हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

गुरुवार, 23 सितंबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ସେଦୋକା କାବ୍ୟ ଯାତ୍ରା ~ ୩

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ସେଦୋକା / SEDOKA କାବ୍ୟ ଯାତ୍ରା ~ ୩

ସେଦୋକା

୧)

ଭାରତ ମାତା

ଶିରେ ଭୂଧରମାଳା

ପାଦେ ନୀଳ ସାଗର

ବକ୍ଷେ ଶୋଭିତ

ନଦନଦୀ ଅରଣ୍ୟ

ଉପଵନେ ସୁମନ ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୨)

ମନ ଭ୍ରମର

ଉଡି ଉଡି ଯିବୁତୁ

ପୁରୀ ବଡ଼ ଦେଉଳ

ନୀଳଚକ୍ରକୁ 

ପ୍ରଣାମ କରି ମୁକ୍ତି

ପାଇଯିବୁ ଶେଷରେ ।


୩)

ଆସରେ ଆସ

ସଞ୍ଜ ହେଲାଣି ପିଲେ

ମୋର ପାଖରେ ବସ

କହିବି କଥା

ପରି ରାଇଜ ଗପ

ଅବୋଲକରା ଛତା ।


୪)

ବହି ପଢିବା

ଦେଶ ବିଦେଶ କଥା

ଆମେ ଜାଣି ପାରିବା

ବଢିବ ଜ୍ଞାନ

ବିବେକ ବିଦ୍ୟା ବୁଦ୍ଧି

ବଢେ ଆତ୍ମ ସମ୍ମାନ ।


୫)

ଆକାଶ ବାଣୀ

ନିତି ନୂଆ ବାରତା

ସିଏ ଦେଉଛିପୁଣି

ଆମ ପ୍ରଗତି

ନାରୀମହଲ କୃଷି

ଯୁବ ଶିଶୁ ସଂସାର ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୬)

ଜଗା କାଳିଆ 

ଶ୍ରୀମନ୍ଦିରେ ବିରାଜେ 

ବଡ଼ ଭାଇ ବଳିଆ 

ପାଶେ ସୁଭଦ୍ରା 

ଭଗିନୀ ସହ ଭ୍ରାତା 

ରଥେ କରନ୍ତି ଯାତ୍ରା ।


୭)

ବିଗତ ଦିନ 

ଗୁରୁ ଥିଲେ ମହାନ 

ସମାଜ ର ସମ୍ମାନ

ଶିଷ୍ୟ ର ଭକ୍ତି 

ବିଦ୍ୟା ରେ ଅନୁରକ୍ତି 

ପ୍ରାପତ ଦିବ୍ୟଶକ୍ତି ।


୮)

ଓଉ କଖାରୁ 

ମୁଗ କଦଳୀ ସାରୁ 

ଘାଣ୍ଟି ଡାଲମା କରୁ

ସରୁ ଅରୁଆ 

ଘୃତାନ୍ନ ସହ ଖଟା 

ଶାଗେ ମିଶି ନଡ଼ିଆ ।


୯)

ମା ମହାଲକ୍ଷ୍ମୀ 

ଶୁକ୍ଳ ବସ୍ତ୍ର ଧାରିଣୀ 

ସଦା ଦୁଃଖ ନାଶିନୀ, 

ବିଶ୍ୱ କଲ୍ୟାଣୀ 

ଐଶ୍ୱର୍ଯ୍ୟ ପ୍ରଦାୟିନୀ 

ମା ଉଲ୍ଲୁକ ବାହନୀ ।


୧୦)

ପ୍ରାତଃ ଭ୍ରମଣ 

ମିଳେ ମୁକ୍ତ ପବନ 

ପ୍ରଚୁର ଅମ୍ଳଜାନ

ଦେହ କୁ ହିତ 

ରଖେ ଶରୀର ସୁସ୍ଥ 

ଚିକିତ୍ସକ ଙ୍କ ମତ ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା


୧୧)

ଋତୁ ଶରତ

ଭାଦ୍ର ଆଶ୍ୱିନ ମତ

ତୋଫା ସାରା ଜଗତ

ଶ୍ରୀ ଦୁର୍ଗା ମାତ

ହେବେ ମର୍ତ୍ତ୍ୟେ ସମ୍ଭୁତ

ଦୁଷ୍ଟେ ଖାଲେ ପତିତ ।


୧୨)

ଆଜିର କର୍ମ

ସାରିଦେବାହିଁ ଧର୍ମ

ବାକି ରଖ ବିକର୍ମ

ନାସ୍ତି ଅକର୍ମ

କାଲି ନଥିବ ପ୍ରାଣ

କରିବାକୁ ପ୍ରମାଣ ।


~ ଚପଳା ପଣ୍ଡା, ଖୋର୍ଦ୍ଧା


୧୩)

ସମୟ ଚକ

ଘଣ୍ଟା ଗତି  ନିରତ

ଚାଲଇ ଅବିରତ

ଜୀବନ ପଥେ 

ଉଠାଣି ଓ ଗଡାଣି

ଫେରେ ନାହିଁ ପଛକୁ ।


~ ଶୋଭାଗିନୀ ନନ୍ଦ, ଜୟପୁର(କୋରାପୁଟ)


୧୪)

ସ୍ବପ୍ନ ସର୍ବସ୍ବ

ଅପହଞ୍ଚ ଦୂରତା

ଛୁଇଁବାର ଅଭୀପ୍ସା

ଖୁସି ଝଲକ

ପ୍ରାପ୍ତି ରେ ହିଁ ଆନନ୍ଦ

ଆଶା ର ବୈତରଣୀ ।


୧୫)

ଉଦେ ସୂରୁଯ

ସୁନେଲି ଆଭା ନଭ

ସାଗର ଅପରୂପା

ଚମକେ ଚାନ୍ଦ

ତୋ ହସ ଝଲକରେ

ଖୁସି ରେ ଯାଏ ଦିନ ।


୧୬)

ଖୁସି ମୂହୁର୍ତ୍ତ

ଉଡିଯାଏ ସହସା

ଅପେକ୍ଷା ର ସମୟ

ଟଣା ଓଟରା

ଯାହା ଯେମିତି ହେଉ

ମନଟା ହସୁଥାଉ ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୧୭)

ମମତା ଡୋର

କଅଁଳ କଢି ମନ

କଃ ଅହମ୍ ର ସ୍ୱର

କେତେ ମଧୁର 

ମାଆ କେତେ ମହାନ 

ମର୍ତ୍ତ୍ଯର ମୋରିୟମ୍  । 


୧୮)

ଶୂନ୍ଯ ସ୍ୱରୂପ 

ହସ୍ତ ପଦ ନଥାଇ 

ତୁମେ ଜଗତ ନାଥ

ଚକାଆଖିଆ 

ନୀଳାଚଳ କନ୍ଦରେ

ଲଗାଇଛ କି ମାୟା । 


~ ସସ୍ମିତା ବାରିକ୍

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH