆ ଜୀବନ ପ୍ରାୟ
ଆମେ ପାଉ ସମୟ
ଗୋଟିଏ ଦିନ
ଛାଡି ଲାଳସା ଭୋଗ
କରିବା ଉପଯୋଗ ।
~ ସୁଧୀର କୁମାର ପଣ୍ଡା
୩)
ପୂଣ୍ୟ ପୃଥିବୀ
ବୁହାଏ କେତେ ଝର
ଅମୃତ'ର ସମାନ
ବଞ୍ଚେ ମାନବ
ଆଜୀବନ କୋଳରେ
ଢାଳି ପ୍ରୀତି'ର ଭାବ ।
~ ପ୍ରତିମା ମେହେର
୪)
ମଣିଷ ମନ
ଗତିଶୀଳ ପବନ
ସତ୍ୟ, ଆନନ୍ଦ, ଧୀର
ନିଶ୍ଚଳ ଭାବ
ଉଚିତ, ଅନୁଚିତ
କ୍ଷଣ କ୍ଷଣକେ ଆନ ।
୫)
ନର ପ୍ରକୃତି
ରାଗ, ତମ ଓ ହିଂସା
ଅହଙ୍କାର ଓ କାମ
ମାୟା ମୋହରେ
ଅବିଶ୍ବାସ, ଲମ୍ପଟ
କୁଟିଳତା, କପଟ ।
୬)
କଥାରେ ଛନ୍ଦ
ଲୋଭ, ମାନ, ମଦନ
ଖଳ, ଦୁର୍ଜନ, ନିନ୍ଦା
ଅଇରି ଭାବ
ବଇରୀ ଓ ଦାମ୍ଭିକ
ଛଳ, ମନ୍ଦ ମତ୍ସର ।
~ ରମାକାନ୍ତ ସତପଥି
୭)
ବୟସ୍କ ବୀଣା
କେତେ ଆଉ ବାଜିବ
ତାର ବି ଛିଣ୍ଡିଲାଣି
ଅଳସୀ କନ୍ୟା
ଜଳି ଜଳି ପାଉଁଶ
ବିଚ୍ଛେଦର ବେଦୀରେ ।
~ ରାଜେଶ କୁମାର ମୁଣ୍ଡ
୮)
ଶୈଶବଟାକୁ
ଖୋଜି ଖୋଜି ପଶିଲି
ସ୍କୁଲ ହତା ଭିତରେ
ଅନୁଶାସନ
ହଜି ଯାଇଛି ସେଠୁ
ପୁଣି ଫେରି ଆସିଲି ।
୯)
ମାଁର ପଣତ
ଏବେ ମଧ୍ୟ ବଞ୍ଚିଛି
ଶୈଶବର ସୁଗନ୍ଧ
ହଜିଗଲି ମୁଁ
ଅଫେରା ଅତୀତର
ଉଜାଣି ଫଲ୍ଗୁ ତୀରେ ।
~ ମନୀଷା ମିଶ୍ର
୧୦)
ଧାରା ଶ୍ରାବଣ
ଘନେଇ ଆସେ ମେଘ
ଝିପି ଝିପି ବରଷା
ବିଜୁଳି ରାଣୀ
ମଝି ମଝି ରେ ନିଜ
ଦେଖାଉଛି ଚାହାଣି ।
~ ଶ୍ରୀରାମ ସାହୁ
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें