हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

शनिवार, 11 सितंबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୩୬

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ହାଇକୁ କାବ୍ୟ ଯାତ୍ରା ~ ୩୬

ହାଇକୁ

ଶୀତ


୧)

ସଞ୍ଜ ଶରତ

ଭିଜା କାକର ଆଣେ

ଶୀତ ଅପାର ।


୨)

ହେମନ୍ତ ଶୀତ 

ଜହ୍ନ ଆଖିର ଲୁହ 

ଟୋପା କାକର ।


୩)

ଶୀତୁଆ ଖରା

ପ୍ରିୟା ବିନା ହୃଦୟ 

ଜଳୁଛି ପରା ।


୪)

ଶୀତୁଆ ରାତି 

ଜହ୍ନ ଦେହରେ ଆଜି 

ବହଳ ତାତି ।


୫)

ଶୀତ ପବନ 

ମନକୁ କିଣି ନିଏ

ରବି କିରଣ ।


୬)

ଶୀତ ସକାଳ

କୁହୁଡ଼ି ଦିଏ ଶିକ୍ଷା

ଆଗକୁ ଚାଲ ।


~ ପ୍ରଦୀପ କୁମାର ଦାଶ 'ଦୀପକ'


୭)

ଶୀତ ମୋ ମିତ

ସୁନା ଫସଲ କାଟେ

କ୍ଷେତେ କୃଷକ ।


୮)

ଶୀତ ଋତୁରେ

ଉଷ୍ମ ଜଳର ପାନ

ସୁସ୍ଥ ଶରୀର ।


୯)

ମୁଣ୍ଡରେ ଠେକା

ନାହିଁ ଶୀତ ଚାଷୀ କୁ

ଫୁଙ୍ଗୁଳା ଦେହ ।


୧୦)

ଶୀତ ଜାଡରେ

ଘୋଡଲାଗି ହୁଅନ୍ତି

ବଡ଼ଠାକୁରେ ।


୧୧)

ଶୀତ ରାତି ରେ

ଲୋଡା ମାଆର କୋଳ

ଭାରି ଉଷୁମ ।

 

୧୨)

ଶୀତ ଋତୁ ଟି

ପିକନିକ ରେ ମନ 

ପ୍ରଫୁଲ୍ଲ ଅତି ।


୧୩)

ଶୀତ ସକାଳ

କାକର ଭିଜା ମନ

ଖୋଜେ ଉଷୁମ


୧୪)

ଭାରି ଜାଡରେ

ଘରୁ ପଳାଇଗଲେ

ଭାରିଜା ଡରେ ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୧୫)

ଶୀତୁଆ ଖରା

ଦେହରେ ଲାଗି ଗଲେ

ମଜା ନିଆରା ।


୧୬)

ଶୀତ ପରଶେ

ପାଚିଲା ଧାନକେଣ୍ଡା

କ୍ଷେତ ରେ ହସେ ।


୧୭)

ଜାଡ଼ ର ଡରେ

ମଣ୍ଡୁକ ଶୋଇଯାଏ

ଶୀତ ନିଦ୍ରାରେ ।


୧୮)

ଶୀତ ସକାଳ

ଆଳସ୍ୟ ତ୍ୟାଗ କର

ହୁଅ ଚଞ୍ଚଳ ।


~ ମଧୁଛନ୍ଦା ଦାଶ


୧୯)

ଶୀତ ସୁନ୍ଦରୀ

ଦୂର ବିଦେଶୀ ବର

ନିଦ ହୁଏନା । 


୨୦)

ନାୟିକା ମୋର

ପାଏ ଶୀତକୁ ଭଲ

ଲେଖେ କବିତା । 


୨୧)

ମନ ମୟୂରୀ

ଖରା ତେଜକୁ ଦେଖି

ମୁଣ୍ଡ ପାଖାଳେ । 


୨୨)

ଛଅ ଋତୁରୁ

ଶୀତଯେ  ଅନ୍ୟତମ

କଷ୍ଟ ଦାୟକ ।


୨୩)

ପାଚିଲା ଧାନ

କ୍ଷେତରୁ କାଟେ ଚାଷୀ

ମନ ଉଲ୍ଲାସ ।


୨୪)

ରାତି ବଡକୁ

ଦିନ ସାନ ଶୀତରେ

ଅଳସ ମନ । 


୨୫)

ଗାଆଁରେ ଶୀତ

ନଡା କୁଟାରେ ଧୂନି

ଲାଗେ ବଢିଆ  ! 

     

~ଝୁମୁରୀ ସାହୁ, ଜଟଣୀ


୨୬)

ମାଘ ମାସର

ବାଘୁଆ ଶୀତକାଳ

ଚାଷୀ ଚଞ୍ଚଳ । 


୨୭)

ନାନା ଜାତିର

କୁସୁମ ରାଜି ଶୋଭା

କି ମନୋହର । 


~ ସସ୍ମିତା ବାରିକ୍, ବୋଲଗଡ଼


୨୮)

ଶୀତ କାକର

ହନ୍ତସନ୍ତ ଗରିବ

ନିଆଁ ପୋଇଁବା ।


୨୯)

ଶୀତୁଆ ରାତି

ଉଷୁମ ସୁଖନିଦ୍ରା

ଅଳସ ଦେହ ।


୩୦)

ହେମାଳ ଶୀତ

ମୋତି କାକର ବିନ୍ଦୁ

ପାଚିଲା ଧାନ ।


୩୧)

ଶୀତ ପୋଷାକ

ବଣଭୋଜି ର ମଜା

ବେଙ୍ଗ ର ନିଦ ।


୩୨)

ମାଘ ର ଜାଡ

ଥୁରୁଥୁରା ପ‌ଉଷ

ଦେହ ଅସାଢ । 


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୩୩)

ଶୀତ ଋତୁ ରେ 

ମା ଜ୍ଞାନଦାତ୍ରୀ ଦେବୀ 

ବିଦ୍ୟା ମନ୍ଦିରେ ।


୩୪)

ଶୀତ ରାତିରେ 

କନ୍ଥା, ହେଂସ, ମୁଂଦୁରା 

ପାରି ଶୁଅନ୍ତି ।


୩୫)

ଶୀତ ସକାଳ 

ଚା,ମୁଢି, ପକୁଡି ର 

ଜମେ ଆସର ।


୩୬

ଶୀତୁଆ ରାତି 

ମନେ ଅନେକ ସ୍ବପ୍ନ 

ନିଦ ପାହାନ୍ତି ।


୩୭)

ଶୀତ ସକାଳ 

କୁହୁଡି ରେ ଆଚ୍ଛନ୍ନ 

ଗ୍ରାମ ସହର ।


୩୮)

ସକାଳୁ ଉଠି 

ନିଆଁ ଜାଳି ପିଲାଏ 

ଦେହ ସେକନ୍ତି ।


୩୯)

ସ୍ନାନ କୁ ଡର 

ପାଣି କୁ ଛୁଇଁ ଦେଲେ 

ଶରୀରେ ଥର ।


୪୦)

ସ୍ୱାସ୍ଥ୍ୟ କୁ ହିତ 

ପଉଷ ମାଘ ମାସେ 

ଶୀତ ବହୁତ ।


୪୧)

ନଥିଲେ ଶୀତ 

ବସନ୍ତ ପରଶ କି 

ଲାଗନ୍ତା ହିତ ? 


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା

 

୪୨)

ଶୀତରେ ଶାନ୍ତ

ପରିବେଶ ଅମୃତ

ସୁଖ ଅନନ୍ତ ।


୪୩)

ଶୀତରେ ପୌଷ

ମାଘ ମାସ ଆୟତ୍ତ

ଲକ୍ଷ୍ମୀଙ୍କ ବ୍ରତ ।


୪୪)

ଶୀତୁଆ ରାତି

ଦୁଃଖୀ ପାଇଁ କୋକୁଆ

ନଥାଏ ପ୍ରୀତି ।


୪୫)

ଶୀତରେ ମର୍ତ୍ତ୍ୟ

ବରଫରେ ଆବୃତ

ଧରଣୀ ମାତ ।

  

~ ଚପଳା ପଣ୍ଡା, ଖୋର୍ଦ୍ଧା


୪୬)

ଆସିଛି ଶୀତ

ୱା ! ମହୁଆ ବସନ୍ତ

ପ୍ରେମ ଫଗୁଣ ।


୪୭)

ପହିଲି ଶୀତ

ମନେ ନବ ଯୌବନ

ଆନନ୍ଦ ମନ ।


 ~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)


୪୮)

ଶୀତର ଶେଷେ

ମଳୟ ପବନରେ 

ବସନ୍ତ ଆସେ ।


୪୯)

ଶୀତ ସକାଳ

ନୂଆ ବୋହୁ ଟି ଉଠେ

ପାହାନ୍ତି ବେଳ ।


୫୦)

ଶୀତ ଋତୁରେ 

ଧାନ କାଟି କୃଷକ

ରଖେ ଖଳାରେ ।



୫୧)

ଶୀତରେ ଫୁଟେ 

ଗେଣ୍ଡୁ ଫୁଲରେ ମାଳ

ସୁନ୍ଦର ଦିଶେ ।


୫୨)

ଶୀତ ସକାଳ

ବୁଢା ବୁଢ଼ୀ ଭାବନ୍ତି

ଆସିଲା କାଳ ।


୫୩)

ଶୀତୁଆ ଖରା

ମା ଆଶୋଇଦେଇଛି

ଛୁଆକୁ ତାର ।


୫୪)

ପାହାନ୍ତି ନିଦ

ଶୀତ ସକାଳେ ଉଠ

କଷ୍ଟ ବହୁତ ।


୫୫)

ବାରମାସରେ

ଶୀତଋତୁ ର ମଜା

ଅଟେ ନିଆରା ।


୫୬)

ବିବାହ ବ୍ରତ

ଶୀତଋତୁରେ କରନ୍ତି

ଭୋଜି ଓ ଭାତ ।


୫୭)

ଶୀତ ଦିନିଆ

ଗରମ ପୋଷାକ ଟି

ଲାଗେ ବଢିଆ ।


୫୮) 

ଚୁଲି ନିଆଁରେ

ବଢା ଭାତର ମଜା

ଶୀତ ସକାଳେ ।

 

୫୯)

ଶୀତୁଆ ସଞ୍ଜ

ଦେବଳୟରେ ଘଂଟି

ପ୍ରାଥନା ବେଳ ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୬୦)

ଝଡା ପତର

ଶୀତକୁ ଦେଖି କହେ

ପୂରିଲା କାଳ ।


୬୧)

ଶୀତ  ସକାଳ 

ଗରମ ଚା କପ୍ ଧୂଆଁ

ମନ ଚଞ୍ଚଳ ।


୬୨)

ଶୀତୁଆ ବାଆ

ସୁନା ସୋରିଷ  ଫୁଲେ

ଭାବ ବାନ୍ଧିଛି ।


୬୩)

ମାଘ ଶୀତରେ

ମକର ମେଳା ଚାଲେ 

ମନ ଉଚ୍ଚାଟ ।


~ ବିଳାସିନୀ ଦାଶ, ମଧୁସୂଦନ ନଗର


୬୪)

ଗ୍ଲୋବାଲ ୱାର୍ମିଂ

ଵଦଳେ ଜଳବାୟୁ

ଲୁଚିଛି ଶୀତ ।


୬୫)

ଏସନ ଶୀତ

ଲୋଡା ନାହିଁ କମ୍ବଳ

ଦେହରେ ତାତି ।


~ ବାସନ୍ତୀ ଦେଈ ଖୋର୍ଦ୍ଧା

☆☆☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH