ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ଵତ ତାଁକା / TANKA କାବ୍ୟ ଯାତ୍ରା ~ ୭
ତାଁକା
୧)
ଭଗ୍ନ କୋଣାର୍କ
କାରିଗରୀ କୂଳର
ଶ୍ରେଷ୍ଠ ନିଶାନ
ଶିଳା ଦେହେ ଖୋଦିତ
ଅପୂର୍ବ କୀର୍ତ୍ତିରାଜି ।
~ ବାସନ୍ତୀ ଦେଈ
୨)
ନମଃ ଶିବାୟ
ମୁଖରେ ଉଚ୍ଚାରଣ
ରୂପ କୁ ଧ୍ୟାୟି
ଶିରେ ବେଲ ପତର
ପ୍ରୀତ ଭୋଳାଶଙ୍କର ।
୩)
ଅରୁଆ ଅନ୍ନ
ଶାଗ ଡାଲମା ଖଟା
ଲେମ୍ବୁ ଚକଟା
କଞ୍ଚା ଲଙ୍କା ଦୁଇଟା
ସଂକ୍ରାନ୍ତିରେ ଭୋଜନ ।
୪)
ସ୍ରଷ୍ଟା ର ସୃଷ୍ଟି
ଅଟେ କେଡେ ବିଚିତ୍ର
ଜୀବେ ଜୀବନ
ଲଭ ଆନନ୍ଦମୟ
ବିଭୁ ପଦକୁ ଲୟ ।
୫)
ଜନ୍ମ ମରଣ
ସବୁ ଵିଧି ବିଧାନ
କରି ଯା କର୍ମ
ନ ଭୁଲ ବନ୍ଧୁ ପ୍ରେମ
ସ୍ୱଳ୍ପ ଏହି ଜୀବନ ।
୬)
ସୀତା ହରଣ
ରାବଣ ର ମରଣ
ଏହା କାରଣ
ସଂପ୍ରତି ସୁରା ନାରୀ
ଭ୍ରମେ ତୁଟଇ ଶିରୀ ।
୭)
ଶିଳ୍ପୀ ଙ୍କ ଗୁରୁ
ବିଶ୍ୱକର୍ମା ବନ୍ଦନା
ସରବେ ଆନମନା
ଶିଳ୍ପ ସମୃଦ୍ଧ ବିଶ୍ୱ
ମାଗେ ତବ ଆଶିଷ ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ
୮)
ସୁନ୍ଦର ଶିଶୁ
ନୂଆ ସୂରୁଯ ଟିଏ
ସଦ୍ଯ ସୁମନ
ତା' ପ୍ରାଣ ଖୋଲା ହସ
ନିଷ୍ପାପ ହୃଦୟଟି ।
~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)
୯)
କରୋନା କାଳ
ଉଚ୍ଚ ନ୍ୟାୟାଳୟ ରେ
ଖାରଜ ହେଲା
ମୂର୍ତ୍ତି ଉଚ୍ଚତା ବ଼ଦ୍ଧି
ବ୍ୟସ୍ତ ପୂଜା କମିଟି ।
୧୦)
ହେ ବିଶ୍ବକର୍ମା
ଯୋଡ ହସ୍ତେ ମାଗୁଛି
କ୍ଷମା ପ୍ରାର୍ଥନା
ବନ୍ଯା ବିପନ୍ନ ଜନେ
ନବ ବାସ ନିର୍ମାଣେ ।
~ ଝୁମୁରୀ ସାହୁ, ଜଟଣୀ
୧୧)
କନ୍ୟା ସଂକ୍ରାନ୍ତି
ବିଶ୍ୱକର୍ମା ଜୟନ୍ତୀ
ଶୁଭେ ପାଳନ୍ତି
ପାର୍ବଣ ଅବସରେ
ଶିବେ ଶୁଭ ମାନନ୍ତି ।
୧୨)
ବାମନ ଜନ୍ମ
ବିଶ୍ୱକର୍ମା ପାର୍ବଣ
ସଂକ୍ରାନ୍ତି ଦିନ
ବଡ଼ ଏକାଦଶୀରେ
ପୂଜା ଦେବାଳୟରେ ।
୧୩)
ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ ଜନ୍ମ
ଭାରତ ଖୁସି
ସର୍ବେ ସୁଖୀ ରହନ୍ତୁ
ନିରାମୟ ଭବନ୍ତୁ ।
~ ଚପଳା ପଣ୍ଡା, ଖୋର୍ଦ୍ଧା
୧୪)
ମୂର୍ତ୍ତି ସ୍ଥପତି
ବିଶ୍ୱକର୍ମା ଗଢନ୍ତି
ପ୍ରତିମା ପୂଜା
ଶିଳ୍ପୀ କୂଳ ଦାୟାଦ
ନମୋ ନମସ୍ତେ ପ୍ରଭୁ ।
୧୫)
ଧରିତ୍ରୀ ମାଆ
ଶୁଭ୍ର ବସନେ ଶୋଭା
ଦିଶେ ସୁନ୍ଦର
କାଶତଣ୍ଡୀ ଚାମର
ଢାଳେ ମାଆ ଉପର ।
୧୬)
ପାର୍ବଣ ପୂଜା
ମାଆ ଙ୍କ ଆବାହନ
ମଣ୍ଡପ ସଜା
ବାଜେ ଘଣ୍ଟ କାହାଳୀ
ପଡୁଛି ହୁଳହୁଳି ।
~ ଜ୍ୟୋତି ପ୍ରଭା, ପଟ୍ଟନାୟକ
୧୭)
ଖରା ଦହଡ
ବରଷା ଛୁଇଁଦେଲେ
ସବୁ ଶୀତଳ
ଷଡ ଋତୁଙ୍କ ଲୀଳା
ଜୀବନ ହସ କାନ୍ଦ ।
୧୮)
ଅଶିଣ ମୁହଁ
ସଜାଏ କାଶତଂଡୀ
ଧବଳ ରଂଗେ
ଆସିବେ ଶକ୍ତିମୟୀ
ଘନ ତମସା ଅନ୍ତ ।
~ ବିଳାସିନୀ ଦାଶ, ମଧୁସୂଦନ ନଗର
୧୯)
ଗରଜେ ମେଘ
ବରଷେ ବିନ୍ଦୁ ଟୋପା
ହୁଏ ଧରା ସବୁଜ
ଖୁସି ହୋଇ ଗାଆନ୍ତି
ବେଙ୍ଗ ବେଙ୍ଗୁଳୀ ଗୀତ ।
~ ପ୍ରଦୀପ କୁମାର ଦାଶ
୨୦)
ସଂଧ୍ୟା ଆକାଶେ
ଅସ୍ତମିତ ଭାସ୍କର
ପକ୍ଷୀ କାକଳି
ଗୋଧୂଳି ଲଗନରେ
ଗାଁ ଦାଣ୍ଡେ ହମ୍ବାରଡି ।
୨୧)
ଚାନ୍ଦିନୀ ରାତି
ନିର୍ମଳ ଆକାଶରେ
ଜହ୍ନ ହସଇ
ଲାଜରେ ତାରାଗଣ
ଖେଳନ୍ତି ଲୁଚକାଳି ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें