हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

मंगलवार, 14 सितंबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ତାଁକା କାବ୍ୟ ଯାତ୍ରା ~ ୩

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ TANKA/ତାଁକା କାବ୍ୟ ଯାତ୍ରା ~ ୩

ତାଁକା

୧)

ବେଳକୁ ବେଳ

କରୋନା ପ୍ରାଦୁର୍ଭାବ

ହୁଏ ପ୍ରବଳ

ଜୀବନ ଟଳମଳ

ସଂକଟମୟ ବିଶ୍ଵ ।


୨)

ପ୍ରବଳ ବର୍ଷା

ଆକାଶ ଟା ଦି ଫାଳ

ଭୋଦୁଅ ବଢ଼ି

ଶୁଭୁଚି ଭେକ ରଡି

ତଥାପି ବି ମରୂଡି ।


~ବାସନ୍ତୀ ଦେଈ ଖୋର୍ଦ୍ଧା


୩)

ଲଗାଣ ବର୍ଷା 

ମେଘାଛନ୍ନ ଅମ୍ବର 

ଘୋଟି ଅନ୍ଧାର 

ଜଳବନ୍ଦୀ ମଧ୍ୟରେ 

ବିପର୍ଯ୍ୟସ୍ତ ଜୀବନ ।


୪)

ଗରିବ ଜନ 

ଦୁଃଖେ କାଟନ୍ତି ଦିନ 

ବିଷର୍ଣ୍ଣ ମନ 

ଘରେ ତା ବର୍ଷାପାଣି 

ଜଳବନ୍ଦୀ ଜୀବନ ।


୫)

କୁସୁମ ହୀନ 

ପାଦପ ବର୍ଷା ଜଳେ 

କରିଲେ ସ୍ନାନ 

କଳରବ ନିଶୁନ 

ଜଗତ ହୀନିମାନ ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା


୬)

କୋଭିଡ ଟୀକା

କରେ ଆମ ସୁରକ୍ଷା

ନେବା ସମସ୍ତେ

ସତର୍କ ହେବା ଆମେ

ରୋଗ ଦେବା ଦୁରେଇ ।


୭)

ବଢି ମରୁଡି

ପ୍ରାକୃତିକ ସମସ୍ୟା

ଈଶ୍ୱର ସୃଷ୍ଟି

ଧର୍ଯ୍ୟ ରଖିବା ଆମେ

ଜୀବନ ଟା ଅମୁଲ୍ୟ ।


୮)

ଝଡି ବରଷା

ବେଙ୍ଗ ଡାକେ ବେଙ୍ଗୁଲି

ପ୍ରେମର ଭାଷା

ନଦୀ ନାଳ ବଢ଼ିଲା

ଝଡ଼ିପୋକ ଉଡିଲା ।


୯)

ବାଲ୍ୟ ବିବାହ

ସାମାଜିକ କଳଙ୍କ

ବନ୍ଦ କରିବା

ଉପଯୁକ୍ତ ବୟସ

ବିବାହ ପାଇଁ ଧାର୍ଯ୍ୟ ।


୧୦)

ଘାଟରେ ନାଆ

ବାନ୍ଧିଛି ନାଉରିଆ

ନାହାନ୍ତି ଯାତ୍ରୀ

ବେଉସା ବୁଡେଇଲା

ଲଘୁଚାପ ବରଷା ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୧୧)

ସରଗ ପୁର

ଅଟେସେତ ସୁନ୍ଦର

ପବିତ୍ର ସ୍ଥାନ

ଈଶ୍ବରଙ୍କ ଭବନ

ଶାନ୍ତିର ତପୋବନ ।


~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)


୧୨)

ଝଡି ବରଷା

ସୂର୍ଯ୍ୟ ଯାଇଛି ଲୁଚି

ଜଳ ତାଣ୍ଡବ

ଆଖି ଲୁହ ଝରାଇ

କାନ୍ଦେ ଧରଣୀ ରାଣୀ । 


୧୩)

ବାସ୍ତବ ସ୍ୱପ୍ନ

ଯନ୍ତ୍ରଣା ଜର୍ଜରିତ

ମର୍ମ ବେଦନା

ବଞ୍ଚିବାର ସଂଗ୍ରାମ

ଅହରହ ଯାତନା  । 


~ ସସ୍ମିତା ବାରିକ୍, ବୋଲଗଡ଼


୧୪)

ମାୟାର ଦାସ

ନିଜ ସ୍ୱାର୍ଥ ସର୍ବସ୍ବ

ବେକରେ ଫାଶ

ପରପାଇଁ ଭାବିବା

ପରମାତ୍ମା ଲଭିବା ।


୧୫)

ସମୟ ଦିଅ

ଯାହାର ମୂଲ୍ୟ ଅଛି

ଦୃଷ୍ଟିରେ ଥୁଅ

ଯିଏ ତୁମକୁ ଚାହେଁ

ମେଘ ପାଇଁ ପାବକ ।


୧୬)

ଭୁଲରେ ନୁହେଁ

କେବେବି ଭୁଲିବାନି

ସମ୍ପର୍କର ସୂତ୍ର

ଆସୁ ଯେତେ ବନ୍ଧନ

କି ମରଣର କ୍ଷେତ୍ର ।


~ଚପଳା ପଣ୍ଡା, ଖୋର୍ଦ୍ଧା



୧୭)

ମନ ଗ୍ୟାଲେରୀ

ଅଛ ହୃଦ ଭିତରେ

ତୁମେ ରୂପସୀ

କିପରି ଭୁଳିବି ମୁଁ

ତୁମ ଅଭୁଲା ସ୍ମୃତି ।


~ ପ୍ରଦୀପ କୁମାର ଦାଶ


୧୮)

ପୁଚ୍ଛ ବିସ୍ତାରି

କଳା ମେଘ ଦର୍ଶନେ

ନାଚେ ମୟୂରୀ

ସୁନୀଳ ଗ୍ରୀବା ତାର

ଅଟଇ ମନୋହର ।


୧୯)

ସମୟ ସାଥେ

ତାଳ ମିଳାଇ ଚାଲ

ସତ୍ୟର ପଥେ

ହେବ ଜଗତ ଜିତା

କେବେ ନୁହେଁ ଅନ୍ୟଥା ।


୨୦)

ନୀଳ ସାଗର

ଗର୍ଭେ ରତ୍ନ ସାଇତା 

ନାଁ ରତ୍ନାକର

ବିଶାଳ ବକ୍ଷ ତାର

ସଦା ଗୁରୁଗମ୍ଭୀର ।


~ ମଧୁଛନ୍ଦା ଦାଶ  ।


୨୧)

ପ୍ରକୃତି ରାଣୀ

ଦଲକାଏ ପବନ

ଶୀତୁଆ ରାତି

ଅପରୂପା ସୁନ୍ଦରୀ

ଝିଲିମିଲି ଆକାଶ ।


୨୨)

ରତ୍ନ ଭଣ୍ଡାର

କାଳଜୟୀ ରଚନା

ଅମର ପ୍ରେମ

ସ୍ବର୍ଣ୍ଣାକ୍ଷରେ ଲିଖିତ

ହୁଏ ଗୈାରଵାନ୍ୱିତ ।


୨୩)

କ୍ରୋଧ ଜର୍ଜର

ଲେଲିହାନ ହୃଦୟ

ପର୍ଯ୍ୟାପ୍ତ କ୍ଷତି

ଅଶାନ୍ତ ଜ୍ଜାଳାମୟୀ

ଦୁସ୍ଥ ବାତାବରଣ ।


୨୪)

ଧ୍ୱନି ତରଙ୍ଗ

ନିର୍ଜୀବ ରୁ ସଜୀବ

ପଞ୍ଚମ ତାନ

ସାତସୁରରେ ବନ୍ଧା

ପ୍ରତିବିମ୍ବିତ ମନ ।



~ ଆରତୀ ପ୍ରହରାଜ, ଭୁବନେଶ୍ୱର


୨୫)

ସିଆଚୀନରେ

ଯବାନ ଜଗେ ଦେଶ 

ବରଫ ପାତ

ବାଦଲ ଫଟା ବର୍ଷା 

ଧସଇ ପାଦ ମାଟି ।


୨୬)

ଆତଙ୍କବାଦ

ସର୍ପ ପରି ଫୁତ୍କାରେ

ଜିଭ ବୁଲାଏ

ଗିଳି ଦେବ ବ୍ରହ୍ମାଣ୍ଡ

ବୁଝେ  ହିଂସାର ଭାଷା ।


୨୭)

ପକ୍ଷୀ  ଶାବକ

ଆତୁରେ ଚାହିଁ   ରହେ 

ନୀଡ ଭିତରୁ

ମା'ର ପକ୍ଷ ଉଢାଳ

ସେଇଠି ସ୍ବର୍ଗ ସୁଖ ।


~ ବିଳାସିନୀ  ଦାଶ 


୨୮)

ମନର ଆଶା

ଅସୁମାରି ସପନ

ସତ ହେବ କି

ସୁନା ଗହଣା ଜିତି

ହେବି ସାଧବ ବୋହୂ  ! 


୨୯)

ଲାଗି ରହିବ

ଝଡ ତୋଫାନ ବାଆ

ଟି.ଭି. ସୂଚନା 

ହୋଇବ ବଜ୍ରପାତ

ନଦୀରେ ହେବ ବଢି ।

 

~ ଝୁମୁରୀ ସାହୁ


୩୦)

ଝରା ବଉଳ 

ମୋ ମନ ଆଇନାରେ 

ସ୍ବପ୍ନ ନାୟିକା 

ତଥାପି ଆଶା ଝରେ 

ବାସ୍ତବେ ଫେରିବକି !


~ ସୂର୍ଯ୍ୟ କାନ୍ତି ଦାଶ

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH