हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

मंगलवार, 28 सितंबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ସେଦୋକା କାବ୍ୟ ଯାତ୍ରା ~ ୮

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ SEDOKA/ସେଦୋକା କାବ୍ୟ ଯାତ୍ରା ~ ୮

ସେଦୋକା 

୧)

ପୁଷ୍ପ ପୁଷ୍ପିତ 

ପବନ ତରଙ୍ଗିତ

ହୃଦୟ ଆନନ୍ଦିତ

ସୂର୍ଯ୍ୟ ପ୍ରଭାବେ

ଅନ୍ଧାର ଦୂରେଇଛି 

ସଂସାର ସୁଖମୟ  ।


~ ପ୍ରଦୀପ କୁମାର ଦାଶ


୨)

ମାଟି ମଣିଷ

ପଞ୍ଚଭୂତ ରେ ଗଢା

ନଶ୍ଵର ଶରୀର ଟା

ଅଢେ଼ଇ ଦିନ

ଯାତ୍ରା ସାରି ପୁନଶ୍ଚ

ମିଶିବ ସେ ମାଟିରେ ।


୩)

ନିର୍ଦ୍ଦେଶକ ର 

ଇଙ୍ଗିତରେ ଚାଳିତ

ଦୁନିଆ ରଙ୍ଗମଞ୍ଚ

ଆପ୍ରାଣ ଚେଷ୍ଟା

ନିଖୁଣ ଅଭିନୟ

ଶ୍ରେଷ୍ଠ କଳାକାର ର ।


~ ବାସନ୍ତୀ ଦେଈ


୪)

ସମସ୍ତେ ଆସ

ଗଢି ସ୍ୱଛ ଭାରତ 

ଦେବା ଆମେ ସନ୍ଦେଶ

ବିଶ୍ୱ ତାପନ

କରିବା ସଚେତନ

କର ବୃକ୍ଷ ରୋପଣ ।


୫)

ଆଦର୍ଶ ଗୃହ

ଲକ୍ଷ୍ମୀ ସରସ୍ବତୀ ଙ୍କ

ଶ୍ରଦ୍ଧା ନିବାସ ସ୍ଥଳ

ଭକ୍ତିରେ ଶକ୍ତି

କରୁଥିବା ପ୍ରଣତି

ମିଳଇ ସୁଖ ଶାନ୍ତି ।


୬)

ଆମ ସମାଜ

କନ୍ୟା ଭୃଣର ହତ୍ୟା

ନାହିଁ ଟିକିଏ ଲାଜ

ପ୍ରଭେଦ ନାହିଁ

ପୁଅ ଝିଅ ସମସ୍ତେ

ସମାନ ଆମ ପାଇଁ ।


୭)

ଏକ ବା ଦୁଇ

ସୁଖୀ ପରିବାରର

ବାର୍ତ୍ତା ସମାଜ ପାଇଁ

ଆମରି ଭଲ

ନ ହୁଅ ସନ୍ଦିହାନ

ବେଳହୁଁ ସାବଧାନ ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୮)

ହେ କବିବର 

ଭୂମିଷ୍ଠ ବାଲେଶ୍ୱର 

ଗାଁ ମଲ୍ଲୀକାଶପୁର

କାବ୍ୟ ନାୟିକା 

ଚନ୍ଦ୍ରଭାଗା ଚିଲିକା 

ଯୁଗାନ୍ତକାରୀ ଲେଖା ।


୯)

ବିଶ୍ୱ ପାଳିତ 

ଜଳାନ୍ତକ ଦିବସ 

ଶ୍ଵାନ ଲାଳ ସଂସ୍ପର୍ଶ, 

ରୋଗ ଘାତକ 

ଦେଖାଅ ଚିକିତ୍ସକ 

ଘେନ ପ୍ରତିରୋଧକ ।


୧୦)

ଶାଗୁଆ ବନ 

ହୃଦେ ପୁଲକଭରେ 

ଶୋଭାରେ ଅନୁପମ

କବି ଭାବୁକ 

ମନେ ସ୍ବପ୍ନ ଅନେକ 

ଛନ୍ଦେ ବାନ୍ଧେ ରସିକ ।


୧୧)

ଶିକ୍ଷାୟତନ 

ଦିଶୁଚି ଶିରୀହୀନ 

ଶିଷ୍ୟ ବିନା ବୟାନ, 

ୟୁଟୁବ ଜ୍ଞାନ 

ବିଦ୍ୟା ନୁହେଁ ସମ୍ପୂର୍ଣ୍ଣ 

କଣା ମାମୁଁ ସମାନ ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା


୧୨)

ନିଦାଘ ଶେଷେ

ମେଘ ମହ୍ଲାର ଗାଇ

ବିଜୁଳି ଚମକାଇ

ବରଷା ଆସେ

 ପିନ୍ଧି ସବୁଜ ପାଟ 

 ଧରଣୀ ଶୋଭାବତୀ ।


୧୩)

ନବବଧୂଟି

ଓଢ଼ଣା ଫାଙ୍କେ ଦିଶେ

ପଦ୍ମପାଖୁଡ଼ା ସମ

ଗୋରା ମୁହଁଟି

ଅସୁମାରୀ ସ୍ୱପ୍ନରେ

ଭରା ଚକ୍ଷୁ ଦିଓଟି ।


~ ମଧୁଛନ୍ଦା ଦାଶ  ।


୧୪)

ମାଟି କଣ୍ଢେଇ

ଦିଏ ଛୁଆ ଭଣ୍ଡେଇ

ଶୁଏ କାନ କୁଣ୍ଡେଇ

ନାହିଁ ସେ ଯୁଗ

ମୋବାଇଲ ସରାଗ

ସତେ କେଡ଼େ ବିଭବ ।


୧୫)

ଶବ୍ଦର ସ୍ୱାଦ

ଚାଖେଣାରେ ପ୍ରଭେଦ

ଦେଖ କେଡ଼େ ସମ୍ପଦ

ପାଇବାପାଇଁ

ନିଜ ତୁଣ୍ଡ ସଜାଡି 

ବାଣ୍ଟ ଅନ୍ୟକୁ ଯାଇ ।


~ ଚପଳା ପଣ୍ଡା, ଖୋର୍ଦ୍ଧା


୧୬)

ଗର୍ଭ ବେଦନା

ଜାଣଇ ଅନୁଭବୀ

ଯନ୍ତ୍ରଣାରେ ଆନନ୍ଦ

ଆଂଜୁଳେ ସ୍ବପ୍ନ 

ନାରୀ ପୂର୍ଣ୍ଣତା ପାଏ

କୋଳରେ ନବଜାତ ।


୧୭)

ପରମ ଶତ୍ରୁ

କ୍ରୋଧ ରୂପରେ ଥାଏ

ତୁମ ଆମ ଭିତରେ 

ମାରଇ ଚୋଟ 

ସର୍ପ ଠୁ ଭୟଙ୍କର 

ହେଲେ  ଅଣଆୟତ  ।


~ ବିଳାସିନୀ  ଦାଶ, ମଧୁସୂଦନ ନଗର


୧୮)

ତୁହାକୁ ତୁହା

ବରଷା ଧରି ରାହା

ଖେଳୁଛି ସୂର୍ଯ୍ୟ ସାଥେ

ବାଦଲ ଫାଙ୍କେ

ମୁରୁକି ହସି ଖଞ୍ଜେ

ରବି କିରଣ ବିଞ୍ଚେ  । 


୧୯)

ମନ ମାନେନା

ମିଥ୍ଯା କି ପ୍ରବଞ୍ଚନା

ସତ୍ଯକୁ କର ସାମ୍ନା

ହ୍ରୁଦୟ ତନ୍ତ୍ରୀ

କୋହଭରା ଲୁହରେ

ଲଭିଛି କି ସୁଶାନ୍ତି  । 


~ ସସ୍ମିତା ବାରିକ୍, ବୋଲଗଡ଼


୨୦)

ବିଭୁ ପୟର

ଚିନ୍ତା ଓ ଚେତନା ର

ଆନନ୍ଦ ଉଲ୍ଲାସର

ନିର୍ଭର ସ୍ଥଳ

ମେଣ୍ଟିଯାଏ ବିଷାଦ

ଭରେ ମନେ ସରାଗ ।


୨୧)

କନ୍ୟା ରତନ

ସ୍ରଷ୍ଟା ଙ୍କ ଉପହାର

ସୁନ୍ଦର ଉପବନ

କୁଳ କୁ ହିତ

ଲକ୍ଷ୍ମୀ ସ୍ବରୂପିଣୀ

ବିଶ୍ଵରୂପା ଜନନୀ ।


୨୨)

ଆନନ୍ଦ ମଠ

ନିଛକ ସ୍ନେହ ପ୍ରିତୀ

ଜୀବନ ତରଙ୍ଗୀଣୀ

ସ୍ବର୍ଗ ସମାନ

ସତେ କେଡ଼େ ସୁନ୍ଦର

ପ୍ରେମ ର ସମାହାର ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୨୩)

ବିଶ୍ବସ୍ତ ଶ୍ଵାନ

ବିଶ୍ବାସର ଭାଜନ

ପ୍ରତିହୃଦେ ତୋ ସ୍ଥାନ

ବିଶ୍ବାସ ବନ୍ଧୁ

ରହିଥାଉ  ସାଥୀରେ

ରକ୍ଷା କରୁ ମରିକି ।


 ~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)

☆☆☆☆☆☆☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH