ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୧୮ ~
ହସ
ହାଇକୁ
୧)
କିଶୋରୀ ହସ
କରଇ ଉପହାସ
ଫୁଲ ସୁବାସ ।
୨)
ହସୁଛି ଦୀପ
ଜଳିଉଠେ ସଳିତା
ଭାଗ୍ୟ ପାଉଁଶ ।
~ ପ୍ରଦୀପ କୁମାର ଦାଶ
୩)
ବସନ୍ତ ଆସେ
କୃଷ୍ଣ ଚୂଡା ରଙ୍ଗରେ
ଧରଣୀ ହସେ ।
୪)
ଶିଳ୍ପୀ ତୂଳୀରେ
ଛବିଟି ହସିଉଠେ
ସତେ ଜୀବନ୍ତ ।
~ ବାସନ୍ତୀ ଦେଈ
୬)
ଶିଶୁର ହସ
ସମସ୍ତଙ୍କୁ ଦିଅଇ
ମିଠା ପରଶ ।
୭)
ଫୁଲଟି ହସେ
ମଧୁପ ସଂଗପାଇ
ପ୍ରୀତି ପରଶେ ।
୮)
ହସ ଓ କାନ୍ଦ
ଜୀବନ ଜଞ୍ଜଳରେ
ମଧୁର ଛନ୍ଦ ।
୯)
ହସି ହସାଇ
ବିତିଯାଉ ଜୀବନ
ଶୋଚନା ନାହିଁ ।
~ ଜ୍ୟୋତି ପ୍ରଭା, ପଟ୍ଟନାୟକ
୧୦)
ହସି ହସେଇ
ସଂସାର ରଥ ନେବା
ଆଗକୁ ବାହି ।
୧୧)
ଶିଶୁ ହସରେ
ଦୁନିଆ ହସେ, ଶିଶୁ
ଯେ ଭବିଷ୍ଯତ ।
୧୨)
ହସ ଲୁହରେ
ଭିଜା ସାରା ଜଗତ
ବିଶ୍ବ ମଣିଷ ।
~ ଝୁମୁରୀ ସାହୁ, ଜଟଣୀ
୧୩)
ଶିଶୁ ହସିଲେ
ସାରା ଜଗତ ହସେ
ହୃଦୟ ଜିଣେ ।
୧୪)
ହସ ତୁମରି
ଲକ୍ଷେ ଟଙ୍କାର ସତ
ମନ ଯେ ମୋହେ ।
~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)
୧୫)
ହସି ହସିକା
ପାରି ହେବା ସଂସାର
ନାବରେ ଏକା ।
୧୬)
ମୁରୁକି ହସ
ନାଲି ଓଠରୁ ଝରେ
ପ୍ରୀତି ପିୟୁଷ ।
~ ସସ୍ମିତା ବାରିକ୍, ବୋଲଗଡ଼
୧୭)
ଉପରେ ହସେ
ଭିତରେ କାନ୍ଦୁଥାଏ
ମୁଖାଟା ପିନ୍ଧି ।
୧୮)
ହସ ପସରା
ଖୋଲେ ଗୋଲାପ ନିଜେ
କଣ୍ଟକ ଘେରା ।
୧୯)
ବୋଉର ହସ
ହୃଦୁଁ ନିଗାଡି ଦିଏ
ଅକୁହା ପ୍ରାସ ।
~ ବିଳାସିନୀ ଦାଶ, ଖୋର୍ଦ୍ଧା
୨୦)
ଚେନାଏ ହସ,
ଗଢେ ସଂପର୍କ ସେତୁ
ମିଟାଏ ଦ୍ଵେଷ ।
୨୧)
ଫଗୁଣ ଆସେ
ମଳୟ ପରଶରେ
ବସୁଧା ହସେ ।
୨୨)
ମୋ ମାଆ ହସ
ଅମୂଲ ମୂଲ ସେତ
ଝରେ ପୀୟୂଷ ।
~ ମଧୁଛନ୍ଦା ଦାଶ, ଭୁବନେଶ୍ୱର
୨୩)
ମୁରୁକି ହସି
ବଉଦ କୋଳେ ଯାଏ
ଶଶୀଟି ଛପି ।
୨୪)
ମଧୁର ହସେ
ଫୁଲ ବନ ଚହକେ
ଏ ମଧୁ ମାସେ ।
~ ଆରତି ମଞ୍ଜରୀ ଦାଶ
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें