हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

मंगलवार, 24 अगस्त 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୧୯ ~ ସ୍ୱାାଦ

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ହାଇକୁ କାବ୍ୟ ଯାତ୍ରା ~ ୧୯ ~


ସ୍ଵାଦ

ହାଇକୁ 


୧)

ମିଠା ଝଗଡ଼ା

ମାଆ କୋଳରେ ମୁଣ୍ଡ

ସ୍ନେହ ଅବଢା ।


~ ପ୍ରଦୀପ କୁମାର ଦାଶ


୨)

ମଧୁର  କଥା 

ସକଳ ବଶୀଭୂତ

ଝରଇ ମହୁ ।


~ ବାସନ୍ତୀ ଦେଈ


୩)

ମିଠା କଥାରେ

ବନ୍ୟ ପଶୁ ବଶ୍ୟତା

କରେ ଅଚିରେ ।


୪)

ପଞ୍ଚ ଇନ୍ଦ୍ରିୟ

ସ୍ଵାଦ ବାରେ ଜିହ୍ୱାଟି

ଈଶ୍ୱର ଦତ୍ତ ।


୫)

ସୁଆଦ ଖାଇ

ଗୋଡ଼ରେ ପଡ଼ିଲେ ସେ 

ଗାଧୋଇ ଯାଇ ।


୬)

ଅଭଡ଼ା ସ୍ଵାଦ

ଆନନ୍ଦ ବଜାର ରେ

ଭକ୍ତଙ୍କ ଭିଡ଼ ।


୭)

ଗୋମାତା ଦୁଗ୍ଧ

ସ୍ଵାଦ ଓ ପୁଷ୍ଟିସାର

ଦେହକୁ ହିତ ।


୮)

ଗୋମାତା ଦୁଗ୍ଧ

ସ୍ଵାଦ ଓ ପୁଷ୍ଟିସାର

ଦେହକୁ ହିତ ।


୯)

ପ୍ରୀତିର ସ୍ଵାଦ

ମଧୁ ଝରା ଲଗନେ

ଦିଏ ଆନନ୍ଦ ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୧୦)

ଆଳାପ ମଧୁ

ଗୁଞରଣ ସୁସ୍ୱାଦୁ

ପ୍ରଣୟ ଗାଥା ।


୧୧)

ଅଲଣା କଥା

ବେଢଙ୍ଗ ମୂଲ୍ୟହୀନ

ଚିତ୍ତ କୁ ବ୍ୟଥା ।


୧୨)

କଥା ର ଛଟା

କର‌ଇ ହଟହଟା

ମନଟା ଖଟା ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୧୪)

ସ୍ବାଦ ର ସିନ୍ଧୁ

ମାଆଙ୍କ ହାଣ୍ତିଶାଳ

ହାତର ସ୍ପର୍ଶ ।


୧୪)

ଦରୋଟି କଥା

ଶିଶୁ ଭାଷର ସ୍ଵାଦ

ମନକୁ ମୋହେ ।


~ ଶୋଭାଗିନୀ ନନ୍ଦ, ଜୟପୁର( କୋରାପୁଟ)


୧୫)

ଜିହ୍ବା ଲାଳସା

ସୁସ୍ୱାଦୁ ଖାଦ୍ୟ ଖାଇ

ପୁରେ ଅଭୀପ୍ସା । 


୧୬)

ଜଳ ଜୀବନ

ବର୍ଣ୍ଣ, ଗନ୍ଧ, ସ୍ୱାଦ ତା 

ନୁହଁଇ ବାରି । 


~ ସସ୍ମିତା ବାରିକ୍, ବୋଲଗଡ଼


୧୭)

ଭକତି ସ୍ବାଦ

ଜଗା ପ୍ରୀତି ନିଭୃତେ

କମ୍ପନ ପ୍ରଦ ।


୧୮)

ପ୍ରେମ ର ସ୍ବାଦ

ବନ୍ଧୁତ୍ୱ ମୂଲ୍ୟବୋଧ

ଐଶ୍ଵର୍ଯ୍ୟ  ସ୍ରୋତ ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା


୧୯)

ପୋଡା ତିଅଣ

ଦେଖିବାକୁ ବିବର୍ଣ୍ଣ 

ନାହିଁ ସୁଆଦ।


୨୦)

ଆଲୋ ସଙ୍ଗାତ 

ଜିଭ କଲେ ସୁଆଦ

ଯିବା ବଇଦ।


୨୧)

ଜଗାକାଳିଆ

ତୁମ ମହାପ୍ରସାଦ 

ଭାରି ସୁଆଦ।


୨୨)

ମୁଢ ମାନବ

କ୍ଷଣିକ ସ୍ବାଦ ପାଇଁ

କେତେ ଯେ ଲୋଭ ।


~ ବାସନ୍ତୀ ମହାପାତ୍ର, ପୋଖରୀପୁଟ


୨୩)

ନାରୀ ରତନ

ସୁସ୍ଵାଦୁ ବ୍ୟଞ୍ଜନ ରେ

ମୋହନ୍ତି ମନ ।


୨୪)

ଭକ୍ତିର ସ୍ଵାଦ

ବିଭୁ ପଦ ପଲ୍ଲବେ

ଚିତ୍ତ ଆହ୍ଲାଦ ।


~ ମଧୁଛନ୍ଦା ଦାଶ


୨୬)

ସ୍ୱାଦ ନଥାଏ

ଭଂଗା ମନକୁ ଯେତେ 

ଯୋଡି ବସିଲେ ।


୨୭)

ସ୍ବର୍ଗୀୟ ପ୍ରେମ 

ଜୀବନ  ରଂଗେଇ ଦିଏ

ନୂତନ ସ୍ବାଦେ ।


୨୮)

କବି କଲମ

କବିତା  ଲେଖୁଥାଏ

ସ୍ୱାଦ ବିଭିନ୍ନ ।


୨୯)

ପ୍ରେମ  ର ସ୍ୱାଦ 

ବଂଧୁତ୍ବ ମୂଲ୍ୟ ବୋଧ

ଐଶ୍ବର୍ଯ୍ଯ ସ୍ରୋତ ।


~ ବିଳାସିନୀ ଦାଶ, ଖୋର୍ଦ୍ଧା


୩୦)

ସଂସାର ପଥେ

କେତେ ଯେ ଅନୁଭବ

ଜୀବନ ସ୍ଵାଦ ।


~ ବାସନ୍ତୀ ଦେଈ 

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH