ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ବତ ହାଇକୁ କାବ୍ୟ ଯାତ୍ରା ~ ୧୫ ~
ରଙ୍ଗ
ହାଇକୁ
୧)
ମଧୂବାସର
ବାଲିଖେଳ ଭାଙ୍ଗିଲା
ନାଲି ସିନ୍ଦୂର ।
୨)
ଓଠରେ ହସ
ବୃକ୍ଷ ଶାଖାର ଖୁସି
ସବୁଜ ପତ୍ର ।
~ ପ୍ରଦୀପ କୁମାର ଦାଶ
୩)
କଳା ଶ୍ରୀମୁଖ
କଳା ଧଳା ଡୋଳା କୁ
ନାଲି ଅଧର ।
୪)
ସବୁଜ ଘାସ
ନାଲି ସାଧବ ବୋହୂ
ମନକୁ ଜିଣେ ।
~ ବାସନ୍ତୀ ଦେଈ
୫)
ସଂସାର ପଥ
ଜୀବନେ ଅଭିନୟ
ଏ ରଙ୍ଗମଞ୍ଚ ।
୬)
ରଙ୍ଗ ପସରା
ମଳୟ ବସନ୍ତରେ
ଅପୂର୍ବ ଧରା ।
୭)
ପ୍ରେମର ରଙ୍ଗ
ଜୀବନେ ଭରିଦିଏ
ପ୍ରୀତି ତରଙ୍ଗ ।
୮)
କଳା ମୁହଁକୁ
ବିଡ଼ିଆ ପାନଖାଇ
ରଙ୍ଗେ ଓଠକୁ ।
~ ଜ୍ୟୋତି ପ୍ରଭା, ପଟ୍ଟନାୟକ
୯)
ସୁନ୍ଦର ମୁଖ
କଳା କହ୍ନେଇ ସାଜେ
ମୟୂର ଚୂଳ ।
୧୦)
ଫଗୁଣ ମାସେ
ରଙ୍ଗେ ରଙ୍ଗେଇ ଦିଏ
ହୋଲି ପରବେ ।
୧୧)
ସବୁଜ ରଙ୍ଗେ
ଶସ୍ୟଶ୍ୟାମଳା କ୍ଷେତ
ଧରିତ୍ରୀ ହସେ ।
~ ପ୍ରଭାସିନୀ ସାହୁ, ଖୋର୍ଦ୍ଧା
୧୨)
ରଙ୍ଗ ଅଧର
ପ୍ରଭୁ କଳା ଠାକୁର
କେଡ଼େ ସୁନ୍ଦର ।
୧୩)
ରଙ୍ଗ ପରବ
ହୋଲି ଫଗୁଣ ଶେଷେ
ମନ ହରଷେ ।
୧୪)
ସାତ ରଙ୍ଗ ର
ଇନ୍ଦ୍ରଧନୁ କୁ ଦେଖ
ନୀଳ ଆକାଶେ ।
୧୫)
ରଙ୍ଗ ରଙ୍ଗିଲା
ଛପି ଛପି ଆସି ମୋ
ମନ ମୋହିଲା ।
୧୬)
ରାକ୍ଷୀ ପରବ
ରଙ୍ଗ ପାଟ ସୂତା ଟି
ରକ୍ଷା କବଚ ।
~ ଝୁମୁରୀ ସାହୁ, ଜଟଣୀ
୧୭)
ନୀଳ ସାଗର
ସବୁଜମୟ ଧରା
ସୁନେଲି ମନ ।
୧୮)
ରଙ୍ଗର ଖେଳ
ଆଖି ରେ ମାଖିଦିଅ
ଦିଶେ ସଜଳ ।
୧୯)
ପ୍ରେମ ର ରଙ୍ଗେ
କୃଷ୍ଣ ସଙ୍ଗେ ରାଧିକା
ଲତା କୁଞ୍ଜ ରେ ।
~ ଆରତୀ ପ୍ରହରାଜ, ଭୁବନେଶ୍ୱର
୨୦)
ପରଜାପତି
ରଙ୍ଗେ ସଜାଇ ଡେଣା
ଫୁଲେ ଦୋଳଇ ।
୨୧)
ଏତେ ରଙ୍ଗ କେ
ଢାଳି ଦେଲା ମୋ ଦେହେ
ଭିଜେ ପ୍ରେମରେ ।
~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ
୨୨)
ରଙ୍ଗ ରସିଆ
ସେ ଭାବ ବିନୋଦିଆ
ଚକାଆଖିଆ ।
୨୩)
ଫୁଲ ଫଗୁଣ
ବିମାନେ ରାଧା କୃଷ୍ଣ
ରଂଗ ମିଳନ ।
୨୪)
ରଂଗ ରଂଗିଲା
ବେରଂଗ ହୋଇଗଲେ
ସବୁ ଅଲୋଡା ।
~ ସସ୍ମିତା ବାରିକ୍, ବୋଲଗଡ଼
୨୫)
ଜୀବନ ରଙ୍ଗ
ନୁହେଁ ସେ ଚିରନ୍ତନ
ପାଣି ଫୋଟକା ।
୨୬)
ହୋଲିର ରଙ୍ଗ
ପ୍ରେମ ଫଗୁଣଭିଜା
ଅତି ସୁନ୍ଦର ।
~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)
୨୭)
ନାଲି ମୁରୁଜ
ବୁଣିଦେଲା ଧରାରେ
ବାଳ ସୂରୂଯ ।
୨୮)
କଳା ଘନକୁ
ଦେଖି ନାଚଇ ଶିଖୀ
ଫୁଲାଇ ଛାତି ।
୨୯)
ଧବଳ ରଂଗ
ମାଖିଛି କାଶତଂଡୀ
ଶରତ କାଳେ ।
~ ବିଳାସିନୀ ଦାଶ, ଖୋର୍ଦ୍ଧା
୩୦)
କଳା ସୁନ୍ଦର
ରଙ୍ଗେଇ ଦେରେ ମୋତେ
ତୋର ରଙ୍ଗରେ ।
୩୧)
ଗୋପିଙ୍କ ସଙ୍ଗ
କେତେ ରଙ୍ଗେ ନାଚଇ
କଳା ଶ୍ରୀମୁଖ।
~ ବାସନ୍ତୀ ମହାପାତ୍ର, ପୋଖରୀପୁଟ
୩୨)
ବରଷା କାଳ
ନୀଳ ଗଗନେ ଭାସେ
ବଉଦ ମାଳ ।
୩୩)
ପଶ୍ଚିମାକାଶେ
ପୀତ ଲୋହିତ ରଙ୍ଗେ
ସୁରୁଜ ହସେ ।
୩୪)
ସାଗର ନୀଳ
ଶୁଭ୍ର ଫେନିଳ ତାର
ଲହରୀ ମାଳ ।
~ ମଧୁଛନ୍ଦା ଦାଶ
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें