ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ଵତ ହାଇକୁ କାବ୍ୟ ଯାତ୍ରା ~ ୧୬ ~
ଆଲୋକ
ହାଇକୁ
୧)
ଜହ୍ନ ଆଲୁଅ
ଆତ୍ମନିମଗ୍ନତା ର
ଶବ୍ଦ ଅଭାବ ।
୨)
ଅନ୍ଧାର ରାତି
ଆଲୁଅ ପାଇଁ କାନ୍ଦେ
ନିରୋଳା ଆଖି ।
୩)
ମନର ଜହ୍ନ
ତୁମ ବିନା ଆଲୁଅ
ସାତ ସପନ ।
~ ପ୍ରଦୀପ କୁମାର ଦାଶ
୪)
ସାରା ଜୀବନ
ଛାଇ ଆଲୁଅ ଖେଳ
ଅଢେ଼ଇ ଦିନ।
୫)
ଘନ ଅନ୍ଧାରେ
ଆଶା ର ଆଲୋକ ଟି
ଉଙ୍କି ମାରଇ ।
୬)
ଅନ୍ଧାର ବିନା
ଆଲୋକ ର ଉପସ୍ଥିତି
ବୁଝି ହୁଏନା ।
~ ବାସନ୍ତୀ ଦେଈ
୭)
ସୂର୍ଯ୍ୟ ଆଲୋକ
ସକଳ ସୃଷ୍ଟିର ଏ
ମୂଳ ଆଧାର ।
୮)
ଜ୍ଞାନ ଆଲୋକ
କରଇ ଆଲୋକିତ
ଜୀବନ ଯାକ ।
୯)
ଅନ୍ଧାର ନାହିଁ
ଆଲୋକର ମୂଲ୍ୟ କୁ
ବୁଝି ନୁହଇ ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୧୦)
ଆଲୋକ ଶିଖା
ଦୂରକରେ ଅନ୍ଧାର
ଦେଇ ସୁପଥ ।
~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)
୧୧)
ଜୀବନ ଜ୍ୟୋତି
ଖୁସି ସରାଗ ବାଣ୍ଟି
ଚଳିବା ନିତି ।
୧୨)
ଆଲୋକ ପର୍ବ
ଦୀପାବଳୀ ପାଳନ
ବାଣ ବରଷେ ।
୧୩)
ନୟନ ଜ୍ୟୋତି
ନାହିଁ ମୋର, ଭାବୁଛି
ଧରା କେମିତି !
୧୪)
ଖଦ୍ୟୋତ ଟିଏ
ଅନ୍ଧାର ବକ୍ଷେ କେତେ
ଆଲୋକ ଦିଏ ।
~ ଝୁମୁରୀ ସାହୁ, ଜଟଣୀ
୧୫)
ସୂର୍ଯ୍ୟ ଆଲୋକ
ତାରାଭରା ଆକାଶ
ପୂଣ୍ଣିମା ଜହ୍ନ ।
୧୬)
ଛାଇ ଆଲୁଅ
ଅନ୍ଧାର ଲୁଚକାଳି
ଜୀବନ ଛିଟା ।
୧୭)
ଵ୍ୟାପ୍ତ ଆଲୁଅ
ଜୀବନ ର ଜ୍ୟାମିତି
ଘନ ଅନ୍ଧାର ।
~ ଆରତୀ ପ୍ରହରାଜ, ଭୁବନେଶ୍ୱର
୧୮)
ପୁନେଇ ଜହ୍ନ
ତୋଫା ଆଲୋକ କରେ
ମନ ଉଚ୍ଛନ୍ନ ।
୧୯)
ସାରା ଧରଣୀ
ସୂର୍ଯ୍ଯାଲୋକ ପରଶେ
ଚଳଚଞ୍ଚଳ ।
~ ସସ୍ମିତା ବାରିକ୍, ବୋଲଗଡ଼
୨୦)
ସଂଜ ସଳିତା
ନିଜେ ଜଳି ଅନ୍ୟ କୁ
ଆଲୋକ ଦିଏ ।
~ ଝୁମୁରୀ ସାହୁ, ଜଟଣୀ
୨୧)
ଶରଦ ଜହ୍ନ
ଜ୍ୟୋତ୍ସ୍ନା ପ୍ରକାଶେ ହଜେ
କୁଆଁରୀ ମନ ।
୨୨)
ହିରଣ୍ୟଗର୍ଭ
ସୁବର୍ଣ୍ଣ ପ୍ରକାଶେ ପଦ୍ମ
ହର୍ଷିତ ଦେଖ ।
~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା
୨୩)
ଜୀବନ ଅଟେ
ଛାଇ ଆଲୁଅ ମିଶା
ପ୍ରହେଳିକା ଟେ ।
୨୪)
ପୂର୍ଣ୍ଣିମା ରାତ୍ରୀ
ଶୁଭ୍ର ଜ୍ୟୋତ୍ସା ଆଲୋକେ
ହସେ ଧରିତ୍ରୀ ।
୨୫)
ମନ ଗହନେ
ଆଶାର ଆଲୋକଟି
ଜଳେ ମଉନେ ।
~ ମଧୁଛନ୍ଦା ଦାଶ
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें