हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

मंगलवार, 14 सितंबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ତାଁକା କାବ୍ୟ ଯାତ୍ରା ~ ୪

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ୱତ TANKA/ତାଁକା କାବ୍ୟ ଯାତ୍ରା ~ ୪



ତାଁକା 

୧)

ପ୍ରେମ ପଥିକ 

ଓଠରେ ମିଛ ହସ

ମନରେ କୋହ

ଅବେଳେ ବୋହିଯାଏ

ଆଖିରୁ ଲୁହ ଝର ।


~ ପ୍ରଦୀପ କୁମାର ଦାଶ


୨)

ମୃଦୁ ମଳୟ

ଚଉଦିଗ ମହକେ

ଫୁଲ ସୁଵାସେ

ତନୁ ମନ ଶିହରେ

କୋଇଲି କୁହୁତାନେ ।


~ ବାସନ୍ତୀ ଦେଈ


୩)

ଫୁଲଟି ଫୁଟେ 

ବାସ ତାର ଚହଟେ

ମହୁ ମାଛିଟି

ମଧୁ କରେ ସଞ୍ଚୟ

ପରୋପକାରାୟ ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୪)

ଘୋର ବିତ୍ପାତ 

ଘେରିଲେ ମେଘମାଳ 

ଆକାଶ ଦେଶ 

ଜନ ଜୀବନ କ୍ଳେଶ 

କରଇ ସର୍ବନାଶ ।


୫)

ରାଧା ଅଷ୍ଟମୀ 

ଶ୍ରୀମଦ ଭାଗବତ 

ରଚକ ଜନ୍ମ 

ରାଧା ପାଦ ଦର୍ଶନ 

କୋଟି ପାପ ନାଶନ ।


୬)

ଗିରି ବନରେ 

ମୟୁର ନୃତ୍ୟ କରେ 

ଆନନ୍ଦ ଭରେ 

କଳା ମେଘକୁ ଦେଖି  

ମନ ପୁଲକ ଅତି ।


୭)

ଚାଷୀ ଭାଇଟି 

ଦେହେ ପଖିଆ ଢାଙ୍କି 

ବିଲରେ ଥାଏ 

ବିଜୁଳି ଘନ ଶବ୍ଦ 

ଜୀବନ ନାରଖାର ।


୮)

ନଦୀରେ ବଢ଼ି 

କୂଳ ଲଙ୍ଘି ନିକର 

ପ୍ରକୋପ ଜାରି 

କାହାର ସର୍ବନାଶ 

କା ପାଇଁ ପୁଷମାସ ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା


୯)

ବୀର ସୈନିକ

ତୁମେ ଦେଶର ଟେକ

ହେଲ ଶହୀଦ

ମାଟି ମାଆ ପାଇଁ ସେ

ଢାଳେ ନିଜ ରକତ ।


 ~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)


୧୦)

ଶାନ୍ତି ହିଁ ସୁଖ

ଆଣିଥାଏ ଅଶାନ୍ତି

ମନରେ ଦୁଃଖ

ଲୋଭରେ ବଡ଼ ଦୁଃଖ

ଦୟାରେ ରଖ ଭାବ ।


୧୧)

ଗୁଣରେ କ୍ଷମା

ଦୟା ଭାବ ପ୍ରତିମା

ରଖେ ଉତ୍ତମା

ସେଇଭଳି ମହାତ୍ମା

ପାଖରେ ପରମାତ୍ମା ।


~ ଚପଳା ପଣ୍ଡା, ଖୋର୍ଦ୍ଧା


୧୨)

ଅନ୍ଧ ବିଶ୍ୱାସ

ଗୁଣି ଗାରେଡି ସବୁ

କରଇ ନାଶ

ସଚେତନ କରିବା

ଗଢି ସୁସ୍ଥ ସମାଜ ।


୧୩)

 ଧର୍ମର ଜୟ

ପାପ ଜୀଵଟି କ୍ଷୟ

ରଖିବା ଲୟ

ଅମୃତର ସନ୍ତାନ

ଈଶ୍ୱର ବିଦ୍ୟମାନ ।


୧୪)

ସୌର ଜଗତ

ନବ ଗ୍ରହକୁ ନେଇ

ଅଟେ ଗଠିତ

ପୃଥିବୀ ଏକ ଗ୍ରହ

ଚନ୍ଦ୍ର ତା ଉପଗ୍ରହ ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୧୫)

ନୂଆବୋହୂ ଟି

ମନେ ଅନେକ ସ୍ବପ୍ନ 

ନ ପାରେ ବାଣ୍ଟି 

ନିଜ ହୃଦୟ ମଧ୍ୟେ

ହୁଏ ଘାଣ୍ଟି ଚକଟି ।


 ~ ସୂର୍ଯ୍ୟକାନ୍ତି ଦାଶ


୧୬)

ହେବି ଶିକ୍ଷକ

ଦେଶର ମେରୁଦଣ୍ଡ

 ଜ୍ଞାନାଲୋକରେ

କରିବି ଆଲୋକିତ

ହେବ ମୋ ଦେଶ ଶ୍ରେଷ୍ଠ ।


୧୭)

ହେବ ସମର୍ଥ

ପ୍ରତି କ୍ଷେତ୍ରେ ଭାରତ

ବିଶ୍ୱ କୁ ଦେବ

ଏକ ନବ ଦିଗନ୍ତ

ଉଜ୍ଜ୍ବଳ ଭବିଷ୍ୟତ ।


~ ବିଜୟ କୁମାର ସାହୁ, ବୌଦ୍ଧ


୧୮)

ମୋ ସ୍କୁଲ କହେ

ଶିକ୍ଷା ସଂଯୋଗ କଥା

ଆସ ପଢିବା

ବଢିବ ଆମ ମାନ

ଦେଶ ଜାତି ପ୍ରଗତି ।


୧୯)

ବନ୍ଯା ର ଜଳ

ଦେଖି ଲାଗୁଛି ଭୟ

ଧନ ଜୀବନ

କେତେ ଯାଏ ରେ ଭାସି

ଛଡାଇ ନେଲା ଖୁସି । 

 

~ ଝୁମୁରୀ ସାହୁ


୨୦)

ବଞ୍ଚିବା ଶୈଳୀ

ମାନବିକତା ମୂଲ୍ଯ

ଶୁଦ୍ଧ ଚିନ୍ତନ

ପରମାତ୍ମା ଙ୍କ ଧ୍ଯାନ

ସର୍ବଶ୍ରେଷ୍ଠ ସାଧନ । 


୨୧)

ବାଳୁତ କାଳ

ଶିକ୍ଷା ଗ୍ରହଣ ବେଳ

ଗୁରୁ ଶାସନ 

ହସି କର ଗ୍ରହଣ

ବିଦ୍ଯା ଅମୂଲ୍ଯ ଧନ । 


~ ସସ୍ମିତା ବାରିକ୍, ବୋଲଗଡ଼


୨୨)

ନୂଆବୋହୂ ଟି

ମନେ ଅନେକ ସ୍ବପ୍ନ 

ନ ପାରେ ବାଣ୍ଟି 

ନିଜ ହୃଦୟ ତା'ର

ହୁଏ ଘାଣ୍ଟି ଚକଟି ।


 ~ ସୂର୍ଯ୍ୟକାନ୍ତି ଦାଶ


୨୩)

ଲାଜୁଆ ହସ

ହାଣି ଦିଏ କଟାକ୍ଷ

ସରମି ଯାଏ

ବେପଥୁ ଶିହରଣ

ପ୍ରେମର ଫଲ୍ଗୁ ବନ୍ୟା  ।


୨୪)

ଦି ପଦ କଥା

ଭାଙ୍ଗେ ବା ଗଢେ ମନ

ନିର୍ଭର କରେ

ସମ୍ପର୍କ ଯୋଡି ଦିଏ

ଛାଇ ରେ ନାହି ଡିଏଁ ।


୨୫)

ପାର୍ବଣ ଋତୁ

ଆଗମନୀ ଗୀତିକା

ମା ବିଦ୍ୟମାନ

ଉଲ୍ଲାସ ଉଦ୍ଦୀପନା

ସାଦର ଅଭ୍ୟର୍ଥନା ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୨୬)

ସରଳ ଭାଷା

ନବାକ୍ଷରୀ ଛାନ୍ଦରେ

ଲେଖା ପୁରାଣ

ଓଡ଼ିଆ ଭାଗବତ

କବି ସେ ଜଗନ୍ନାଥ । 

 

୨୭)

ଭାଦ୍ରବ ମାସ

ଆଜି ଅଷ୍ଟମୀ ତିଥି

ଅଡି ପବିତ୍ର 

ଅତିବଡ଼ି ଉପାଧି

ଜଗନ୍ନାଥ ଜୟନ୍ତୀ ।


~ ଝୁମୁରୀ ସାହୁ


୨୮)

ଭାବ ବଣିକ

କବି ର ଭଂଡାରରେ 

ସ୍ବପ୍ନ  ମାଣିକ

ମନ କାଗଜରେ  ସେ 

ଆଙ୍କେ ଜୀବନ ଚିତ୍ର ।


୨୯)

ଫୁଲ କୁଆଁରୀ

ମଳୟ ପରଶରେ 

ଉଠେ କୁରୁଳି

ସାତରଂଗୀ ଅବିର

ବୋଳିଦିଏ ଭଅଁର ।


୩୦)

ପଳାଶ କାଂଦେ

ବାସନା ନାହିଁ  ବୋଲି 

ପାଏନା ଶ୍ରଦ୍ଧା 

ମାଟି ମାତା ସେନେହେ

ଲୁହ ତା'ର ପୋଛିଲା ।


~ ବିଳାସିନୀ ଦାଶ, ମଧୁସୂଦନ ନଗର

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH