हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

शनिवार, 25 सितंबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ସେଦୋକା କାବ୍ୟ ଯାତ୍ରା ~ ୫

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ସେଦୋକା କାବ୍ୟ ଯାତ୍ରା ~ ୫

ସେଦୋକା 


୧)

ସଂଧ୍ୟା ଆକାଶେ

ଅସ୍ତମିତ ଭାସ୍କର

ପୀତ ଲୋହିତ ଛବି

ପକ୍ଷୀ କାକଳି

ଗୋଧୂଳି ଲଗନରେ

ଗାଁ ଦାଣ୍ଡେ ହମ୍ବାରଡି ।


୨)

ଚାନ୍ଦିନୀ ରାତି

ନିର୍ମଳ ଆକାଶରେ

ଜୋଛନା ଅବିରତ

ଜହ୍ନ ହସଇ

ଲାଜରେ ତାରାଗଣ

ଖେଳନ୍ତି ଲୁଚକାଳି ।


~ ବାସନ୍ତୀ ଦେଈ ଖୋର୍ଦ୍ଧା



୩)

ଶୋକ ସାଗର 

ଅରିନ୍ଦମ ସତ୍କାର 

ସାମ୍ବାଦିକ ପ୍ରବର

ଗଲା ଜୀବନ 

ମନ ଟା ଶକ୍ତିମାନ 

ଅମର ଚିରଦିନ ।


୪)

ଜନ୍ମ ମରଣ 

ସବୁ ଵିଧି ବିଧାନ 

ନାହଁ ତାର ନିଦାନ

ଚଞ୍ଚଳ ମନ 

କଲା କ୍ଳେଶ ପ୍ରଦାନ 

ସାଧୁଏ ସାବଧାନ ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ


୫)

ବିଜ୍ଞାନ ପଢି

ନାସାରେ ବୈଜ୍ଞାନିକ

ଗଲେ ରକେଟ ଚଢି

ମହାକାଶକୁ

ଗମନ ଚନ୍ଦ୍ର ଯାନ

ସତ ହେଲା ସପନ ।


୬)

ପ୍ଲାଷ୍ଟିକ ଜରି

କରିବାକୁ ବର୍ଜନ

କର ସଦା ଆହ୍ୱାନ

ନେବା ଶପଥ

ସ୍କୁଲ କଲେଜ ଘର

ହୋଟେଲ କି ଦୋକାନ ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୭)

ପ୍ରକୃତି ମିତ୍ର 

ସ୍ଥିର ଜୀବଜଗତ 

ଅପରୂପ ଶରତ

ଯନ୍ତ୍ରଣା ମୁକ୍ତ 

କାଶତଣ୍ଡୀ ର କ୍ଷେତ 

ପବନେ ଦୋଳାୟିତ ।


୮)

ତିମିର ନାଶ 

ବାଳଭାନୁ ପ୍ରକାଶ 

ସଚଳ ଦଶଦିଶ, 

ମନ୍ଦିରେ ଘଣ୍ଟ 

ଧୂପେ ଦେବ ସନ୍ତୁଷ୍ଟ 

ଦୂରିତ ଶ୍ରମ କଷ୍ଟ ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା


୯)

ଅ ରୁ କ୍ଷ ଯାଏଁ

ଅକ୍ଷୟ ଅକ୍ଷରରେ

ଯେ ଲିପ୍ତ ରହିଥାଏ

ସେ ତ ଅନନ୍ତ

ଆନନ୍ଦ ଇଚ୍ଛାମୟ

ଈଶ୍ୱର ନିରାକାର ।


୧୦)

ମୃତ୍ୟୁ ନିଶ୍ଚିତ

ଅଲେଖା କାଗଜରେ

ସମୟ ନିରୂପିତ

ବାସ୍ତବ ସତ୍ୟ

ପୁନଶ୍ଚ ଅନାଦୃତ

କ୍ରନ୍ଦନେ ସମାହିତ ।


~ ଚପଳା ପଣ୍ଡା, ଖୋର୍ଦ୍ଧା


୧୧)

ଶାନ୍ତିର ବନ

ଶାନ୍ତର ତପୋବନ

ସାଧୁସନ୍ଥଙ୍କ ସ୍ଥାନ

ମୁକ୍ତିର ମାର୍ଗ

ଜୀବନେ ମିଳେ ମୋକ୍ଷ

କରେ ଅମୃତ ପାନ  ।


 ~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)


୧୨)

ଚିଲିକା ରାଣୀ

ସୁନୀଳ ବକ୍ଷେ ତାର

ଲହରୀ ମାଳ ମାଳ

ନାଚେ ତରଣୀ

ବିହଙ୍ଗ ଦଳ ଦଳ

ଜଳେ କରନ୍ତି ଖେଳ ।


୧୩)

ମନ ଆଇନା

ସ୍କୃତିର ଗନ୍ତାଘର

ସାଇତି ରଖିଥାଏ

କେତେ ଭାବନା

ଅତୀତ ରୋମନ୍ଥନେ

ହୁଏ ସେ ଆନମନା  ।


~ ମଧୁଛନ୍ଦା ଦାଶ


୧୪)

ପ୍ରତୀକ୍ଷା ପଥ

ପରୀକ୍ଷା ଚାଲିଥାଏ

ଅସୀମ ଧଇର୍ଯ୍ଯର

ସମୟ ଆସେ

ଉଷାର ରୋଷଣୀରେ

ସ୍ବପ୍ନ ସୁମନ ଫୁଟେ ।

 

୧୫)

ଭାବିଛ କେବେ

ବ୍ୟତିକ୍ରମ  ଋତୁର 

ଖଂଡିତ ପାଣିପାଗ

ଧ୍ବଂସ ର ଘଣ୍ଟି 

ଜଳମଗ୍ନ  ପୂର୍ବରୁ 

ରୋପିବା ଗଛ ବୃକ୍ଷ ।


~ ବିଳାସିନୀ ଦାଶ, ମଧୁସୂଦନ ନଗର


୧୬)

ଦ୍ଵିତୀୟା ଜହ୍ନ

ଚେନାଏ ହସ ପରି

ଭିଜାଇ ଦିଏ ମନ

ଆକର୍ଷଣୀୟା

ଯମୁନା ରେ ଜୁଆର

ଉଛୁଳା ଅଭିସାର ।


୧୭)

ବିଚିତ୍ର ବର୍ଣ୍ଣା

ପ୍ରେମ ର ଅନୁଭବ

ପ୍ରଣୟ ର ଗୀତିକା

କହି ହୁଏନା

ସଞ୍ଚରି ଯାଏ ମନ

ଚନ୍ଦନ ର ସିଞ୍ଚନ ।


୧୮)

କୁଳ ବେଉସା

ଚାଷୀ ର ଆତ୍ମାହୁତି

ଗଭୀର ମନସ୍ତାପ

ବର୍ଜନ କର

ଅନ୍ୟ ରୂପ କଳନା

ଫଳାଇ ଦେବ ସୁନା ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର

☆☆☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH