हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

सोमवार, 19 जुलाई 2021

ODIA SEDOKA POEM'S ~ 9

~ ସାରସ୍ୱତ SEDOKA/ସେଦୋକା କାବ୍ୟ ଯାତ୍ରା ~ ୯ ~


୧)

ଆଣିଛି ମେଘ

ପ୍ରଥମ ବର୍ଷା ଛିଟା

ଅମୃତ ଉପହାର 

କର ସ୍ୱାଗତ

ପ୍ରଣୟ ନିବେଦନ 

ମୌସୁମୀ ପବନର ।


~ ପ୍ରଦୀପ କୁମାର ଦାଶ


୨)

ଜୟ ଶ୍ରୀ ରାମ

ରଖ ହେ ସୀତାପତି

ଘେନ ମୋର ଭକତି

ହେ ରଘୁନାଥ

ତୁମ୍ଭେ ଅନାଥ ନାଥ

ରକ୍ଷ ହେ ଜଗନ୍ନାଥ ।


~ ସୁଧୀର କୁମାର ପଣ୍ଡା


୩)

ବେସୁରା ବଂଶୀ

ଖାଲି ପବନ ସୁର

ପାଗଳର ପ୍ରଳାପ

ଭାବହୀନତା

ଜୀବନ ଚଲାପଥେ

ତଥା ଅଲକ୍ଷ ଗତି ।


୪)

ମିଳନ ବଂଶୀ

ଉଦବେଳିତ ପରାଣ

ପ୍ରିୟା ଆଖିରେ ଲୁହ

ପବନ ସୁଏ

ଧାଇଁ ଯିବାକୁ ମନ

ସୁରର ତାଳେ ତାଳେ ।


~ ରମାକାନ୍ତ ସତପଥି


୫)

ନିଦାଘ ଗ୍ରୀଷ୍ମ

ଚାଇଁ ଚାଇଁ ଖରାକୁ

ଅସ୍ତବ୍ୟସ୍ତ ଜୀବନ

ସାନ୍ତ୍ଵନା ଦେଇ

ଆଣିଦିଏ ପୃଥିବୀକୁ

ବର୍ଷାର ଉପହାର ।


~ ବାସନ୍ତୀ ଦେଈ 


୬)

ପ୍ରେୟସୀ ମୋର

କାନ୍ଦୁଛି କଇଁ କଇଁ

କରିଛି ଅଭିମାନ

ବରଷା ରାଣୀ !

ଦେବୁ ଭିଜାଇ ତା'ରେ

ଅଛି ମୁଁ ତା'ଠୁ ଦୂରେ ।


~ ପ୍ରତିମା ମେହେର


୭)

ଅନେକ ପ୍ରଶ୍ନ

ଉଙ୍କିମାରେ ମନରେ

ସମାଧାନ ନ ଥାଏ

ସଜେଇ ହୁଏ

ଭୁଲଭାଲ ଉତ୍ତର

ଅସତ୍ୟର ମାଳାରେ ।


~ ରାଜେଶ କୁମାର ମୁଣ୍ଡ


୮)

ମହାନାୟକ

ମହାନାଟକର ସେ

ଚିରନିଦ୍ରା ଶାୟିତ

ସେ ପିତାମହ

ଅନୁତପ୍ତ ଅର୍ଜୁନ

ନିଶ୍ଚଳ ତା ଗାଣ୍ଡିବ ।


୯)

ଭୀଷ୍ମ ପ୍ରତିଜ୍ଞା

ଚିର କୁମାର ବ୍ରତ

ଅଭିଶପ୍ତ ଜୀବନ

ଗାନ୍ଧାରୀ ସ୍ୱାର୍ଥ

କୌରବ ବଂଶ ଧ୍ବଂସ

ଆସ୍ତାଚଳେ ତପନ ।


୧୦)

ଅଜେୟ ଯୋଦ୍ଧା

ଶରଶଯ୍ୟା ଉପରେ

ଅସହାୟ, ମୁମୁର୍ଷୁ

ଅନୁଶୋଚନା

ଯନ୍ତ୍ରଣା ଜର୍ଜରିତ

ପ୍ରାରବ୍ଧ କର୍ମଫଳ ।


~ ମନୀଷା ମିଶ୍ର


୧୧)

କାହିଁ ସେ' ବର୍ଷା 

ବୈଶାଖର ଅନଳ

ହୁ ହୁ ହୋଇ ଜଳୁଛି

ଫାଟୁଛି ଭୂଇଁ  

ଆଷାଢ ର ଆଶାରେ

ଅସହ୍ୟ ଜଳ ତୃଷା ।


୧୨)

ସୁନେଲି ଖରା 

ଖିଲି ଖିଲି ହସୁଛି 

ଝାଳକୁ ଶୋଷି ନେଇ 

ମଉଳାଫୁଲ 

ଖୁଖିଲା ଫାଖୁଡାରେ 

ଝରି ଯାଏ ଲୁହରେ ।


୧୩)

ନିଖୁଣ ଚିତ୍ର 

ଈଶ୍ବରଙ୍କ ସୃଷ୍ଟି ରେ

ଆକାଶ ଛାତ ତଳେ

କିଏ ଆଙ୍କିଛି 

ସଦା ଚିର ସବୁଜ 

ଘାସ ଗାଲିଚା ହସ । 


୧୪)

ମଣିଷ ଶୋଷ

କେବେ ହୁଏନି ଶେଷ 

ଅସୁମାରୀ ଆଶାର 

ସୁଖ ସ୍ବପ୍ନରେ 

ସୁରଭିତ ଜୀବନ  

ବିଶ୍ବାସ ର ଆସ୍ଥାନ ।


୧୫)

ତୋ ସାଥିରେ ମୁଁ 

ଅଭିନୟ କରୁନି 

ହାରିଯିବା ଭୟରେ

ସତ କହୁଛି 

ଛଳନାର ନିଆଁ ରେ 

ସିଝେ ସାରା ଜୀବନ ।


~ ସମିତା ସ୍ବାଇଁ


୧୬)

ନିଜ ଭବିଷ୍ୟ

ଚିନ୍ତାକରି ମନରେ

ଖୁସି ହୁଅଇ ଭାରି 

ସ୍ୱପ୍ନ ବୁଣଇ

ଲାବଣ୍ୟବତୀ ଝିଅ

ଯୁବା ବୟସ ବେଳେ ।


~ ଶ୍ରୀରାମ ସାହୁ

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH