हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

सोमवार, 16 अगस्त 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୮ ~

ହାଇକୁ ସାଧନା ଖୋର୍ଦ୍ଧା 

ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୮ ~

ଫୁଲ


ହାଇକୁ 

୧)

ମନ ଅଙ୍ଗନେ

ଫୁଟିଛି ପ୍ରୀତି ପୁଷ୍ପ

ଦେବ ଅର୍ପଣେ ।


୨)

ମଧୁ ଚନ୍ଦ୍ରିକା

ଫୁଲ ଶେଜରେ ପ୍ରିୟା

ବିନିଦ୍ର ରାତ୍ରୀ ।


୩)

ପୁଷ୍ପ ସମ୍ଭାର

ମଧୁମୟ ସୃଷ୍ଟିର

ବସନ୍ତ ଋତୁ ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୪)

ସରଗ ଫୁଲ

କେହିନାହିଁତା ତୁଲ

ଅମୂଲମୂଲ ।


୫)

ଧନୀ ଗରିବ

ଫୁଲ ପାଏ ଆଦର

ନ ଥାଏ ପର।


 ~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)

୬)

ଫୁଲ ଟି ଫୁଟେ

ଦେବତା ନା ଶ୍ମଶାନ

ଜୀବନ ଚିତ୍ର ।


୭)

ରଙ୍ଗ ବେରଙ୍ଗ

ପୁଷ୍ପମୟ ଆଳୟ

ମରୁ ଉଦ୍ୟାନ ।


୮)

କୁସୁମ ଶେଯ

ପ୍ରାଚୁର୍ଯ୍ୟତା ଦୁନିଆ

ହଜିଛି ନିଦ ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୮)

ଫୁଲ ର ସୃଷ୍ଟି

ନିତି ଦେବ ସେବାରେ

ଧନ୍ୟ ଜୀବନ ।


୯)

କଣ୍ଟା କି ଫୁଲ

ସଂସାର ଚଲାପଥେ 

ପଥିକ ଆମେ ।


୧୦)

ଫୁଲ ସୁବାସ

ଦଶଦିଗ ଚହଟେ

ମନକୁ ମୋହେ ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ, ଖୋର୍ଦ୍ଧା


୯)

ଫୁଲକୁ ଦେଖି

ମୋ ମନ ଉଲ୍ଲସିତ

ତାହାରି ପାଇଁ ।


୧୦)

ଫୁଲର ଵା‌ସେ 

ଉଡ଼ି ବୁଲେ ଭ୍ରମର 

ସଙ୍ଗୀତ ଗାଇ ।


୧୧)

ମୋହିତ କରେ 

ସୁବାସିତ ବାସ୍ନା ରେ 

ସକଳ ଜନ ।


~ ପ୍ରଭାସିନୀ ସାହୁ, ଖୋର୍ଦ୍ଧା


୧୨)

ଫୁଲ ତୋ ବାସ

ସୁବାସ ସୁହାସେ ତୋ

ମୁଖ ମଣ୍ଡିତ । 


୧୩)

ସ୍ବଚ୍ଛ ସରସ 

ଶୋଭାସୁନ୍ଦରୀ ତୁମେ

କୁସୁମ ମିତ୍ର । 


~ ସସ୍ମିତା ବାରିକ୍


୧୪)

ଲାବଣ୍ୟବତୀ

ଫୁଲ ତୁ ରୂପ ଗୁଣେ

ମୋହୁଛୁ ନିତି ।


୧୫)

ଫୁଲ ନିଷ୍ପାପ 

ପଲକେ ହରିନିଏ

ସଵୁ ସନ୍ତାପ ।


~ ବିଳାସିନୀ ଦାଶ, ଖୋର୍ଦ୍ଧା


୧୬)

ଗୋଲାପ ଫୁଲ

ମହକ ରଙ୍ଗେ ନାହିଁ

ତା ସମତୁଲ ।


୧୭)

କୁସୁମ ବନେ

ଅଳି ପ୍ରମତ୍ତେ  ଭ୍ରମେ

ମଧୁ ଚୟନେ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ


୧୮)

ଫୁଲଟିଏ ମୁଁ

ଦେବତା ଶିର ପରେ

ନିଇତି ଚଢେ ।


~ ଅର୍ଚ୍ଚନା କୁମାରୀ, ରାଉତରାୟ


୧୯)

ଫୁଲ ଉପରେ

ଆଳି କରେ ଗୁଞ୍ଜନ

ମଧୁ ଆଶାରେ ।


୨୦)

ପୁଷ୍ପ ବାଟିକା

ବିବିଧ ବର୍ଣ୍ଣେ ସାଜେ

କି ଅପରୂପା ।


୨୧)

କୁସ୍ତମ ମୁହିଁ

ବିତରିବି ବାସନା

ସଭିଙ୍କ ପାଇଁ ।


୨୨)

ମାଳତୀ କୁଞ୍ଜେ

ରାସ ରଚଇ କାହ୍ନୁ

ଗୋପୀଙ୍କ ସଙ୍ଗେ ।


~ ମଧୁଛନ୍ଦା ଦାଶ, ଭୁବନେଶ୍ୱର


୨୩)

ରଂଗ ସୁନ୍ଦର

ଫୁଲ କୁସୁମ ବାସେ

ମନ ହରଷେ । 


୨୪)

ମାଆ ମଙ୍ଗଳା

ପ୍ରିୟ ନାଲିଆ ଫୁଲ

ମନ୍ଦାର ମାଳ ।


୨୫)

ରଜନୀଗନ୍ଧା

ରାତିରେ ଫୁଟଇ ସେ

ବାସ ଚହଟେ ।

 

୨୬)

ଜାତୀୟ ଫୁଲ

ମାଆ ଲକ୍ଷ୍ମୀଙ୍କୁ ଦିଅ

ବଡ ଶରଧା ।

 

୨୭)

ଆମେ ସଭିଏଁ

ଭାରତ ବାସୀ ଏକ

ଫୁଲର ପେନ୍ଥା ।


୨୮)

ହେନା, ମାଳତୀ, 

ସୁଗନ୍ଧିତ କୁସୁମ

ମଲ୍ଲୀ, ସେବତୀ ।


୨୯)

ଧଳା ଟଗର 

କାଂଚନ, କାମିନୀ, ମଲ୍ଲୀ 

ସୁଗନ୍ଧ ରାଜ ।


୩୦)

କେଡେ ସୁନ୍ଦର

ଗୋଲାପ ଓ ମନ୍ଦାର

ନାଲି ରଂଗର ।


~ ଝୁମୁରୀ ସାହୁ, ଜଟଣୀ

⭐⭐⭐⭐⭐⭐⭐⭐⭐⭐

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH