हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

रविवार, 26 सितंबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ସେଦୋକା କାବ୍ୟ ଯାତ୍ରା ~ ୬

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ସେଦୋକା / SEDOKA କାବ୍ୟ ଯାତ୍ରା ~ ୬

ସେଦୋକା 


୧)

କଅଁଳ ଶିଶୁ

ଆଗାମୀ ଭବିଷ୍ୟତ

ଶ୍ରେଣୀ ଚାରି କାନ୍ଥରେ

ଅନୁଶାସନ

ନୁହେଁ ବନ୍ଧନ ମୁକ୍ତ

ସୃଜନୀଶୀଳତା ର ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୨)

ମହାପୁରୁଷ

ଗାନ୍ଧିଜୀ ଗୋପବନ୍ଧୁ

ନେହେରୁ ଓ ସୁଭାଷ

ଆମ ଦେଶକୁ

କରିଥିଲେ ସ୍ୱାଧୀନ

ସହି କାରା ବରଣ ।


୩)

ସ୍ୱାଧୀନ ଆମେ

ତ୍ରିରଙ୍ଗା ଉଡୁଅଛି

ଆମ ଭାରତ ଭୁମେ

ଗର୍ବ ଗୌରବ

ଉଡୁଛି ଉଡୁଥିବ

ସେ ଧର୍ମର ପ୍ରତୀକ ।


୪)

ଜାମୁ କାଶ୍ମୀର

ଭୂସ୍ବର୍ଗ ଭାରତର

ସୁଉଚ୍ଚ ହିମାଳୟ

ଆମର ଶିରି

କରି ଆତଙ୍କ ଲୋପ

ରଖିବା ମା ର ଟେକ ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୫)

ହେ ଜଗନ୍ନାଥ 

ମାୟା ସଂସାର ପଥ 

ନହୁଡ଼ କଦାଚିତେ 

ଉଦ୍ଧାର କର 

ସୁକର୍ମେ ମତି ମୋର 

ପ୍ରକାଶ ନିରନ୍ତର । 


୬)

ଆସେ ଗୁଲାବ 

ସ୍ୱଳ୍ପ ବାୟୁ ପ୍ରବାହ 

ହେବ ବର୍ଷା ତାଣ୍ଡବ

ଛୁଇଁବ ସ୍ଥଳ 

ଆନ୍ଧ୍ରର ଉପକୂଳ 

ସକଳ କଲବଲ  ।


୭)

ସମୟ ଗତି 

ନାଶେ କାହା ଦୁର୍ଗତି 

କରେ କୋରଡ଼ପତି, 

ହୁଡେ କା ମତି 

କ୍ରମେ ଅତି ରୁ ଇତି 

ଚିତ୍ତେ ଜନ୍ମାଏ ଭିତ୍ତି ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା


୮)

ଟି ଭି ନ ଥିଲା

ଝଡ଼, ବାତ୍ୟା ଖବର

 ଜଣାପଡୁ ନ ଥିଲା

ଏବେ ବିପଦ

ପୂର୍ବଭାସ ହୃଦୟେ

ଆଣେ ବଡ଼ ପ୍ରମାଦ ।



୯)

ଯଦି ବଞ୍ଚିବ

ସିଂହ ଠାଣି କାଢ଼ିବ

ଗାରିମାକୁ ବାଢ଼ିବ

କୁକୁର ପରି

ଲାଙ୍ଗୁଡ଼ ଯାକି ଧରି

ବଞ୍ଚିବା ହାତଶିରୀ ।


~ ଚପଳା ପଣ୍ଡା, ଖୋର୍ଦ୍ଧା


୧୦)

ପଦ୍ମ ପୋଖରୀ

କାଖେ ନୀର ଗାଗରୀ

ଗାଧୁଆ ସାରି ଫେରେ

ଗ୍ରାମ କିଶୋରୀ

ରୁଣୁଝୁଣୁ ନୂପୁର

ଶୁଭେ କେଡ଼େ ମଧୁର  ।


୧୧)

ମାଆର ମନ

ତୁଳା ଠାରୁ ନରମ

ତହିଁରୁ ଝରଇ ସଦା

ବାତ୍ସଲ୍ୟ ପ୍ରେମ

ତାର ମଧୁର ହସ

ଭରେ ପ୍ରୀତି ପୀୟୂଷ ।


~ ମଧୁଛନ୍ଦା ଦାଶ


୧୨)

ସମର୍ପି  ଦେଲି 

ମୋ ବିଭୋର ପଣକୁ

ଶବ୍ଦର ସମ୍ଭାରକୁ

ତୁମ ଚରଣେ

ମନ୍ତ୍ରିତ ଓଁକାରରେ

ଫୁଟିବ ପ୍ରେମ  ପୁଷ୍ପ ।


୧୩)

ବିକାଶ  ହେଲା

ବିସ୍ଥାପିତଙ୍କ ଦୁଃଖ

ଭେଦିଲାନି ଛାତିକୁ

ସର୍ବସ୍ବ ହାରି

ପ୍ରତାରଣା  ଫାନ୍ଦରେ

ଆଜି  ଦାଣ୍ଡ  ଭିକାରି ।


~ ବିଳାସିନୀ ଦାଶ, ମଧୁସୂଦନ ନଗର


୧୪)

ସାହିତ୍ଯ ଜ୍ଯୋତି

ଜାଳିଦିଏ ଜୀବନେ

 ଦୂରେଯାଏ ତିମିର

 ଆନନ୍ଦ ମନ

 ସମାଜର ଦର୍ପଣ

ଲେଖେ ହୃଦୟ କଥା  ।


 ~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)


୧୫)

ଜନମ ମାଟି

ଆଞ୍ଜୁଳାଏ ମମତା

ସହିଵାର କ୍ଷମତା

ଅଳି ଅର୍ଦ୍ଦଳି

ଅକୁହା ବେଦନା ର

କାଳ ରୁ କାଳାନ୍ତର  ।


୧୬)

ମନୋହାରିଣୀ

ଚନ୍ଦ୍ର ବିମ୍ବ ତରୁଣୀଅ

କଳା କୃଷ୍ଣ କଵରୀ

ପ୍ରକୃତି ଦତ୍ତ

ପଦ୍ମ ନିନ୍ଦି ନୟନୀ

ମୃଦୁ ମଧୁର ବାଣୀ ।


୧୭)

ତୃଷ୍ଣା ସାଗର

ବାଲ୍ୟ ଠାରୁ କିଶୋର

ଜିଗୀଷା ଭରପୂର

ପ୍ରାଣ ଆତୁର

ଭବିଷ୍ୟ ବଂଶଧର

ଚିନ୍ତନ ମହତ୍ତର ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୧୮)

ଖୋରଧା ମାଟି

ଶତସିଂହର କୀର୍ତ୍ତି

ବୀର ପାଇକ ଜଷ୍ଟି

ବିଦେଶୀ ଶକ୍ତି

ଶିକ୍ଷାଦୀକ୍ଷା ଲଭିଛି

ଆମ ସଂଗ୍ରାମ ଦେଖି  । 


୧୯)

ପରଶମଣି

ପଦୁୁଅଁ ପତ୍ର ଠାଣି

ମୁଖ ଉତ୍ ଫୁଲିତ

ସୂର୍ଯ୍ୟ ଉଦିତେ

ବିକଶିତ  କମଳ

ପ୍ରଭୁ ପ୍ରେମେ ପାଗଳ  । 


~ ସସ୍ମିତା ବାରିକ୍, ବୋଲଗଡ଼


୨୦)

ଜାତୀୟ ପ୍ରୀତି

ଉଦବୁଦ୍ଧ ଜନତା

କୋଟି ପ୍ରାଣରେ

ମହାନ କରେ ଜାତି

ଦେଶଦଶର ପ୍ରଗତି ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH