~ ସାରସ୍ୱତ SEDOKA/ସେଦୋକା କାବ୍ୟ ଯାତ୍ରା ୬ ~
୧)
ପୁଷ୍ପ ପୁଷ୍ପିତ
ପବନ ତରଙ୍ଗିତ
ହୃଦୟ ଆନନ୍ଦିତ
ସୂର୍ଯ୍ୟ ପ୍ରଭାବେ
ଅନ୍ଧାର ଦୂରେଇଛି
ସଂସାର ସୁଖମୟ ।
~ ପ୍ରଦୀପ କୁମାର ଦାଶ
୨)
ଶୁଣ୍ ଅନାମିକା
ପବନର ବେଗ ଦେଖ୍
ଯାଆନା ବାହାରକୁ
କିଏ ଦେଖିଛି
କେତେବେଳେ କୁଆଡ଼େ
ଉଡ଼େଇ ଯେ ନ ନେବ !
~ ରାଜେଶ କୁମାର ମୁଣ୍ଡ
୩)
ପାପ ପ୍ରଣୟ
ଅଭିଶପ୍ତ ଯନ୍ତ୍ରଣା
ସାମାଜିକ ବାଛନ୍ଦ
ହୀନ ମନ୍ୟତା
ଆଦରେ କର୍ମଫଳ
ନିରିମାଖି ଜୀବନ ।
୪)
ପାରଦାରିକ
ଆତତାୟୀ ଲକ୍ଷଣ
ମନୁସ୍ମୃତି ଚାରଣ
ପରିତ୍ୟକ୍ତ ସେ
ବନ୍ଧୁ ଓ ପରିଜନ
ଅନୁତାପ ବିହୀନ ।
୫)
ପଦସ୍ଖଳନ
ତିରସ୍କୃତ ସମାଜ
ଜୀବନ ଓ ଯନ୍ତ୍ରଣା
ଅନ୍ତର୍ବେଦନା
ଜର୍ଜରିତ ଜୀବନ
ଚରିତ୍ରର ଲାଞ୍ଛନା ।
~ ରମାକାନ୍ତ ସତପଥି
୬)
ନିର୍ଜନତାକୁ
ପଚାରିଲି ମୁଁ ଦିନେ
ସୁନ୍ଦରତାର ସଂଜ୍ଞା
କହିଲା ଚୁପ୍'ଚାପ୍
ଦୃଷ୍ଟିକୋଣରେ ତୋର
ମୁର୍ଖତା ମାପକାଠି ।
୭)
ଅନ୍ତର୍ନିହିତ
ସୌନ୍ଦର୍ଯ୍ୟ ପରିଭାଷା
କର୍ମ, ବିଚାର, ବାଣୀ
ସଂସ୍କାରମୟୀ
ବ୍ୟବହାର, ଚରିତ୍ର
ବ୍ୟକ୍ତିତ୍ୱ ପରାକାଷ୍ଠା ।
୮)
ନୟନ ଭ୍ରମେ
ବାହ୍ୟ ଆବରଣରେ
କାଚର ଚମକରେ
କାଞ୍ଚନ ଦୂର
କାଳିମାମୟ ଅନ୍ତଃ
ମୂଢ଼ତା, ମତିଭ୍ରମ ।
~ ମନୀଷା ମିଶ୍ର
୯)
କି ମନୋରମ !
ସୁଶୋଭିତ ସୁମନ
ବିଞ୍ଚିଦିଏ ମହକ
ପାଗଳ ଅଳି
ଗୁଣୁ ଗୁଣୁ ଯେ,ଗାଇ
ମନ ନିଏ ଚୋରାଇ ।
~ ପ୍ରତିମା ମେହେର
୧୦)
ସୁଜନେ ଶୁଣ
ଦିନେ ନା ଦିନେ ଜୀବ
ଜଗତୁ ଚାଲି ଯିବ
କାହିଁକି ତେବେ
ଅହଂକାର କରିକି
ଜୀବନ କଟାଇବା ।
~ ଶ୍ରୀରାମ ସାହୁ
୧୧)
ଧୂଳି ଧୂଆଁରେ
ଦେହକୁ ଯାଏ ବିଷ
ଦୂଷିତ ପରିବେଶ
ସୁସ୍ଥ ଜୀବନ
ମୁକ୍ତ ବାୟୁ ସେବନ
ଏହା ମୋ ନିବେଦନ ।
୧୨)
ଗାଆଁ ଟି ମୋର
ଆହା କେଡେ ସୁନ୍ଦର
ମନୋରମ ସେ ଦୃଶ୍ୟ
ଅନତି ଦୂରେ
ଦିଶେ ଶିବ ମନ୍ଦିର
ଧର୍ମୀୟ ପରିବେଶ ।
୧୩)
ମୋ ବିଦ୍ଯାଳୟ
ଯହିଁ ପଢିଛି ପାଠ
ଗୁରୁ ଆଶିଷ ପାଇ
ସ୍ମୁତିରେ ମୋର
ସଦା ଅଛି ଉଜ୍ବଳ
କେବେ ଭୁଲିବି ନାହିଁ ।
୧୪)
ଅମୂଲ ମୂଲ
ମମତା ଭରା ସ୍ନେହ
ଆପଣା ପଣ ଭାବ
ସଂପର୍କ ଡୋର
ବିଶ୍ବାସ ଦୃଢଥିଲେ
ଛିଡେନି କେବେ ହେଲେ ।
୧୫)
ଲେଖନୀ ମୁନ
କୁସଂସ୍କାର ବିରୁଦ୍ଧେ
ଲଢେସେ ପ୍ରତିଦିନ
ତା ମାନ ରଖି
ନିତି ସମାଜ ପାଇଁ
ଦିଏ ସେ କିଛି ଲେଖି ।
~ ସମିତା ସ୍ବାଇଁ
୧୬)
ଛୁଆ ଅଛୁଆ
ଭେଦଭାବ ହଟେଇ
ସଭିଏ ମିଲିମିସି
ରହିବା ହେଲେ
ନିତ୍ୟ ସୁଖ ମଙ୍ଗଲେ
ହେବ ଦେଶର ହିତ ।
୧୭)
ଗୁରୁଜନଙ୍କୁ
ନିତି କର ସମ୍ମାନ
ଭଗବାନ ସମାନ
ପିତାମାତାଙ୍କୁ
ନିତି କର ପୂଜନ
ହେବ ଦୁଃଖ ଖଣ୍ଡନ ।
୧୮)
ପର୍ଯ୍ୟାବରଣ
ପ୍ରାକୃତିକ ସୌନ୍ଦର୍ଯ୍ୟ
କର ବୃକ୍ଷ ରୋପଣ
ହଁସିବ ଧରା
ପ୍ରକୃତିର କୋଳରେ
ସୁଖୀ ହେବ ଜୀବନ ।
~ ଦୟାନନ୍ଦ ଶବର
୧୯)
ଭାଗ୍ୟରେ ଥିଲେ
ଗଙ୍ଗା ତୀର୍ଥରେ ସ୍ନାନ
ଗୟାରେ ପିଣ୍ଡଦାନ
ନିଳାଚଳ ରେ
ନୀଳାଦ୍ରି ଦରଶନ
ପ୍ରାଣୀ କରନ୍ତି ଏହା ।
୨୦)
ପତିତପାବନ
ଅରକ୍ଷ ର ରକ୍ଷକ
ଅନ୍ଧ ରକ୍ଷକ ବାଡି
ଶୀତ ରକ୍ଷକ
ମୋଟା କମ୍ବଳ ଲୋ
ଘର ରକ୍ଷକ ବୁଢ଼ୀ ।
୨୧)
ଲାଗିଛି ନାଟ
ସେ ବଡ଼ ଦେଉଳ ରେ
ନିତି ପୁନିଅ ହାଟ
ବାରମାସ ରେ
ତେର ପରବ ଏଠି
ଘରେ ଓଡ଼ିଆ ପାଳେ ।
୨୨)
ସୂରୁଯମୁଖି
ସୁନେଲି ରଙ୍ଗେ ଶୋଭା
ଦିଶଇ ବଡ଼ ତୋରା
ଭାସ୍କର ପ୍ରତି
ଚାହିଁଛୁ ଅବିରତ
ଅସ୍ତ ହେଲେ ମୁଦିତ ।
~ ବାସନ୍ତୀ ଦେଈ
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें