~ ସାରସ୍ୱତ SEDOKA/ସେଦୋକା କାବ୍ୟ ଯାତ୍ରା ~ ୮ ~
୧)
କଟିଛି ଗଛ
କିଏ ଶୁଣିବ ବ୍ୟଥା
ବସୁଧା ହେଲା ବନ୍ଧ୍ୟା
ଚଢେଇ କାନ୍ଦେ
ହଇରାଣ ହେଲାଣି
ହଜିଛି ତାର ବସା ।
~ ପ୍ରଦୀପ କୁମାର ଦାଶ
୨)
ହୃଦୟେ ନଈ
ପାହାଡ଼େ ଫୁଟେ କଇଁ
ଆଖିରେ ଜଳେ ନିଆଁ
ବିଶ୍ୱାସ ନାହିଁ
ଆକାଶ ପଡ଼େ ନଇଁ
ମାଟି ଡାକୁଛି ଆ ଆ ।
~ ରାଜେଶ କୁମାର ମୁଣ୍ଡ
୩)
କଥାରେ ଅଛି,
ବୃକ୍ଷ ଆମର ବନ୍ଧୁ
ତା'ବିନା ଜୀବନରେ
କି ପ୍ରାଣବିନ୍ଦୁ ?
କୋଳେଇ ହୃଦୟରେ
ପୁତ୍ର ପରି ପାଳରେ ।
୪)
ସାକାର କରି
ମାନବ'ର ଜନମ
ପର ଉପକାରରେ
ଲାଗୁ ସତତ !
କି ଲାଭ ଇର୍ଷ୍ୟା ଦ୍ୱେଷ
ବାହୁଡ଼ିବା ଦିନେରେ ।
~ ପ୍ରତିମା ମେହେର
୫)
ନର ପିଶାଚ
ସ୍ତ୍ରୀ ଲିଙ୍ଗ ନିରୂପଣ
ମାତୃ ଗର୍ଭରେ ହତ୍ୟା
ଅଦରକାରୀ
ଶିଶୁକନ୍ୟା ତା'ପାଇଁ
ସୃଷ୍ଟି ଅସନ୍ତୁଳିତ ।
୬)
ବାଲ୍ୟ ବିବାହ
ପଣ୍ୟଦ୍ରବ୍ୟ ସେ ନାରୀ
ଶୈଶବ ଧରାଶାୟୀ
ବୈଧବ୍ୟତାରେ
ସମାଜ କଷାଘାତ
ହୁଏ ଲାଞ୍ଚିତା, ପତିତା ।
୭)
ସୂରୁଜ ଉଏଁ
ଗଭୀର ସାଗରରୁ
ନୀଳ ଜଳ ରାଶିରୁ
ମୁରୁକି ହସେ
ଚଳ ଚଞ୍ଚଳ ଧରା
ନୃତ୍ୟ ରତ ପୃଥିବୀ ।
୮)
ସରଗ ଶଶୀ
ନାନାବାୟ ଗୀତରେ
ଶିଶୁ ଉତଫୁଲ୍ଲିତ
ପଡୁଚ୍ଛି ଖସି
କୁନି କୁନି ହାତରେ
ଧରିବାର ପ୍ରୟାସ ।
~ ରମାକାନ୍ତ ସତପଥି
୯)
ପାହାଡ଼ ବଣ
ଡାକନ୍ତି ରଖ ରଖ
ବୃକ୍ଷ ଆମ ନ ହାଣ
ଗଛ ବଞ୍ଚିଲେ
ଆମ ସୁରକ୍ଷା ସାଥେ
ତୁମେ ଥିବ କୁଶଳେ ।
୧୦)
ଘନ ଜଙ୍ଗଲ
ଧରା ପାଇଁ ମଙ୍ଗଳ
ନୁହେଁ କେବେ ଜଞ୍ଜାଳ
ହେ ନର କୁଳ
ଧ୍ବଂସ ନ କର ବଣ
ଲଗାଅ ବୃକ୍ଷ ମୂଳ ।
~ ମୁକ୍ତେଶ୍ଵର ପଧାନ
୧୧)
ଧାନ କିଆରୀ
ହଳଦୀ ରଙ୍ଗେ ଶୋଭେ
ଚାଷୀ ମୁଖରେ ହସ
ଦେଖଣାହାରୀ
ମନଟା ଉତଫୁଲ୍ଲିତ
ଆଗାମୀ ଦିନ ସାଥି l
୧୨)
ସବୁଜ ଶସ୍ୟ
ଧରଣୀ ରାଣୀ କୋଳ
ସବୁଜିମା ରେ ଭରା
ସ୍ବପ୍ନ ରାଇଜ
ଆଖି ହୁଅଇ ଖୋସି
କୁହୁକ କାଠି ସତେ !
~ ମନୀଷା ମିଶ୍ର
୧୩)
ବୃକ୍ଷ ଡାକନ୍ତି
ଆମକୁ ହାଣି ତୁମେ
ସୁଖେ ବଞ୍ଚି ପାରିବ?
କହ ମାନବ
ନିଜ ଅସ୍ତିତ୍ୱର ରକ୍ଷା
କେଉଁ ପରି କରିବ?
~ ଶ୍ରୀରାମ ସାହୁ
୧୪)
ସକାଳ ହେଲା
କାଉ କା'କା' ରାବିଲା
ଶେଯରୁ ଉଠ ପିଲା
ସଅଳ ଖାଇ
ପଢିବା ଆମେ ପାଠ
ହୋଇବା ଭଲ ଚାଟ ।
୧୫)
ଋତୁ ବଦଳେ
ତା ସହିତ ପାଗ ବି'
ସମୟର ସାଥୀରେ
ଭାବ ବଦଳେ
ସଂପର୍କ ଓ ଶ୍ରଦ୍ଧାରେ
ଆତ୍ମୀୟତା ପଣରେ ।
୧୬)
ଲୁହର ମୂଲ୍ଯ
ସି'ଏ କ'ଣ ବୁଝିବ
ଯେ ମିଛ ଭଲପାଏ
ସବୁ ଛଳନା
ସ୍ବାର୍ଥ ହାସଲ ପାଇଁ
ଏ ସବୁ ପ୍ରହସନ ।
୧୭)
ବାଇ ଚଢେଇ
ଛୋଟିଆ ପକ୍ଷୀଟିଏ
ଯତନେ ରଚେ ନୀଡ
ଉଚ୍ଚ ଗଛରେ
ନଥାଏ ଡର ଭୟ
ଯେତେବି ଆସୁ ଝଡ ।
୧୮)
ଛୋଟ ଦୀପଟି
ଆଲୋକ ସହ ଲଢି
ଅନ୍ଧାର ଦିଏ ତଡି
ଜଳି ସେ ଚାଲେ
ବାଣ୍ଟି ତାର ମହତ୍ତ୍ଵ
ଶେଷହେବା ପର୍ଯ୍ୟନ୍ତ ।
~ ସମିତା ସ୍ବାଇଁ
୧୯)
ଆକାଶେ ଦେଖି
ସ୍ୱାଧୀନ ମେଘ ମାଳ
ଉଚ୍ଛନ୍ନ ବନ୍ଦୀ ଜଳ
ଭେଟିବ ଜ୍ଞାତି
ଫେରନ୍ତି ବହୁ ଦିନେ
ଉଡ଼ଇ ମନ ପକ୍ଷୀ ।
~ ରଞ୍ଜନ ଜେନା
୨୦)
ସଂଧ୍ୟା ଆକାଶେ
ଅସ୍ତମିତ ଭାସ୍କର
ପୀତ ଲୋହିତ ଛବି
ପକ୍ଷୀ କାକଳି
ଗୋଧୂଳି ଲଗନରେ
ଗାଁ ଦାଣ୍ଡେ ହମ୍ବାରଡି ।
୨୧)
ଚାନ୍ଦିନୀ ରାତି
ନିର୍ମଳ ଆକାଶରେ
ଜୋଛନା ଅବିରତ
ଜହ୍ନ ହସଇ
ଲାଜରେ ତାରାଗଣ
ଖେଳଇ ଲୁଚକାଳି ।
~ ବାସନ୍ତୀ ଦେଈ
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें