हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

बुधवार, 29 सितंबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ସେଦୋକା କାବ୍ୟ ଯାତ୍ରା ~ ୯

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ  SEDOKA/ସେଦୋକା କାବ୍ୟ ଯାତ୍ରା ~ ୯

ସେଦୋକା 

୧) 

ଶୁଭ୍ର ଶରତ

ଝରା ଶେଫାଳୀ ବାସ୍ନା

ସଦ୍ୟ କାକର ବିନ୍ଦୁ

ରବି କିରଣେ

ଝଟକେ ମୁକ୍ତା ସମ

ଉଷାରାଣୀ ଗଳାରେ ।


୨)

ଦ୍ଵିତୀବାହନ

ସୂର୍ଯ୍ୟ କୃପାରୁ ଜନ୍ମ

ଆଶ୍ଵିନ ମୂଳାଷ୍ଟମୀ

ପର୍ବ ପାଳନ

ସନ୍ତାନ ସୁଖ ପାଇଁ

ମାଆ ବ୍ରତ ପାଳଇ ।


୩)

ଦ୍ଵିତୀୟା ଓଷା

ଭାଇଚାରାର ବାର୍ତ୍ତା

ପନିପରିବା ଘାଣ୍ଟ

ଭାରି ବଢିଆ

ଓଡ଼ିଆ ସଂସ୍କୃତି ର

ନିଆରା ପରମ୍ପରା ।


~ ବାସନ୍ତୀ ଦେଈ ଖୋର୍ଦ୍ଧା


୪)

ସାରା ସଂସାର

ଲୀଳା ଖେଳା କାଳର

ସୃଷ୍ଟି କିମ୍ବା ସଂହାର

ନୁହେଁ ହାତର

ପ୍ରତିକାର ଏହାର

ଲୋଡ଼ା ଥାଏ ଧୈର୍ଯ୍ୟର ।


୫)

ବୋହୁ ବାହୁନା

ସାଇ ପଡିଶା ଅନା

ଲାଗେ କେତେ କରୁଣା

ଆଉ ତ ନାହିଁ

ଝିଅ ଯାଉଛି ଧାଇଁ

ଲୁହ ଟୋପାଏ କାହିଁ ?


~ ଚପଳା ପଣ୍ଡା, ଖୋର୍ଦ୍ଧା


୬)

ଜୀବନ ମୃତ୍ୟୁ

କାହା ହାତରେ ନାହିଁ

ସମୟ ଅନୁସାରେ

ବିଧି ନିର୍ଦିଷ୍ଟ

ଶରଣ ଭଗବାନ

ଜପ ଶ୍ରୀରାମ ନାମ ।


୭)

ନିଶା ବେପାର

ଅର୍ଥ ଲୋଭରେ ହୁଏ

ନିଶାର କାରବାର

ମଦ ଗଂଜେଇ 

ଧନ ଜୀବନ ହାନି

ସମାଜ ଅବନତି ।


୮)

ନିଶାର ନିଶା

ଆମେ ଖାଉଛେ ଆଜି

ଭୁଲିବାକୁ ସମସ୍ୟା

କାଲିକୁ ଦେଖ

ସେ ଆମକୁ ଖାଇବ

ସମାଧାନ ନ ଥିବ ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୯)

କୁସୁମ କଢ଼ି

ପର୍ଯ୍ୟାୟ କ୍ରମେ ବଢ଼ି 

ଫୁଲ ରେ ଶେଷ ପିଢ଼

ସୌନ୍ଦର୍ଯ୍ୟ ପ୍ରୌଢ଼ୀ 

ଈଶ୍ୱର ଦେଲେ ଗଢି 

ପ୍ରଦାନ ମନ୍ତ୍ର ପଢି ।


୧୦)

ସୀମାନ୍ତ କ୍ଷେତ୍ର 

ସୈନିକ ଏକ ମାତ୍ର 

ଜଗନ୍ତି ଅହୋ ରାତ୍ର

ରକ୍ତ ନିସୃତ 

କୃଷକ କୃଷି କ୍ଷେତ୍ର 

ମାତୃଭୂମି ସୁପୁତ୍ର ।


୧୧)

ନାହିଁ ନିସ୍ତାର 

ମହୀରେ ସୂର୍ଯ୍ୟ କର 

ଆକାଶେ ମେଘ ଘୋର, 

ଚଡକ ମାର 

ଚପଳା ବାର ବାର 

ଜୀବନ କଷ୍ଟ କର ।


୧୨)

ସମୟ ଗତି 

ନାହିଁ ତାର ବିରତି 

ଚାଲେ ସେ ଦିବା ରାତ୍ରି

ଅଭୁଲା ସ୍ମୃତି 

ହୁଏ ଉଜ୍ଜଳ ଅତି 

ହୃଦେ ରଖେ ସାଇତି ।


~ ସୂର୍ଯ୍ୟକାନ୍ତି ଦାଶ, ଜଟଣୀ


୧୩)

ଅମା ଅନ୍ଧାରେ

ଗ୍ରାମ୍ୟ ଜୀବନ ଶୈଳୀ

କୁମାରୀ କନ୍ଯା ମିଶି

ବିଳମ୍ବ ରାତ୍ରେ

ପଲ୍ଲୀ ଗୀତ ଗାଇଣ

ବିଭୋର ଆତ୍ମ ତ଼ପ୍ତି ।


୧୪)

ବିଶ୍ବ ପୋଷଣ

ସେପ୍ଟେମ୍ବର ମାସ

ପାଳିବା ସର୍ବେ ମିଶି

ସୁସ୍ଥ ସମାଜ

ପାଇଁ ସୁନ୍ଦର ସ୍ବାସ୍ଥ୍ଯ

କରିବା ଯୋଗାଭ୍ୟାସ ।


୧୫)

ବିଜ୍ଞାନ ଯୁଗ

ଅସାଧ୍ଯ ସାଧ୍ଯ ପ୍ରାପ୍ତ

ଚଳ ଚଂଚଳ ସର୍ବେ

ଯନ୍ତ୍ର ମାନବ

ନାହିଁ ସୁଷମ ଖାଦ୍ୟ

ଅଳ୍ପ ଆୟୁଷ ଭୋଗ ।


୧୬)

ପୂର୍ବ ଆକାଶେ

ପ୍ରାତଃକାଳେ ଭାସ୍କର

ଢାଳେ କୋମଳ ଜ୍ୟୋସ୍ନା

ନାହିଁ ଆଳସ୍ଯ

ସମୟାନୁବର୍ତ୍ତିତା

ସାଧୁ ଜୀବନ ସିଦ୍ଧି । 


୧୭)

ବିରାଟ କାୟ

ମେଘ ଶରୀର ବହି

କୁଲା ପରି କାନ

ବ଼କ୍ଷ  ବର୍ତ୍ତୁଳ

ଚାରିଟି ଗୋଡ ଜାଣ

ଅଜଣା ଥଳ କୂଳ । 

         

~ ଝୁମୁରୀ ସାହୁ ଜଟଣୀ


୧୮)

ଜୋଛନା ରାତି

କାକର ଭିଜା ମନ

ଅସୁମାରୀ ସପନ

ମିଳନ ଆଶା

ଅନଳ ର ଦହନ

ଧୀରେ ହୁଏ ବିଲୀନ ।


୧୯)

କୁଳ ନନ୍ଦନ

ଅପୂର୍ବ ଶୋଭା ବନ

ଜୀବନ ଚଲା ପଥ

ଶକ୍ତି ସାହସ

ଶୀତଳ ବାହୁଛାୟା

ପିତା ମାତାଙ୍କ ସାହା ।


୨୦)

ସବୁଜ ପତ୍ର

ପାଚିଲା ଝଡିପଡେ

ଦେଇଥାଏ ସନ୍ଦେଶ

ଜୀବନ ଯାତ୍ରା

ଗୁଣ ଚିର ବସନ୍ତ

ସେଇ ଏକା ଜୀବନ୍ତ ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୨୧)

ମନ ଅରଣ୍ୟ

ଆଶା କନକମୃଗ

ଧାଉଁଥାଏ ନିତି

ସୁଖ ସନ୍ଧାନେ

ଅଯଥା ପଥଶ୍ରାନ୍ତ  

ବିତେ ଜୀବନଯାକ ।


~ ବିଳାସିନୀ  ଦାଶ, ମଧୁସୂଦନ ନଗର


୨୨)

ଗୋଠ ସୁନ୍ଦରୀ

ସରଗ  ଅପସରି

ଗରଳ ମନେ ଭରି

ସଂସ୍କାର ହୀନ

ଧରାକୁ ସରା ମଣି

ବୋଲାଉଛୁ ଘରଣୀ  । 


୨୩)

ବୃକ୍ଷ ମହାନ

ସକଳ ଜୀବଜନ୍ତୁ

ପାଆନ୍ତି ଅମ୍ଳଜାନ

ନୂଆ ଜଙ୍ଗଲ

ସୃଷ୍ଟି ଆମ ସଂଗ୍ରାମ

ବେଳହୁଁ ସାବଧାନ  । 


~ ସସ୍ମିତା ବାରିକ୍, ବୋଲଗଡ଼

☆☆☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH