ସାରସ୍ୱତ SEDOKA/ସେଦୋକା କାବ୍ୟ ଯାତ୍ରା ~ ୪
୧)
ଢୋଳ ବାଜିଛି
ଚାଷୀ ଭାଇ ର ଖୁସି
କଳା ମେଘ ଆସିଛି
ଆଣିଛି ବର୍ଷା
ସବୁଜ ହେଲା ଧରା
ମେଣ୍ଟିଛି ଆଜି ତୃଷା ।
~ ପ୍ରଦୀପ କୁମାର ଦାଶ
୨)
ନିରୀହ ପକ୍ଷୀ
ଛାଡ଼ିଛି ନିଜ ଘର
ବାଟୁଳି ମାରେ କ୍ରୁର
ଦୟାଳୁ ଝିଅ
ବାପା ସାଥିରେ ମିଳି
କରଇ ସେବା ତାର ।
~ ରଞ୍ଜନ ଜେନା
୩)
ଗୋଟିଏ ହସ
ମନରେ ଖୁସି ଦିଏ
ଦୁଃଖକୁ ସେ ମିଟାଏ
କରେ ସରସ
ମନ ଖୋଲିକି ହସ
ଶୁଭ ହେଉ ଦିବସ ।
~ ସୁଧୀର କୁମାର ପଣ୍ଡା
୪)
ଏକ୍ଲା ପଥିକ
ରାସ୍ତାର ଅନ୍ୱେଷଣେ
ଜୀବନ ଜଞ୍ଜାଳରେ
ଅଲକ୍ଷ୍ୟ ପଥେ
ଅସୁମାରୀ ଅଭିପ୍ସା
ଏକାଗ୍ରତା ଅଭାବ ।
~ ରାଜେଶ କୁମାର ମୁଣ୍ଡ
୫)
ମୃତ୍ୟୁ ତାଣ୍ଡବ
ତାଲିବାନ୍ ଉଗ୍ରବାଦ
ଆଫ୍'ଗାନ ସମର୍ପଣ
ମାନସିକତା
ହଜେ ସେଠି ନାରୀତ୍ୱ
ଶୈଶବ ଯେ ବିଧ୍ୱସ୍ତ ।
୬)
ଗୋଲା ବର୍ଷଣ
ତୁହାକୁ ତୁହା ବୋମା
ବାସହୀନ ମଣିଷ
ଭୟାର୍ତ୍ତ ଆଖି
ପେଟରେ ନାହିଁ ଦାନା
ଶୁଭେ ଖାଲି ଚିତ୍କାର ।
୭)
ମାର୍କିନ୍ ହଟିଛି
ସ୍ୱାର୍ଥରେ ଅନ୍ଧ ନର
ଜୀବନ ମୂଲ୍ୟହୀନ
ନୀରବ ବିଶ୍ୱ
ସୁପ୍ତ ମାନବିକତା
ହସୁଛି ପାକିସ୍ଥାନ ।
୮)
ଦଲାଇ ଲାମା
ଶାନ୍ତି, ମୈତ୍ରୀ ପ୍ରତୀକ
କିଂ କର୍ତ୍ତବ୍ୟ ବିମୂଢ଼
ଜାତି ବିପନ୍ନ
ଅସହାୟ, ଅବଶ
ବହେ ନୀରବ ଅଶ୍ରୁ ।
~ ରମାକାନ୍ତ ସତପଥି
୯)
ଜଗତ ନାଥ
ରଥ ପରେ ଚଢିକି
ଭାଇ ଭଉଣୀ ସଙ୍ଗେ
ମାଉସୀ ଘର
ବୁଲି ଯାଇଛି ହର୍ଷେ
ଭକ୍ତ ହୁଏ ବିଭୋର ।
୧୦)
ଅଜ୍ଞାନ ନର
ହୁଏ ଭାଳି ଭାଗ୍ୟ କୁ
ମାନବ ଦେହେ ଶକ୍ତି
ସୃଷ୍ଟି ବୈଚିତ୍ର
ଭରିଛି ଅସୁମାରୀ
ନ କରେ ଉପଯୋଗ ।
୧୧)
ନିରୀହ ଶିଶୁ
ମିଠା ମିଠା ହସ ରେ
କିଣି ନିଏ ମନ କୁ
ଜୀବନ ଧନ୍ୟ
ପିତା ମାତା ପ୍ରାଙ୍ଗଣେ
ଖୁସି ଆନନ୍ଦ ବନ୍ୟା ।
~ ରତ୍ନ ପ୍ରଭା ସିଂ
୧୨)
ହେ ମହାବାହୁ
ଆଡ଼ପ ମଣ୍ଡପରେ
ମାଉସୀ ମା'ର ଘରେ
ମନ ଉଚ୍ଛନ୍ନ
ସ୍ଵାଦିଷ୍ଟ ପୋଡପିଠା
ଆହା କି ଲାଗେ ମିଠା ।
୧୩)
ଭାରତ ମାତା
ଶିରେ ଭୂଧରମାଳା
ପାଦେ ନୀଳ ସାଗର
ବକ୍ଷେ ଶୋଭିତ
ନଦନଦୀ ଅରଣ୍ୟ
ଉପଵନେ ସୁମନ ।
୧୪)
କଅଁଳ ଶିଶୁ
ଆଗାମୀ ଭବିଷ୍ୟତ
ଶ୍ରେଣୀ ଚାରି କାନ୍ଥରେ
ଅନୁଶାସନ
ନୁହେଁ ବନ୍ଧନ ମୁକ୍ତ
ସୃଜନଶୀଳତା ର ।
~ ବାସନ୍ତୀ ଦେଈ
୧୫)
ଟ୍ୱିଟର ଗାଥା
ଖୋଜେ ବାକ୍ ସ୍ୱାଧିନତା
ସମ୍ବିଧାନ୍'ର ଦ୍ୱାହିରେ
ଆଇନ୍ ଅମାନ୍ୟ
ଜବାବ୍'ର ଉଲଂଘନ
ଆଇ ଟି ମନ୍ତ୍ରୀ ବ୍ୟଥା ।
୧୬)
ସୃଷ୍ଟି ସଂଚାର
ଭଗବାନଙ୍କ ଦାନ
ସନ୍ତାନ ଓ ସନ୍ତତି
ଆଇନ୍ ରେ ବନ୍ଧା
ମାତୃତ୍ବ ଓ ପିତୃତ୍ବ
ଅସହାୟ ଇଶ୍ୱର ।
~ ମନୀଷା ମିଶ୍ର
୧୭)
ହେ ଜଗନ୍ନାଥ !
ତୁମ ଶ୍ରୀ ଚରଣରେ
ଢାଳୁଅଛୁ ପ୍ରଣତି
ଅର୍ଘ୍ୟ ଘେନ ହେ !
ନାହିଁ ଆଉ ଶକତି
ବାରେ କ୍ଷମା କରହେ !
~ ପ୍ରତିମା ମେହେର
୧୮)
ବରଷା ରାଣୀ
ଝର ଝର ଝରୁଛି
କହି କେତେ କାହାଣୀ
କରୁଛି ଗୁଣି
ମଧୂପ ଝରା ପାଣି
ମନ ନେଉଛି କିଣି ।
୧୯)
ରୂପସି ନଈ
କୁଲୁ କୁଲୁ ନାଦରେ
ଚାଲିଛି ଗିତ ଗାଇ
ହୃଦୟ ମୋହି
ଅଙ୍କା ବଙ୍କା ପଥରେ
ଦେଖ ଯାଉଛି ବହି ।
~ ଦୟାନନ୍ଦ ଶବର
୨୦)
ଜରି ଗୋଟାଳି
ଶୁଖିଲା ହସଫୁଟେ
ଜରିମୁଣା ଭିତରୁ
ମଉଳା ମୁହଁ
ଲୁହ ଲୁଣିଆ ଲାଗେ
ଓଠଟା ଛୁଏଁ ଯେବେ ।
୨୧)
ପ୍ରଗତି ଚାଲେ
କାଗଜ କଲମରେ
ତେଲବୋଳା ମୁଣ୍ଡରେ
କିଏ ପଚାରେ ?
ଗରିବ ମାଇପକୁ
ସିଏ ସବୁରି ଶାଳୀ ।
୨୨)
ସେବା ଶୁଶ୍ରୁଷା
ସାହାଯ୍ୟ ସହଯୋଗ
ଆଦର୍ଶ ଚିନ୍ତାଧାରା
ଭିନ୍ନ ବ୍ଯକ୍ତିତ୍ବ
ନିଆରା ରୂପରେଖ
ଅନ୍ତର୍ନିହିତ ଭାବନା ।
୨୩)
ସାଗର ଗର୍ଭ
ନୀଳ ଜଳରାଶିର
ଲହରୀ ମାଳା ସବୁ
ମୁଣ୍ଡ ପିଟନ୍ତି
ଥରକୁ ଥର ଆସି
ପୁଣି ଫେରି ଯାଆନ୍ତି ।
~ ସମିତା ସ୍ବାଇଁ
୨୪)
ଝଡ଼ ଆସିବ
ଏ ଦୁଶ୍ଚିନ୍ତାରେ ପଡି
ହାର ମାନିବା ଭୁଲ
ଝଡ଼ ଆସିଛି
ବୋଲି ଭାଙ୍ଗି ପଡ଼ନି
ମୁକାବିଲା କରନ୍ତୁ ।
~ ଶ୍ରୀରାମ ସାହୁ
୨୫)
ମାଉସୀ ଘର
ପୋଡ ପିଠାର ସ୍ଵାଦ
ଜନ୍ମବେଦୀ ଦର୍ଶନ
ଭାଇ ଭଉଣୀ
ନବ ଦିନର ପରେ
ବାହୁଡାଯାତ୍ରା ରେ ସେ ।
୨୬)
ଉତ୍କଳ ରାଜ୍ୟ
ପରମ୍ପରା ସଂସ୍କୃତି
ଭାରି ନିଆରା ସେତ
ଦେଶ ବିଦେଶେ
ଗର୍ବେ ଗୌରବେ କହେ
ମୁଁ ଉତ୍କଳ ସନ୍ତାନ ।
୨୭)
ଭଗ୍ନ କୋଣାର୍କ
ନଗ୍ନ ଶିଳାରୂପ ତା
ଇତିହାସ ପୃଷ୍ଠାରେ
ଧର୍ମପଦ ର
ଅକ୍ଷୟ କୀର୍ତ୍ତି ରାଜି
ଚନ୍ଦ୍ରଭାଗା ରେ ଲୁପ୍ତ ।
୨୮)
ନୀଳ ସାଗର
ନୀଳ ଉର୍ମି ମାଳାରେ
ସାଧବେ ବୋଇତରେ
ଜାଭା ସୁମାତ୍ରା
ଦ୍ଵୀପପୁଞ୍ଜେ ମେଲନ୍ତି
ବାଣିଜ୍ୟ ବ୍ୟବସାୟ ।
୨୯)
ନୀଳ ଗଗନେ
ଆକାଶ ର ଚାନ୍ଦୁଆ
ଜହ୍ନ ର ଲୁଚକାଳି
କୁହୁକୀ ରାତ୍ରୀ
ରଜନୀଗନ୍ଧା ବାସ
ପ୍ରିୟା ର ସମ୍ମୋହନ ।
~ ଦମୟନ୍ତୀ ରଥ
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें