हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

गुरुवार, 30 सितंबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ସେଦୋକା କାବ୍ୟ ଯାତ୍ରା ~ ୧୦

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ SEDOKA/ସେଦୋକା କାବ୍ୟ ଯାତ୍ରା ~ ୧୦

ସେଦୋକା


୧)

ଗଢିବା ଆମେ

ନୂତନ ସମ୍ଭାବନା

ଦିବ୍ୟ ମହକ ଭରା

ନୂଆ ସମାଜ

ଶାନ୍ତି ମୈତ୍ରୀ ଏକତା

ସଦ୍ଭାବନା ନିହିତ ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୨)

ନମ୍ର ସ୍ବଭାବ 

ସରଳ ମଧୁ ହସ

ଜଗାଇ ପ୍ରୀତି ଭାଵ

ରୁକ୍ଷ ବଚନ 

ତୀକ୍ଷ୍ଣ କଟୁ ଚାହାଣି

ରଚେ ମହା ସଂଗ୍ରାମ ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା


୩)

ପଣସ ଖାଏ 

ବଗ ମୁଣ୍ଡରେ  ଅଠା

ବୋଳେ  ଚତୁର  କାଉ

ଲୋକ  ଚରିତ୍ର

ଶଠ କୌଶଳେ ନିଏ

ସୁଧାର  ରହେ ଚାହିଁ  ।


୪)

ମହା ପ୍ରଳୟ

ପ୍ରକୃତି  ଆବେଷ୍ଟରେ

ପୁରୁଷ  ଯୋଗନିଦ୍ର 

ନିତ୍ୟ ଚିନ୍ମୟୀ 

ପୂଜନେ ଉପବିଷ୍ଟ 

ଅକାଳବୋଧନରେ ।


~ ବିଳାସିନୀ ଦାଶ, ମଧୁସୂଦନ ନଗର


୫)

ସମୟ ସ୍ରୋତ

ବାହିନିଏ ଜୀବନ

ବନ୍ଧୁର ପଥ କ୍ରମି

ଯିବୁ ତୁ ଏକା

କହିଯାଏ କାନରେ

ଲୀନ ମହାସାଗରେ ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୬)

ଦର୍ପଣ କାର୍ଯ୍ଯ

 ବେଦନାଭରା  ମୁହଁ

 ପ୍ରତିଫଳିତ ହୁଏ

 ଦର୍ପଣ ଆଗେ

 ଗୋଟିଗୋଟି ବଖାଣେ

 ଲେଖନୀ ର ମୂନରେ  ।


~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)


୭)

ଯୁଦ୍ଧ କରିବା

ଦେଶ ପାଇଁ ଲଢ଼ିବା

ମରିବା ତ ତରିବା

ଶହୀଦ ହେବା

ଏତେ ବଡ ଭାଗ୍ୟକୁ

ମନା କିଆଁ କରିବା ?


~ ଚପଳା ପଣ୍ଡା, ଖୋର୍ଦ୍ଧା


୮)

ସ୍ରଷ୍ଟା ନିର୍ମାଣ 

କୋଇଲି କୁହୁତାନ 

ମୟୂର ନୃତ୍ୟେ ମଗ୍ନ

ଶାନ୍ତ କପୋତ 

କାକ ରାବେ ପ୍ରଭାତ 

ହଂସ ଚାଲି ବିଖ୍ୟାତ ।


୯)

ସିଂହ ବାହିନୀ 

ଚଣ୍ଡୀ ଚାମଣ୍ଡା ଘେନି 

ଚଣ୍ଡ ମୁଣ୍ଡ ନାଶିନୀ 

କରେ ଦୟିନୀ 

ମା ମହିଷା ମର୍ଦ୍ଧିନୀ 

ସୁର ନର ନାଶିନୀ ।


୧୦)

ସନ୍ଧ୍ୟା ପ୍ରବେଶ 

ଧରିତ୍ରୀ କଳା ବେଶ 

ନଭେ ଜ୍ୟୋସ୍ନା ପ୍ରକାଶ

ଶ୍ରମେ ଅବଶ 

ହେଲେ ନିଦ୍ରା ର ବଶ 

ପାହାନ୍ତି ସ୍ବପ୍ନ ଦୃଶ୍ୟ ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ

 

୧୧)

ମାଆର ମନ

ବୁଣେ ନୂଆ ସପନ

ତାର ସନ୍ତାନ ଗଣ

ସୁ ନାଗରିକ

ଗଢିବେ ଭବିଷ୍ୟତ

ଆଦର୍ଶ ଦେଶ ଭକ୍ତ ।


~ ଜ୍ୟୋତି ପ୍ରଭା, ପଟ୍ଟନାୟକ


୧୨)

ଘାଣ୍ଟ ତିଅଣ

ନଡିଆ ଗଜାମୁଗ

ବଡ ଶରଧା ସ୍ବାଦ

ଆକାଶ ଛୁଆଁ

ବଜାର ଦର ଦେଖି

ସାହି ପଡିଶା ଦୁଃଖୀ ।


୧୩)

ବ୍ରହ୍ମ କମଳ

ପୁଷ୍ପେ ଉଜ୍ଜ୍ବଳ ଜ୍ୟୋତି

ସୁବାସ ବୁଣେ ନିଶି

କୋଟି ଐଶ୍ବର୍ଯ୍ୟ

ଲଭେ ଆତ୍ମ ସନ୍ତୋଷ

କାଳିଆ ପଦେ ଭେଟି ।

 

~ ଝୁମୁରୀ ସାହୁ, ଜଟଣୀ


୧୪)

ସମୟ ସ୍ରୋତ 

ଲଭେ ଜନମ ମୃତ 

କର୍ମ ଫଳ ସ୍ୱୀକୃତ 

ମାୟା ମୋହିତ 

ସୁଖ ଦୁଃଖ ମିଶ୍ରିତ 

ପ୍ରଭୁ ଚରଣାଶ୍ରିତ ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା

☆☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH