~ ସାରସ୍ୱତ SEDOKA/ସେଦୋକା କାବ୍ୟ ଯାତ୍ରା ~ ୫ ~
୧)
ମୌସୁମୀ ମାଡ଼
ପତ୍ରଝଡ଼ା ଆସିଛି
ବୃକ୍ଷ ହେଲା ନିର୍ବସ୍ତ୍ର
ଆସ ବସନ୍ତ
ବ୍ୟଥିତ ହୃଦୟରୁ
କାଢ ସକଳ କଷ୍ଟ ।
~ ପ୍ରଦୀପ କୁମାର ଦାଶ
୨)
ସମୟ ସୁଅ
ମଣିଷ ଖୋଜିବୁଲେ
ନିଜ ବ୍ୟକ୍ତି ସତ୍ତାକୁ
ସଭା, ସମିତି
ନିତ୍ୟ ଖବରରେ
ନକଲି ଉପାଧିରେ ।
୩)
ଉପାଧି ବିକ୍ରି
ଦେଣ ନେଣ ବ୍ୟାପାର
ବ୍ୟକ୍ତିତ୍ୱରେ କଳଙ୍କ
ଆତ୍ମ ଡିଣ୍ଡିମ
ମୋହଗ୍ରସ୍ତ ଦୁନିଆଁ
ଚିନ୍ତନର ଅଭାବ ।
~ ରମାକାନ୍ତ ସତପଥି
୪)
ସଂସାର ମଞ୍ଚ
ଆସିବ ଖାଲି ହାତେ
ଯିବ ବି ଖାଲି ହାତେ
ରହିବ ସ୍ମୃତି
କେବଳ ମହାନ କାର୍ଯ୍ୟ
ସାଥେ ଯିବା ଟି ଧାର୍ଯ୍ୟ ।
୫)
ବିବୁଧ ଗଣ
ମହତ କାର୍ଯ୍ୟ କରି
ସଂସାରୁ ହେବୁ ପାରି
ନିତ୍ୟ ସ୍ମରଣ
କରନ୍ତୁ ପ୍ରଭୁ ନାମ
ସାହା କଳା ନାଉରୀ ।
~ ବାସନ୍ତୀ ଦେଈ
୬)
ଏ ମନ ପକ୍ଷୀ
ଉଡ଼େ ସେ ବହୁ ଦୂର
ନ ପାଏ କେହି ଟେର
ମନର ବଶ
ଜୀବନକୁ ସରସ
କରାଏ ଅହର୍ନିଶ।
~ ସୁଧୀର କୁମାର ପଣ୍ଡା
୭)
ଯେତେ ହେଲେ ବି
ସମୟ ଜାଣିଛୁ ତୁ,
ଚିତ୍ରଗୁପ୍ତ କହିଲେ
ଛାଡ଼ିଛୁ ଆଉ
ତୁ ଚିରନ୍ତନ ସତ୍ୟ
ବାକି ସବୁ ତ ମିଥ୍ୟା ।
~ ରାଜେଶ କୁମାର ମୁଣ୍ଡ
୮)
ତୈଳ ପୂରିତ
ଦୀପ ସିନା ଜଳଇ
ମହୀ କରେ ଆଲୋକ
ଜୀବନ ଦୀପ
କିଏ ଭରେ ତଇଳ
ଜଳୁଥାଏ ନିରତ ।
~ ବାସନ୍ତୀ ଦେଈ
୯)
ଲୋତକ ଧାରେ
ଛଳଛଳ ଆଖିରେ
କୋହଭରା ମନରେ
ଯାତନା କେତେ
କିଏ ମାପି ପାରିବ
କଣିକାଏ ସୁଖରେ ।
୧୦)
ଦୀର୍ଘଶ୍ବାସରେ
ସାଇତି ରଖିଥିବା
ସେଇ କଳାଦାଗଟା
ଅନ୍ଧକାର ରେ
ମତୁଆଲୀ ମନରୁ
ଝରିଯାଏ ଲୁହରେ ।
୧୧)
ଏଇ ମୋ' ଚିଠି
ସବୁଠୁ ପ୍ରିୟ ମୋର
ଭସେଇ ଦେଲି ଲେଖି
ଲୁହ ନଈରେ
ଅଦ୍ୟାବଧି ଭାସେ ସେ
ଭାବନା ଭଉଁରୀରେ ।
୧୨)
ନିରବତାର
ସ୍ତମ୍ଭୀଭୂତ ପବନ
ବୈଶାଖର ତାତିରେ
ଏ ପାଖରେ ମୁଁ
ଆର ପାଖରେ ତୁମେ
ଓଃ..ଏଇତ ଜୀବନ ।
୧୩)
କାବ୍ୟ ନାୟିକା
ସେ ପ୍ରଗଳ୍ଭା ପ୍ରେମିକା
ଝରଝର ଝରଇ
ଝରଣା ପରି
ବହିଯାଏ ଆଗକୁ
ଅଙ୍କାବଙ୍କା ଧାରରେ ।
~ ସମିତା ସ୍ବାଇଁ
୧୪)
ଝିଙ୍କାରୀ ଡାକେ
ନିରୋଳା ଖରାବେଳେ
ନୀରବତା ଭରଇ
ଭୀଷଣ ତାତି
ଗମ ଗମ ଝାଳରେ
ଦିନଟା ବିତି ଜାଏ ।
~ ଶ୍ରୀରାମ ସାହୁ
୧୫)
ଦେବଦାସୀ ସେ
ଅହିଅ ସୁଲକ୍ଷଣୀ
ଶାଢ଼ୀ, ଶଂଖା, ସିନ୍ଦୁର
କାଳିଆ ଦିଏ
ଚିର ସଧବା ନାରୀ
ସଂସ୍କୃତିର ବାହକ ।
୧୬)
ମହାନ ନାରୀ
ଦେବଦାସୀ, ମାହାରୀ
ମହାରିପୁ ଅରୀ ସେ
ଇନ୍ଦ୍ରିୟ ଜୟୀ
ନିର୍ବିକାର, ତଲ୍ଲିନ
ପ୍ରଭୁସେବାରେ ବ୍ରତୀ ।
୧୭)
ବାହ୍ୟ ଗଉଣି
ଗରୁଡ଼ ସ୍ତମ୍ଭ ବିଜେ
ନିରଳସ ଘୁଙ୍ଗୁର
ସକାଳ ଧୂପ
ବିମୁଗ୍ଧ ସେ ଠାକୁର
ମୁଗ୍ଧ ଭକ୍ତ ମଣ୍ଡଳୀ ।
୧୮)
ଅନ୍ତଃ ଛାଉଣୀ
ରତ୍ନ ସିଂହାସନ ଯେ
ଗୀତ ଗୋବିନ୍ଦ ସୁର
ପହଡ଼ ବିଜେ
ଛନ୍ଦାୟିତ ରାଗିଣୀ
ନିସ୍ତବ୍ଧ ବିଭାବରୀ ।
~ ମନୀଷା ମିଶ୍ର
୧୯)
ଆସ ମୌସୁମୀ !
ଅବତାୀର୍ଣ୍ଣ ଧରାରେ
ତୁମ ରୂପ ସୌନ୍ଦର୍ଯ୍ୟ
କି ମନୋରମ!
ପୁଲକିତ ପୃଥିବୀ
ତୁମରି ପରଶରେ ।
~ ପ୍ରତିମା ମେହେର
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें