ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ଵତ ତାଁକା / TANKA କାବ୍ୟ ଯାତ୍ରା ~ ୬
ତାଁକା
୧)
ଲକ୍ଷ୍ମୀଙ୍କୁ ଧ୍ୟାନ
ସାଧବୀ ମାତା ଗଣ
ପ୍ରାତେ ସ୍ନାହାନ
ନଡ଼ିଆ କଦଳୀ ମଣ୍ଡା
ପୂଜେ ସୁଦଶା ବ୍ରତ ।
୨)
ଲକ୍ଷ୍ମୀ ଆଶିଷେ
ସୁଖ ସମ୍ପଦ ପ୍ରାପ୍ତ
ପୂର୍ଣ୍ଣ ଭଣ୍ଡାର
କର ନିର୍ମଳ ଭକ୍ତି
ମିଳିବ ସଦଗତି ।
~ ବାସନ୍ତୀ ଦେଈ ଖୋର୍ଦ୍ଧା
୩)
ଶାଶ୍ୱତ ପ୍ରେମ
ଆବିଳତା ବିହୀନ
ବଡ଼ ପବିତ୍ର
ମନରେ ହରି ଭଜ
ସଦା ହୃଦୟେ ହେଜ ।
୪)
ନାରୀ ସୁରକ୍ଷା
ସମୟର ପରୀକ୍ଷା
ଦେଶର ଡାକ
ଆଇନ ହେଲେ ଢିଲା
ବଧୂ ଜୀବନ ଗଲା ।
୫)
ନିଜକୁ ଦେଖ
ବେଶଭୁଷା ସ୍ୱରୂପ
ନମ୍ର ସ୍ଵଭାଵ
ସହାସ୍ୟ ସଂଭାଷଣ
ନାରୀଙ୍କ ଏ ଭୂଷଣ ।
୬)
ସୁଦଶା ବ୍ରତ
ମହାଲକ୍ଷ୍ମୀ ଆହୂତ
ବଡ଼ ପବିତ୍ର
ନଗର ଗ୍ରାମ ଗୃହ
ବାସଇ ମହମହ ।
୭)
ମା ଲକ୍ଷ୍ମୀପୂଜା
କରନ୍ତି ବିଧିମତେ
ସକଳ ବଧୂ
ଭକ୍ତି ରେ ଗଦଗଦ
ହୁଳହୁଳି ଶବଦ ।
୮)
ଏ ପରିବେଶ
କର ନିର୍ମଳ ସ୍ୱଚ୍ଛ
ଜୀବାଣୁ ନାଶ
ବିଲୁପ୍ତ ହେବ ରୋଗ
ସୁସ୍ଥ ଶରୀର ଭୋଗ ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ
୯)
ମା ସର୍ବଂସହା
ତୁ'ତ ଜନନୀ ଜାୟା
ତୁ' ବିଶ୍ବରୂପା
ମାଁ ଏକରେ ଅନେକ
ସୁମନେ ଗୁନ୍ଥା ମାଳ ।
~ ଶୋଭାଗିନୀ ନନ୍ଦ, ଜୟପୁର
୧୦)
ଆଜିର ଦିନ
ସବୁ ସମୟାଧୀନ
କର୍ମ ତତ୍ପର
କର୍ତ୍ତବ୍ୟ କର ସର୍ଵେ
ହୋଇଣ ଆଗଭର।
୧୧)
ଆଳସ୍ୟ ତେଜ
ସୂର୍ଯ୍ୟ ଉଦୟ ପୂର୍ବୁ
ଛାଡିବା ଶେଜ
କରିବା ପ୍ରାଣୟମ
ରୋଗ ହେବ ନାଶନ
୧୨)
ଶୁଭ ସକାଳ
ମନେ ଦିଏ ଆନନ୍ଦ
ଦିବ୍ୟ ସ୍ମୃତି ର
ମୋ "ଜୀବନ ଜ୍ୟାମିତି"
ହୋଇଛି ଉନ୍ମୋଚିତ ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୧୩)
ହୃଦ ପସରା
ଖୋଜେ ସ୍ନେହ ଆଳାପ
ମଧୁର ଭରା
ଦେଇ ଦେଖ ତ ଚିତ୍ତେ
କେଡ଼େ ନିଜର ସତେ!
୧୪)
ସାହିତ୍ୟେ ସିକ୍ତ
ଶବ୍ଦ ଅମୀୟ ଧାରା
ଅକୁହା ଚିତ୍ତ
ତୁମ ଅମୃତ ସିନ୍ଧୁ
ଦେଖ କାକର ବିନ୍ଦୁ।
୧୫)
ଵାକ୍ୟ କମାଣ
ଘାରେ ହୃଦ କନ୍ଦର
ହାଣେ ପାଷାଣ
ଶବ୍ଦ ମଧୁର ତାନେ
ମନ ଅଗଣା ଜିଣେ ।
~ ଚପଳା ପଣ୍ଡା, ଖୋର୍ଦ୍ଧା
୧୬)
ସନ୍ଦେହ ନିଆଁ
ବ୍ରହ୍ମାସ୍ତ୍ର ପରିଭେଦେ
ବିଶ୍ବାସ ଛାତି
କୁହୁଳାଏ ଦାମ୍ପତ୍ୟ
ଭାଙ୍ଗେ ସ୍ବପ୍ନର ତାଜ ।
୧୭)
ପଂଜୁରି ଖୋଲ
ଉଡିଯାଉ ବିହଂଗ
ନୀଳ ଆକାଶେ
ଡେଣାକୁ ଦୋହଲାଇ
ଗାଉ ମୁକ୍ତି ସଂଗୀତ ।
୧୮)
ଲକ୍ଷ୍ମଣ ରେଖା
ଡେଇଁବାକୁ ବାରଣ
ନାରୀଟି ପାଇଁ
ଚାଲିଛି ରାବଣର
କପଟ ଶିଳାନ୍ୟାସ ।
~ ବିଳାସିନୀ ଦାଶ, ମଧୁସୂଦନ ନଗର
୧୯)
କିଆ କେତକୀ
କନିଅର, ସେବତୀ
ମଧୁ ମାଳତୀ
ମନ୍ଦାର ଓ ଟଗର
ଫୁଲେ ଗଜରା ହାର ।
୨୦)
ଗୋବରୀ ନଦୀ
ଧାଏଁ ସମୁଦ୍ର ସାଥି
ଲୋକେ କୁହନ୍ତି
ସ୍ବତନ୍ତ୍ର ଏ ନଦୀ
ମୁକ୍ତ ମାନ୍ୟତା ଦିଅ ।
୨୧)
ଜଳ ବହୁଳେ
ଧନ ଜୀବନ କ୍ଷୟ
ଜଳ ବିହୁନେ
ଧନ ଜୀବନ ବ୍ୟସ୍ତ
ଏ ଯେ ବିଚିତ୍ର ନୀତି ।
୨୨)
ବନ୍ଯା ବିପନ୍ନ
ଜଳ ଘେରରେ ଥାଇ
ଭୋକ ଉପାସେ
ଦିନ ଗଣୁତ ଥାଇ।
ମୁକ୍ତି ମିଳିବ କେବେ !
~ ଝୁମୁରୀ ସାହୁ
୨୩)
ଚେନାଏ ହସ
ହୃଦୟ ଜିଣି ନିଏ
ଭରେ ବିଶ୍ୱାସ
ପର ହୁଏ ଆପଣା
ଝରେ ପ୍ରୀତି ଝରଣା ।
୨୪)
ହେ ସୁନୟନା
ଅଙ୍ଗେ ଅଙ୍ଗେ ତୁମର
ରୂପର ବନ୍ୟା
ସ୍ଵର ତ ବୀଣାଜିଣା
ତୁମେ ଅଟ ଅନନ୍ୟା ।
~ ମଧୁଛନ୍ଦା ଦାଶ ।
୨୫)
ଅପତ୍ୟ ସ୍ନେହ
ସବୁଠାରୁ ନିଆରା
ଅମୂଲ ମୂଲ
ଖୁସି ର ଗନ୍ତାଘର
ଘର ଏକ ମନ୍ଦିର ।
୨୬)
ଭାଇ ଭଉଣୀ
ଗୁନ୍ଥୁଣୀ ଫୁଲ ସମ
ସ୍ନେହ ବନ୍ଧନ
ସୁଖ ଦୁଃଖ ର ସାଥି
ଅପୂର୍ବ ସମନ୍ବୟ ।
~ ଆରତୀ ପ୍ରହରାଜ, ଭୁବନେଶ୍ୱର
୨୭)
ସରଳ ମନ
ସଜଫୁଟା କୁସୁମ
ସୁମତି ସ୍ୱପ୍ନ
ଆଶାର ବୈତରଣୀ
ତରିବାର ସାଧନ ।
୨୮)
ଦିବା ସପନ
ବିନିଦ୍ର ବାସ୍ତବତା
ଆଳସ୍ଯ ହୀନ
ଦେଶ ଜାତି ସମ୍ମାନ
ଅଟେ ଛାତ୍ରର ଧର୍ମ ।
୨୯)
ମା ସମଲେଇ
ପଶ୍ଚିମେ ବସିଛୁ ଲୋ
କଲ୍ଯାଣ ମୟୀ
ସଂପ୍ରତି ବନ୍ଯା ସ୍ଥିତି
ମା ଲୋ ଦିଅ ଦୂରେଇ ।
~ ସସ୍ମିତା ବାରିକ୍, ବୋଲଗଡ଼
୩୦)
ମନ ତରଙ୍ଗେ
ଅନେକ ଢେଉ ଆସେ
ନାଚେ ସେ ରଙ୍ଗେ
ଅନେକ ଗୀତି ନେଇ
ସାଜେ ପ୍ରିତିର ରଙ୍ଗେ ।
୩୧)
କେବେ ମାନେନା
କୂଳ ଲଙ୍ଘି ସେ ଧାଏଁ
ସତେ କି ନଈ
ନିତି ଧାଉଁଥାଏ ସେ
ସାଗରେ ମିଶିବାପାଇଁ ।
~ ମୀରା ଦାଶ, ଖୋର୍ଦ୍ଧା
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें