ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ଵତ ତାଁକା / TANKA କାବ୍ୟ ଯାତ୍ରା ~ ୫
ତାଁକା
୧)
ବୋମା ବର୍ଷଣ
ମିସାଇଲ୍ ଅଗ୍ନି ବର୍ଷା
ହେଲିକପ୍ଟର
ଚାଲେ ଶୂନ୍ୟରେ ଯୁଦ୍ଧ
କମ୍ପେ ମାଟି ଆକାଶ ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
୨)
କୋଣାର୍କ କହେ
ଶିଳ୍ପୀର ମନକଥା
କଳା ସ୍ଥାପତ୍ୟ
ସପ୍ତାଶ୍ଚର୍ଯ୍ୟ ରେ ଗଣା
ଉତ୍କଳର ଭାସ୍କର୍ଯ୍ୟ ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୩)
ପିତାହିଁ ସ୍ବର୍ଗ
ହେ ପରମ ଇଶ୍ବର
ଦେବତା ମୋର
ଲୁହଭରା ଜୀବନ
ଆଃ କି! ମହାନ ପ୍ରେମ ।
~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)
୪)
ସ୍ବପ୍ନ ର ମାୟା
ପଲକେ ସୃଷ୍ଟି କରେ
ରୂପର ଛାୟା
ବିବେକ ହୁଏ ବାୟା
ଜାଗ୍ରତେ ଲୁପ୍ତ କାୟା l
୫)
ହେ ମହାବାହୁ
ଝରୁ ତବ ଆଶିଷ
ନ ରହୁ କ୍ଳେଶ
ସଜାଅ ପରିବେଶ
ଗଢ଼ ସକଳ ସୃଷ୍ଟି ।
୬)
ଭାଇ ଭଉଣୀ
କହେ ଦେଶ କାହାଣୀ
ଭାରତ ବାସୀ
ସଦା ଭାରି ସାହସୀ
ରଖ ସତ୍ୟରେ ଲୟ ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା,
୭)
ଚେନାଏ ହସ
ହୃଦୟ ଜିଣି ପାରେ
ଭରେ ବିଶ୍ୱାସ
ପର ହୁଏ ଆପଣା
ଝରେ ପ୍ରୀତି ଝରଣା ।
୮)
ନିଦାଘ ଶେଷେ
ମେଘ ସମ୍ଭାର 6ନଇ
ବରଷା ଆସେ
ନଭେ ଖେଳେ ଚପଳା
ଯେହ୍ନେ କଟି ମେଖଳା ।
~ ମଧୁଛନ୍ଦା ଦାଶ ।
୯)
ବଂଶୀ ବଦନ
ଝୁରୁଛି ରାଧା ମନ
କଦମ୍ବ ବନ
ଆହା କେଡ଼େ ଶୋଭନ
କୁଞ ଦୋଳାୟମାନ ।
୧୦)
ସୁନା ହରିଣ
ଝଲସେ ମନପ୍ରାଣ
ଦୁଃଖ କାରଣ
ମନ ଉଦଵେଳନ
ବେଳହୁଁ ସାବଧାନ ।
୧୧)
ଗୋଳିଆ ପାଣି
ଯାଅ ନାହିଁ ନ ଜାଣି
ବିପଦ ଖଣି
କାମ କର ବିଚାରି
ଯିବ ନିଶ୍ଚେ ନିସ୍ତରି ।
~ ଆରତୀ ପ୍ରହରାଜ, ଭୁବନେଶ୍ୱର
୧୨)
ମାଟି ରେ ମୂର୍ତ୍ତି
ଗଢେ ସୁନ୍ଦର କରି
ସେ ଚିତ୍ରକର
ସବୁ ପରବ ଗାଥା
ଜୀବନ୍ତ ପ୍ରତିମୂର୍ତ୍ତି ।
୧୩)
ଚୋରା ଚଇତି
ପୁନେଇଁ ରାତି ସାଥି
ବୁଝେନି ମନ
ଅବୁଝା ପତି ମୋର
ଯାଆନା ଏତେ ଦୂର ।
~ ଝୁମୁରୀ ସାହୁ
୧୪)
ସକଳ ତୀର୍ଥ
ପିତାମାତା ପୟରେ
ହୃଦୟେ ହେଜ
ପୂଜ୍ୟପୂଜାରେ ମଜ
ମନୁ ଆଳସ୍ଯ ତେଜ ।
୧୫)
ମାନବ ଜନ୍ମ
ଅଟେ ଦୁର୍ଲଭ ଜାଣ
ବିଶ୍ବାସ ଭକ୍ତି
ଦୁଇ ମହାଶକତି
ମନ ମନ୍ଦିରେ ସାଜ ।
~ ସସ୍ମିତା ବାରିକ୍, ବୋଲଗଡ଼
୧୬)
ଘନ କୁହୁଡ଼ି
ଜାଳେ ବଉଳ ସ୍ବପ୍ନ
ଦୁଃଖ ଅମାପ
ପାଉଁଶ କରି ଦିଏ
ଆଶାର ଇମାରତ ।
୧୭)
କ୍ଳାନ୍ତ ବାଟୋଇ
ଖୋଜେ ଟିକିଏ ଛାଇ
ଶୂନ୍ୟ ଇଲାକା
ବିକାଶ ନାମେ ଚାଲେ
ବୃକ୍ଷର ବଳିପର୍ବ ।
~ ବିଳାସିନୀ ଦାଶ, ମଧୁସୂଦନ ନଗର
୧୮)
ସାହିତ୍ୟ ରସ
ଜୀବନେ ପାନ କର
ମଧୁମୟ କରଇ
ବିଶ୍ଵ ଜୀବନ
ବସନ୍ତ ବିନା ବାସେ
ଶିଖୁ ଜୀଇଁଵା କଳା ।
୧୯)
ମାଆର କୋଳ
ଖରା ବର୍ଷା ଶୀତ କୁ
ଅନ୍ଧାର ଆଲୁଅ କୁ
ନ ଥାଏ ଡର
ଝୁଲଇ ବସି ନିତି
ମୋର ପ୍ରିୟ ଝୁଲଣା ।
୨୦)
ରାସ୍ତାରେ ବନ୍ୟା
ଜଳମଗ୍ନ ସହର
ଘରେ ଆଣ୍ଠୁଏ ପାଣି
ଡଙ୍ଗା ଚାଲୁଛି
ନାଳ ନର୍ଦ୍ଦମା ସବୁ
ପଲିଥିନ ରେ ଭର୍ତ୍ତି ।
~ବାସନ୍ତୀ ଦେଈ ଖୋର୍ଦ୍ଧା
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें