हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

रविवार, 19 सितंबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ତାଁକା କାବ୍ୟ ଯାତ୍ରା ~ ୮

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ତାଁକା/TANKA କାବ୍ୟ ଯାତ୍ରା ~ ୮

ତାଁକା

୧)

ଜୟ ଶ୍ରୀ କୃଷ୍ଣ

ମୋ ମନ ବୃନ୍ଦାବନେ

ଆତ୍ମା କୁଞ୍ଜରେ

ତବ ଦିବ୍ୟ ଲୀଳା

କରେ ନିତ୍ୟ ସ୍ମରଣ ।


୨)

ଧରାପୃଷ୍ଠରେ

ପ୍ରତ୍ୟେକ ଟି ମଣିଷ

ଧାଆଁ ଦଉଡ

ଜୀବନ ଜୀବିକା ରେ

ବ୍ୟସ୍ତବହୁଳ ରାସ୍ତା ।

 

~ ବାସନ୍ତୀ ଦେଈ ଖୋର୍ଦ୍ଧା

                      

୩)

ଗାଆଁର ଦାଣ୍ଡ 

ସିମେଣ୍ଟ ଓ କଂକ୍ରିଟ

ପୁରା ଶୁଖିଲା 

ଭାସୁ ନାହିଁ ବର୍ଷାରେ 

ଏବେ କାଗଜ ଡଙ୍ଗା ।


~ ପ୍ରଦୀପ କୁମାର ଦାଶ


୪)

ପ୍ରାତଃ ସୁରୁଜ 

ଢାଳି ରଙ୍ଗ ମୁରୁଜ 

ଆକାଶ ସଜ 

କାକ କୁକୁଟ ରାବ 

କୋଳାହଳ ଉଦ୍ଭବ ।


୫)

ସୁନିଆଁ ଅଙ୍କ 

ଚଉଷଠି ପ୍ରବେଶ 

ସନ ଚଉଦ 

ଶହ ଅଣତିରିଶ 

ସାଲ ପରିପ୍ରକାଶ ।


୬)

ଅନାଥ ନାଥ 

ଶ୍ରୀକ୍ଷେତ୍ରେ ଜଗନ୍ନାଥ 

ଦାରୁ ସଂଭୁତ 

କରିବା ଯୋଡହସ୍ତ 

ଅନୁରକ୍ତ ସମସ୍ତ ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା


୭)

ସୁମନ କଳି

ସୃଷ୍ଟି ର ସୁନ୍ଦରତା

ଗଢିଛି ଵିହି

ସୁବାସ ବିତରଣ

ସୁନାମ ବି ଚହଟେ ।


୮)

ଫୁଙ୍ଗୁଳା ଦେହ

ମାଠିଆ ସମ ପେଟ

ପୁଷ୍ଟି ହୀନତା

ଅପସରଣ ହେଉ

ଦେଶ ର ଭବିଷ୍ୟତ ।


୯)

ଶୁଭ ସକାଳ

ସୂର୍ଯ୍ୟାଲୋକ ପରଶ

ପ୍ରତ୍ୟେକ ସ୍ଥାନ

ଭେଦଭାବ ବିଚାର

ଅନୁଚିତ ଅସାର ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୧୦)

ଇନ୍ଦୁ ପୂନେଇଁ

ଭାଗବତ ଜନମ

ବ୍ରହ୍ମ ପୂଜନ

ଈଶ୍ବର ସବୁ ଠାବେ

ପ୍ରକୃତିରେ ପୋଥିରେ ।


୧୧)

ମାଟି ମଟାଳ

ଶସ୍ଯ ଫଳେନା ଏଠି 

ପ୍ରାସାଦ ମାଳ

ନାହିଁ ଚାଷୀର ଗୀତ

ଶୁଭେ ଯନ୍ତ୍ର ସଂଗୀତ ।


~ ବିଳାସିନୀ ଦାଶ, ମଧୁସୂଦନ ନଗର


୧୨)

ସମୟ ସୁଅ

ବହିଯାଏ ଉଜାଣି

ପଡେନି ଜଣା 

କହିଯାଏ କାହାଣୀ

ମଣିଷ ବାଟବଣା । 


୧୩)

ଭୋଦେଇ ସୂର୍ଯ୍ୟ

ପୋକଯୋକ ବଇରୀ

ଟାଣ ଖରାରେ 

ଲୁଗାପଟା ଶୁଖାଇ

ରୋଗ ଦେବା ଦୂରେଇ । 


~ ସସ୍ମିତା ବାରିକ୍, ବୋଲଗଡ଼


୧୪)

ବଡ଼ ବିଚିତ୍ର 

ମୃତ୍ୟୁ ରେ ଦଶ ରାତ୍ର 

ଶୋକ ପାଳିତ 

ବ୍ରାହ୍ମଣ ବନ୍ଧୁ ମିତ୍ର 

ଭୋଜନେ ଆପ୍ୟାୟିତ ।


୧୫)

ଜଳ ବିହୁନେ 

ନାଶ ଚାଷ ସର୍ବସ୍ବ 

ଜଳ ପ୍ରବଳ 

ନରହେ ଥଳ କୂଳ 

ଜୀବ ଜନ୍ତୁ ବିକଳ ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା


୧୬)

ସୁନିଆ ପର୍ବ

ଚଉଷଠି ଅଙ୍କରେ

ଓଡ଼ିଆ ଗର୍ବ

ସାଲ ଚଉଦ ଶହ

ଅଣତିରିଶି ହବ ।


୧୭)

ନନ୍ଦନନ୍ଦନ

ବସୁଦେବ ପରାଣ

ହୃଦ ଚନ୍ଦନ

ମାତା ଯା ଯଶୋଦା

ସେ ଯେ ଦେବକୀ ଧନ ।


୧୮)

ନଦୀର ସ୍ରୋତ

ଦେଲା ମନେ ଆଘାତ

ଦୁଃଖୀ ଆହାତ

ଜଗନ୍ନାଥ ଭରସା

ଭରୁ ନିରାଶେ ଆଶା ।


~ ଚପଳା ପଣ୍ଡା, ଖୋର୍ଦ୍ଧା


୧୯)

ମୁକ୍ତ ବିହଙ୍ଗ 

ଡେଣା ଝାଡ଼ି ଆକାଶେ

ଉଡନ୍ତି ଦେଖ

ଏକତା ରକ୍ଷା କରି

ଫେରନ୍ତି ଗୋଧୂଳି ରେ ।


୨୦)

ସଂସାର ରଥ

ନର ନାରୀ ତାହାର

ଦୁଇଟି ଚକ

ଏକବିନା ଆରେକ

ଛିଡା କି ବା ହୋଇବ ।


୨୧)

କନ୍ୟା ରତନ

ତାକୁ କର ଯତନ

ଭବିଷ୍ୟତ ମା

ଦୁହିତା ଅଟେ ସେହି

କରିବ କୁଳ ରକ୍ଷା ।


୨୨)

ଆମ୍ବୁଲାନ୍ସ ଟି

ବିକଟ ଚିତ୍କାରରେ

ଯାଉଛି ଦୌଡ଼ି

ପ୍ରାଣମୂର୍ଚ୍ଛା ଉଦ୍ୟମ

ରକ୍ଷା ରୋଗୀ ଜୀବନ ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୨୨)

ସମୟ ସୁଅ

ବହିଯାଏ ଉଜାଣି

ପଡେନି ଜଣା 

କହିଯାଏ କାହାଣୀ

ମଣିଷ ବାଟବଣା । 


୨୩)

ଭୋଦେଇ ସୂର୍ଯ୍ୟ

ପୋକଯୋକ ବଇରୀ

ଟାଣ ଖରାରେ 

ଲୁଗାପଟା ଶୁଖାଇ

ରୋଗ ଦେବା ଦୂରେଇ । 


~ ସସ୍ମିତା ବାରିକ୍, ବୋଲଗଡ଼


୨୪)

ଇନ୍ଦୁ ପୂନେଇଁ

ଭାଗବତ ଜନମ

ବ୍ରହ୍ମ ପୂଜନ

ଈଶ୍ବର ସବୁ ଠାବେ

ପ୍ରକୃତିରେ ପୋଥିରେ ।


୨୫)

ମାଟି  ମଟାଳ

ଶସ୍ଯ  ଫଳେନା ଏଠି 

ପ୍ରାସାଦ ମାଳ

ନାହିଁ  ଚାଷୀର ଗୀତ

ଶୁଭେ ଯନ୍ତ୍ର ସଂଗୀତ  ।


~ ବିଳାସିନୀ ଦାଶ, ମଧୁସୂଦନ ନଗର

☆☆☆☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH