हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

शनिवार, 17 जुलाई 2021

ODIA SEDOKA POEM'S ~ 7

~ ସାରସ୍ୱତ SEDOKA/ସେଦୋକା କାବ୍ୟ ଯାତ୍ରା ୭ ~

୧)

ମାଟି ନିର୍ମିତ 

ମଣିଷ ତ କଣ୍ଡେଇ

କରଇ ଅଭିନୟ 

ସବୁ ନଶ୍ୱର 

ମାଟି, ପାଣି, ପବନ

ଏ ଯେ ସଦା ଶାଶ୍ୱତ ।


~ ପ୍ରଦୀପ କୁମାର ଦାଶ


୨)

ଏ'ଅଭିନୟ

ନ ହେଉ ଛଳନାର

ରହୁ ସତ୍ୟ'ର ପଥେ

ଛାଡି ପଞ୍ଜୁରୀ

ବାହୁଡ଼ିବା ସମୟେ

କରି  ଘର ହୃଦୟେ ।


~ ପ୍ରତିମା ମେହେର


୩)

ମୋ ଛୋଟିଆ ଗାଁ

ଆହା କି ମନୋହର

ସୁନ୍ଦର ବାତାବରଣ

ସବୁଠୁଁ ବଡ଼

ମନ ଟାଣି ନିଅଇ

ତା ମନଛୁଆଁ କଥା ।


~ ଶ୍ରୀରାମ ସାହୁ


୪)

ଚଳ ଚଞ୍ଚଳ 

ଅଭିନ୍ନ ମଣିଷଟିଏ 

ଅତୀତ ପୃଷ୍ଠା ଖୋଜେ 

ସମୟ ସୁଅ

ଦିଗ୍'ବଳୟ ସେପାରେ 

ଅପହଞ୍ଚ ଦୂରତାରେ ।


୫)

ଅତୀତ ସ୍ମୃତି 

ଉଙ୍କିମାରେ ମନରେ 

ଆଖିଟା ଭିଜିଯାଏ 

ସ୍ୱପ୍ନ ଯେ ପୂର୍ତ୍ତି 

ମନ, ମଣିଷ ଦୂର 

ଅଦୂର, ଦିଗ୍'ବଳୟ ।


~ ରମାକାନ୍ତ ସତପଥି 


୬)

କେଦାର ଗୌରୀ 

ଅମର ପ୍ରେମକଥା 

ଅବିନାଶୀ ଇଶ୍ୱର 

ନଶ୍ୱର ଦେହେ 

କିମ୍ବଦନ୍ତୀ ପୁରୁଷ 

ରଚିତ ଇତିହାସ ।


୭)

କଳାପାହାଡ଼ 

ଉତ୍'ପୀଡ଼ିତ କଳିଙ୍ଗ 

ଉତ୍ତାଳ ମହାନଦୀ 

ମୁକୁନ୍ଦ ଦେବ 

ଆତିଥ୍ୟ ପରାକାଷ୍ଠା 

ଅତୀତ ଇତିହାସ ।


~ ମନୀଷା ମିଶ୍ର


୮)

ମାଟି ମଣିଷ

ପଞ୍ଚଭୂତ ରେ ଗଢା

ନଶ୍ଵର ଶରୀର ଟା

ଅଢେ଼ଇ ଦିନ

ଯାତ୍ରା ସାରି ପୁନଶ୍ଚ

ମିଶିବ ପଞ୍ଚଭୂତେ ।


୯)

ନିର୍ଦ୍ଦେଶକ ର 

ଇଙ୍ଗିତରେ ଚାଳିତ

ଦୁନିଆ ରଙ୍ଗମଞ୍ଚ

ଆପ୍ରାଣ ଚେଷ୍ଟା

ନିଖୁଣ ଅଭିନୟ

ଶ୍ରେଷ୍ଠ କଳାକାର ର ।


~ ବାସନ୍ତୀ ଦେଈ


୧୦)

ପ୍ରଥମ ଫଳୀ

ଆଗକୁ ଯିବା ପାଇଁ

ପଦାକୁ ଦେଲା ଜାଗା 

ଅଭୁଲା ରହୁ

ଜୀବନ ଥିବା ଯାଏ

ନିଆରା ତାର ସ୍ଥାନ ।


~ ରଞ୍ଜନ ଜେନା


୧୧)

ମଣିଷ ମନ

ସବୁବେଳେ ଉଚ୍ଚାଟ

ନିତି ଦିନିଆ ନାଟ

ଜୀବନ ସିଏ

ସମୟ ଚକ ଧାରେ

ଅଭିନୟ ରେ ସରେ ।


୧୨)

ସମୁଦ୍ର  କୂଳ

ମଥା କଚାଡୁ ଥାଏ

ତରଙ୍ଗ  ମାଳ ମାଳ

ନିତି ଦିନିଆ

ଖେଳ ଏ ଚାଲିଥାଏ

ନ ମାନି ବେଳକାଳ ।


~ ଆଶୁତୋଷ ମେହେର


୧୩)

ଜୀବନ ଆଉ 

କ'ଣ ? ଆଞ୍ଜୁଳେ ପାଣି

ବୁନ୍ଦା ବୁନ୍ଦା ଥିପିବ

ବୟସ ଆଉ

କ'ଣ ? ମୁଠାଏ ବାଲି

ଅଳ୍ପ ଅଳ୍ପ ଝରିବ ।


~ ରାଜେଶ କୁମାର ମୁଣ୍ଡ


୧୪)

ମହାପୁରୁଷ  

କର୍ମ ଗୁଣକୁ ନେଇ 

ମିଳେ ଯଶ ଓ ନିନ୍ଦା 

ଅହିଂସା ନୀତି 

ଇତି ହାସରେ ଲେଖା

ସ୍ବାଧୀନତା ର ସ୍ବାଦ ।


୧୫)

ମହତ କାମ

ସତ୍ଯ,ଧର୍ମ, ପଥରେ 

ଦୁଃଖିରଙ୍କି ସେବାରେ 

ବିତେଇ ଦେବା 

ଏଇ ଆମ ଜୀବନ 

ମରି ଅମର ହେବା ।


୧୬)

ଦାରିଦ୍ର୍ଯ ପଣ

ଅନ୍ଯାୟ, ଅତ୍ଯାଚାର 

ଯେତେଦୂର ସମ୍ଭବ

କର ବାରଣ

ଭେଦ ଭାବ ନରଖି 

କର୍ମ କରିବ ଜାଣ ।


୧୭)

ଦୁଃଖ ସମୟ 

କାହାର ସର୍ବନାଶ 

ଶ୍ରୀହୀନ ପରିବେଶ 

ସମୟ ସ୍ରୋତ 

ବଦଳେ ଋତୁଚକ୍ର

କାଳ ର ପ୍ରବାହରେ ।


୧୮)

ମୋହ ଓ ମନ

ଦୁଃଖ ସୁଖ ଉତ୍ପନ୍ନ

ଇଛା ହେଲେ ପୂରଣ

ହୁଏ ସେ' ସୁଖ

ମନେ କାମନା ଥିଲେ 

ବଢେ ଦୁଃଖ କାରଣ ।


~ ସମିତା ସ୍ବାଇଁ

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH