ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ଵତ ହାଇକୁ କାବ୍ୟ ଯାତ୍ରା ~ ୨୦
ଶରତ
ହାଇକୁ
୧)
ଶରତ ସଞ୍ଜ
କାଶତଣ୍ଡୀ ହସୁଛି
ଜହ୍ନର ସ୍ପର୍ଶ ।
~ ପ୍ରଦୀପ କୁମାର ଦାଶ "ଦୀପକ"
୨)
ଶରତ ଆସେ
ଧବଳ କାଶତଣ୍ଡୀ
ଲହଡ଼ି ଭାଙ୍ଗେ ।
୩)
ନିର୍ମଳ ଧରା
ଜୋଛନା ବିଧୌଉତ
କୁମୁଦ ହସେ ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
୪)
ପାର୍ବଣ ଆସେ
ଶରତେ କାଶତାଣ୍ଡି
ସୁନ୍ଦର ଦିଶେ ।
୫)
ଶରତ ଶୋଭା
ନିର୍ମଳ ଗଗନର
ଚନ୍ଦ୍ରମା ଆଭା ।
୬)
ଶରତ କାଳେ
କାଶତଣ୍ଡି ମାଆଙ୍କୁ
ଚାମର ଢାଳେ ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୭)
ଶୁଭ୍ର ଶରତ
ଆଃ ! ପାର୍ବଣ ର ମାସ
ନଵ ପୁଲକ ।
~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)
୮)
ଶରତ କାଳ
ନୀଳ ଗଗନେ ଶୋହେ
ବଉଦମାଳ ।
ଶରଦ ଶଶୀ
ପତ୍ର ଫାଙ୍କେ ମୁରୁକ
ମାରଇ ଉଙ୍କି ।
~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ ଖୋରଧା
୯)
ଶୋଭା ଶରତ
ଅପଘନ ଶରୀର
କରେ ଆପ୍ଳୁତ ।
୧୦)
ଶରତ ଆସେ
ସୁନିର୍ମଳଆକାଶ
ଜଗତ ହସେ ।
~ ଚପଳା ପଣ୍ଡା, ଖୋର୍ଦ୍ଧା
୧୧)
ଶରତ ଗଭା
କାଶତଣ୍ଡୀ ଫୁଲରେ
କି ମନଲୋଭା !
୧୨)
ଧଳା ବଉଦ
ଶରତ ଗଗନରେ
ମନର ଭେଦ ।
~ କବିତା କାନୁନଗୋ, ଭୁବନେଶ୍ୱର
୧୩)
ନିର୍ମଳ ଶୋଭା
ଶରତ ଋତୁ ଦୃଶ୍ୟ
କି ମନଲୋଭା ।
୧୪)
ଶୁଭ୍ର ବସନ
କାଶତଣ୍ଡି ଫୁଲରେ
ସାଜଇ ମହୀ ।
~ ସସ୍ମିତା ବାରିକ୍
୧୫)
ବରଷା ଶେଷ
ପର୍ବ ସମ୍ଭାର ନେଇ
ଶରତ ଆସେ ।
୧୬)
ଶରତ ଶୋଭା
ନଭେ ଜଳଦ ମାଳ
କି ମନଲୋଭା !
~ ମଧୁଛନ୍ଦା ଦାଶ, ଭୁବନେଶ୍ୱର
୧୭)
ଶରତ ରାତି
ବିମଳ ଜୋଛନାରେ
ଶୋହେ ଧରିତ୍ରୀ ।
୧୮)
ଶରତ ଋତୁ
ପର୍ବ ପର୍ବାଣି ପାଳି
ମନଟି ବାନ୍ଧୁ ।
୧୯)
ଭାଦ୍ରବ ମାସେ
ବୁଧେଇ,ଷଠୀ ପର୍ବେ
ଶରତ ହସେ ।
୨୦)
ଭାଦ୍ର, ଆଶ୍ବିନ
ନିର୍ମଳ ଶୋଭା ରାଶି
ଶୋହେ ଜଗତ ।
୨୧)
ଶରତ ସଂଧ୍ୟା
କୁମାରୀଏ ଖେଳନ୍ତି
ଗାଇଣ ଗୀତ ।
୨୨)
କାଶତଣ୍ଡୀ ରେ
ବିଲ ପ୍ରାନ୍ତର ଶୋହେ
ଧବଳ କାନ୍ତି ।
~ ଝୁମୁରୀ ସାହୁ, ଜଟଣୀ
୨୩)
ଶରତ ନଭ
ଅପସରେ ମେଘ
ଶୋଭା ଦୁର୍ଲ୍ଲଭ ।
୨୪)
ଶରଦ କାଳ
କାଶତଣ୍ଡୀ ଧବଳ
ଦିଶେ ନିର୍ମଳ ।
~ ଆରତୀ ପ୍ରହରାଜ, ଭୁବନେଶ୍ୱର
୨୫)
ହଂସ ମିଥୁନ
ଶରତେ ସରସୀରେ
ପ୍ରେମ ପ୍ରମତ୍ତ ।
୨୬)
ଋତୁର ରାଣୀ
ଶରତ ସଜାଇଛି
ଶୋଭା ବିପଣି ।
୨୭)
ଶରତ କାଳ
ମର୍ତ୍ତ୍ୟେ ଆସିବେ ମାଆ
ମହୀ ମୁଖର ।
~ ବିଳାସିନୀ ଦାଶ, ମଧୁସୂଦନ ନଗର
୨୮)
ପାର୍ବଣ ଋତୁ
ମାଆ ସିଂହ ବାହିନୀ
ଧରାପୃଷ୍ଠରେ ।
୨୯)
କଲ୍ୟାଣମୟୀ
ଜଗଜ୍ଜନନୀ ମାତା
ଦୁର୍ଗା ମଣ୍ଡପେ ।
୩୦)
ମାଆ ଆସିବେ
ମନ ମନ୍ଦିରେ ସଜା
ପୂଜା ସମ୍ଭାର ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
⭐⭐⭐⭐⭐⭐⭐⭐⭐⭐
कोई टिप्पणी नहीं:
एक टिप्पणी भेजें