हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

मंगलवार, 28 सितंबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ଵତ SEDOKA/ସେଦୋକା କାବ୍ୟ ଯାତ୍ରା ~ ୭

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ SEDOKA/ସେଦୋକା କାବ୍ୟ ଯାତ୍ରା ~ ୭

ସେଦୋକା 

୧)

ସଂସାର ମଞ୍ଚ

ଆସିବ ଖାଲି ହାତେ

ଯିବ ବି ଖାଲି ହାତେ

ରହିବ ସ୍ମୃତି

କେବଳ ମହାନ୍ କାର୍ଯ୍ୟ

ସାଥେ ଯିବା ଟି ଧାର୍ଯ୍ୟ ।


ବିବୁଧ ଗଣ

ମହତ କାର୍ଯ୍ୟ କରି

ସଂସାରୁ ହେବୁ ପାରି

ନିତ୍ୟ ସ୍ମରଣ

କରନ୍ତୁ ପ୍ରଭୁ ନାମ

ସାହା କଳା ନାଉରୀ ।


~ବାସନ୍ତୀ ଦେଈ ଖୋର୍ଦ୍ଧା


୨)

ଗୁଲାବ ବାତ୍ୟା

କଳିଙ୍ଗ ପଟନାରେ

ଲ୍ୟାଣ୍ଡ ଫଲ ହୋଇଲା

ଓଡ଼ିଶା ବାସୀ

ହେଲେ ଆଶ୍ବସ୍ତ ଧିରେ

ଟଳିଲା ବାତ୍ୟା ଭୟ ।


୩)

ଝିଅର ଜନ୍ମ

କୋଟି ପୁଣ୍ଯ ରେ ମିଳେ

ସ୍ନେହ ମମତାର ଫଲ୍ଗୁ

ମା' ମହିୟସୀ

ସଂସାର ସ଼ୃଷ୍ଟିକାରୀ

ହସି ହସାଏ ଧରା । 


୪)

ବୀର ଯୁବକ

ସାହସୀ ଅରିନ୍ଦମ

ନିର୍ଭିକ ସାମ୍ବାଦିକ

ଗଜ  ଉଦ୍ଧାରେ

ଜଳ ସମାଧି ନେଲା

ଇତିହାସ ରଚିଲା । 


~ ଝୁମୁରୀ ସାହୁ


୫)

କୃଷକ କ୍ଷୁବ୍ଧ 

କୃଷି ନୀତି ବିରୋଧ 

କରେ ଭାରତ ବନ୍ଦ

ବିରୋଧୀ ଦଳ 

ହୋଇଲେ ଏକ ମେଳ 

ସମର୍ଥନ ପ୍ରବଳ ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା


୬)

ପବିତ୍ର ଜଳ

ପାବନୀ ଗଙ୍ଗାନଦୀ

ବହୁଛି କାଳ କାଳ

ସେ ଭାଗିରଥ

ସ୍ୱର୍ଗରୁ ଆଣିଥିଲେ

ଏହି ପୁଣ୍ୟ ମରତ ।


୭)

ଶାନ୍ତି କପୋତ

ଜାତି ଧର୍ମ ବର୍ଣ୍ଣ କି

ଲେଖା ଥାଏ କୁହତ

କର୍ତ୍ତବ୍ୟ କର୍ମ

କରି ଚାଲିବା ଆମେ

ସେହି ପଥେ ପଥିକ ।


୮)

ଗୋଲାପ କଳି

ରଙ୍ଗ ଓ ମହକରେ

ସବୁ ଫୁଲଠୁ ବଳି

ତା' ପରି କିଏ

ବଗିଚାର ସୌଦର୍ଯ୍ୟ

ତାଲାଗି ବଢି ଥାଏ ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୯)

ବାତ୍ୟା ଗୁଲାବ

ଟଲିଗଲା ପ୍ରଭାବ

ଆଶଙ୍କା ଅନୁଭବ

ରାଜ୍ୟ ସହିବ

ଅଭ୍ୟାସରେ ସ୍ୱଭାବ

ପଡିଲେ ଦେଖାଯିବ ।


୧୦)

ପିମ୍ପୁଡ଼ି ଧାଡି

ଯାଆନ୍ତି ଆଗେ ମାଡି

ସମ୍ପୂର୍ଣ୍ଣେ କର୍ମ ଯୋଡ଼ି

ଖାଦ୍ୟ ସଜାଡ଼ି

ଖୋଲନ୍ତି ବାର୍ତ୍ତା ପେଡ଼ି

ସମୟ ଯାଏ ଗଡି ।


୧୧)

ନୀଚରେ ଭାବ

ରଖନ୍ତେ ପରାଭବ

ମାନସରେ ଭୁଞ୍ଜିବ

ମହତ ଜନେ

ସତସଙ୍ଗ ମିଳନେ

ପ୍ରଶାନ୍ତି ପ୍ରମାଣେ ।


~ ଚପଳା ପଣ୍ଡା, ଖୋର୍ଦ୍ଧା


୧୨)

ବରଷେ ଥରେ

ଆସେ କେତେ ନାମରେ

ଗୁଲାବ ଓ ତିତିଲି

ଉଜାଡି ଦିଏ

କେତେ ଜୀବ ନୀର୍ଜିବ

ପ୍ରାଣ ନେଇ ଯାଏ ସେ  ।


 ~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)


୧୩)

କଙ୍ଗାରୁ କୋର୍ଟ

ହନନ ମାନବବାଦ

ନୃଶଂସ ଦଣ୍ଡାଦେଶ 

ଦୃଢ ବିରୋଧ 

ଜାଗ୍ରତ ବୁଦ୍ଧିଜୀବୀ

ଆଇନ ଆଶ୍ରୟରେ ।


୧୪)

ଆତ୍ମ ବଡିମା

ମୃଣ୍ମୟ ମୂର୍ତ୍ତି  ଦ୍ବନ୍ଦ୍ବ 

ଉଚ୍ଚତା  ନେଇ  ଖେଦ 

ସିଦ୍ଧିଦାତ୍ରୀ  ସେ

ଟାଳେ ଘୋର ଦୁର୍ଗତି 

ପ୍ରେମେ ହୁଏ ପ୍ରାପତି ।


~ ବିଳାସିନୀ  ଦାଶ  ଖୋର୍ଦ୍ଧା


୧୫)

ଅଶାନ୍ତ  ବିଶ୍ଵ

କଳହ ହିଂସା ଦ୍ୱେଷ

ଯୁଦ୍ଧର ପଦଧ୍ଵନୀ

ବାତ୍ୟା ସୁନାମୀ

ଅଜଣା ଭାଇରସ

ସଭିଏଁ ଆତଙ୍କିତ  ।


୧୬)

କୁସୁମ କଳି

ହୋଇବି ପ୍ରସ୍ଫୁଟିତ

ବିତରିବି ବାସନା

ସଭିଙ୍କୁ ମୁହିଁ 

ପ୍ରଭୁଙ୍କ ଶ୍ରୀ ପୟର

ଅନ୍ତିମ ଆଶ୍ରା ମୋର  ।


~ ମଧୁଛନ୍ଦା ଦାଶ  ।


୧୭)

ମାଆ ର ସଂଜ୍ଞା 

ଅମାପ ଅକଳନ 

ହୃଦୟ ରେ ସୀମିତ 

ମମତା ଡୋରେ 

ଯତ୍ନ ରେ ବାନ୍ଧି ରଖ 

ଲଭିବ ଆଶୀର୍ବାଦ ।


୧୮)

ନରେନ୍ଦ୍ର ମୋଦି 

ଦେଶ ପ୍ରଧାନମନ୍ତ୍ରୀ 

ବିଦେଶେ ଖ୍ୟାତି ବୃଦ୍ଧି 

ରାଜ୍ୟ ଶାସନ 

ନବୀନ ମୁଖ୍ୟମନ୍ତ୍ରୀ 

ସ୍ଥିର ଶାସନ ଦ୍ୟନ୍ତି ।


୧୯)

ସତ୍ୟ ସୁନ୍ଦର 

ପ୍ରଭୁ ଭୋଳା ଶଙ୍କର 

ଗୋରସେ ସ୍ନାନ କର

ଲେମ୍ବୁ ନବାତ 

ଘର୍ଷଣେ କ୍ଳେଶ ହତ 

ମନ୍ତ୍ର ରେ ବଶୀଭୂତ ।


୨୦)

ମିଛ ସଂସାର 

ଜନ୍ମ ଓ ମୃତ୍ୟୁ ସତ୍ୟ 

ମୁଦ୍ରା ର ଦୁଇ ପାର୍ଶ୍ୱ 

ସ୍ୱାର୍ଥ ଦୁନିଆଁ

ଯେତେ ଶୀଘ୍ର ବୁଝିବୁ 

ସଂସାରୁ ପାରିହେବୁ ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା


୨୧)

ଗୁଲାବ ବାତ୍ୟା

କଳିଙ୍ଗ ପଟନାରେ

ଲ୍ୟାଣ୍ଡ ଫଲ ହୋଇଲା

ଓଡ଼ିଶା ବାସୀ

ହେଲେ ଆଶ୍ବସ୍ତ ଧିରେ

ଟଳିଲା ବାତ୍ୟା ଭୟ ।


୨୨)

ଝିଅର ଜନ୍ମ

କୋଟି ପୁଣ୍ଯ ରେ ମିଳେ

ସ୍ନେହ ମମତାର ଫଲ୍ଗୁ

ମା' ମହୀୟସୀ

ସଂସାର ସ଼ଷ୍ଟିକାରୀ

ହସି ହସାଏ ଧରା ।


୨୩)

ଯୁବ ତାରକା

ସାହସୀ ଅରିନ୍ଦମ

ନିର୍ଭିକ ସାମ୍ବାଦିକ

ଗଜ  ଉଦ୍ଧାରେ

ଜଳ ସମାଧି ନେଲା

ଇତିହାସ ରଚିଲା । 


୨୪)

ମହତ୍ତ୍ବପୂର୍ଣ୍ଣ

ସେପ୍ଟେମ୍ବର ମାସ

ସତେଇଶ ତାରିଖ

ପାଳିବା ମିଶି

ଆଜି ବିଶ୍ବ ଦିବସ

ନଦୀ ଓ ପର୍ଯ୍ୟଟନ ।


୨୫)

ପ୍ରଧାନମନ୍ତ୍ରୀ

ଆୟୁଷ୍ମାନ ଭାରତ

ସ୍ବାସ୍ଥ୍ଯ ସେବା ସଂପଦ

ଘୋଷଣା କଲେ

ଡିଜିଟାଲ ମିଶନ

ଗରୀବ ସ୍ବାସ୍ଥ୍ୟସେବା । 


୨୬)

ନଦୀ ଦିବସ

ସେପ୍ଟେମ୍ବର ମାସରେ

ସତେଇଶ ତାରିଖ

ଜଳ ସୁରକ୍ଷା

ପ୍ରଦ୍ୟୁଷଣ କରିବା

ପ୍ରତିଜ୍ଞା କର ସର୍ବେ ।


୨୭

ଟ୍ରାଫିକ୍ ଜାମ୍

ଦିଲ୍ଲୀ ଲାଲ୍ କିଲ୍ଲା ରେ

ଲମ୍ବିଛି ଗାଡି ଧାଡି

ସୁରକ୍ଷା ପାଇଁ

ଯାଞ୍ଚ ଚାଲିଛି ଆଜି

ନାହିଁ ନ ଥିବା ଭିତ ।


~ ଝୁମୁରୀ ସାହୁ


୨୮)

ଛାଇ ଆଲୁଅ

ଆନନ୍ଦ ଅବସାଦ

ପାଖରୁ ସେ ଯାଏନା

ପ୍ରତି ମୂହୁର୍ତ୍ତ

ଅନ୍ଧାରେ ମିଶିଯାଏ

ଲୁଚକାଳି ଖେଳୁଥାଏ ।


୨୯)

ଅତି ସୁନ୍ଦର

ଅତୀତ ରୋମନ୍ଥନ

ସ୍ମୃତି ର ଆଗମନ

ସ୍ଵପ୍ନ ରାଇଜ

ଅଦ୍ଭୁତ ଅନୁଭବ

ବର୍ଣ୍ଣିବା ଅସମ୍ଭବ ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୩୦)

ଆନନ୍ଦ ଅଶ୍ରୁ

ବହଇ ଧାର ଧାର

ତୁମରି  ଦରଶନେ

ମୋ ମନ ତୃପ୍ତି

ବିଷାଦ ଓ ବେଦନା

ସବୁ ହୋଇଲା ଦୂର ।


~ ବାସନ୍ତୀ ଦେଇ

☆☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH