ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ଵତ ସେଦୋକା କାବ୍ୟ ଯାତ୍ରା ~ ୪
ସେଦୋକା
୧)
ତୈଳ ପୂରିତ
ଦୀପ ସିନା ଜଳଇ
ମହୀ କରେ ଆଲୋକ
ଜୀବନ ଦୀପ
କିଏ ଭରେ ତଇଳ
ଜଳୁଥାଏ ନିରତ ।
~ ବାସନ୍ତୀ ଦେଈ ଖୋର୍ଦ୍ଧା
୨)
ବଡ ଦେଉଳ
ବିଜେ ବଡ ଠାକୁର
ନୀଳ ଚକର ତାର
ପତିତ ବାନା
ପାପ ତାପ ନାଶନ
ସେତ କାଳିଆ ସୁନା ।
୩)
ମହା ପ୍ରସାଦ
ମହାଲକ୍ଷ୍ମୀ ରାନ୍ଧଣା
ବଡ ସୁଆଦ ବାସ୍ନା
ଭକତ ବାଇ
ଅଦଭୂତ ରୋଷେଇ
ରହିଛି ଚମତ୍କାର ।
୪)
ବ୍ରହ୍ମ କମଳ
ବାରବର୍ଷରେ ଫୁଟେ
ନିଆରା ବାସ୍ନା ତାର
ଦେବତା ଲାଗି
ହିମାଳୟର ପୁଷ୍ପ
ଆମ ଏଠି ଦୁଷ୍ପ୍ରାପ୍ୟ ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୫)
ମନ ଭାବନା
ଲୁପ୍ତ ସୁପ୍ତ ଚେତନା
ସୃଷ୍ଟି ନବ କଳ୍ପନା
ଜଗତ ମାୟା
ବ୍ୟାପ୍ତ କାୟା ର ଛାୟା
ସପନ କରେ ବାୟା ।
୬)
ଧରଣୀ ରାଣୀ
ବକ୍ଷେ ପଡିଲେ ପାଣି
ଶସ୍ୟ ଶ୍ୟାମଳ ଠାଣି
ଫୁଲ ର ବେଣୀ
ବାତାୟନ କିଙ୍କିଣୀ
ହୃଦୟ ନିଏ କିଣି ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା
୭)
ଯାତ୍ରା ସମ୍ରାଟ
ତୁଳସୀ ଗଣନାଟ୍ୟ
ସାବୀତ୍ରୀ କରୁଅଛି
ସ୍ବାମୀ ନିଲାମ
ଏମିତି ହେଲେ ସ୍ବାମୀ
ମଲେ କାନ୍ଦିବି ନାହିଁ ।
୮)
ସୁଯୋଗ୍ୟା ପତ୍ନୀ
ପୁଣ୍ଯ ରେ ମିଳେ ମାଆ
କୋଟି ତପେ ମନୁଷ୍ଯ
ଜନ୍ମ ସାର୍ଥକ
ମମତାର ପ୍ରତୀକ
ସେବା କର ସବୁରି ।
~ ଝୁମୁରୀ ସାହୁ
୯)
ଝଡ଼ ବତାସ
କରେ ଆତ୍ମ ପ୍ରକାଶ
ଡିଆଁମୁ ବା' ବିଶେଷ
ଓଡିଶା ମୁଁହା
ପାଣି ପାଗ ସୂଚନା
ସମୁଦ୍ର ଯିବା ମନା ।
୧୦)
ମଧୁର ବାଣୀ
ଝରେ ମାଆ ଓଠରୁ
ସାଧୁ ଜନ କଣ୍ଠରୁ,
ସର୍ବଦା ହିତ
ଚାଲି ବାରେ ସଂକେତ
ହୃଦେ ସନ୍ତାନ ଚିନ୍ତ ।
~ ସୂର୍ଯ୍ୟକାନ୍ତି ଦାଶ
୧୧)
ଜୀବନ ନଈ
ଖାଲ ଖମାକୁ ଡେଇଁ
ଅନୁଭବକୁ ଥୋଇ
ଯାଉଛି ବହି,
ଯିବ ସାଗରେ ଶୋଇ
ଜୀବ ପ୍ରାରବ୍ଧ ନେଇ ।
୧୨)
ଅବୁଝା ମନ
ବୁଝୁ ନାହିଁ କାହିଁକି
ମିଛ ଦିବା ସପନ
କରୁଛି ଯତ୍ନ
ଲୋଭ, ମୋହ ଭିତରେ
କବଳିତ ଜୀବନ ।
୧୩)
ଶିଶୁ କାଲିକା
ଭବିଷ୍ୟତ ବର୍ତ୍ତିକା
ପ୍ରଜ୍ଜ୍ବଳିତ ପ୍ରତୀକ୍ଷା
ଦିଅ ସୁଶିକ୍ଷା
କର୍ମ କାରଣେ ଦୀକ୍ଷା
ଚିନ୍ତୁ ଦେଶ ସୁରକ୍ଷା ।
~ ଚପଳା ପଣ୍ଡା, ଖୋର୍ଦ୍ଧା
୧୪)
ଫୁଲର ବାସ
ଆଃ ବାସ ମହମହ
କି! ସୁନ୍ଦର ସୁବାସ
ଶୋଭା ଭଣ୍ତାର
ଦେଖି ପାଗଳ ପ୍ରେମି
ସତେ ହୁଏ ଦିବାନା ।
~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)
୧୫)
ତୁଠ ପଥର
ସହେ ପାଦ ପ୍ରହାର
ନୀରବେ ଅଭିମାନେ
କପାଳ ଲେଖା
ଖରା, ବରଷା,ଶୀତ
ନିତ୍ୟ ଜଳ ଆଘାତ ।
୧୬)
କ୍ଷମତା ନିଶା
ପାଗଳ କରେ ପ୍ରାଜ୍ଞ
ଭାଙ୍ଗେ ନୀତି ନିୟମ
ସ୍ବାର୍ଥ ଶସ୍ତ୍ରରେ
ଜଗତ ଜିଣିବାର
ବାସନା ପ୍ରଜ୍ଜ୍ଵଳିତ ।
~ବିଳାସିନୀ ଦାଶ, ମଧୁସୂଦନ ନଗର
୧୭)
ଆଖି ର ଲୁହ
ଆକାଶୁ ଝରିଯାଏ
ପୋଛେ ମେଘ ପଣତ
ଚକ୍ଷୁ ର ନୀର
ପୋଛଇ ବୋଉ ମୋର
ସେଇ ତ ମୋ ସୈାଭାଗ୍ୟ ।
୧୮)
ମୁଁ ଫେରିବାଲା
ସାଉଁଟିଲି ଭଣ୍ଡାର
ଅତୀତ ବର୍ତ୍ତମାନ
ଅସାଧାରଣ
ସଭିଙ୍କ ମନଲାଖି
ଜୀବନ ମାପକାଠି ।
୧୯)
ପକ୍ଷୀ ର ଘର
ବାଆ ବତାସ ଖେଳ
ଆଶା କେବେ ମରେନା
ରଚଇ ନୀଡ଼
ନୂତନ ଭବିଷ୍ୟତ
ସୁଚିନ୍ତ ଅବିରତ ।
~ ଆରତୀ ପ୍ରହରାଜ, ଭୁବନେଶ୍ୱର
୨୦)
ଗଭୀର ଜଳେ
ଗଜରାଜ ବିପଦେ
ଡାକୁଅଛି ଆକୁଳେ
ନିଷ୍ଠୁର ହେଲ
ସାହାଯ୍ୟ କରିବାରୁ
ଏକି ଦୁ୍ର୍ଦ୍ଦଶା ଦେଲ ।
୨୧)
ଝରା ଶେଫାଳୀ
ରାତିରେ ମହକାଇ
ସକାଳୁ ପଡୁ ଝରି
ସୂରୁଜ ମୁଖ
ଦର୍ଶନରୁ ବଞ୍ଚିତ
ପ୍ରଭୁପୂଜା ରଞ୍ଜିତ ।
~ ସସ୍ମିତା ବାରିକ୍, ବୋଲଗଡ଼
🪔🪔🪔🪔🪔🪔🪔🪔🪔
कोई टिप्पणी नहीं:
एक टिप्पणी भेजें