ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ୱତ TANKA/ତାଁକା କାବ୍ୟ ଯାତ୍ରା ~ ୨
୧)
ପରଜାପତି
ଫୁଲ ରୁ ଫୁଲ ଉଡେ
ତରକା ଅତି
ଦେଇ ଓଠେ ଚୁମ୍ବନ
ମଧୁ କରଇ ପାନ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
୨)
ମଧୁ ମହକ
ନିତି ତୁମକୁ ଝୁରେ
ମନରେ କୋହ
ଆସ ସ୍ୱପ୍ନରେ ତୁମେ
ବୁହେ ଆଖିରୁ ଲୁହ ।
~ ପ୍ରଦୀପ କୁମାର ଦାଶ
୩)
ମନର କଥା
କହି ହୁଏନା କାରେ
ମରମ ବ୍ୟଥା
ଚାପି ରଖେ ହୃଦୟେ
ନାରୀ ଜନମ ମୋର ।
୪)
ମୋ ପିଲାଦିନ
ଫେରି ଆସନ୍ତା ସତେ
କଣ୍ଢେଇ ଖେଳ
ବର କନ୍ୟା ବିବାହ
ମିଛ ଭୋଜିଭାତରେ ।
୫)
ଅତିଥି ସେବା
ଦେବତା ଭାବି ପୂଜ
ମାଧବ ସେବା
ପୁଣ୍ୟ ଅର୍ଜନେ ମନ
ଭଜ ଚକାନୟନ ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୬)
ଘର ର କଳି
ଘରେ ତୁଟାଇ ଦିଅ
ନ ନିଅ ଦାଣ୍ଡ
ମନେ ଆଣ ହରଷ
ହୁଅ ନାହିଁ ବିରସ ।
୭)
ଟିକି ଝରଣା
ପଥର ଶେଯେ ଗଡ଼ି
ସାଗରେ ମିଶେ
ସତ୍ତା ଦିଏ ହରେଇ
ଚିର ଆନନ୍ଦ ଲଭେ ।
୮)
ଜେଜେ ଜେଜେମା
ଖେଳ ନାତି ନାତୁଣୀ
ମନ ହରଷ
ନାତି ଧଇଲା ବାଡ଼ି
ନାତୁଣୀ କରେ ରଡି ।
୯)
ଖୁଦୁରୁକୁଣୀ
ଭାଦ୍ରବ ରବିବାର
ମା ଭାଲୁକୁଣି
ପୂଜନ୍ତି ବାଳିକାଏ
ଭାଇ ଶୁଭ ମନାସି ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା
୧୦)
ଫୁଲ ଚନ୍ଦନ
ଭକତି ପୂଜା ଅର୍ଘ୍ଯ
ଘେନ ପ୍ରଣାମ
ହେ ଈଶ୍ବର ନନ୍ଦନ
ଫେଡ ବାରେ କଷଣ ।
~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)
୧୧)
କେତକୀ ହସେ
ସାରା ବର୍ଷ ପ୍ରତୀକ୍ଷା
ଜାଗର ଆସେ
ଶଂକର ସଂଗ ଲଭି
ପୋଛେ ଦୁଃଖର ଦାଗ ।
୧୨)
ଝରେ ଶ୍ରାବଣ
ଝରଝର ଝରଇ
ଆଖିର ଲୁହ
ଭିଜେ ପଣତ କାନି
ବତୁରି ଯାଏ ରାତି ।
୧୩)
ବାପାଙ୍କ କୋହ
ଛାତିରେ ଦବିଯାଏ
ଦେଖା ଯାଏନି
ମୁଣ୍ଡରେ ତାତି ସହି
ଛାଇ ଦେବାକୁ ବ୍ୟଗ୍ର ।
୧୪)
ସପନ ଦେଖେ
ନଥାନ୍ତା ରକ୍ତପାତ
ହିଂସା ବିଦ୍ବେଷ
ବିଶ୍ବପ୍ରେମର ମନ୍ତ୍ରେ
ବର୍ଷିଯା'ନ୍ତା ଅମୃତ ।
~ ବିଳାସିନୀ ଦାଶ
୧୫)
ବର୍ବର କାଣ୍ଡ
ତାଲିବାନି ଉଦଣ୍ଡ
କ୍ରୋଧ ପ୍ରଚଣ୍ଡ
ଦେଖ, ଦିନେନା ଦିନେ
କେତେ ଭୋଗିବେ ତଣ୍ଡ ।
୧୬)
ଷଠୀ ଦୁସେଇ
ରଖିଥାନ୍ତୁ ସର୍ବଦା
ଘଣ୍ଟ ଘୋଡେଇ
ଚାଲିଯାଉ କୋରୋନା
ରଖେ ଏହି ପ୍ରାର୍ଥନା ।
~ ଚପଳା ପଣ୍ଡା, ଖୋର୍ଦ୍ଧା
୧୭)
ବିଶ୍ଵାସେ ବିଷ
ହଳାହଳ ସଦୃଶ୍ୟ
ଛିନ୍ନ ସମ୍ପର୍କ
ଆଘାତ ପ୍ରାପ୍ତ ମନ
ନର୍କ କୁଣ୍ଡ ସମାନ ।
୧୮)
କଳା ଭଅଁର
ଗୁଣୁଗୁଣୁ ସଙ୍ଗୀତ
ତୋଳେ ମୂର୍ଚ୍ଚନା
ଜୀବନ ଯାଦୁକରୀ
ପ୍ରାଣ ଆହ୍ଲାଦମୟ ।
~ ଆରତୀ ପ୍ରହରାଜ, ଭୁବନେଶ୍ୱର
୧୯)
ଓଡ଼ିଆ ଆମ
ଅଟଇ ମାତୃଭାଷା
ସରବେ ମିଶି
ପ୍ରିୟ ଓଡ଼ିଶା ବାସୀ
ରଖିବା ତା'ର ମାନ ।
୨୦)
ବର୍ଣ୍ଣ ଅକ୍ଷର
ମିଶି ହୋଇଲା ଶବ୍ଦ
ଶବ୍ଦରୁ ବାକ୍ଯ
ଅନେକ ବାକ୍ୟ ନେଇ
ଗଢ଼ିବା ଅନୁଚ୍ଛେଦ ।
୨୧)
ବରଷା ରାତି
ଲାଗୁଛି ଭିତୀ କେତେ
ଥରୁଛି ଛାତି
ଦୂର ବିଦେଶୀ ସାଥି
କେବେ ଆସିବୁ କହ ।
~ ଝୁମୁରୀ ସାହୁ
୨୨)
ମନ ମନ୍ଦିରେ
ପୁଜିଛି ତୁମକୁ ମୁଁ
ପ୍ରେମରେ ବନ୍ଦୀ
ସାତ ଜନମ ସାଥି
ସ୍ମୃତିରେ ତୁମେ ମୋର ।
୨୩)
ନିରୋଳା ମୁହୂର୍ତ୍ତ
ପ୍ରେମ ରେ ଉବୁଟୁବୁ
ପ୍ରେମୀ ଯୁଗଳ
ବୟସର ଦୁଷ୍ଟାମୀ
ମାନେନା ବନ୍ଧ ବାଡ ।
୨୪)
କବିତା ଲେଖା
ସୁନ୍ଦର ଶବ୍ଦ ପଦ
ଦେଇଛି ଯୋଖି
ପାଠକ ପଢି ଖୁସି
ଦେଲେ ଢେର ସବାସୀ ।
୨୫)
ଆମ ଓଡ଼ିଶା
ନଦ ନଦୀ ପର୍ବତ
ସବୁଜ କ୍ଷେତ
ସେହି ପୁଣ୍ୟ ମାଟିରେ
ଜନ୍ମ ମୋର ସାର୍ଥକ ।
୨୬)
କଳା ଠାକୁର
ରତ୍ନ ସିଂହାସନରେ
ଉପବେଶନ
ଜଗତ କରତା ସେ
ପାଦପଦ୍ମେ ନମନ ।
୨୭)
ଫୁଲଟି ଫୁଟେ
ଲାଗେ ଦେବତା ଶିରେ
ଶବ ଦେହରେ
ମନରେ ତା ଆନନ୍ଦ
ସୁଗନ୍ଧ ସେ ବିତରେ ।
୨୮)
ରଜ ପରବ
ଓଡ଼ିଆଙ୍କ ଗରବ
ଭୁଲିବା ନାହିଁ
ତୋଟାରେ ରଜଦୋଳି
ମା ହାତ ପୋଡ ପିଠା ।
୨୯)
ବଉଲା ଗାଈ
ସତ୍ୟ ରକ୍ଷା ନିମନ୍ତେ
ତେଜେ ସନ୍ତାନ
ପଶୁ ହେଲେ ବି ଧର୍ମ
ପାଇଲା ଜୀବଦାନ ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୩୦)
ଛୋଟ ମୋର ଗାଁ
ଭଲ କାମ କରିବା
ରଖିବା, ତା ନାଁ
ବିପଦ, ଆପଦ ରେ
ସାହା ହୁଅନ୍ତୁ ମାଆ ।
୩୧)
ଟିକି ଝରଣା
କୁଳୁ କୁଳୁ ନିନାଦେ
ଆଗକୁ ଝରେ
ଲକ୍ଷ୍ୟ ସ୍ଥଳ ସାଗର
ମିଶିଲେ ଏକାକାର ।
~ ସୂର୍ଯ୍ୟକାନ୍ତି ଦାଶ
☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें